ଅନ୍ଧାରି ନାଳରେ ଫେଣ ପାଣି ପ୍ରସଙ୍ଗ:ବିପଦମୁକ୍ତ ଦର୍ଶାଇଲା ପରୀକ୍ଷା ରିପୋର୍ଟ

ଯାଜପୁର ଅଫିସ,୪ା୧୨- ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ଅନ୍ଧାରି ନାଳରେ ରବିବାର ପ୍ରଚୁର ମାତ୍ରାରେ ବୋହିଥିବା ଫେଣ ପାଣି ବିପଦମୁକ୍ତ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି)ର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରା ଏହି ସୂଚନା ଦେଇଛନ୍ତି। ସେହିପରି ବିଧାନସଭା ପ୍ରଶ୍ନର ଉତ୍ତରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ମଧ୍ୟ ପ୍ରଦୂଷଣ ସମ୍ପର୍କରେ ସକରାମତ୍କ ଉତ୍ତର ରଖିଛନ୍ତି। ତେବେ କଳିଙ୍ଗନଗର ଶିଳ୍ପାଞ୍ଚଳର ଜଳ ଓ ବାୟୁ ପ୍ରଦୂଷଣକୁ ନେଇ ବାସ୍ତବସ୍ଥିତିକୁ ଅନୁଧ୍ୟାନ କଲେ ଏହିସବୁ ରିପୋର୍ଟକୁ ସ୍ଥାନୀୟବାସୀ ସହଜରେ ଗ୍ରହଣ କରି ପାରୁନାହାନ୍ତି।
ରବିବାର ସକାଳେ ଅନ୍ଧାରି ନାଳରେ ପ୍ରଚୁରମାତ୍ରାରେ ଫେଣ ପାଣି ବାହାରୁଥିବାନେଇ ସ୍ଥାନୀୟ ଅଞ୍ଚଳବାସୀ ଦେଖିବା ପରେ ଭୟଭୀତ ହୋଇଯାଇଥିଲେ। ଏକ କାରଖାନାରୁ ବିଷାକ୍ତ ପାଣି ଛଡ଼ାଯାଇଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଥିଲା। ଏହା ଜଣାପଡ଼ିବା ପରେ ଏସ୍‌ପିସିବି ପକ୍ଷରୁ ତୁରନ୍ତ ଉକ୍ତ ଫେଣ ପାଣିର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ପରୀକ୍ଷା ପରେ ଉକ୍ତ ଫେଣ ପାଣିରେ କୌଣସି ରାସାୟନିକ ବିଷାକ୍ତ ଦ୍ରବ୍ୟ ଥିବା ଜଣା ପଡିନାହିଁ। ପାଣିରେ ଅନୁଜ୍ଞେୟ (ପରମିସିବୁଲ ଲିମିଟ)ରେ ବିଭିନ୍ନ ଦ୍ରବ୍ୟ ଭାସମାନ ରହିଛି। ଯାହାକି ଲୋକଙ୍କ ପାଇଁ କୌଣସି ବିପଦ ନାହିଁ ବୋଲି ଏସ୍‌ପିସିବି ପକ୍ଷରୁ କୁହାଯାଇଛି। ସେହିପରି କଳିଙ୍ଗନଗରସ୍ଥିତ ବିଭିନ୍ନ ଇସ୍ପାତ କାରଖାନାର ବର୍ଜ୍ୟଜଳ ନିଷ୍କାସନ ଯୋଗୁ ଚାଷଜମି ନଷ୍ଟ ହେବା ସଂକ୍ରାନ୍ତରେ ଗତ ବିଧାନସଭା ଅଧିବେଶନରେ ହୋଇଥିବା ପ୍ରଶ୍ନର ଉତ୍ତରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମକେଶରୀ ଆରୁଖ ମଧ୍ୟ ସକରାମତ୍କ ଉତ୍ତର ରଖିଥିଲେ। ଉତ୍ତରରେ ସେ ଦର୍ଶାଇଛନ୍ତି ଯେ, ଏସ୍‌ପିସିବି ଦ୍ୱାରା ସଂପୃକ୍ତ କାରଖାନାମାନଙ୍କ ବିରୋଧରେ ଜଳ ପ୍ରଦୂଷଣ ନିୟନ୍ତ୍ରଣ ଆଇନ ୧୯୭୪ ଅନୁଯାୟୀ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏସ୍‌ପିସିବିର କୌଣସି ଅଧିକାରୀଙ୍କ ଦ୍ୱାରା କୌଣସି କାରଖାନାକୁ ଅନୁଗ୍ରହ ପ୍ରଦର୍ଶନ କରାଯାଇ ନାହିଁ। ଏଣୁ କୌଣସି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ପଡ଼ିନାହିଁ ା ଏହାସହ ଏହି ଅଞ୍ଚଳରେ ଭୂତଳ ଜଳ ପ୍ରଦୂଷିତ ହେବାର କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ସରକାରଙ୍କ ନିକଟରେ ଉପଲବ୍ଧ ନାହିଁ ା ତେବେ ନିକଟ ଅତୀତରେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଭୂତଳ ଜଳ ପ୍ରଦୂଷଣ ସମ୍ପର୍କରେ ଅଭିଯୋଗ ସରକାରଙ୍କ ହସ୍ତଗତ ହେବା ପରେ ଏସ୍‌ପିସିବିକୁ ଏହାର ଅନୁସନ୍ଧାନ ଓ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜଣାଇ ଦିଆଯାଇଛି ବୋଲି ମନ୍ତ୍ରୀ ଆରୁଖ ଦର୍ଶାଇଛନ୍ତି। ହେଲେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ। କଳିଙ୍ଗନଗର ଶିଳ୍ପାଞ୍ଚଳ ଲୋକଙ୍କ ମୁଣ୍ଡ ଉପରେ ଏବେବି ଧୂଆଁ, ପାଉଁଶ ଏବଂ ବିଷାକ୍ତ ଦ୍ରବ୍ୟ ସାୟାନାଇଡ ଓ ଫେନୋଲିକ କମ୍ପାଉଣ୍ଡ(କୋଇଲାକ୍ତ ପଦାର୍ଥ)ବିଷ ଖଣ୍ଡା ଝୁଲୁଛି। ଏହା ବିରୋଧରେ ଏସ୍‌ପିସିବି କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ମୌନତା ଅବଲମ୍ବନ କରୁଛି। ଧୂଆଁ, ପାଉଁଶ ନିର୍ଗମନ ସାଙ୍ଗକୁ କାରଖାନାରୁ ନିର୍ଗତ ମାରାତ୍ମକ ସାୟାନାଇଡ ଓ ଫେନୋଲେିକ ଅଞ୍ଚଳର ଗଣ୍ଡାନାଳ, ଖରସ୍ରୋତା ଓ ବ୍ରାହ୍ମଣୀ ନଦୀକୁ ବିଷାକ୍ତ କରୁଥିବାର ପୂର୍ବରୁ ନଜିର ରହିଛି। ୨୦୧୮ ଅକ୍ଟୋବର ୨୫ ତାରିଖରେ କେନ୍ଦ୍ରୀୟ ପରୀକ୍ଷାଗାରରେ ହୋଇଥିବା ପରୀକ୍ଷା ରିପୋର୍ଟରେ ସାଂଘାତିକ ତଥ୍ୟ ମିଳିଥିଲା। ବ୍ରାହ୍ମଣୀ, ଖରସ୍ରୋତା ଓ ଗଣ୍ଡନାଳାର ୭ଟି ବିଭିନ୍ନ ସ୍ଥାନରେ ହୋଇଥିବା ପାଣିରେ ପରମିସିବୁଲ ଲିମିଟ ୦.୦୦୫(ମିଲିଗ୍ରାମ/ଲିଟର)ଠାରୁ ହାରାହାରି ୦.୦୯ (ମିଲିଗ୍ରାମ/ଲିଟର)ଫେନୋଲିକ କମ୍ପାଉଣ୍ଡ ଓ ପରମିସିବୁଲ ଲିମିଟ ୦.୦୫(ମିଲିଗ୍ରାମ/ଲିଟର) ଠାରୁ ୦.୪୨୭(ମିଲିଗ୍ରାମ/ଲିଟର) ସାୟାନାଇଡ ରହିଥିବା ରିପୋର୍ଟରେ ଦର୍ଶାଯାଇଥିଲା। ଏ ସଂକ୍ରାନ୍ତରେ କେନ୍ଦ୍ରୀୟ ପରୀକ୍ଷାଗାରର ପରିବେଶ ମୁଖ୍ୟ ବୈଜ୍ଞାନିକ ଏସପିସିବିର ସଦସ୍ୟ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶିଳ୍ପାଞ୍ଚଳର ବର୍ଜ୍ୟବସ୍ତୁ ମିଶୁଥିବା ନଦୀ ତଟବର୍ତ୍ତି ସ୍ଥାନଗୁଡ଼ିକରେ ଅନଲାଇନ ୱାଟର କ୍ବାଲିଟି ମନିଟରିଂ ସିଷ୍ଟମ ପ୍ରତିଷ୍ଠା ହୋଇ ପାରି ନ ଥିବାରୁ ଏଭଳି ପରିସ୍ଥିତି ଦେଖା ଦେଇଥିବା ସେତେବେଳେ ମତ ପ୍ରକାଶ ପାଇଥିଲା। ଇତିମଧ୍ୟରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ବିହିତ ପଦକ୍ଷେପ ନିଆଯାଉଥିବା ଏସପିସିବି ଦାବି କରିଛି। କିନ୍ତୁ ଅଦ୍ୟାବଧି ପରିସ୍ଥିତି ସୁଧୁରିବା ତ ଦୂରର କଥା ଅଧିକ ଉତ୍କଟ ହୋଇଛି ବୋଲି ଅଭିଯୋଗ ଉଠିଛି। କାରଖାନାରୁ ବିଭିନ୍ନ ରାସାୟନିକ ମିଶ୍ରିତ ପାଣି ଏବେ ମଧ୍ୟ ଗଣ୍ଡାନାଳ ଦେଇ ଖରସ୍ରୋତା ଓ ବ୍ରାହ୍ମଣୀ ନଦୀକୁ ଆସୁଛି। ଗଣ୍ଡାନାଳ ଓ ଖରସ୍ରୋତା ନଦୀ ଅତିମାତ୍ରାରେ ପ୍ରଦୂଷିତ ହୋଇଥିବା ଖାଲି ଆଖିରେ ମଧ୍ୟ ଜଣାପଡୁଛି। ତେବେ ଏ ସଂକ୍ରାନ୍ତରେ ଏସପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ବେହେରା କହିଛନ୍ତି ରବିବାର ଅନ୍ଧାରି ନାଳରେ ସୃଷ୍ଟି ହୋଇଥିବା ଫେଣ ଯେ କୌଣସି ଡିଟରଜେଣ୍ଟ ଜନିତ କାରଣରୁ ହୋଇଥାଇପାରେ। ଜଳ ନମୁନା ପରୀକ୍ଷାରେ ଅନୁଜ୍ଞେୟ ପରିମାଣର ବିଭିନ୍ନ ଦ୍ରବ୍ୟ ରହିଛି। ଏଥିଯୋଗୁ କୌଣସି ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri