ଅନୁଶାସନ

ପିଲାମାନଙ୍କର ବୟସ ବଢ଼ିବା ସହ ସେମାନଙ୍କର ଦାୟିତ୍ୱବୋଧ ବଢ଼ିଥାଏ। ନିଜ କାମ ନିଜେ କରିବା, ନିଜର ଅସୁବିଧା ମା’-ବାପାଙ୍କୁ କହିବା ଏବଂ ତାହାର ସମାଧାନ କରିବା ବିଷୟରେ ସେମାନେ ଅବଗତ ହେବା ଦରକାର। ନିଜ ଦାୟିତ୍ୱ ପ୍ରତି ଅବହେଳା କଲେ ତାହାର ପ୍ରଭାବ ନିଜ ପାଠପଢ଼ା ଏବଂ କ୍ୟାରିୟର ଉପରେ ପଡିଥାଏ…

ଏକ ଶୃଙ୍ଖଳିତ ଜୀବନ ଗଢ଼ିବାରେ ଅନୁଶାସନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଯଦି ପିଲାମାନେ ଏ ନେଇ ଆରମ୍ଭରୁ ସଚେତନ ରହିଲେ ତେବେ ସେମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହୋଇଥାଏ। ଅର୍ଥାତ୍‌ ପିଲାମାନଙ୍କର ଭବିଷ୍ୟତକୁ ଅନୁଶାସିତ କରିବା ପାଇଁ ମା-ବାପାଙ୍କର ପ୍ରମୁଖ ଭୂମିକା ରହିଛି। ପିଲା ଯେତେବେଳେ ଛୋଟ ଥାଏ ସେତେବେଳେ ମାତା ପିତା ତାଙ୍କର ସବୁ କାମ କରିଥାନ୍ତି। ତାଙ୍କର ଖେଳନା ଠିକ୍‌ ଜାଗାରେ ରଖିବା,ବେଡ୍‌ ସଜାଡିବା,ବହି ପଡି ଯାଇଛି ତାକୁ ସଜାଡି ରଖିବା,ରୁମ୍‌କୁ ସଫାକରିବା ଏବଂ ଆଉ କେତେ କ’ଣ କାମ। ହେଲେ ବୟସ ବଢ଼ିବା ସହ ପିଲାମାନେ କିପରି ନିଜ କାମ ନିଜେ କରିପାରିବେ ସେ ନେଇ ସେମାନଙ୍କୁ ଶିଖାଇବା ଦରକାର। ତା’ସହ ସେମାନଙ୍କର ଜୀବନଶୈଳୀ କିପରି ଶୃଙ୍ଖଳିତ ହେବ ସେ ନେଇ ମା-ବାପା ଯତ୍ନବାନ ହେବା ସହ ସେମାନଙ୍କୁ ବୁଝାଇବା ଆବଶ୍ୟକ। ତେବେ ଜାଣନ୍ତୁ ସେ ସମ୍ପର୍କରେ ଟିପ୍ସ …
ସମୟାନୁବର୍ତ୍ତିତା : ନିଜ ଜୀବନକୁ ସରସ ସୁନ୍ଦର ଭାବରେ ଗଢ଼ି ତୋଳିବାକୁୂ ହେଲେ ପିଲାମାନେ ପ୍ରଥମେ ସମୟାନୁବର୍ତ୍ତୀ ହେବା ନିହାତି ଦରକାର। ସମୟର ମୂଲ୍ୟବୋଧ ସେମାନଙ୍କୁ ଶିଖାନ୍ତୁ। ଏହାଦ୍ୱାରା ସେମାନେ ନିଜ କାମକୁ ନିଜେ ବେଶ୍‌ ସୁଚାରୁରୂପେ ସମ୍ପାଦନ କରିପାରିବେ।
ଦାୟିତ୍ୱବୋଧ : ପିଲାମାନଙ୍କର ବୟସ ବଢ଼ିବା ସହ ସେମାନଙ୍କର ଦାୟିତ୍ୱବୋଧ ବଢ଼ିଥାଏ। ନିଜ କାମ ନିଜେ କରିବା, ନିଜର ଅସୁବିଧା ମା-ବାପାଙ୍କୁ କହିବା ଏବଂ ତାହାର ସମାଧାନ କରିବା ବିଷୟରେ ସେମାନେ ଅବଗତ ହେବା ଦରକାର। ନିଜ ଦାୟିତ୍ୱ ପ୍ରତି ଅବହେଳା କଲେ ତାହାର ପ୍ରଭାବ ନିଜ ପାଠପଢ଼ା ଏବଂ କ୍ୟାରିୟର ଉପରେ ପଡିଥାଏ।
ଆଚାର ବ୍ୟବହାର : ନିଜକୁ ପ୍ରଶଂସାଭାଜନ କରିବା ପଛରେ ପିଲାଟିର ଆଚାର ବ୍ୟବହାରର ଭୂମିକା ରହିଛି। ଗୁରୁଜନଙ୍କୁ ସମ୍ମାନ ଦେବା, କାହା ସହ କିପରି କଥା ହେବା, ସାମାନ୍ୟ କଥାରେ ଉତ୍ତେଜିତ ନ ହୋଇ ଶାନ୍ତ ସରଳ ଭାବରେ ତାହାକୁ ସମାଧାନ କରିବା ବିଷୟରେ ପିଲା ଜାଣିବା ଦରକାର। ଯଦି ଏଥିରେ କିଛି ଫରକ ଅନୁଭବ କରୁଛନ୍ତି ତେବେ ପିଲାଟିକୁ ଏ ନେଇ ଶିଖାଇବାକୁ ଭୁଲନ୍ତୁ ନାହିଁ।
ଅଭ୍ୟାସ : ପିଲାମାନେ ଯେ ମନକୁ ମନ ସବୁକଥା ଶିଖିଯିବେ ସେପରି ଭାବନା ପ୍ରଥମେ ମା-ବାପା ନିଜ ମନରୁ ଦୂର କରିବା ଆବଶ୍ୟକ। ନିଜ କାମ ନିଜେ କରିବା, ଭଲ କଥା ଶିଖିତ୍ବାକୁ ସେମାନେ କିପରି ଅଭ୍ୟାସ କରିବେ ତାହା ଆରମ୍ଭରୁ ହିଁ ଶିଖାଇବା ଦରକାର। ଛୋଟ ପିଲା ଯେତେବେଳେ ଖେଳଣା ଖେଳୁଛି ସେତେବେଳେ ତାକୁ ଖେଳଣା ଖେଳିବା ପରେ ତାକୁ ସଜାଡି ରଖିବା ଲାଗି କୁହନ୍ତୁ। କାମ ଛୋଟ ହେଉ ନା କାହିଁକି ତାକୁ ଏପରି ଅଭ୍ୟାସ କରାନ୍ତୁ ଯେପରି ସମୟକ୍ରମେ ତାହା ସେମାନଙ୍କର ଅଭ୍ୟାସରେ ପରିଣତ ହୋଇଯିବ।
ଏବେ ଡେରି ହୋଇ ନାହିଁ : ଇଂଲିଶରେ ଗୋଟିଏ କଥା ଅଛି ‘ଇଟ୍ସ ନେଭର ଟୁ ଲେଟ୍‌ ଟୁ ଷ୍ଟାର୍ଟ’। ଏହାର ଅର୍ଥ ହେଉଛି ଆରମ୍ଭ କରିବାର ସମୟ ଏବେ ଡେରି ହୋଇନାହିଁ। ଯଦି ଆପଣଙ୍କ ପିଲା ବଡ ହୋଇଗଲାଣି ତେବେ ତାକୁ ନିଜ ରୁମ୍‌କୁ କିପରି ସଫାସୁତୁରା ରଖିବ ଏବଂ ଜିନିଷପତ୍ରଗୁଡିକୁ ସଜାଡି ରଖିବ ସେ ସମ୍ପର୍କରେ ଶିଖାନ୍ତୁ। ପ୍ରଥମରୁ ସଫା ରୁମ୍‌ ରଖିବା ଶିଖାନ୍ତୁ ପରେ ସେ ତା ନିଜ ହିସାବରେ କିପରି ରୁମ୍‌କୁ ସଜାଇବ ତା ଉପରେ ଛାଡି ଦିଅନ୍ତୁ।
ପିଲାଙ୍କ ମୁତାବକ ଜିନିଷ ଚୟନ କରନ୍ତୁ : ପିଲାଙ୍କ ବେଡ୍‌ ରୁମ୍‌ ହେଉ ଅବା ଷ୍ଟଡି ରୁମ୍‌-ପିଲାର ପସନ୍ଦ ଅନୁଯାୟୀ ଜିନିଷ ସେଠାରେ ରହିଲେ ତାହା ସେମାନଙ୍କ ମନରେ ଖୁସି ଆଣିଥାଏ। ପରଦାଠାରୁ ଆରମ୍ଭ କରି ତକିଆ ପର୍ଯ୍ୟନ୍ତ ବେଡ୍‌ ବି ରଙ୍ଗିନ ଓ ସୁନ୍ଦର ହେବା ଆବଶ୍ୟକ। ଯଦି ଫର୍ନିଚର ତାଙ୍କ ହିସାବରେ ନାହିଁ ତେବେ ତାଙ୍କ ହିସାବରେ ଅନୁକୂଳ ମୁତାବକ କରିପାରିବେ। ଏମିତିରେ ଫର୍ନିଚରକୁ ଅଲଗା ଅଲଗା ରଙ୍ଗରେ ସଜାଇ ପାରିବେ। ଜିନିଷ ଏମିତି ହେବା ଆବଶ୍ୟକ ଯାହାକୁ ପିଲା ନିଜେ ସଫା କରି ରଖି ପାରିବ।
ବେଡ୍‌ ସଜାଡିବା : ପିଲାମାନେ ନିଜ ବେଡ୍‌କୁ ନିଜେ ସଜାଡି ପାରୁଛନ୍ତି କି ନାହିଁ ପ୍ରଥମେ ଲକ୍ଷ୍ୟ କରନ୍ତୁ। ଯଦି କିଛି ଏପଟସେପଟ ହେଉଛି ତେବେ ତାହାକୁ ପରିବର୍ତ୍ତନ କରିବାକୁ ଶିଖାନ୍ତୁ ଯଥା ବେଡଶିଟ୍‌କୁ କିପରି ଠିକ୍‌ କରାଯିବ, ତକିଆ ଆଦିକୁ କିପରି ସଜଡାଯିବ ଓ କେତେଦିନରେ ବଦଳାଇବା ଆବଶ୍ୟକ ଆଦି।
ଅନାବଶ୍ୟକ ଜିନିଷକୁ କାଢ଼ି ଦିଅନ୍ତୁ : ଯେଉଁ ଜିନିଷ କାମରେ ଆସୁନି ତାକୁ କାଢ଼ି ଦିଅନ୍ତୁ କିମ୍ବା କାହାର ଆବଶ୍ୟକ ଆସୁଥିବା ଭଳି ଲୋକଙ୍କୁ ଦେଇ ଦିଅନ୍ତୁ। ହୋଇପାରେ ପିଲାଙ୍କ ଦ୍ୱାରା ଏହି କାମ କରାନ୍ତୁ। ଏହାଦ୍ୱାରା ସେ ଅନ୍ୟଙ୍କ ଲାଗି ଭାବିବ ଓ ତାଙ୍କ ପ୍ରତି ସେ ସମ୍ବେଦନଶୀଳ ହୋଇପାରିବ।
ପିଲା ଯେତେବେଳେ ନିଜ ରୁମ୍‌କୁ ନିଜ ହିସାବରେ ସେଟ୍‌ କରି ଦେଉଛି ତେବେ ତା’ର ଫଟୋ କିଛି ଉଠାଇ ରଖନ୍ତୁ। ଏହି ଫଟୋକୁ ତା’ର ଷ୍ଟଡି ଟେବୁଲ୍‌ ପାଖରେ ଓ ବେଡ୍‌ ପାଖରେ ରଖି ସଜାଇ ପାରିବେ। ଏହାଦ୍ୱାରା ସେ ଜାଣିବ ଯେ ଖୋଲାମେଲା ହୋଇପଡିଥିବା ରୁମ୍‌କୁ କେଉଁଠି କେଉଁ ଜିନିଷ ରଖିଲେ ସୁନ୍ଦର ଲାଗିବ ଓ ଏ ବିଷୟରେ ତା’ର ଟିକେ ଆଇଡିଆ ହୋଇଯିବ।

ସେମାନେ ଯାହା କରନ୍ତି…
ବ୍ୟବହାର ଉପରେ ଗୁରୁତ୍ୱ ଦିଏ: -କୁଞ୍ଜଲତା ରାଉତ,
ଜଗନ୍ନାଥ ନଗର, ଭୁବନେଶ୍ୱର
ମୋ ପୁଅ ଛୋଟ ବେଳରୁ ନିଜ ବହି ପତ୍ରକୁ ସଜାଡି ରଖିବା ତା’ର ଏକ ଅଭ୍ୟାସ ।
ବହିପତ୍ର ସହ ସେ ନିଜ ପାଠପଢ଼ାକୁ ଅଧିକ ଗୁରୁତ୍ୱ ଦିଏ। ମୋ ପିଲା କିପରି ଅନ୍ୟମାନଙ୍କୁ ଭଦ୍ର ବ୍ୟବହାର କରିବ ସେ ନେଇ ସବୁବେଳେ ସଜାଗ ଥାଏ। ଏ ନେଇ ତାକୁ ପିଲାଟି ଦିନରୁ ବୁଝାଇ ଆସିଛି। ତେଣୁ ସେ ନିଜ ବ୍ୟବହାର ନେଇ ବେଶ୍‌ ସଚେତନ। ତା’ସହ ପିଲାର ଶୃଙ୍ଖଳିତ ଜୀବନଶୈଳୀ, ପାଠପଢ଼ା ପ୍ରତି ମଧ୍ୟ ନଜର ଦିଏ।

ପିଲାମାନଙ୍କର ରୁଟିନ୍‌ ଲାଇଫ ଉପରେ ଗୁୁରୁତ୍ୱ ଦିଏ
-ସୁପ୍ରିୟା ପଟ୍ଟନାୟକ, ଯାତ୍ରାଗାଚି,ନିୟୁ ଟାଉନ,କୋଲକାତା
ଆଜିକାଲି ପିଲାମାନେ ନିଜକୁ କେବଳ ପାଠପଢ଼ା ନୁହେଁ ଅନ୍ୟ ବିଷୟ ସହ ଜଡିତ ରଖି ସେଥିରେ ନିଜର ପାରିଦର୍ଶିତ ଦେଖାଇ ପାରୁଛନ୍ତି। ତେଣୁ ସେମାନଙ୍କର ଶୃଙ୍ଖଳିତ ଜୀବନଧାରା ପାଇଁ ରୁଟିନ ପ୍ରସ୍ତୁତ କରିବା ଦରକାର। କେତେବେଳେ ସେମାନେ କ’ଣ କରିବେ ତାହା ଉପରେ ମୁଁ ସବୁବେଳେ ଗୁରୁତ୍ୱ ଦିଏ। ସେଥିପାଇଁ ଟାଇମଟେବୁଲ ପ୍ରସ୍ତୁତ କରିଛି। ଯେହେତୁ ମୋ ସ୍ବାମୀ ନିଜ ଚାକିରି ପାଇଁ ଅଧିକ ସମୟ ଦିଅନ୍ତି ତେଣୁ ପିଲା ପ୍ରତି ମୁଁ ଅଧିକ ଯତ୍ନବାନ ହୋଇଥାଏ। ସେ କେତେବେଳେ ଖାଇବ, ପଢ଼ିବ, ଖେଳିବ, ଟିଭି ଦେଖିବ-ସବୁ କଥାରୁ ମୁଁ ଟାଇଟ ଫିକ୍ସ କରିଛି। ଏହା ସହ ସେ କାହା ସହ କିପରି କଥା ହେଉଛି ତାକୁ ମଧ୍ୟ ନଜର ଦିଏ। ପିଲାଟି ଯଦି ଭଲ କାମ କରୁଛି ତେବେ ତାକୁ ସେ ଦିଗରେ ଉତ୍ସାହିତ କଲେ ତାହାର ଆଗ୍ରହ ବଢ଼ିଥାଏ। ଗୋଟିଏ କଥା-ଅନ୍ୟ ଲୋକଙ୍କ ସମ୍ମୁଖରେ ପିଲାର ମନ୍ଦଗୁଣ ଗପିବା ଠିକ୍‌ ନୁହେଁ, କାରଣ ଏହାର ଖରାପ ପ୍ରଭାବ ପିଲା ଉପରେ ପଡିଥାଏ। ଘରର ପରିବେଶ ଏପରି ହେବା ଦରକାର ଯାହାଦ୍ୱାରା ପିଲାଟି ନିଜ ଜୀବନଶୈଳୀକୁ ଶୃଙ୍ଖଳିତ କରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri