ଅନ୍ଧାରି ନାଳରେ ଫେଣ ପାଣି ପ୍ରସଙ୍ଗ:ବିପଦମୁକ୍ତ ଦର୍ଶାଇଲା ପରୀକ୍ଷା ରିପୋର୍ଟ

ଯାଜପୁର ଅଫିସ,୪ା୧୨- ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ଅନ୍ଧାରି ନାଳରେ ରବିବାର ପ୍ରଚୁର ମାତ୍ରାରେ ବୋହିଥିବା ଫେଣ ପାଣି ବିପଦମୁକ୍ତ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି)ର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରା ଏହି ସୂଚନା ଦେଇଛନ୍ତି। ସେହିପରି ବିଧାନସଭା ପ୍ରଶ୍ନର ଉତ୍ତରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ମଧ୍ୟ ପ୍ରଦୂଷଣ ସମ୍ପର୍କରେ ସକରାମତ୍କ ଉତ୍ତର ରଖିଛନ୍ତି। ତେବେ କଳିଙ୍ଗନଗର ଶିଳ୍ପାଞ୍ଚଳର ଜଳ ଓ ବାୟୁ ପ୍ରଦୂଷଣକୁ ନେଇ ବାସ୍ତବସ୍ଥିତିକୁ ଅନୁଧ୍ୟାନ କଲେ ଏହିସବୁ ରିପୋର୍ଟକୁ ସ୍ଥାନୀୟବାସୀ ସହଜରେ ଗ୍ରହଣ କରି ପାରୁନାହାନ୍ତି।
ରବିବାର ସକାଳେ ଅନ୍ଧାରି ନାଳରେ ପ୍ରଚୁରମାତ୍ରାରେ ଫେଣ ପାଣି ବାହାରୁଥିବାନେଇ ସ୍ଥାନୀୟ ଅଞ୍ଚଳବାସୀ ଦେଖିବା ପରେ ଭୟଭୀତ ହୋଇଯାଇଥିଲେ। ଏକ କାରଖାନାରୁ ବିଷାକ୍ତ ପାଣି ଛଡ଼ାଯାଇଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଥିଲା। ଏହା ଜଣାପଡ଼ିବା ପରେ ଏସ୍‌ପିସିବି ପକ୍ଷରୁ ତୁରନ୍ତ ଉକ୍ତ ଫେଣ ପାଣିର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ପରୀକ୍ଷା ପରେ ଉକ୍ତ ଫେଣ ପାଣିରେ କୌଣସି ରାସାୟନିକ ବିଷାକ୍ତ ଦ୍ରବ୍ୟ ଥିବା ଜଣା ପଡିନାହିଁ। ପାଣିରେ ଅନୁଜ୍ଞେୟ (ପରମିସିବୁଲ ଲିମିଟ)ରେ ବିଭିନ୍ନ ଦ୍ରବ୍ୟ ଭାସମାନ ରହିଛି। ଯାହାକି ଲୋକଙ୍କ ପାଇଁ କୌଣସି ବିପଦ ନାହିଁ ବୋଲି ଏସ୍‌ପିସିବି ପକ୍ଷରୁ କୁହାଯାଇଛି। ସେହିପରି କଳିଙ୍ଗନଗରସ୍ଥିତ ବିଭିନ୍ନ ଇସ୍ପାତ କାରଖାନାର ବର୍ଜ୍ୟଜଳ ନିଷ୍କାସନ ଯୋଗୁ ଚାଷଜମି ନଷ୍ଟ ହେବା ସଂକ୍ରାନ୍ତରେ ଗତ ବିଧାନସଭା ଅଧିବେଶନରେ ହୋଇଥିବା ପ୍ରଶ୍ନର ଉତ୍ତରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମକେଶରୀ ଆରୁଖ ମଧ୍ୟ ସକରାମତ୍କ ଉତ୍ତର ରଖିଥିଲେ। ଉତ୍ତରରେ ସେ ଦର୍ଶାଇଛନ୍ତି ଯେ, ଏସ୍‌ପିସିବି ଦ୍ୱାରା ସଂପୃକ୍ତ କାରଖାନାମାନଙ୍କ ବିରୋଧରେ ଜଳ ପ୍ରଦୂଷଣ ନିୟନ୍ତ୍ରଣ ଆଇନ ୧୯୭୪ ଅନୁଯାୟୀ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏସ୍‌ପିସିବିର କୌଣସି ଅଧିକାରୀଙ୍କ ଦ୍ୱାରା କୌଣସି କାରଖାନାକୁ ଅନୁଗ୍ରହ ପ୍ରଦର୍ଶନ କରାଯାଇ ନାହିଁ। ଏଣୁ କୌଣସି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ପଡ଼ିନାହିଁ ା ଏହାସହ ଏହି ଅଞ୍ଚଳରେ ଭୂତଳ ଜଳ ପ୍ରଦୂଷିତ ହେବାର କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ସରକାରଙ୍କ ନିକଟରେ ଉପଲବ୍ଧ ନାହିଁ ା ତେବେ ନିକଟ ଅତୀତରେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଭୂତଳ ଜଳ ପ୍ରଦୂଷଣ ସମ୍ପର୍କରେ ଅଭିଯୋଗ ସରକାରଙ୍କ ହସ୍ତଗତ ହେବା ପରେ ଏସ୍‌ପିସିବିକୁ ଏହାର ଅନୁସନ୍ଧାନ ଓ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜଣାଇ ଦିଆଯାଇଛି ବୋଲି ମନ୍ତ୍ରୀ ଆରୁଖ ଦର୍ଶାଇଛନ୍ତି। ହେଲେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ। କଳିଙ୍ଗନଗର ଶିଳ୍ପାଞ୍ଚଳ ଲୋକଙ୍କ ମୁଣ୍ଡ ଉପରେ ଏବେବି ଧୂଆଁ, ପାଉଁଶ ଏବଂ ବିଷାକ୍ତ ଦ୍ରବ୍ୟ ସାୟାନାଇଡ ଓ ଫେନୋଲିକ କମ୍ପାଉଣ୍ଡ(କୋଇଲାକ୍ତ ପଦାର୍ଥ)ବିଷ ଖଣ୍ଡା ଝୁଲୁଛି। ଏହା ବିରୋଧରେ ଏସ୍‌ପିସିବି କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ମୌନତା ଅବଲମ୍ବନ କରୁଛି। ଧୂଆଁ, ପାଉଁଶ ନିର୍ଗମନ ସାଙ୍ଗକୁ କାରଖାନାରୁ ନିର୍ଗତ ମାରାତ୍ମକ ସାୟାନାଇଡ ଓ ଫେନୋଲେିକ ଅଞ୍ଚଳର ଗଣ୍ଡାନାଳ, ଖରସ୍ରୋତା ଓ ବ୍ରାହ୍ମଣୀ ନଦୀକୁ ବିଷାକ୍ତ କରୁଥିବାର ପୂର୍ବରୁ ନଜିର ରହିଛି। ୨୦୧୮ ଅକ୍ଟୋବର ୨୫ ତାରିଖରେ କେନ୍ଦ୍ରୀୟ ପରୀକ୍ଷାଗାରରେ ହୋଇଥିବା ପରୀକ୍ଷା ରିପୋର୍ଟରେ ସାଂଘାତିକ ତଥ୍ୟ ମିଳିଥିଲା। ବ୍ରାହ୍ମଣୀ, ଖରସ୍ରୋତା ଓ ଗଣ୍ଡନାଳାର ୭ଟି ବିଭିନ୍ନ ସ୍ଥାନରେ ହୋଇଥିବା ପାଣିରେ ପରମିସିବୁଲ ଲିମିଟ ୦.୦୦୫(ମିଲିଗ୍ରାମ/ଲିଟର)ଠାରୁ ହାରାହାରି ୦.୦୯ (ମିଲିଗ୍ରାମ/ଲିଟର)ଫେନୋଲିକ କମ୍ପାଉଣ୍ଡ ଓ ପରମିସିବୁଲ ଲିମିଟ ୦.୦୫(ମିଲିଗ୍ରାମ/ଲିଟର) ଠାରୁ ୦.୪୨୭(ମିଲିଗ୍ରାମ/ଲିଟର) ସାୟାନାଇଡ ରହିଥିବା ରିପୋର୍ଟରେ ଦର୍ଶାଯାଇଥିଲା। ଏ ସଂକ୍ରାନ୍ତରେ କେନ୍ଦ୍ରୀୟ ପରୀକ୍ଷାଗାରର ପରିବେଶ ମୁଖ୍ୟ ବୈଜ୍ଞାନିକ ଏସପିସିବିର ସଦସ୍ୟ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶିଳ୍ପାଞ୍ଚଳର ବର୍ଜ୍ୟବସ୍ତୁ ମିଶୁଥିବା ନଦୀ ତଟବର୍ତ୍ତି ସ୍ଥାନଗୁଡ଼ିକରେ ଅନଲାଇନ ୱାଟର କ୍ବାଲିଟି ମନିଟରିଂ ସିଷ୍ଟମ ପ୍ରତିଷ୍ଠା ହୋଇ ପାରି ନ ଥିବାରୁ ଏଭଳି ପରିସ୍ଥିତି ଦେଖା ଦେଇଥିବା ସେତେବେଳେ ମତ ପ୍ରକାଶ ପାଇଥିଲା। ଇତିମଧ୍ୟରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ବିହିତ ପଦକ୍ଷେପ ନିଆଯାଉଥିବା ଏସପିସିବି ଦାବି କରିଛି। କିନ୍ତୁ ଅଦ୍ୟାବଧି ପରିସ୍ଥିତି ସୁଧୁରିବା ତ ଦୂରର କଥା ଅଧିକ ଉତ୍କଟ ହୋଇଛି ବୋଲି ଅଭିଯୋଗ ଉଠିଛି। କାରଖାନାରୁ ବିଭିନ୍ନ ରାସାୟନିକ ମିଶ୍ରିତ ପାଣି ଏବେ ମଧ୍ୟ ଗଣ୍ଡାନାଳ ଦେଇ ଖରସ୍ରୋତା ଓ ବ୍ରାହ୍ମଣୀ ନଦୀକୁ ଆସୁଛି। ଗଣ୍ଡାନାଳ ଓ ଖରସ୍ରୋତା ନଦୀ ଅତିମାତ୍ରାରେ ପ୍ରଦୂଷିତ ହୋଇଥିବା ଖାଲି ଆଖିରେ ମଧ୍ୟ ଜଣାପଡୁଛି। ତେବେ ଏ ସଂକ୍ରାନ୍ତରେ ଏସପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ବେହେରା କହିଛନ୍ତି ରବିବାର ଅନ୍ଧାରି ନାଳରେ ସୃଷ୍ଟି ହୋଇଥିବା ଫେଣ ଯେ କୌଣସି ଡିଟରଜେଣ୍ଟ ଜନିତ କାରଣରୁ ହୋଇଥାଇପାରେ। ଜଳ ନମୁନା ପରୀକ୍ଷାରେ ଅନୁଜ୍ଞେୟ ପରିମାଣର ବିଭିନ୍ନ ଦ୍ରବ୍ୟ ରହିଛି। ଏଥିଯୋଗୁ କୌଣସି ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀ ଶ୍ରୀ ଦଧିବାମନଙ୍କ ରଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି: ଆସନ୍ତା ୧୬ରେ ଶ୍ରୀଗୁଣ୍ଡିଚା, ୨୫ରେ ରଥ ଉପରେ…

ବରଗଡ଼, ୨ା୭ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲିସ୍ଥିତ ପ୍ରସିଦ୍ଧ ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା ପାଳନ ପାଇଁ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ…

ପରିବେଶ ସୁରକ୍ଷା ପାଇଁ ଆଗେଇ ଆସିଲେ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ: ‘ପିଲାଟିଏ ଗଛଟିଏ’ ଅଭିଯାନରେ …

ଦିଗପହଣ୍ଡି, ୨ା୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସିଦ୍ଧେଶ୍ୱର ଗ୍ରାମ ନିକଟସ୍ଥ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଗୁରୁବାର ୭୬ ତମ ବନ…

ଟ୍ରକ୍ ମିଳିଲା, ଚପଲ ମିଳିଲା…ହେଲେ ୮ ଦିନ ହେଲା ଡ୍ରାଇଭରଙ୍କ ପତ୍ତା ନାହିଁ, ଭୋକ-ଉପାସରେ ଏ ଥାନାରୁ ସେ ଥାନା ବୁଲି ନୟାନ୍ତ…

ଦିଗପହଣ୍ଡି, ୨ା୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମର ଜଣେ ଗାଡ଼ି ଚାଳକ ବାପୁଜୀ ସ୍ୱାଇଁ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଛନ୍ତି।…

ଦେଓ ନଦୀ ପୋଲ ଉପରେ ଗୋ-ଚାଲାଣ ଗାଡ଼ି ସହ ଅଟୋର ମୁହାଁମୁହିଁ ଧକ୍କା: ଗୋଟିଏ ବଳଦ ମୃତ, ଗୋ-ମାଫିଆ…

ପାଟଣା, ୨ା୭ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା-କରଞ୍ଜିଆ ଦେଇଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥରେ ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଯାଇଛି। ସାହାରପଡା ସ୍ଥିତ…

ଡୋକରୀଦର ଝରଣା ନିକଟରେ ଅଜଣା ମୃତଦେହ: ଖବର ପାଇ ବି ପହଞ୍ଚିଲାନି ପୋଲିସ, ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ

କୋକସରା, ୨ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖଲିଗଡ ପାଦଦେଶରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରାର ‘ଡୋକରୀଦର’ ଝରଣା ନିକଟରେ…

ବରଗଡ଼ ମଣ୍ଡିରୁ ଆସିଲା ଚିନ୍ତାଜନକ ଚିତ୍ର: ବିକ୍ରି ଧାନରୁ ବାହାରିଲାଣି ଗଜା, ଚାଷୀଙ୍କୁ ମିଳିନି ପ୍ରାପ୍ୟ; କଟନୀ-ଛଟନୀ…

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଗତମାସ ୩୦ତାରିଖରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। କିନ୍ତୁ ବିଭାଗୀୟ ଅବ୍ୟବସ୍ଥା ଯୋଗୁ ଏପର୍ଯ୍ୟନ୍ତ ଧାନ କିଣାବିକାରେ ଚାଷୀଙ୍କ ଦୁଃଖ…

ଗଜପତି ଜିଲା ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚାର ନୂଆ ଟିମ ଘୋଷିତ

ମୋହନା,୨।୭,( ମନ୍ମଥ ମିଶ୍ର ): ଭାରତୀୟ ଜନତା ପାର୍ଟିର ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କ ସୁପାରିଶ ଓ ଗଜପତି ଜିଲା ସଭାପତି ନବ କିଶୋର…

ଜୁଆ ଖେଳୁଥିବା ସମୟରେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ

ରିଷିଡା, ୨।୭,(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ଅନ୍ତର୍ଗତ ଗଜବାହଲ ପଞ୍ଚାୟତ ସ୍ଥିତ ବାଲାଜୀ ରାଇସ ମିଲ ଭିତରେ ଗୁରୁବାର କୌଣସି ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri