କଥାରେ ଅଛି-‘ଅତିଥି ଦେବୋ ଭବ’, ଅର୍ଥାତ୍‌ ସେମାନେ ଦେବତା ସମାନ। ତେଣୁ ସେମାନେ ଘରକୁ ଆସିଲେ ଭଲଭାବେ କିପରି ଚର୍ଚ୍ଚା କରିବେ ସେ ସମ୍ପର୍କରେ…

କୌଣସି ପର୍ବପର୍ବାଣି ହେଉ ଅବା କେତେକ କାରଣରୁ ବନ୍ଧୁବାନ୍ଧବ ଘରକୁ ଯିବା କିମ୍ବା ସେମାନେ ଆପଣଙ୍କ ଘରକୁ ଆସିବା ଏକ ସାଧାରଣ କଥା। ହେଲେ ଅତିଥିଙ୍କୁ ଠିକ୍‌ ଭାବେ ଟ୍ରିଟ୍‌ କଲେ ତାହା ଆପଣଙ୍କୁ ପ୍ରଶଂସାର ପାତ୍ର କରାଇଥାଏ। କଥାରେ ଅଛି-‘ଅତିଥି ଦେବୋ ଭବ’, ଅର୍ଥାତ୍‌ ସେମାନେ ଦେବତା ସମାନ। ତେଣୁ ସେମାନଙ୍କୁ ଭଲଭାବେ କିପରି ଚର୍ଚ୍ଚା କରିବେ ଏବଂ ସେ ସମୟରେ କେଉଁ ଦିଗ ପ୍ରତି ବିଶେଷ ଦୃଷ୍ଟି ଦିଆଯିବା ଦରକାର ଜାଣନ୍ତୁ ସେ ସମ୍ପର୍କରେ…
କାହା ଘରକୁ ଯିବା ପୂର୍ବରୁ ସୂଚନା ଅବଶ୍ୟ କରନ୍ତୁ
ଆଜିର ସମୟରେ ସମସ୍ତେ ପ୍ରାୟ ନିଜ ନିଜ କାମରେ ବ୍ୟସ୍ତ। ଏମିତି ବିନା ପ୍ରାକ୍‌ ସୂଚନାରେ କାହା ଘରେ ପହଞ୍ଚତ୍ବା କେତେଦୂର ଠିକ୍‌, ତାହା ପ୍ରଥମେ ତର୍ଜମା କରିବା ଦରକାର। ତେଣୁ ଯଦି ଆପଣ କାହା ଘରକୁ ଯାଉଛନ୍ତି ତାଙ୍କୁ ସୂଚିତ କରି ଯାଆନ୍ତୁ। ସବୁବେଳେ ଆଗୁଆ ସୂଚନା ଦେଇ ପହଞ୍ଚନ୍ତୁ। ଫଳରେ ସେମାନେ ଆପଣଙ୍କ ଯିବା ପୂର୍ବରୁ ନିଜକୁ ଫ୍ରି ରଖି ସ୍ବାଗତ ଲାଗି ପ୍ରସ୍ତୁତ ହୋଇପାରିବେ।
ପହଞ୍ଚତ୍ବାର ସମୟ କୁହନ୍ତୁ : ଯାହା ଘରକୁ ଆମନ୍ତ୍ରତି ହୋଇ ଯାଉଛନ୍ତି ତାଙ୍କୁ ଆସିବାର ଉପଯୁକ୍ତ ସମୟ କୁହନ୍ତୁ। ଆମନ୍ତ୍ରିତ କରିଥିବା ବନ୍ଧୁଙ୍କ ମୋବାଇଲ ନମ୍ବର ପାଖରେ ରଖନ୍ତୁ। ଯଦି ଆପଣ କେଉଁଠି ବାଟବାଉଳା ହେଲେ ତେବେ ତାଙ୍କ ସହ ଫୋନ୍‌ରେ ଯୋଗାଯୋଗ ରଖନ୍ତୁ।
ଯାହା ଘରକୁ ଯାଉଛନ୍ତି କିଛି ଗିଫ୍ଟ
ନେଇ ଯା’ନ୍ତୁ
ଖାଲିହାତରେ କାହା ଘରକୁ ଯିବା ଶାଳୀନତାର ପରିଚୟ ଦିଏନା। ଯାହା ଘରକୁ ଯାଉଛନ୍ତି କିଛି ଗିଫ୍ଟ ନେଇ ଯା’ନ୍ତୁ। ଯଦି ତାଙ୍କ ଘରେ ପିଲା ଅଛନ୍ତି, ତେବେ ତାଙ୍କ ଲାଗି ବିସ୍କୁଟ୍‌, ମିକ୍ସଚର, ଯଦି ସମବୟସ୍କ ଘରକୁ ଯାଉଛନ୍ତି ତେବେ ତାଙ୍କ ଲାଗି ଫୁଲତୋଡ଼ା ଏବଂ ଯଦି ସେଠାରେ ବୟସ୍କ ବ୍ୟକ୍ତି ଅଛନ୍ତି ତେବେ ତାଙ୍କ ଲାଗି ଫ୍ରୁଟ୍ସ, ମିଠା ଆଦି ନେଇପାରିବେ। ଉଦାହରଣ ସ୍ବରୂପ ଆପଣଙ୍କୁ ଗୃହ ପ୍ରବେଶ ଲାଗି ଆମନ୍ତ୍ରିତ କରାଯାଇଛି, ତେବେ ସେଥିଲାଗି ଘର ସାଜସଜ୍ଜାର କୌଣସି ଜିନିଷ ତାଙ୍କୁ ଦେଇପାରିବେ। ବିବାହ ବାର୍ଷିକୀ ଥିଲେ ତାଙ୍କ ପସନ୍ଦ ଅନୁଯାୟୀ ପର୍‌ଫ୍ୟୁମ୍‌ ନେଇପାରିବେ କିମ୍ବା ପିଲାର ଜନ୍ମଦିନ ଥିଲେ ତା’ ଲାଗି ଖେଳନା କିମ୍ବା ପାଠ୍ୟପୁସ୍ତକ ମଧ୍ୟ ନେଇପାରିବେ।
କଥାବାର୍ତ୍ତା ହୁଅନ୍ତୁ
କାହା ଘରକୁ ଯାଉଥିଲେ କେବଳ ଦେଖା କରିବାର ଅଛି ବୋଲି ନୁହେଁ, ତାଙ୍କ ସହିତ କଥାବାର୍ତ୍ତା ହୁଅନ୍ତୁ। ଘରେ ଭାବିକି ଯା’ନ୍ତୁ ଯେ କ’ଣ ସେଠାରେ କଥାହେବେ। କିଛି ଏମିତି ବିଷୟ ଚୟନ କରନ୍ତୁ, ଯେଉଁଥିରେ ସମସ୍ତେ ନିଜକୁ ଜଡ଼ିତ ରଖି ସେ ସମୟର ମଜା ନେଇପାରିବେ। ସେଠାରେ ଏପରି ବିଷୟ ଆଲୋଚନା କରନ୍ତୁ ନାହିଁ, ଯାହାଦ୍ୱାରା କଥା ଯୁକ୍ତିତର୍କ ସ୍ତରରେ ପହଞ୍ଚତ୍ବ। ଆପଣଙ୍କର କୌଣସି ଅନୁଭୂତି ସମ୍ପର୍କରେ କିମ୍ବା ଆଉ କେବେ ଭେଟ ହେବ ସେ ବିଷୟରେ କଥାବାର୍ତ୍ତା ହୁଅନ୍ତୁ।
ସମସ୍ତଙ୍କ ସହ ମିଶନ୍ତୁ : ଆପଣ ଅନ୍ୟ ଲୋକଙ୍କ ସହ ପରିଚିତ ହୋଇ ନ ଥିବେ, କିନ୍ତୁ ହେଲେ ବି ସମସ୍ତଙ୍କ ସହ ମିଶି କଥାବାର୍ତ୍ତା ହୁଅନ୍ତୁ। ହୋଇପାରେ ଆପଣ କ’ଣ କଥାହେବେ, ଯାହାଙ୍କୁ କେବେ ଭେଟିନାହାନ୍ତି କି କଥା ହୋଇନାହାନ୍ତି। ସେପରି ସ୍ଥିତିର ଅନ୍ୟ ଲୋକଙ୍କୁ ପ୍ରଥମେ କହିବାର ସୁଯୋଗ ଦିଅନ୍ତୁ, ଆପଣ କେବଳ ଶୁଣନ୍ତୁ। ଧୀରେ ଧୀରେ ସମସ୍ତଙ୍କ ସହ କଥାବାର୍ତ୍ତା କରନ୍ତୁ, ଯାହାଦ୍ୱାରା ନିଜର ବ୍ୟକ୍ତିତ୍ୱ ଆହୁରି ପ୍ରଶଂସିତ ହେବ।
ଫର୍ମାଲ ଡିନର : ଯଦି ଆପଣ ଫର୍ମାଲ ଡିନରରେ ଯାଉଛନ୍ତି ତେବେ ଟେବୁଲ୍‌ ମ୍ୟାନର ଶିଖିବା ବୁଦ୍ଧିମାନର କାମ। କଟଲେରିର ଉପଯୋଗ ଆସୁଥିବା ଅତିଥିଙ୍କ ପାଇଁ ସମ୍ମାନର ପ୍ରତୀକ ହୋଇପାରିବ।
ଧନ୍ୟବାଦ ଅର୍ପଣ କରନ୍ତୁ
ବିଦାୟ ନେବା ପୂର୍ବରୁ ଯିଏ ଆପଣଙ୍କୁ ଆମନ୍ତ୍ରିତ କରିଥା’ନ୍ତି ତାଙ୍କୁ ଧନ୍ୟବାଦ ଜଣାନ୍ତୁ। ତାଙ୍କ ଆତିଥ୍ୟର ମନଖୋଲି ପ୍ରଶଂସା କରନ୍ତୁ। ଘରର ସାଜସଜ୍ଜା, ପୋଷାକ, ପରଷା ହୋଇଥିବା ଖାଦ୍ୟ ଆଦିକୁ ପ୍ରଶଂସା କରିବାକୁ ଭୁଲନ୍ତୁ ନାହିଁ। ଏମିତି କି ଘରର ଡିଜାଇନ୍‌କୁ ମଧ୍ୟ।
ଶେଷରେ….
ଯଦି ସେଠାରେ ଜାଣତରେ ହେଉ ଅବା ଅଜାଣତରେ ଆପଣ କୌଣସି ଭୁଲ କରିଦେଇଛନ୍ତି ତେବେ ସେଥିପାଇଁ ‘ସରି’ କହିବାକୁ ଭୁଲନ୍ତୁ ନାହିଁ। ଅଯଥା ଆଲୋଚନା କରି ନିଜକୁ ସମାଲୋଚିତ କରିବା ଠିକ୍‌ ନୁହେଁ। ଆଚାର ବ୍ୟବହାର, କଥାବାର୍ତ୍ତା ଶୈଳୀରେ ନିଜକୁ ସଚେତନ ରଖନ୍ତୁ।

ଏମାନେ କ’ଣ କରନ୍ତି


ସୂଚିତ କରି ଯାଆନ୍ତୁ :
(ମନ୍ଦାକିନୀ ଦାସ,ଚୌଦ୍ୱାର,କଟକ)
ଆମର ଯଦି କାହା ଘରକୁ ଯିବାର ପ୍ଲାନିଂ ହୁଏ ତାଙ୍କୁ ଆଗରୁ ଏ ବିଷୟରେ ସୂଚନା ଦିଏ। ଫଳରେ ସେମାନେ ଆମ ପାଇଁ ନିର୍ଦ୍ଦିଷ୍ଟ ଦିନ ସମୟ ଦେଇ ପାରିବେ। ଆଜିକାଲି ବିଜି ସିଡ୍ୟୁଲ୍‌ ଭିତରେ ହଠାତ୍‌ କାହାକୁ କିଛି ନ କହି ଘରକୁ ଯିବା ପୂର୍ବରୁ ତାଙ୍କୁ ଏ ନେଇ ଜଣେଇ ଦେବା ଭଲ। ଅର୍ଥାତ୍‌ ଏଥିଲାଗି କାହା ଘରକୁ ଯିବା ପୂର୍ବରୁ ତାଙ୍କୁ ଇନ୍‌ଫରମେଶନ୍‌ ଦେବା ଆବଶ୍ୟକ।
ସମସ୍ତଙ୍କ ସହ ମିଶି କଥାବାର୍ତ୍ତା ହୁଅନ୍ତୁ :
(ସମିତାଞ୍ଜଳି ବେଜ୍‌, କର୍ମଜୀବୀ,ଭାନରପୁର,
ବାରିଗାଁ,କେଉଁଝର)
ଅତିଥି ହୋଇ ଯଦି କାହା ଘରକୁ ଯିବାର ଅଛି ପ୍ରଥମେ ଦେଖନ୍ତୁ ଯେ ଆପଣ କେଉଁ ଅକେଜନ୍‌ ପାଇଁ ନିମନ୍ତ୍ରିତ ହୋଇଛନ୍ତି । ସେହି ଅନୁଯାୟୀ କିଛି ଗିଫ୍ଟ ନେଇ ତାଙ୍କ ଘରକୁ ଯିବା ଆବଶ୍ୟକ। ଘରେ ଯଦି ଛୋଟ ପିଲା ଅଛନ୍ତି ତାଙ୍କ ଲାଗି ଚକୋଲେଟ୍‌ ଏବଂ ବୟସ୍କ ବ୍ୟକ୍ତି ଥିଲେ ତାଙ୍କ ପାଇଁ ଫ୍ରୁଟ୍ସ ନେଇ ଗଲେ ଭଲ। ତାଙ୍କ ଘରେ ପହଁଞ୍ଚତ୍ବା ପରେ ସମସ୍ତଙ୍କ ସହ ମିଶି କଥାବାର୍ତ୍ତା ହୁଅନ୍ତୁ , ଯେପରି ତାଙ୍କୁ ନ ଲାଗୁ ଆପଣ ଅନ୍‌କମ୍ପଟେବୁଲ୍‌ ଫିଲ୍‌ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri