ନିୟମ କୋହଳ ନ ହେଲେ ଆନ୍ଦୋଳନ

ଭୁବନେଶ୍ୱର,୩ା୩(ବ୍ୟୁରୋ): ରାଜ୍ୟ ସରକାର ପୁନର୍ବାର ଟ୍ରାଫିକ ଧରପଗଡ଼ କଡାକଡି କରିଛନ୍ତି। ଦୁଇଥର ୩ ମାସ ଲେଖା ମହଲତ ଦେବା ପରେ ସରକାର ମାର୍ଚ୍ଚ ୧ ତାରିଖରୁ ପୁଣି କଠୋର ହୋଇଛନ୍ତି। ଟ୍ରାଫିକ ଧରପଗଡ଼ ଜୋରଦାର ହୋଇଥିବା ବେଳେ ଧରାପଡୁଥିବା ନିୟମ ଉଲ୍ଲଂଘନକାରୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ଟ୍ରାଫିକ ଧରପଗଡ କୋହଳ କରିବାକୁ କଂଗ୍ରେସ ଦାବି କରିଛି। ଯଥାଶୀଘ୍ର ସରକାର ନିଷ୍ପତ୍ତିର ପୁନର୍ବିଚାର କରିବା ସହ ଅନ୍ୟ ରାଜ୍ୟ ଭଳି ଜରିମାନା କମାଇବାକୁ ଦାବି କରାଯାଇଛି। ନଚେତ୍‌ ଆନ୍ଦୋଳନକୁ ଓହ୍ଲାଇବାକୁ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଚେତାବନୀ ଦେଇଛନ୍ତି।
କଂଗ୍ରେସ ରାଜ୍ୟ କାର୍ଯ୍ୟାଳୟଠାରେ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସୁରେଶ କହିଛନ୍ତି ଯେ, ଟ୍ରାଫିକ ନିୟମ ଉଲ୍ଲଙ୍ଘନ ନାମରେ ସାଧାରଣ ଜନତାଙ୍କୁ ଅତ୍ୟାଚାର କରାଯାଉଛି। ପୋଲିସ ଓ ଆର.ଟି.ଓ. ଗାଡି ଚାଳକଙ୍କୁ ଯେଭଳି ବ୍ୟବହାର କରୁଛନ୍ତି ତାହା ହିଟ୍‌ଲରି ଶାସନ ଓ ଇଦ୍‌ ଅମିନ୍‌ ଶାସନକୁ ବଳି ଯାଇଛି। ଗାଡି ଚାଳକଙ୍କ ଉପରେ ଯେଉଁ ଜରିମାନା ଲାଗୁ କରାଯାଉଛି, ତାହା ଗାଡିର କ୍ରୟ ମୂଲ୍ୟ ଠାରୁ ଅଧିକ। ରୋଗୀ, ଛାତ୍ର, ପରୀକ୍ଷାର୍ଥୀ ଏବଂ ଅତି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଯାଉଥିବା ଗାଡିକୁ ଅଟକାଇ ଗାଳିଗୁଲଜ କରିବା ସହ ଥାନାକୁ ଜବରଦସ୍ତ ନିଆଯାଉଛି। ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏହା ସ୍ପୃହଣୀୟ ନୁହେଁ। ଲୋକମାନେ ଭୋଟ ଦେଇ ବିଜେଡି ଓ ଭାଜପାକୁ ସରକାରରେ ବସାଇଛନ୍ତି। ମାତ୍ର ସରକାରକୁ ଆସିବା ପରେ ଲୋକମାନଙ୍କ ପ୍ରତି ଉଭୟ ଦଳ ଯେଭଳି ଅମାନୁଷିକ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି, ତାହା ଜନସାଧାରଣଙ୍କୁ ଅତିଷ୍ଠ କଲାଣି। କେନ୍ଦ୍ର ଓ ରାଜ୍ୟ ସରକାର ଯଦି ନିୟମ ପରିବର୍ତ୍ତନ ନ କରନ୍ତି ଏବଂ ପୋଲିସ ଓ ଆର.ଟି.ଓ. ତାଙ୍କ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନରେ ସଂଶୋଧନ ନ କରନ୍ତି, ତେବେ ଆର.ଟି.ଓ., କମିଶନର ଅଫିସ ଏବଂ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯିବ ବୋଲି ସୁରେଶ ଚେତାବନୀ ଦେଇଛନ୍ତି। ସୁରଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ, ସରକାରୀ କର୍ମଚାରୀଙ୍କ ଖରାପ ବ୍ୟବହାରକୁ ସମର୍ଥନ କରାଯିବନି। ଭଦ୍ର ବ୍ୟବହାର ଲୋକଙ୍କୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଲୋକଙ୍କ ଧନ ଜୀବନ ରକ୍ଷା କରିବା ସରକାରଙ୍କ ଦାୟିତ୍ୱ। ସଂଶୋଧିତ ମୋଟର ଯାନ ଆଇନ ଲାଗୁ ହେବା ପରେ ରାଜ୍ୟରେ ୫୦ପ୍ରତିଶତ ଦୁର୍ଘଟଣା ହ୍ରାସ ପାଇଛି। ସମସ୍ତେ ନିୟମକୁ ପାଳନ କରିବା ଦରକାର ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ୮ ବିଭାଗର ଅବଜ୍ଞା

ଭୁବନେଶ୍ୱର,୨।୧୧(ରବିନାରାୟଣ ଜେନା): ରାଜ୍ୟର ସାମଗ୍ରିକ ଓ ସମାବେଶୀ ବିକାଶ ସହ ଜନକଲ୍ୟାଣମୂଳକ ଯୋଜନାର ସଫଳ ରୂପାୟନକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଏହାକୁ…

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ଯୋଗୁ ଅନେକ ଅଞ୍ଚଳରେ ଜଳ ସଙ୍କଟ ସୃଷ୍ଟି ହେଲାଣି। ଏହାର ମୁକାବିଲା ପାଇଁ ମହାରାଷ୍ଟ୍ରର ଓ୍ବାସିମ୍‌ ଜିଲା ଅନ୍ତର୍ଗତ ଗାଁ ଓ୍ବାଦ୍‌ଜି ଏକ ନୂତନ…

କିଙ୍ଗ୍‌ପିନ୍‌ ଚନ୍ଦ୍ରକର ଓମାନ୍‌ରୁ ପ୍ରତ୍ୟର୍ପିତ

ନୂଆଦିଲ୍ଲୀ,୨ା୧୧: ବେଆଇନ ବେଟିଂ ସିଣ୍ଡିକେଟ୍‌ର କିଙ୍ଗ୍‌ପିନ୍‌ କୁହାଯାଉଥିବା ମହାଦେବ ଅନ୍‌ଲାଇନ ବୁକ୍‌ ଆପ୍‌ର ପ୍ରମୋଟର ସୌରଭ ଚନ୍ଦ୍ରକରଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଓମାନ୍‌ରୁ ପ୍ରତ୍ୟର୍ପଣ କରାଇଛି।…

ସଂସ୍ଥାଗତ ବିଶ୍ୱସନୀୟତାର ସଙ୍କଟ

ରତରେ ଜନସାଧାରଣଙ୍କ ଚର୍ଚ୍ଚାରେ ‘ଅଭିଯୋଗ, ମହାଭିଯୋଗ ଏବଂ ଖ୍ୟାତି’ ଭଳି ତିନୋଟି ଶବ୍ଦ ମୁଖ୍ୟ ବିଷୟ ହୋଇିଛି। ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କୁ ନେଇ…

ହ୍ବାଟ୍‌ସଆପ୍‌ରେ ଇପିଏଫ୍‌ଓ ସେବା ଶୁଭାରମ୍ଭ

ନୂଆଦିଲ୍ଲୀ, ୨ା୧୧: କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ରବିବାର ଇପିଏଫ୍‌ଓର ହ୍ବାଟ୍ସଆପ୍‌ ସେବାର ଶୁଭାରମ୍ଭ କରିଛନ୍ତି। ଏହି ସେବା ଇପିଏଫ୍‌ ସଦସ୍ୟମାନଙ୍କୁ ସେମାନଙ୍କ…

କଳି କବଳିତ କୋଟିଆ

କୋଟିଆ ପଞ୍ଚାୟତର ଫଗୁଣ ସିନେରି, ଗଞ୍ଜେଇ ପଦର ଓ ଫାଟୁସିନେରି ଗ୍ରାମରେ ନିର୍ବାଚନ ହେବ, ଯାହାକୁ ନେଇ ଓଡ଼ିଶା ରାଜନୀତି ସରଗରମ। ଆନ୍ଧ୍ରପ୍ରଦେଶରେ ନିର୍ବାଚନ ପାଇଁ ବିଜ୍ଞପ୍ତି…

ଓମାର ସରକାରରେ ସଙ୍କଟ

ଶ୍ରୀନଗର,୨ା୧୧: ଜମ୍ମୁ-କଶ୍ମୀରରେ ଓମାର ଅବଦୁଲ୍ଲାଙ୍କ ନେତୃତ୍ୱାଧୀନ ସରକାର ବଡ଼ ଧରଣର ଆଭ୍ୟନ୍ତରୀଣ ସଙ୍କଟର ସମ୍ମୁଖୀନ ହୋଇଛି। ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି)ର ୨୫ ଜଣ ଅସନ୍ତୁଷ୍ଟ ବିଧାୟକ ସେମାନଙ୍କ…

ଭୀଷଣ ବାତ୍ୟାରେ ପରିଣତ ହେଲା ‘ମୁରାସୁ’, ଏହିଠାରେ କରିବ ଲ୍ୟାଣ୍ଡ୍‌ଫଲ୍‌, ଆଇଏମ୍‌ଡି ଡିଜି କହିଲେ ପବନର ବେଗ ରହିବ…

ଭୁବନେଶ୍ୱର,୨ା୧୧: ବଙ୍ଗୋପସାଗରରେ ଭୀଷଣ ବାତ୍ୟାରେ ପରିଣତ ହୋଇଛି ‘ମୁରାସୁ’। ରବିବାର ସନ୍ଧ୍ୟା ସୁଦ୍ଧା ଏହା ତାମିଲନାଡୁର ଚେନ୍ନାଇଠାରୁ ୪୮୦ କି.ମି., ଆନ୍ଧ୍ରପ୍ରଦେଶର ନେଲୋରଠାରୁ ୫୫୦ କି.ମି., ମଚ୍ଛଲିପଟନମ୍‌ଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?