Categories: ଖେଳ

ଅଧିନାୟକ କୋହଲିଙ୍କ ରେକର୍ଡ

ପୁଣେ, ୧୧ା୧ (ପି.ଟି.)-ଅଧିନାୟକଭାବେ ବିରାଟ କୋହଲି ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ଶ୍ରୀଲଙ୍କା ବିପକ୍ଷ ତୃତୀୟ ଟି୨୦ରେ ସେ ୨୬ ରନ କରିବା ଅବସରରେ ଅନ୍ତର୍ଜାତୀୟ କ୍ରିକେଟରେ ଦ୍ରୁତ ୧୧,୦୦୦ ରନ ପୂରଣ କରିଛନ୍ତି। ବିଶ୍ୱର ୬ଷ୍ଠ ଏବଂ ମହେନ୍ଦ୍ର ସିଂ ଧୋନୀଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କୋହଲି ଅଧିନାୟକଭାବେ ୧୧,୦୦୦ ରନ ପୂରଣ କରିଛନ୍ତି। ଦ୍ରୁତତମ ତାଲିକାରେ କୋହଲିଙ୍କ ପଛକୁ ରିକି ପଣ୍ଟିଂ, ଗ୍ରେମ୍‌ ସ୍ମିଥ, ଆଲାନ ବର୍ଡର ଓ ଷ୍ଟିଫେନ୍‌ ଫ୍ଲେମିଂ ରହିଛନ୍ତି।

Share