ଅନ୍ତର୍ଜାତୀୟ ରେଡିିଓ ମେଳା ଆରମ୍ଭ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ବିଶ୍ୱ ରେଡିଓ ଦିବସ ଅବସରରେ ଆଉଟ୍‌ରିଚ୍‌ ପକ୍ଷରୁ ୬ଷ୍ଠ ଅନ୍ତର୍ଜାତୀୟ ରେଡିଓ ମେଳା ଗୁରୁବାର ଭଞ୍ଜକଳା ମଣ୍ଡପଠାରେ ଉଦ୍‌ଘାଟିତ ହୋଇଯାଇଛି। ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାରାଣ୍ଡିି, ରେଡିଓ ଚକୋଲେଟ୍‌ କାର୍ଯ୍ୟକାରୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଏବଂ ଆଉଟ୍‌ରିଚ୍‌ ମୁଖ୍ୟ ସୁବ୍ରତ କୁମାର ପତି ପ୍ରମୁଖ ଯୋଗଦେଇ ଏହି ଦୁଇଦିନିଆ ମେଳାକୁ ଉଦ୍‌ଘାଟନ କରିଥିଲେ। ଦେଶ ବିଦେଶର ବହୁ ରେଡିଓ ଷ୍ଟେଶନ ଏଥିରେ ସାମିଲ ହୋଇଥିବାବେଳେ ଶହ ଶହ ସଂଖ୍ୟାରେ ନୂଆ ଓ ପୁରୁଣା ରେଡିଓ, ଗ୍ରାମଫୋନ୍‌, ହାମ୍‌ ରେଡିଓ ପ୍ରଦର୍ଶନୀ ମେଳାର ଆକର୍ଷଣ ସାଜିଛି। ସୁଦୂର ଜାପାନ, ବାଂଲାଦେଶ ପରି ଦେଶର ରେଡିଓ ଷ୍ଟେଶନ ଏଥର ରେଡିଓ ମେଳାରେ ସାମିଲ ହୋଇଛନ୍ତି। ସେହିଭଳି ବିଗ୍‌ ଏଫ୍‌ଏମ୍‌, ରେଡିଓ ଚକୋଲେଟ୍‌, ତରଙ୍ଗ ଏଫ୍‌ଏମ୍‌, ରେଡିଓ ଭୁବନେଶ୍ୱର, ଆସାମର ରେଡିଓ ବ୍ରହ୍ମପୁତ୍ର ସମେତ ବିଭିନ୍ନ ଭାରତୀୟ ରେଡିଓ ଚ୍ୟାନେଲ ମେଳାରେ ନିଜର ଷ୍ଟଲ୍‌ ପ୍ରଦର୍ଶନ କରିଛନ୍ତି। ବାଂଲାଦେଶ, ତ୍ରିପୁରା, ଆସାମ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ପଶ୍ଚିମବଙ୍ଗ, ବିହାର, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଉତ୍ତରପ୍ରଦଶ ଓ ଦିଲ୍ଲୀରୁ ଅନେକ ଶ୍ରୋତା ଓ ରେଡିଓପ୍ରେମୀଙ୍କୁ ଏଠାରେ ଦେଖିବାକୁ ମିଳିଥିଲା।
ଚଳିତବର୍ଷ ବିଭିନ୍ନ ରାଜ୍ୟର ଲାଇସେନ୍ସପ୍ରାପ୍ତ ହାମ୍‌ ରେଡିଓ ଅପରେଟର ମେଳାରେ ଅଂଶଗ୍ରହଣ କରିଛନ୍ତି। ଏମାନେ ହାମ୍‌ ରେଡିଓ ସମେତ ଏମରଜେନ୍ସି ରେଡିଓ ପ୍ରଦର୍ଶନୀ କରିଥିବା ଦେଖିବାକୁ ମିଳିଥିଲା। ଅନ୍ତର୍ଜାତୀୟସ୍ତରରେ ଏ ସମ୍ପର୍କିତ ଜ୍ଞାନକୌଶଳ ଓ ପରାମର୍ଶ ଦେଉଥିବା ସଂସ୍ଥା ବେସିଲ୍‌ ରେଡିଓ ପକ୍ଷରୁ ମେଳା ପରିସରରେ ଏକ ସ୍ବତନ୍ତ୍ର ଷ୍ଟଲ୍‌ ଖୋଲାଯାଇଛି। ଏହି ଷ୍ଟଲ୍‌ରେ ଏକ ଡେମୋ ରେଡିଓ ଷ୍ଟୁଡିଓ କରାଯାଇଥିବାବେଳେ ଆଗ୍ରହୀ ବ୍ୟକ୍ତିବିଶେଷ ତଥା ସଂସ୍ଥାଗୁଡ଼ିକୁ କମ୍ୟୁନିଟି ରେଡିଓ ଷ୍ଟେଶନ ତିଆରି କରିବା ପାଇଁ ଏଠାରେ ଆବଶ୍ୟକ ସୂଚନା ଦିଆଯାଉଛି। ଦେଶର ଅନ୍ୟତମ ଲୋକପ୍ରିୟ ରେଡିଓ ଜକି ତଥା ମାଇଁ ଏଫ୍‌ଏମ୍‌ ଜୟପୁରର ଆର୍‌.ଜେ. କାର୍ତ୍ତିକ ଏଥର ମେଳାର ଆକର୍ଷଣ ସାଜିଥିଲେ। ରେଡିଓରେ କ୍ୟାରିୟର୍‌ କରିବାକୁ ଚାହୁଁଥିବା ଯୁବପିଢ଼ିଙ୍କୁ ପ୍ରଶିକ୍ଷଣ ଦେବାସହ ରେଡିଓ ସମ୍ପର୍କରେ ସେ ଆଲୋଚନା କରିଥିଲେ। ଏହି ଅବସରରେ ୨୦୧୯ ପାଇଁ ଆର୍‌.ଜେ. କାର୍ତ୍ତିକଙ୍କୁ ଲୋକପ୍ରିୟ ରେଡିଓ ପ୍ରସାରକଭାବେ ଆଉଟ୍‌ରିଚ୍‌ ପକ୍ଷରୁ ସମ୍ମାନିତ କରାଯାଇଥିଲା। ସେହିଭଳି ପଶ୍ଚିମବଙ୍ଗର ସିଦ୍ଧାର୍ଥ ଭଟ୍ଟାଚାର୍ଯ୍ୟଙ୍କୁ ଶ୍ରେଷ୍ଠ ଶ୍ରୋତା ଓ ଆସାମର ରେଡିଓ ବ୍ରହ୍ମପୁତ୍ରକୁ ଶ୍ରେଷ୍ଠ କମ୍ୟୁନିଟି ରେଡିଓ ଭାବେ ସମ୍ମାନିତ କରାଯାଇଥିଲା।

ଆକର୍ଷଣ ସାଜିଛି ଭିଣ୍ଟେଜ୍‌ ରେଡିଓ:
ରେଡିଓ ମେଳାର ସବୁଠାରୁ ବଡ଼ ଆକର୍ଷଣ ହେଉଛି ଶହ ଶହ ସଂଖ୍ୟାରେ ପ୍ରଦର୍ଶିତ ହୋଇଥିବା ଭିଣ୍ଟେଜ୍‌ ବା ପୁରୁଣା ରେଡିଓ। ବୋଲଗଡ଼ର ଅକ୍ଷୟ ପଟ୍ଟନାୟକ, ଭୁବନେଶ୍ୱରର ସଞ୍ଜୀବ ମାନା, କଟକର କାଳୀପ୍ରସନ୍ନ ପଣ୍ଡା ଓ ସନ୍ତୋଷ ବିଶ୍ୱାଳ ୪ ହଜାରରୁ ଅଧିକ ପୁରାତନ ଏବଂ ବିରଳ ରେଡିଓ ଏଠାରେ ପ୍ରଦର୍ଶିତ କରିଛନ୍ତି। ସେହିଭଳି ପ୍ରତିବର୍ଷ ଭଳି ଏଥର ମଧ୍ୟ ମେଳାରେ ବିଭିନ୍ନ ପ୍ରକାର ରେଡିଓ ସେଟ୍‌ ବିକ୍ରି କରାଯାଉଛି। ବଜାରରେ ସାଧାରଣତଃ ଏହି ରେଡିଓ ମିଳୁ ନ ଥିବାବେଳେ ଏଠାରେ ପର୍ଯ୍ୟାପ୍ତ ପରିମାଣରେ ବିକ୍ରି ହେଉଛି। ଏହାସହ ମେଳାରେ ଏକ ଷ୍ଟଲ୍‌ରେ ତିଆରି ହେଉଛି ହାତ ତିଆରିି ରେଡିଓ। ଭୁବନେଶ୍ୱରର ରାଜେନ୍ଦ୍ର ଓ ତାଙ୍କ ସ୍ତ୍ରୀ ଏକ ଷ୍ଟଲ୍‌ରେ କଷ୍ଟମାଇଜ୍‌ଡ ରେଡିଓ ବିକ୍ରି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri