ଅତୁଟ ସମ୍ପର୍କ

ସ୍ବାମୀସ୍ତ୍ରୀଙ୍କ ଯୋଡ଼ି ଏକ ଅପୂର୍ବ ସମ୍ପର୍କ, ଯେଉଁ ସମ୍ପର୍କ ଭିତରେ ଭରିରହିଥାଏ ଗଭୀର ଭଲ ପାଇବା, ସ୍ନେହ, କର୍ତ୍ତବ୍ୟବୋଧ। ଆଉ କେବେ କେବେ ମତାନ୍ତର ପୁଣି ମନାନ୍ତର ବି। ତେବେ
ଏ ସବୁ ଭିତରେ ଏହି ସମ୍ପର୍କକୁ ସାରା ଜୀବନ ଅତୁଟ ରଖିବା ନିର୍ଭର କରିଥାଏ ନିଜ ଉପରେ…

ସନ୍ଦେହ: ସନ୍ଦେହ ସମ୍ପର୍କରେ ଫାଟ ସୃଷ୍ଟି କରିବାର ସବୁଠୁ ବଡ଼ କାରଣ। ଅନେକେ ଏଭଳି ଅଛନ୍ତି, ଯେଉଁମାନେ ନିଜ ପାର୍ଟନରଙ୍କୁ ସନ୍ଦେହ କରିଥାନ୍ତି। ସେ କାହା ସହ ଖୁସିରେ କେଇ ପଦ କଥାହେଲେ ସେମାନଙ୍କ ଭିତରେ କିଛି ସମ୍ପର୍କ ଥିବା ସନ୍ଦେହ କରନ୍ତି। ଏମିତି କି ପାର୍ଟନରଙ୍କ ଅନୁପସ୍ଥିତିରେ ତାଙ୍କ ମୋବାଇଲ୍‌ର ମେସେଜ୍‌, ହ୍ବାଟ୍ସଆପ୍‌, ଫେସ୍‌ବୁକ୍‌, ମେସେଞ୍ଜର ଆଦି ଚେକ୍‌ କରିବାକୁ ବି ପଛାନ୍ତିନାହିଁି। କେହି କେହି ବାସ୍ତବ କଥା ନ ଜାଣି ପରକଥାରେ ଭାସିଯାଇ ନିଜ ପାର୍ଟନରଙ୍କୁ ସନ୍ଦେହ କରିବା ସହ ତାଙ୍କ କଥାକୁ ମିଛ ବୋଲି ଭାବିନିଅନ୍ତି। ଏ କ୍ଷେତ୍ରରେ ସମ୍ପର୍କ ମଜଭୁତ ହେବା ପରିବର୍ତ୍ତେ ଧୀରେ ଧୀରେ ଦୁର୍ବଳ ହୋଇ ଭାଙ୍ଗିଯିବାର ଆଶଙ୍କା ବି ରହିଛି। ତେଣୁ ସମ୍ପର୍କକୁ ଅତୁଟ ରଖିବାକୁ ହେଲେ କାହାରି କଥାରେ ଭାବପ୍ରବଣ ନ ହୋଇ ସନ୍ଦେହ ନାମକ ଶତ୍ରୁକୁ ମନଭିତରୁ ବାହାର କରନ୍ତୁ। ତଥାପି ଯଦି ସନ୍ଦେହ ହେଉଛି ତେବେ ମନଭିତରେ ଏହାକୁ ଚାପିରଖି କଷ୍ଟ ପାଇବା କିମ୍ବା ସମ୍ପର୍କ ଖରାପ କରିବା ଅପେକ୍ଷା କେବେ ସମୟ ସୁବିଧା ଦେଖି ନିଜ ପାର୍ଟନରଙ୍କ ସହ ସିଧାସଳଖ ଆଲୋଚନା କରିନେବା ଭଲ। ଏହା ଦ୍ୱାରା ପ୍ରକୃତ ସତ୍ୟ ଜଣାପଡ଼ିଯିବ।
କମ୍ୟୁନିକେଶନ ଗ୍ୟାପ୍‌: ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ କେବେ କେବେ ଛୋଟମୋଟ ଝଗଡ଼ା ହେବା ଏକ ସାଧାରଣ ଘଟଣା। ହେଲେ ଅନେକେ ଏଭଳି ପରିସ୍ଥିତିରେ ଝଗଡ଼ାର ସମାଧାନ କରିବା ବଦଳରେ ପରସ୍ପର ମଧ୍ୟରେ କଥାବାର୍ତ୍ତା ବନ୍ଦ କରିଦିଅନ୍ତି। ଏହା ଦ୍ୱାରା ଧୀରେ ଧୀରେ କମ୍ୟୁନିକେଶନ ଗ୍ୟାପ୍‌ ବଢ଼ିଥାଏ। ତେଣୁ ଏପରି ହେବାକୁ ଆଦୌ ନ ଦେଇ ଝଗଡ଼ାକୁ ପରବର୍ତ୍ତୀ ସମୟରେ ଭୁଲିଯାଇ ପୁନର୍ବାର ଆଗଭଳି ହସଖୁସିରେ ଚଳିବା ଦ୍ୱାରା ସମ୍ପର୍କ ମଜଭୁତ ହୋଇଥାଏ।

ଅବିଶ୍ୱାସ: ବିଶ୍ୱାସ ଏକ ଉତ୍ତମ ସମ୍ପର୍କର ମୂଳଦୁଆ। ତେଣୁ ଥରେ ଏହା ଭାଙ୍ଗିଗଲେ ପୁନର୍ବାର ସୃଷ୍ଟି ହେବା ଖୁବ୍‌ କଷ୍ଟ। ତେଣୁ ଜୀବନସାଥୀଙ୍କୁ ଅବିଶ୍ୱାସ କରନ୍ତୁ ନାହିଁ। ନିଜେ ମଧ୍ୟ କେବେ ଏଭଳି କୌଣସି କାର୍ଯ୍ୟ କରନ୍ତୁ ନାହିଁ, ଯାହା ତାଙ୍କୁ ଆପଣଙ୍କ ପ୍ରତି ଅବିଶ୍ୱାସ ସୃଷ୍ଟି କରିବାର ସୁଯୋଗ ଦେବ। ବେଳେବେଳେ ବୁଝାମଣା ଅଭାବରୁ ଅବିଶ୍ୱାସ ଜନ୍ମିଥାଏ। ତେଣୁ ଝଗଡ଼ା କରିବା କିମ୍ବା ସମ୍ପୂର୍ଣ୍ଣ ଚୁପ୍‌ ରହି ସମ୍ପର୍କ ଖରାପ କରିବା ପରିବର୍ତ୍ତେ ପରସ୍ପର ମଧ୍ୟରେ କଥାହୋଇ ଏହାର ସମାଧାନ କରିବା ଦ୍ୱାରା ସମ୍ପର୍କ ମଧୁର ହୋଇଥାଏ।
ଲୁଚାଇବା: ନିଜ ଲାଇଫ୍‌ ପାର୍ଟନରଙ୍କ ଆଗରେ ସବୁବେଳେ ହୃଦୟ ଖୋଲା ରଖନ୍ତୁ ଏବଂ ସଚ୍ଚୋଟ ହୁଅନ୍ତୁ। କାରଣ ତାଙ୍କ ଆଗରେ କିଛି ଲୁଚାଇବାର ଅର୍ଥ ଅବିଶ୍ୱାସ ଏବଂ ସନ୍ଦେହର ମଞ୍ଜି ବୁଣିବା, ଯାହା ସମ୍ପର୍କରେ ଫାଟ ସୃଷ୍ଟି କରିବା ଲାଗି ଯଥେଷ୍ଟ।
ଜିଦ୍‌: ଅନେକେ ପାର୍ଟନରଙ୍କ ଆର୍ଥିକ ସ୍ଥିତି ନ ବୁଝି ନିଜ ଇଚ୍ଛା ପୂରଣ କରିବାକୁ ଜିଦ୍‌ କରିଥାନ୍ତି। ଉଦାହରଣ ସ୍ବରୂପ ଆମେ ଅନେକ ମହିଳାଙ୍କ ସୁନାଗହଣା କିଣିବା କିମ୍ବା ଅନ୍ୟାନ୍ୟ ଶପିଂ ନିଶାକୁ ନେଇପାରିବା। କେବଳ ଏତିକି ନୁହେଁ, କେହି କେହି ଓ୍ବିକେଣ୍ଡ ହେବା ମାତ୍ରେ ବୁଲିବାକୁ ଜିଦ୍‌ ଧରି ବସନ୍ତି। ହେଲେ ଛୁଟିଦିନ ମାତ୍ରେ ଯେ ସ୍ବାମୀ ସମ୍ପୂର୍ଣ୍ଣ ଫାଙ୍କା ଥିବେ କିମ୍ବା ଶପିଂ ଲାଗି ସବୁବେଳେ ପାଖରେ ପର୍ଯ୍ୟାପ୍ତ ଟଙ୍କା ଥିବ ତା’ ଭାବିବା ଠିକ୍‌ ନୁହେଁ। ଏହା ନ ବୁଝି ଅଯଥା ଜିଦ୍‌ କରିବା ଦ୍ୱାରା ପାର୍ଟନରଙ୍କ ଉପରେ ମାନସିକ ତଥା ଆର୍ଥିକ ଚାପ ପଡ଼ିବା ଦ୍ୱାରା ବି କେବେ କେବେ ସମ୍ପର୍କ ଖରାପ ହୋଇଥାଏ। ତେଣୁ ସମ୍ପର୍କ ଭଲ ରଖିବାକୁ ହେଲେ ଜୀବନସାଥୀଙ୍କୁ ଉଭୟ ଉଭୟଙ୍କ ପରିସ୍ଥିତି ବୁଝିବା ଦରକାର।
କଟୁ କଥା: ମନ ଭଲ ନ ଥିଲେ କିମ୍ବା ଅଫିସ ତଥା ଅନ୍ୟାନ୍ୟ ଟେନ୍‌ସନ ଥିଲେ ଅନେକେ ଏହାର ରାଗ ନିଜ ପାର୍ଟନରଙ୍କ ଉପରେ ଶୁଝାଇଥାନ୍ତି । ଏମିତି କି ରାଗରେ ପାଟିରୁ ବିଭିନ୍ନ କଟୁ କଥା ବି ବାହାରିଆସେ। ରାଗରେ ହେଉ ନା କାହିଁକି ପାଟିରୁ ଥରେ ବାହାରିଥିବା କଟୁ ବାକ୍ୟ ମନଭିତରେ ରହିଯାଏ ଏବଂ କ୍ରମଶଃ ଉଭୟଙ୍କ ମଧ୍ୟରେ ଦୂରତା ବଢ଼ି ବଢ଼ି ଚାଲେ। ମନେରଖନ୍ତୁ ଦୁଇପଦ ମିଠାକଥା ବି ସମ୍ପର୍କକୁ ମଧୁର କରିଥାଏ। ତେଣୁ କ୍ରୋଧରେ ଏମିତି କିଛି କଟୁ କଥା କହିବାଠୁ ନିଜକୁ ନିବୃତ୍ତ ରଖନ୍ତୁ, ନଚେତ ତାହା ସମ୍ପର୍କରେ ତିକ୍ତତା ଆଣିବ। ରାଗ ସମୟରେ ଚୁପ୍‌ ରହିଯିବା ବୁଦ୍ଧିମତ୍ତାର କାମ।
ତୁଳନା: ସବୁବେଳେ ଅନ୍ୟମାନଙ୍କ ସହ ନିଜ ପାର୍ଟନରଙ୍କ ତୁଳନା କରିବାର ବଦଭ୍ୟାସ କେତେକଙ୍କଠାରେ ରହିଛି। ବାରମ୍ବାର ଏପରି କରିବା ଦ୍ୱାରା ପାର୍ଟନରଙ୍କ ମନରେ ନକାରାତ୍ମକ ଭାବନା ସୃଷ୍ଟି କରିଥାଏ ଏବଂ ଧୀରେ ଧୀରେ ଏହା ମନଭିତରେ ରହି ରହି ମନାନ୍ତରର କାରଣ ସାଜିଥାଏ, ଯାହା ସମ୍ପର୍କକୁ ଅତୁଟ ରଖିବାରେ ସବୁଠୁ ବଡ଼ ବାଧକ ସାଜିପାରେ। ତେଣୁ ତୁଳନା ଛାଡ଼ି ନିଜ ପାର୍ଟନର ଯେମିତି ତାଙ୍କୁ ସେହିଭଳି ସ୍ବୀକାର କରନ୍ତୁ ଏବଂ ସେତିକିରେ ହିଁ ସନ୍ତୁଷ୍ଟ ରହିବାକୁ ଚେଷ୍ଟା କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଜାଡ଼ରେ ଥରୁଛି ଓଡ଼ିଶା: ୧୦ ଡିଗ୍ରୀ ତଳେ ୧୫ ସହର

ଭୁବନେଶ୍ୱର,୩୦।୧୨(ବନ୍ଦନା ସେଠୀ):ଜାଡ଼ରେ ଥରୁଛି ସାରା ରାଜ୍ୟ। ନୂଆବର୍ଷ ପର୍ଯ୍ୟନ୍ତ ଶୀତରେ ସେଭଳି କିଛି ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ତେବେ ଆସନ୍ତା ୨୪ ଘଣ୍ଟା...

‘ଆଣ୍ଟିବାୟୋଟିକ ପାଇଁ ବଢୁଛି ନିରବ ମହାମାରୀ’, ମୋଦିଙ୍କ ପରାମର୍ଶକୁ ନେଇ ବିଶେଷଜ୍ଞ କହିଲେ ସମୟ ଆବଶ୍ୟକ

ନୂଆଦିଲ୍ଲୀ,୩୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଣ୍ଟିବାୟୋଟିକ ଅପବ୍ୟବହାର ବିରୋଧରେ ବାର୍ତ୍ତା ସମୟର ଆବଶ୍ୟକତା ଏବଂ ଦେଶରେ ଦ୍ରୁତ ଗତିରେ ବଢୁଥିବା ଆଣ୍ଟିମାଇକ୍ରୋବାୟଲ ପ୍ରତିରୋଧ (AMR)ର ଗମ୍ଭୀର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

Rashimka and Vijay Wedding: ସାମ୍ନାକୁ ଆସିଲା ରଶ୍ମିକା-ବିଜୟଙ୍କ ବିବାହ ତାରିଖ, ଏହି ଅତିଥି ଦେବେ ଯୋଗ

ନୂଆଦିଲ୍ଲୀ,୩୦ା୧୨ : ସାଉଥ ସିନେମାର ଷ୍ଟାର କପଲ୍ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ସେମାନଙ୍କ ବିବାହକୁ ନେଇ ବହୁତ ଦିନ ଧରି ଚର୍ଚ୍ଚାରେ ରହି...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ଜିତୁଙ୍କୁ ବଡ଼ ଦାୟିତ୍ୱ ଦେଲେ ନବୀନ: ସମର୍ଥକଙ୍କ ମହଲରେ ଉତ୍ସାହ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ର ଯୁବନେତା ଅମରନାଥ ଭୋଇ(ଜିତୁ)ଙ୍କୁ ବିଜେଡ଼ି ବଡ଼ ଦାୟିତ୍ୱ ଦେଇଛି। ତାଙ୍କୁ ବିଜୁ ଯୁବ ଜନତା ଦଳର ଉପସଭାପତି(ବରିଷ୍ଠ)ଭାବେ ମନୋନୀତ କରିଛି। ଯୁବନେତା ଜିତୁଙ୍କୁ...

କ୍ଷମା ମାଗିଲେ ଲଲିତ ମୋଦି

ନୂଆଦିଲ୍ଲୀ,୩୦ା୧୨ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦି ନିକଟରେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସହ ଲଣ୍ଡନରେ ପାର୍ଟି କରୁଥିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri