ଅନିଶ୍ଚିତତାରେ ୧୫୦୦ ଚାଷୀ

ଗତ ୨୮ତାରିଖରୁ ଯାଜପୁର ଜିଲାରେ ଖରିଫ ଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ହେଲେ ଜିଲାର ବିଭିନ୍ନ ସ୍ଥାନରେ ଅମଳ ପୂର୍ଣ୍ଣମାତ୍ରାରେ ହୋଇ ନ ଥିବାରୁ ଧାନକିଣା ସେତେଟା ଅଗ୍ରଗତି ହୋଇନାହିଁ। ଚଳିତବର୍ଷ ଧାନ ବିକ୍ରିରେ ଚାଷୀ ଯେପରି କୌଣସି ପ୍ରକାର ଅସୁବିଧାର ଯେପରି ସମ୍ମୁଖୀନ ନ ହେବେ ସେଥିପାଇଁ ଯାଜପୁର ଜିଲା ପ୍ରଶାସନିକସ୍ତରରେ ସମସ୍ତ ପ୍ରଚେଷ୍ଟା କରାଯିବ ବୋଲି ପୂର୍ବରୁ କୁହାଯାଉଥିଲା। ହେଲେ କେତେକ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଅବହେଳା ଯୋଗୁ ଏବେସୁଦ୍ଧା ୧୫୦୦ ଚାଷୀ ସେମାନଙ୍କ ନାମ ପଞ୍ଜୀକରଣ କରିପାରି ନ ଥିବା ଜଣାପଡ଼ିଛି। ଚାଷୀମାନେ ସେମାନଙ୍କ କଷ୍ଟୋପାର୍ଜିତ ଧାନ କେଉଁଠି ବିକ୍ରି କରିବେ ସେନେଇ ଅନିଶ୍ଚିତତା ମଧ୍ୟରେ ରହିଛନ୍ତି। ଚଳିତବର୍ଷ ଜିଲାର ୧,୧୧,୦୬୧ ହେକ୍ଟର ଜମିରେ ଧାନଚାଷ କରାଯାଇ ମୋଟ ୨,୭୪,୧୮୬ ମେଟ୍ରିକ ଟନ୍‌(ଏମ୍‌ଟି) ଧାନ ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି। ସେଥିରୁ ୮୦,୧୪୭.୦୫୮ ମେଟ୍ରିକ ଟନ୍‌ ଧାନ ସଂଗ୍ରହର ଲକ୍ଷ୍ୟ ରହିଥିବାବେଳେ ୫୪,୫୦୦ ମେଟ୍ରିକ ଟନ୍‌ ଚାଉଳ ସଂଗ୍ରହ କରାଯିବ। ଏଥିରେ ୧୨୨ରୁ ୧୨୧ପ୍ୟାକ୍ସ ଅଂଶଗ୍ରହଣ କରୁଛନ୍ତି। ଚଳିତ ବର୍ଷ ୩୨,୪୬୪ ଜଣ ଚାଷୀ ଧାନ ବିକ୍ରି କରିବାକୁ ଅନ୍‌ଲାଇନରେ ପଞ୍ଜିକୃତ କରିଛନ୍ତି। ହେଲେ ୧୪ଟି ପ୍ୟାକ୍ସର ପ୍ରାୟ ୧୫୦୦ ଚାଷୀ ପଞ୍ଜୀକରଣରୁ ବାଦ୍‌ ପଡ଼ିଛନ୍ତି। ଏଥିରେ ଯାଜପୁର ବ୍ଲକ ବେରୁଦା ଏବଂ ଦଶରଥପୁର ବ୍ଲକ ତଳିହା, ଅପରପଡ଼ା ଓ ପାଲଟପୁର ପ୍ୟାକ୍ସର ଅଧିକାଂଶ ଚାଷୀ ରହିଛନ୍ତି। ଧାନ ଅମଳ କରିବା ପରେ ପଞ୍ଜୀକରଣରୁ ବଞ୍ଚତ୍ତ ଚାଷୀମାନେ ପ୍ୟାକ୍ସରେ ଆଉ ଧାନ ବିକ୍ରି କରିପାରିବେ ନାହିଁ। ଫଳରେ ସରକାରଙ୍କ ଧାର୍ଯ୍ୟ ଦର ପାଇବାରୁ ସେମାନେ ବଞ୍ଚିତ ହେବା ନିଶ୍ଚିତ ହୋଇଛି। ପଞ୍ଜୀକରଣ ଦାୟିତ୍ୱରେ ଥିବା ସମ୍ପୃକ୍ତ ପ୍ୟାକ୍ସର ସମ୍ପାଦକଙ୍କ ଅବହେଳା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଚାଷୀମାନେ ଅଭିଯୋଗ କରୁଛନ୍ତି। ପଞ୍ଜୀକରଣରୁ ବାଦ୍‌ ପଡିଥିବା ଚାଷୀମାନେ ଏନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦ୍ୱାରସ୍ଥ ହେଉଥିଲେ ହେଁ କିଛି ସୁଫଳ ମିଳୁନାହିଁ। ଅନ୍ୟପକ୍ଷେ ସମ୍ପୃକ୍ତ ପ୍ୟାକ୍ସ ସମ୍ପାଦକମାନେ ନେଟ୍‌ ସାଇଡ ସମସ୍ୟା, ସର୍ଭର ଡାଉନ ଆଦି ଯୋଗୁ ନିର୍ଦ୍ଧାରିତ ସମୟରେ ଚାଷୀ ପଞ୍ଜୀକରଣ ସମ୍ପନ୍ନ ହୋଇପାରି ନ ଥିବା ଦର୍ଶାଉଛନ୍ତି। ଏଭଳି ସ୍ଥିତିରେ ପଞ୍ଜୀକରଣରୁ ବାଦ୍‌ ପଡିଥିବା ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେବାନେଇ ଆଶଙ୍କା ଦେଖା ଦେଇଛି। ମୁହଁରେ ଚାଷୀଙ୍କ କଥା କହି ସରକାର ଯୋଗାଣ ବିଭାଗ, ମିଲ୍‌ ମାଲିକ ଓ ବ୍ୟବସାୟୀଙ୍କ ହିତରେ କାର୍ଯ୍ୟ କରୁଥିବା ମନେହେଉଛି। ଏହି କାରଣରୁ ହତୋତ୍ସାହିତ ହୋଇ ଶେଷରେ ଜୀବନଜୀବିକା ପାଇଁ ଚାଷୀ ନିଜ ଭିଟାମାଟି ଛାଡ଼ିବାକୁ ବାଧ୍ୟ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?