ପୁରୀ ଅଫିସ,୨୪।୮ଶ୍ରୀମନ୍ଦିର ପରିସରରେ ମହାପ୍ରସାଦ ସେବନ ପାଇଁ ଅନୁମତି ନ ଥିବାରୁ ମହାପ୍ରସାଦ ବିକ୍ରି ଧିମେଇଥିବା ସୁଆର ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ପଢିହାରୀ କହିଛନ୍ତି। ସେ କହିଛନ୍ତି, ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିବାରୁ ଭକ୍ତଙ୍କ ଆଗମନ ବଢିବ। ଏଭଳି ସ୍ଥଳେ ଆନନ୍ଦବଜାରରେ ଭକ୍ତଙ୍କୁ ମହାପ୍ରସାଦ ସେବନ ପାଇଁ ଅନୁମତି ଦିଆଯିବା ଉଚିତ। ନଚେତ୍ ଶ୍ରୀମନ୍ଦିର ବାହାରେ ମହାପ୍ରସାଦ ସେବନ ପାଇଁ ବ୍ୟବସ୍ଥା କରାଯାଉ। ମହାପ୍ରସାଦ ସେବନ ପାଇଁ ବ୍ୟବସ୍ଥା ନ ଥିବାରୁ ଭକ୍ତମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୋମବାର ୧୦ହଜାର ଲୋକଙ୍କ ପାଇଁ ମହାପ୍ରସାଦର ବ୍ୟବସ୍ଥା ହୋଇଥିବାବେଳେ ପାଖାପାଖି ୫ ହଜାର ଲୋକ ସେବନ କରିବା ଭଳି ମହାପ୍ରସାଦ ବଳିପଡ଼ିଛି। ଯେଉଁ ବ୍ୟକ୍ତି ୫ଶହ ଟଙ୍କାର ଅବଢ଼ା ନେବା କଥା, ସେବନ ପାଇଁ ସ୍ଥାନ ନ ଥିବାରୁ ନାମକୁ ମାତ୍ର ୫୦ ଟଙ୍କାର ଅବଢ଼ା ନେଇ ଚାଲିଯାଉଛି। ଅନ୍ୟପକ୍ଷରେ ଶ୍ରଦ୍ଧାଳୁମାନେ ଅବଢ଼ା କିଣିନେଇ ଶ୍ରୀମନ୍ଦିର ବାହାରେ ଏଣେତେଣେ ଚପଲ ପିନ୍ଧି ଖାଉଛନ୍ତି, ଯାହା ମହାପ୍ରସାଦକୁ ଅସମ୍ମାନ। ଏଣୁ ପ୍ରଶାସନ ମହାପ୍ରସାଦ ସେବନ ନେଇ ସ୍ବତନ୍ତ୍ର ବ୍ୟବସ୍ଥା କରିବା ଆବଶ୍ୟକ ବୋଲି ପଢିହାରୀ ମତ ପ୍ରକାଶ କରିଛନ୍ତି।
ପ୍ରମାଣପତ୍ର ଫଟୋକପି ନ ନେଇ ଶ୍ରଦ୍ଧାଳୁ ହଇରାଣ
କୋଭିଡ୍ ଡବଲ୍ ଡୋଜ୍ କିମ୍ବା ଆର୍ଟି-ପିସିିଆର୍ ଟେଷ୍ଟ ନେଗେଟିଭ୍ ରିପୋର୍ଟର ନକଲ ସାଙ୍ଗରେ ନେଇ ଦର୍ଶନ କରିବାକୁ ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିଥିଲା। ହେଲେ ଅନେକ ଶ୍ରଦ୍ଧାଳୁ ରିପୋର୍ଟ କପି ନ ଦେଖାଇ ପାରି ହଇରାଣ ହୋଇଛନ୍ତି। ଶ୍ରଦ୍ଧାଳୁମାନେ ଡିଜିଟାଲ୍ ଫର୍ମରେ ପ୍ରମାଣପତ୍ର ଧରି ଧାଡ଼ି ଲାଗାଇଥିଲେ। ଯାଞ୍ଚ ବେଳେ କାଗଜ ନକଲ ଦେଖାଇବାକୁ କୁହାଯାଇଥିଲେ ମଧ୍ୟ ସେମାନଙ୍କ ପାଖରେ କେବଳ ଡିଜିଟାଲ୍ ପ୍ରମାଣପତ୍ର ଥିବା କହିଥିଲେ। ପ୍ରଶାସନ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଦର୍ଶନ ଅନୁମତି ନ ଦେବାରୁ ସେମାନେ ଧାଡ଼ିରୁ ବାହାରି ଡିଜିଟାଲ୍ ପ୍ରମାଣପତ୍ରଗୁଡ଼ିକର ଫଟୋ କପି କରାଇବା ପାଇଁ ଯାଇଥିଲେ। ଫଟୋ କପି ଧରି ପୁଣି ଥରେ ଦର୍ଶନ ଲାଗି ଧାଡ଼ିରେ ରହିଥିଲେ।
ଆର୍ଟି-ପିସିଆର୍ ରିପୋର୍ଟ ପାଇଁ ଘରୋଇ ହସ୍ପିଟାଲ୍ରେ ପର୍ଯ୍ୟଟକ
ପୁରୀକୁ ଆସିଥିବା ଅନେକ ପର୍ଯ୍ୟଟକ ଆର୍ଟି-ପିସିଆର୍ ରିପୋର୍ଟ ପାଇଁ ଘରୋଇ ହସ୍ପିଟାଲ୍ରେ ପହଞ୍ଚତ୍ଥିଲେ। ଶ୍ରୀମନ୍ଦିର ପ୍ରବେଶ ପାଇଁ ନେଗେଟିଭ୍ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଥିବାରୁ ପର୍ଯ୍ୟଟକମାନେ ଘରୋଇ ହସ୍ପିଟାଲ୍କୁ ଧାଉଁଛନ୍ତି। ଗୋଟିଏ ଦିନରେ ଘରୋଇ ହସ୍ପିଟାଲ୍ ପକ୍ଷରୁ ରିପୋର୍ଟ ଦିଆଯାଉଛି। ସମ୍ପୃୃକ୍ତ ଘରୋଇ ହସ୍ପିଟାଲ୍ ଭୁବନେଶ୍ୱରର ବିଭିନ୍ନ ଲାବ୍କୁ ନମୁନା ପଠାଇ ଟେଷ୍ଟିଂ କରୁଥିବା ଜଣାପଡ଼ିଛି। ସେହିଭଳି ଆର୍ଟି-ପିସିିଆର୍ ରିପୋର୍ଟ ପାଇଁ ଜଣଙ୍କ ପିଛା ୮ଶହ ଟଙ୍କା ନିଆଯାଉଛି।
ବେଳାଭୂମି ଗହଳଚହଳ, ହୋଟେଲରେ ଯାତ୍ରୀ
ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବ୍ୟବସ୍ଥାର ୨୪ ଘଣ୍ଟା ପୂରି ନ ଥିଲେ ମଧ୍ୟ ପୁରୀ ସହରରେ ପର୍ଯ୍ୟଟକଙ୍କ ଗହଳି ବଢ଼ିବାରେ ଲାଗିଛି। ସମୁଦ୍ରକୂଳ ନିକଟ ହୋଟେଲ ଓ ଲଜ୍ଗୁଡ଼ିକରେ ପର୍ଯ୍ୟଟକ ରହିବା ଆରମ୍ଭ କଲେଣି। ପର୍ଯ୍ୟଟକମାନେ ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସାରିବା ପରେ ବେଳାଭୂମିରେ ବସି ମଜା ନେଇଥିବା ଦେଖିବାକୁ ମିଳିଛି। ଦୀର୍ଘ ଦିନ ପରେ ପୁରୀ ବେଳାଭୂମିରେ ଆଖିଦୃଶିଆ ଗହଳି ପରିଲକ୍ଷିତ ହୋଇଛି। ସେହିଭଳି ବେଳାଭୂମିରେ ବାରମଜା, ଗୁପଚୁପ, ବାଦାମଭଜା, ସି ଫୁଡ୍ ଓ ଅନ୍ୟ ଉଠା ବ୍ୟବସାୟ ଜମିଛି। ବେଳାଭୂମି ସମ୍ମୁଖ ଭାଗରେ ଥିବା ପ୍ରାୟ ସମସ୍ତ ହୋଟେଲ୍ ବାଲକୋନିରେ ପର୍ଯ୍ୟଟକମାନେ ବସି ବେଳାଭୂମିର ମଜା ନେଇଥିଲେ। ଅଗାମୀ ଦିନରେ ଆହୁରି ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ। ତେଣୁ ବ୍ୟବସାୟ ଆହୁରି ଜମିବ ବୋଲି ଉଭୟ ଛୋଟବଡ଼ ବ୍ୟବସାୟୀ ଆଶା ବାନ୍ଧିଛନ୍ତି। ସେହିପରି ଲଜ୍, ହୋଟେଲଗୁଡ଼ିକରେ ମଧ୍ୟ ଭିଡ ହେବ ବୋଲି ଆଶା କରାଯାଉଛି।
Posted inHome, Home Middle, ଆମ ଜିଲା ଖବର, ପୁରୀ, ରାଜ୍ୟ View All
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

