ଅଧିକାରୀଙ୍କ ଦୁର୍ବ୍ୟବହାର ଭିଡିଓ ଭାଇରାଲ

ବାଲିଆପାଳ,୧୪।୫ (ସ୍ବ.ପ୍ର.)ପ୍ରବାସୀ ଶ୍ରମିକଙ୍କୁ ଜଣେ ପ୍ରଶାସନିକ ଅଧିକାରୀ ଦୁର୍ବ୍ୟବହାର କରିଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲାର ୨୦ରୁ ଊଦ୍ଧର୍‌ବ ପ୍ରବାସୀ ଶ୍ରମିକ ଗୁଜରାଟରୁ ଆସି ବାଲେଶ୍ୱର ଷ୍ଟେଶନରେ ପହଞ୍ଚିଥିଲେ। ସେଠାରୁ ସେମାନଙ୍କୁ ବସ୍‌ ଯୋଗେ ବାଲିଆପାଳକୁ ଆଣାଯାଇଥିଲା। ତେବେ ବସ୍‌ଟି ଦୀର୍ଘ ସମୟ ଛିଡା ହେବାରୁ ଭିତରେ ଥିବା ଶ୍ରମିକମାନେ ଗରମରେ ଅତିଷ୍ଠ ହୋଇ ପଡ଼ିଥିଲେ। ବସରୁ ଓହ୍ଲାଇ ଜଣେ ଅଧିକାରୀଙ୍କୁ ପିଇବା ପାଇଁ ପାଣି ମାଗିଥିଲେ ଓ ବିଭିନ୍ନ ଅସୁବିଧା ବାବଦରେ ଅଭିଯୋଗ କରିଥିଲେ। ପରେ ଉକ୍ତ ଅଧିକାରୀ ଏବଂ ପ୍ରବାସୀ ଶ୍ରମିକଙ୍କ ଭିତରେ କଥା କଟାକଟି ହୋଇ ଉତ୍ତେଜନା ଦେଖା ଦେଇଥିଲା। ସମ୍ପୃକ୍ତ ଅଧିକାରୀ ଏନେଇ ଗାଳି କରିଥିଲେ ବୋଲି ପ୍ରବାସୀ ଶ୍ରମିକ ମିଥୁନ ବାରିକ, କାହ୍ନୁ ଚରଣ ସାନ୍ତା ଅଭିଯୋଗ କରିଛନ୍ତି। ତେବେ ଏନେଇ ସମ୍ପୃକ୍ତ ଅଧିକାରୀଙ୍କୁ ପଚାରିବାରୁ ସେ ଘଟଣାକୁ ସ୍ବୀକାର କରିବା ସହିତ ସେ ଉଦ୍ଦେଶ୍ୟ ମୂଳକ ଭାବେ କହି ନାହାନ୍ତି ବୋଲି କହିଛନ୍ତି। ଅନ୍ୟପଟେ ଜଣେ ବରିଷ୍ଠ ଅଧିକାରୀଙ୍କ ଏପରି ବ୍ୟବହାରକୁ ସାଧରଣରେ ନିନ୍ଦା କରାଯିବା ସହିତ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକଳ୍ପ ନାହିଁ ତ ଜମି ନାହିଁ, କମ୍ପାନୀ ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ: ରାଜସ୍ବ ମନ୍ତ୍ରୀ

ଛତ୍ରପୁର,୮।୬(ଦିଲୀପ ସାମଲ): ମହେନ୍ଦ୍ରମେଳାରେ ଯୋଗଦେଇ ଛତ୍ରପୁର ସର୍କିଟ ହାଉସ ଆସିଥିବାବେଳେ କିଛି କମ୍ପାନୀମାନେ ପ୍ରକଳ୍ପ ପାଇଁ ଜମି ନେଇଥିବା ବେଳେ ତାହା କୌଣସି କାର୍ଯ୍ୟକାରୀ କରୁ ନ…

ଚୋରାଚାଲାଣ କରୁଥିଲେ ଗଞ୍ଜେଇ, ପୋଲିସକୁ ଦେଖି ଭୟରେ ବାଇକ ସହ ଗଞ୍ଜେଇ ଛାଡି ଫେରାର୍‌ ମାରିଲେ ୨ ମାଫିଆ

ଡୁଙ୍ଗୁରିପାଲି, ୮।୬ (ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ସୋମବାର ସକାଳେ ପାଟ୍ରୋଲିଂ କରୁଥିବାବେଳେ ଶୁଖା-କର୍ଲାଯୁରୀ ରାସ୍ତାର ମହୁଲପାଲି ଛକରେ ଏକ ବାଇକ…

ଭବାନୀପାଟଣାରେ ଯୁବକଙ୍କୁ ଛୁରାମାଡ଼: ଗୁରୁତର ଅବସ୍ଥାରେ ବୁର୍ଲାରେ ଭର୍ତ୍ତିି

ଭବାନୀପାଟଣା,୮।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଶବରପଡ଼ାରେ ରବିବାର ରାତିରେ ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଛି। ଯୁବକଙ୍କ ନାମ ଶିବ ପ୍ରସାଦ ନାଏକ (୨୫)ବୋଲି ଜଣାପଡିଛି।…

ସପ୍ତାହେ ବିତିଲା ସରପଞ୍ଚଙ୍କ ଧାରଣା: ଦେଲେ ଚେତାବନୀ, ଯଦି ରାଜ୍ୟ ସରକାର ଭତ୍ତା ଟଙ୍କା ପ୍ରଦାନ ନ କରନ୍ତି…

ଦିଗପହଣ୍ଡି,୮।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଅଧୀନ ୨୫ ପଞ୍ଚାୟତ ଏବଂ ଦିଗପହଣ୍ଡି ଏନଏସି ଅଧୀନ ୧୦ ୱାର୍ଡର ୭୧୫ ହିତାଧିକାରୀଙ୍କୁ ଇନ୍ଦିରା ଗାନ୍ଧୀ…

ମିଳୁନି ଭତ୍ତା: ଅଭିଯୋଗ ଶୁଣାଣିବେଳେ ହଠାତ୍‌ ଭିତରେ ପଶି ହୋହଲ୍ଲା କଲେ ଭତ୍ତା ହିତାଧିକାରୀ, ତା’ପରେ…

ଦିଗପହଣ୍ଡି,୮।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜନଶୁଣାଣି…

ସାଧୁଙ୍କୁ ମାରିଥିଲା କଲରାପତରିଆ ବାଘ: ଶିମିଳିପାଳ ଇତିହାସରେ ପ୍ରଥମ

ବାରିପଦା,୮।୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଜାତୀୟ ଉଦ୍ୟାନ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ଡିଭିଜନ ଅନ୍ତର୍ଗତ କୁମୁଦାବଡ଼ି ନିକଟରେ ଜଙ୍ଗଲରୁ ମିଳିଥିବା ଖଣ୍ଡବିଖଣ୍ଡିତ ମୃଦଦେହ ଅଂଶ ସମ୍ବନ୍ଧରେ…

ବିଶ୍ୱକପ୍‌ ଆରମ୍ଭ ପୂର୍ବରୁ ବ୍ରାଜିଲକୁ ବଡ଼ ଝଟ୍‌କା

ମୋରିସଟାଉନ୍‌,୮ା୬: ବିଶ୍ୱକପ୍‌ରେ ମରକ୍କୋ ବିପକ୍ଷ ପ୍ରଥମ ମ୍ୟାଚ୍‌ ଖେଳାଯିବାକୁ ଆଉ ଏକ ସପ୍ତାହରୁ କମ୍‌ ଦିନ ଥିବାବେଳେ ବ୍ରାଜିଲ ଆଘାତଜନିତ କାରଣରୁ ଦଳରେ ଜଣେ ଖେଳାଳି ପରିବର୍ତ୍ତନ…

ବିଲ ମଝିରୁ ମିଳିଲା ବିବାହିତ ଯୁବକଙ୍କ ମୃତଦେହ: ମୁତ୍ୟୁକୁ ନେଇ ବଢିଲା ସନ୍ଦେହ

ପାଟଣା,୮।୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଟଭା ସରୁଆ ଗାଁ ବିଲ ମଝିରୁ ସୋମବାର ଜଣେ ବିବାହିତ ଯୁବକଙ୍କ ସନ୍ଦେହ ଜନକ ଭାବେ ମୃତଦେହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri