Categories: ଖେଳ

ଅନ୍‌ଲାଇନ୍‌ ଚେସ୍‌: କୌଶିକ ଚାମ୍ପିୟନ

ଭୁବନେଶ୍ୱର, ୧୦ା୫(କ୍ରୀଡ଼ା ପ୍ରତିନିଧି)- ଏସଆର ଚେସ୍‌ ସେଣ୍ଟର ଆନୁକୂଲ୍ୟରେ ଦ୍ୱିତୀୟ ଅନ୍‌ଲାଇନ୍‌ ଚେସ୍‌ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ୫ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ କୌଶିକ ପାଣିଗ୍ରାହୀ ଚାମ୍ପିୟନ ହୋଇଛନ୍ତି। ଦୁଇଜଣ ଖେଳାଳି ୫ ପଏଣ୍ଟ ଲେଖାଏ ପାଇଥିଲେ ହେଁ ବୁକୋଲଜରେ କୌଶିକ ପ୍ରଥମ ଏବଂ ପ୍ରତୀକ ଚୌରାସିଆ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅନୁଜ ସୁବୁଦ୍ଧି, ତେଜାସ ଲୋହାନୀ, ମହାବୀର ପାତ୍ର(ସମସ୍ତେ ୪ ପଏଣ୍ଟ), ସାଇ ସମ୍ପ୍ରଦା ମହାନ୍ତି, ଆଦ୍ୟନ ରଥ(ଉଭୟେ ୩.୫), ଶିବାଂଶ ମିଶ୍ର, ଧୀର ଚାୱଲା ଓ ଆଦିତ୍ୟ ନାରାୟଣ ମହାନ୍ତି (ସମସ୍ତେ ୩ ପଏଣ୍ଟ) ଟପ୍‌-୧୦ ଫିନିଶ୍‌ କରିଛନ୍ତି। ଏସ୍‌ଆର୍‌ ଚେସ୍‌ ସେଣ୍ଟରର ସମ୍ପାଦକ ସତ୍ୟରଞ୍ଜନ ପଟ୍ଟନାୟକ, ଡ.ମାନସ ରଞ୍ଜନ ମିଶ୍ର ଓ ସତ୍ୟଜିତ ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

Share