ଅଧିକ କ୍ରିୟାଶୀଳ, ସୁଦୃଢ଼ ହେବ ବୈଧ ମାପ ବିଜ୍ଞାନ ନିର୍ଦ୍ଦେଶାଳୟ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନ ବୈଧ ମାପ ବିଜ୍ଞାନ ନିର୍ଦ୍ଦେଶାଳୟ (ଲିଗାଲ୍‌ ମେଟ୍ରୋଲୋଜି)କୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ନିମନ୍ତେ ବିଭିନ୍ନ ଜିଲାରେ ନିଜସ୍ବ କାର୍ଯ୍ୟାଳୟ ଓ ଭିତ୍ତିଭୂମି ବିକାଶ ଦିଗରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଏହାଦ୍ୱାରା ଅସାଧୁ ବ୍ୟବସାୟୀ, ଶିଳ୍ପ ପ୍ରତିଷ୍ଠାନ ଆଦିର ଯାଞ୍ଚ ବ୍ୟବସ୍ଥାକୁ ଅଧିକ ବ୍ୟାପକ କରି ଖାଉଟିମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇପାରିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି।

ଏହି ପରିପ୍ରେକ୍ଷୀରେ ଗୁରୁବାର ଲୋକସେବା ଭବନ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏକ ବୈଠକରେ ବିଭିନ୍ନ ଜିଲାରେ ଲିଗାଲ୍‌ ମେଟ୍ରୋଲୋଜି କାର୍ଯ୍ୟାଳୟର ସଦ୍ୟତମ ସ୍ଥିତି ଓ ନିର୍ମାଣାଧୀନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ମନ୍ତ୍ରୀ ସ୍ବାଇଁ ସମୀକ୍ଷା କରିଥିଲେ। ଏଥିସହ ଖଣ୍ଡଗିରିସ୍ଥିତ ନିର୍ଦ୍ଦେଶାଳୟର ଐତିହ୍ୟସମ୍ପନ୍ନ ବିଲ୍‌ଡିଂର ସମ୍ପୂର୍ଣ୍ଣ ନବୀକରଣ ସହ ତଳମହଲାରେ ନୂତନ ସଂଗ୍ରହାଳୟ ପ୍ରତିଷ୍ଠା ନେଇ ସମୀକ୍ଷା କରାଯାଇଛି। ରାଜ୍ୟର ୧୫ ଜିଲାରେ ଲିଗାଲ୍‌ ମେଟ୍ରୋଲୋଜିର ନିଜସ୍ବ ଗୃହରେ କାର୍ଯ୍ୟାଳୟ ଚାଲୁଥିବା ଅନ୍ୟ ୧୫ ଜିଲାର ନୂତନ କାର୍ଯ୍ୟାଳୟର ନିର୍ମାଣ କାର୍ଯ୍ୟ କରାଯାଉଛି। ଏଥି ମଧ୍ୟରୁ ଯେଉଁସବୁ ସ୍ଥାନରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି ସେଗୁଡ଼ିକ ତୁରନ୍ତ ବିଭାଗକୁ ହସ୍ତାନ୍ତର କରିବା ପାଇଁ ମନ୍ତ୍ରୀ ସ୍ବାଇଁ ପୂର୍ତ୍ତ ବିଭାଗର ମୁଖ୍ୟଯନ୍ତ୍ରୀ(ବିଲ୍‌ଡିଂ)ଙ୍କୁ କହିଥିଲେ। ସେହିପରି ଯେଉଁସବୁ ଜିଲାରେ ନିର୍ମାଣ କାର୍ଯ୍ୟ ଚାଲିଛି ସେଗୁଡ଼ିକ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବା ପାଇଁ କହିଥିଲେ। କିଛି ଜିଲାରେ ନିର୍ମାଣ କାର୍ଯ୍ୟ ଶେଷ ନିମନ୍ତେ ଅଧିକ ଅର୍ଥର ଆବଶ୍ୟକତା ହେଉଥିବା ଦୃଷ୍ଟିରୁ ଏ ଦିଗରେ ସଂଶୋଧିତ ବ୍ୟାୟ ଅଟକଳ ଫେବୃୟାରୀ ୨୫ ସୁଦ୍ଧା ବିଭାଗକୁ ପଠାଇବା ନିମନ୍ତେ ମନ୍ତ୍ରୀ ମୁଖ୍ୟଯନ୍ତ୍ରୀଙ୍କୁ କହିଥିଲେ। ଏଥି ସହିତ ନିର୍ମାଣ କାର୍ଯ୍ୟ ନିମନ୍ତେ ଯେଉଁସବୁ ଜିଲାରେ ଜମି ଅଧିଗ୍ରହଣ ପାଇଁ ସମସ୍ୟା ହେଉଛି, ସେଠାରେ ଜିଲାପାଳ ତଥା ସ୍ଥାନୀୟ ରାଜସ୍ବ ପ୍ରଶାସନ ସହ ଯୋଗାଯୋଗ କରି ଜମି ଯୋଗାଇଦେବା ନିମନ୍ତେ ବୈଠକରେ ଉପସ୍ଥିତ ଥିବା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଶାସନ ସଚିବ କହିଥିଲେ।
ବଲାଙ୍ଗୀର, ଦେବଗଡ଼, ଝାରସୁଗୁଡ଼ା, ନୟାଗଡ଼, ସୁବର୍ଣ୍ଣପୁର, କଟକ, ଯାଜପୁର, ଭଦ୍ରକ, ନୂଆପଡ଼ା, ଗଜପତି, ମାଲକାନଗିରି, ବୌଦ୍ଧ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା ଏବଂ ପୁରୀ ଜିଲାରେ ସହକାରୀ କଣ୍ଟ୍ରୋଲର, ଲିଗାଲ୍‌ ମେଟ୍ରୋଲୋଜିର ନୂତନ କାର୍ଯ୍ୟାଳୟ କୋଠା ନିର୍ମାଣ କରାଯାଉଛି। ଏଥିମଧ୍ୟରୁ ୪ ଜିଲାରେ ଜମି ଅଧିଗ୍ରହଣ ହୋଇପାରି ନ ଥିବାବେଳେ ଅନ୍ୟ ୧୧ ଜିଲାରେ ନିର୍ମାଣ କାର୍ଯ୍ୟ ବିଭିନ୍ନ ସ୍ତରରେ ରହିଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ବୀରବିକ୍ରମ ଯାଦବ ନିର୍ମାଣାଧୀନ ଜିଲା କାର୍ଯ୍ୟାଳୟର ସ୍ଥିତି ଓ ଉପଲବ୍ଧ ଅର୍ଥ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେବା ସହିତ ନିର୍ମାଣ କାର୍ଯ୍ୟକୁ ଶୀଘ୍ର ଶେଷ କରିବା ପାଇଁ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଶାସନ ସଚିବ ଅଭୟ ନାୟକ, ବୈଧ ମାପ ବିଜ୍ଞାନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଏସ୍‌.ଏନ୍‌. ଦାସ ଏବଂ ପୂର୍ତ୍ତ ବିଭାଗର ମୁଖ୍ୟଯନ୍ତ୍ରୀ (ବିଲ୍‌ଡିଂ) ସତ୍ୟେନ୍ଦ୍ରନାଥ ସେଠୀଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?