ଅନୁଗୋଳ ଜିଲାରେ ଖୋଲିଲା ୩ ମଣ୍ଡି

ଅନୁଗୋଳ ଅଫିସ/ତାଳଚେର/ପାଲଲହଡ଼ା/ବଇଣ୍ଡା, ୧୭।୧୨

ଅନୁଗୋଳ ଜିଲାର ୩ଟି ବ୍ଲକ ଅଞ୍ଚଳରେ ସୋମବାର ଧାନମଣ୍ଡି ଉଦ୍‌ଘାଟିତ ହୋଇଛି। ପାଲଲହଡ଼ା ବ୍ଲକ ନିଜିଗଡ଼ରେ ଜିଲାପାଳ ମନୋଜ କୁମାର ମହାନ୍ତି ମଣ୍ଡି ଉଦ୍‌ଘାଟନ କରିଥିବାବେଳେ କଳମଛୁଇଁରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଓ ଆଠମଲ୍ଲିକ ପାଇକସାହିରେ ସ୍ଥାନୀୟ ବିଧାୟକ ରମେଶ ସାଏ ଧାନ ମଣ୍ଡି ଉଦ୍‌ଘାଟନ କରିଛନ୍ତି। ତେବେ ଚଳିତ ବର୍ଷ ଜିଲାରେ ମୋଟ ୯୪ଟି ମଣ୍ଡି ଖୋଲିବ ବୋଲି ଜିଲା ଯୋଗାଣ ବିଭାଗ ଅଧିକାରୀ ଉମାଶଙ୍କର ପତି ସୂଚନା ଦେଇଛନ୍ତି। ପ୍ରତି ମଣ୍ଡିରେ ଦୈନିକ ଏକ ହଜାର କୁଇଣ୍ଟାଲ ଧାନ କିଣାହେବାର ବ୍ୟବସ୍ଥା ରହିଥିବାବେଳେ ପ୍ରତି ଚାଷୀ ଦୈନିକ ୫୦ କୁଇଣ୍ଟାଲ ଧାନ ବିକିପାରିବେ ବୋଲି ସେ କହିଛନ୍ତି।
ଖୋଲିବାକୁ ଥିବା ୯୪ଟି ମଣ୍ଡି ମଧ୍ୟରୁ ଅନୁଗୋଳ ବ୍ଲକରେ ୧୪ଟି, ବଅଁରପାଳ ବ୍ଲକରେ ୧୩ଟି, ଛେଣ୍ଡିପଦା ବ୍ଲକରେ ୧୯ଟି, ଆଠମଲ୍ଲିକ ବ୍ଲକରେ ୧୫ଟି, ପାଲଲହଡ଼ା ବ୍ଲକରେ ୧୧ଟି, କଣିହଁା ବ୍ଲକରେ ୯, କିଶୋରନଗର ବ୍ଲକରେ ୮, ତାଳଚେର ବ୍ଲକରେ ୫ଟି ମଣ୍ଡି ଖୋଲାଯାଇଛି। ଏହି ମଣ୍ଡି ଗୁଡ଼ିକରେ ଚଳିତ ବର୍ଷ ଧାନ ବିକିବା ପାଇଁ ମୋଟ୍‌ ୨୭ ହଜାର ୫୨୧ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି। ଧାନ କିଣାକୁ ସ୍ବଚ୍ଛ କରିବା ପାଇଁ ସରକାରଙ୍କ ପକ୍ଷରୁ ଚଳିତ ବର୍ଷ ପ୍ରଥମ ଥର ପାଇଁ ଟୋକନ୍‌ ବ୍ୟବସ୍ଥା କରାଯାଇଛି। ଏଥିସହ ଧାନବିକ୍ରି ସମୟରେ ଚାଷୀଙ୍କ ଆଧାରକାର୍ଡ ବାଧ୍ୟତାମୂଳକ କରାଯାଇଛି। ଏଥିସହ ପ୍ରତି ପ୍ୟାକ୍ସରେ ପ୍ରଥମ ଥର ପାଇଁ ଆଇରିସ୍‌ ସ୍କାନର ବ୍ୟବହାର ମଧ୍ୟ କରାଯିବ। ଏହି ମେଶିନ ଧାନ ବିକୁଥିବା ବ୍ୟକ୍ତି ପ୍ରକୃତ ଚାଷୀ କି ନୁହେଁ ତାହା ଚିହ୍ନଟ କରିବ। ତେବେ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଚଳିତବର୍ଷ ଅନ୍‌ଲାଇନରେ ଧାନକିଣା ଆରମ୍ଭ ହୋଇଛି। ଏହି ଧାନବିକ୍ରିର ଟଙ୍କା ଚାଷୀମାନେ ୪୮ ଘଣ୍ଟା ମଧ୍ୟରେ ସିଧାସଳଖ ବ୍ୟାଙ୍କ ଖାତା ଯୋଗେ ପାଇପାରିବେ ବୋଲି ଯୋଗାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ମଣ୍ଡି ଗୁଡ଼ିକରେ ଅନିୟମିତତା ରୋକିବାକୁ ଯୋଗାଣ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲାର ୪ଟି ଉପଖଣ୍ଡରେ ଅସାଧୁ ଉପାୟ ଅବଲମ୍ବନ କରୁଥିବା ମିଲରଙ୍କୁ ଧରିବାକୁ ସ୍କ୍ବାଡ୍‌ ଗଢ଼ାଯାଇଥିବାବେଳେ ଗୋଟିଏ ଜିଲା ସ୍ତରୀୟ ସ୍କ୍ବାଡ୍‌ ମଧ୍ୟ ଗଠନ କରାଯାଇଛି ବୋଲି ଯୋଗାଣ ଅଧିକାରୀ ପତି ସୂଚନା ଦେଇଛନ୍ତି।
ପାଇକସାହି ଧାନମଣ୍ଡି ଉଦ୍‌ଘାଟନ ବେଳେ ସମିତି ସଭାପତି ଅନୁରୁଦ୍ଧ ସାହୁ ମୁଖ୍ୟଅତିଥି, ଅନ୍ୟତମ ଅତିଥି ଭାବେ ସମ୍ପାଦକ ତ୍ରିଲୋଚନ ନାୟକ, ଅକ୍ଷୟ ନାୟକ, ଜନକ ସେନାପତି, ରବି ନାରାୟଣ ସାହୁ, ସଞ୍ଜୀବ କୁମାର ସାହୁ, ଚନ୍ଦ୍ରଶେଖର ସାହୁ, ପ୍ରଫୁଲ୍ଲ ସାହୁ, କୁନା ପ୍ରଧାନ, ଲକ୍ଷ୍ମୀଧର ଦେହୁରୀ ପ୍ରମୁଖ ଯୋଗ ଦେଇଥିଲେ। ବିଭିନ୍ନ ଅଞ୍ଚଳରୁ ଚାଷୀମାନେ ଯୋଗଦେଇ ଧାନ ବିକ୍ରି କରିଥିଲେ। ପ୍ରଥମ ଦିନରେ ୬୦ କୁଇଣ୍ଟାଲ ଧାନ କିଣାଯାଇଥିବା ଜଣାପଡିଛି। ସେହିପରି ପାଲଲହଡ଼ା ଉପଖଣ୍ଡ ନିଜିଗଡ ସମବାୟ ସମିତିରେ ପ୍ରଥମ ଦିନରେ ୨୦ ଜଣ ଚାଷୀଙ୍କଠାରୁ ୨ ହଜାର ବସ୍ତା ଧIନ ସଂଗ୍ରହ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଉପଜିଲାପାଳ ଅଜିତ କୁମାର ପ୍ରଧାନ, ଜିଲା ଯୋଗାଣ ଅଧିକାରୀ ଉମାଶଙ୍କର ପତି, ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ପ୍ରଦୀପ କୁମାର ଦାସ, ସହକାରୀ ଯୋଗାଣ ଅଧିକାରୀ ବେଣୁଧର ପାଣିଗ୍ରାହୀ, ନିଜିଗଡ଼ ସମବାୟ ସମିତି ସମ୍ପାଦକ ଡିଲେଶ୍ୱର ପ୍ରଧାନଙ୍କ ସହ ଉପଖଣ୍ଡ ଲୋକସମ୍ପର୍କ ଅଧିକାରୀ ଦୁଃଖବନ୍ଧୁ ମIଝି ପ୍ରମୁଖ ଉପସ୍ଥିତ ଥିଲେ I ତାଳଚେର ବ୍ଲକ କଳମଛୁଇଁ ସେବା ସମବାୟ ଲିମିଟେଡ୍‌ ପକ୍ଷରୁ ଧାନ ମଣ୍ଡି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଉପଜିଲାପାଳ ପରେଶ ଚନ୍ଦ୍ର ନାୟକ, ରାଜ୍ୟ ସମବାୟ ଅଧ୍ୟକ୍ଷ ଅକ୍ଷୟ କୁମାର ମହାନ୍ତି, ସହଯୋଗାଣ ଅଧିକାରୀ ରୋହିତ କୁମାର ଦାସ, ନିରୀକ୍ଷକ ସଞ୍ଜୟ ପ୍ରକାଶ ପ୍ରଧାନ, ସରପଞ୍ଚ ଖୁଲଣା ପରିଡା, ପୁଷ୍ପାଞ୍ଜଳି ଜ୍ୟୋତିଷ ପ୍ରମୁଖ ଉପସ୍ଥିତଥିଲେ। ସମବାୟ ସମିତି ସଭାପତି ସନ୍ତୋଷ ପ୍ରଧାନ, ସମ୍ପାଦକ ବୀରବର ସାହୁ ଓ ଅନ୍ୟମାନେ ସହଯୋଗ କରିଥିଲେ। ୩୪୫ ଜଣ ଚାଷୀ ଧାନ ଦେବାକୁ ନାମ ପଞ୍ଜୀକରଣ କରିଥିବା ବେଳେ ୧୮ ହଜାର କୁଇଣ୍ଟାଲ ଧାନ ସଂଗ୍ରହ ନିମନ୍ତେ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଅନଲାଇନ୍ ନିରାପତ୍ତା ଓ ସାଇବର ଅପରାଧ ନେଇ ସଚେତନତା   

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ବେଟି ବଚାଓ ଓ ବେଟି ପଢାଓ କାର୍ଯ୍ୟକ୍ରମ…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri