ଅଧାରୁ ଅଧିକ ଅଧ୍ୟାପକ ପଦବୀ ଖାଲି: ସ୍ବୟଂଶାସିତ ମାନ୍ୟତା ହରାଇବ ଢେଙ୍କାନାଳ କଲେଜ

ଢେଙ୍କାନାଳ ଅଫିସ, ୨୬।୧୦ – ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ଅଧାରୁ ଅଧିକ ଅଧ୍ୟାପକ ପଦବୀ ଖାଲି ପଡ଼ିଛି। ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯିବା ସତ୍ତ୍ୱେ ରାଜ୍ୟ ସରକାର ସମସ୍ୟାକୁ ଅଣଦେଖା କରି ଚାଲିଛନ୍ତି। ଫଳରେ ସ୍ବୟଂଶାସିତ ମାନ୍ୟତା ହରାଇବାକୁ ବସିଛି ଏହି ପୁରାତନ କଲେଜ। ଏ ନେଇ ନୂଆଦିଲ୍ଲୀସ୍ଥିତ ୟୁନିଭର୍ସିଟି ଗ୍ରାଣ୍ଟ କମିଶନ (ୟୁଜିସି) ଷ୍ଟାଣ୍ଡିଂ କମିଟି ଗତ ସପ୍ତାହରେ ପତ୍ର ମାଧ୍ୟମରେ କଲେଜ ଅଧ୍ୟକ୍ଷାଙ୍କୁ ଅବଗତ କରାଇଛି। ଏହାକୁ ନେଇ ଛାତ୍ରୀଛାତ୍ର, ପୁରାତନ ଛାତ୍ରୀଛାତ୍ର ଏବଂ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଜିଲାର ମେଧାବୀ ଛାତ୍ରୀଛାତ୍ରଙ୍କ ଉଚ୍ଚଶିକ୍ଷାର ସ୍ବପ୍ନ ପୂରଣ କରିବାକୁ ୧୯୫୯ରେ ପ୍ରତିଷ୍ଠା ହୋଇଥିଲା ଢେଙ୍କାନାଳ କଲେଜ। କିଛିଦିନ ପରେ ଏହାକୁ ମିଳିଲା ସରକାରୀ ମାନ୍ୟତା। ୨୦୦୨ରେ ଏହାକୁ ସ୍ବୟଂଶାସିତ କରିଦିଆଗଲା। ଏବେ କଲେଜରେ ଯୁକ୍ତ ୩ ଡିଗ୍ରୀରେ ୨୦୦୦ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ସେହିପରି ବାଣିଜ୍ୟ, ଇତିହାସ, ଉଦ୍ଭିଦ ବିଜ୍ଞାନରେ ସ୍ନାତକୋତ୍ତର (ପିଜି) ପାଠ୍ୟକ୍ରମ ରହିଛି। ଏହାକୁ ବାଦ୍‌ଦେଲେ ପିପିପି ମୋଡରେ ଏମ୍‌ବିଏ ପାଠ୍ୟକ୍ରମ ମଧ୍ୟ ଚାଲିଛି।
୨୦୧୮ ନଭେମ୍ବର ୨ ଏବଂ ୩ରେ ୟୁଜିସି ଷ୍ଟାଣ୍ଡିଂ କମିଟିର ଏକ ପ୍ରତିନିଧି ଦଳ ସ୍ବୟଂଶାସିତ ମାନ୍ୟତା ନବୀକରଣ ପାଇଁ କଲେଜ ପରିଦର୍ଶନରେ ଆସିଥିଲେ। ଉକ୍ତ ସମୟରେ କଲେଜର ପରିବେଶ, ପ୍ରଚଳିତ ବିଭିନ୍ନ ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମ, ଭିତ୍ତିଭୂମିକୁ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ। ଏଥିସହ ସ୍ଥାୟୀ ଅଧ୍ୟାପକ ପଦବୀ ପୂରଣ, ଆବଶ୍ୟକତା ଅନୁଯାୟୀ ନନ୍‌ ଟିଚିଂ ଷ୍ଟାଫ୍‌ ନିଯୁକ୍ତି, ସ୍ମାର୍ଟକ୍ଲାସ୍‌ ପରିଚାଳନା, ପିପିପି ମୋଡ୍‌ରେ ଚାଲିଥିବା ପାଠ୍ୟକ୍ରମଗୁଡ଼ିକୁ କଲେଜ କର୍ତ୍ତୃପକ୍ଷ ପରିଚାଳନା କରିବା ପାଇଁ ଯଥାଶୀଘ୍ର ପଦକ୍ଷେପ ନେବାକୁ ପ୍ରତିନିଧି ଦଳର ସଦସ୍ୟ ପରାମର୍ଶ ଦେଇଥିଲେ। ଅଧ୍ୟାପକ ପଦବୀ ପୂରଣ କରିବାକୁ କଲେଜ ପକ୍ଷରୁ ବାରମ୍ବାର ରାଜ୍ୟ ସରକାର ଏବଂ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏମ୍‌ପି, ବିଧାୟକଙ୍କୁ ଅବଗତ ମଧ୍ୟ କରାଯାଇଥିଲା। ତଥାପି ଏ ନେଇ କୌଣସି କାର୍ଯ୍ୟପନ୍ଥା ଗ୍ରହଣ କରାଗଲା ନାହିଁ। ଏବେ କଲେଜରେ ୬୦ ଅଧ୍ୟାପକ ରହିବା ସ୍ଥାନରେ ମାତ୍ର ୨୬ଜଣ ସ୍ଥାୟୀ ଅଧ୍ୟାପକ ଅଛନ୍ତି। ଠିକାରେ ଅଧ୍ୟାପକଙ୍କୁ ଆଣି ପାଠ ପଢ଼ାଯାଉଛି। ଯେନତେନ ପ୍ରକାରେ ସ୍ମାର୍ଟକ୍ଲାସ ମଧ୍ୟ ଆରମ୍ଭ ହୋଇଛି। ହେଲେ ସରକାରଙ୍କ ଉଦାସୀନତାରୁ ରାଜ୍ୟର ଅନ୍ୟତମ ପ୍ରମୁଖ କଲେଜ ସ୍ବୟଂଶାସିତ ମାନ୍ୟତା ହରାଇବାକୁ ବସିଛି। ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଶିକ୍ଷାବିତ୍‌ମାନେ ଦାବି କରିଛନ୍ତି।
ଏ ନେଇ ଅଧ୍ୟକ୍ଷା ଡ. ରଶ୍ମି ମିଶ୍ର କୁହନ୍ତି, ସପ୍ତାହେ ହେଲା ୟୁଜିସି ପକ୍ଷରୁ ସ୍ବୟଂଶାସିତ ମାନ୍ୟତା ପ୍ରତ୍ୟାହାର ସମ୍ପର୍କରେ ଏକ ପତ୍ର ହସ୍ତଗତ ହୋଇଛି। ଅଧ୍ୟାପକ ପଦବୀ ପୂରଣ ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଲେଖାଯାଇଛି। ସ୍ମାର୍ଟକ୍ଲାସ ମଧ୍ୟ ଆରମ୍ଭ ହୋଇଛି। ଏହାର ସମାଧାନ ଲାଗି ସେ ଭୁବନେଶ୍ୱର ଆସିଥିବା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

୨ ନେତ୍ରୀଙ୍କ ସହ ଭାଜପା ଛାଡ଼ିଲେ ନିରୋଜ ନଳିନୀ

ଢେଙ୍କାନାଳ,୪ା୪(ରତନ ନାୟାର): ରାଜ୍ୟ ଭାଜପା କାର୍ଯ୍ୟକାରିଣୀ ସଦସ୍ୟା ନିରୋଜ ନଳିନୀ ମହାଳିକ ବୁଧବାର ଭାଜପାରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହିତ ଢେଙ୍କାନାଳ ଜିଲା ଭାଜପା ସମ୍ପାଦିକା...

ବିଜେଡି ଛାଡିଲେ ରାଜ୍ୟ ସମ୍ପାଦକ ହର୍ଷବର୍ଦ୍ଧନ

ଢେଙ୍କାନାଳ,୩ା୪(ରତନ ନାୟାର): ଢେଙ୍କାନାଳ ଜିଲା ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟ ବିଜେଡି ସମ୍ପାଦକ ହର୍ଷବର୍ଦ୍ଧନ ସିଂହଦେଓ ମଙ୍ଗଳବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ନିଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri