ଅଟୋ-ବାଇକ ମୁହାଁମୁହିଁ ଧକ୍କା : ବାଇକ୍‌ଚାଳକ ଗୁରୁତର

ପାଟଣା,୧୭ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥ ପାଟଣା – କରଞ୍ଜିଆ ରାସ୍ତାର ସରସ୍ବତୀପଡ଼ା ଛକ ନିକଟରେ ଏକ ଅଟୋ ସହ ବାଇକର ମୁହାଁମୁହିଁ ଧକ୍କା ହେବାରୁ ବାଇକ ଚାଳକ ଗୁରୁତର ହୋଇ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ଜଣକ ହେଉଛନ୍ତି ସରସ୍ବତୀପଡ଼ା ଗ୍ରାମର ମହେନ୍ଦ୍ର ମହାନ୍ତଙ୍କ ପୁଅ ନରହରି(୩୬)। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ନରହରି ବାଇକ୍‌ରେ ଘରୁ ଖଜୁରୀଡିହା ଛକକୁ ଆସୁଥିବାବେଳେ ପାଟଣା ଆଡୁ ମୂଷାପଡ଼ା ଅଞ୍ଚଳରୁ ଜଣେ ପ୍ରସୂତିଙ୍କୁ ନେଇ ଏକ ଅଟୋ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ଯାଉଥିବାବେଳେ ମୁହାଁମୁହିଁ ଧକ୍କା ହୋଇଥିଲା। ପ୍ରସୂତିଙ୍କୁ ଅନ୍ୟ ଏକ ଗାଡ଼ି ସହାୟତାରେ କରଞ୍ଜିଆ ପଠାଇ ଅଟୋଚାଳକ ବଳରାମ ବେହେରା ଗୁରୁତର ନରହରିଙ୍କୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଘଟଣାସ୍ଥଳରେ ପାଟଣା ପୋଲିସ ପକ୍ଷରୁ ସୁରେନ୍ଦ୍ରନାଥ ବିଶୋଇ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକ ଓ ଅଟୋକୁ ଜବତ କରି ତଦନ୍ତ ଜାରି ରଖିଛନ୍ତି। ଅଟୋଚାଳକ ବଳରାମ ବେହେରା ଥାନାରେ ଅଟକ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ଉତ୍ସବରେ ଗୋଷ୍ଠୀ ସଂଘର୍ଷ: ଖଣ୍ଡା, ଭୁଜାଲି ମାଡ଼ରେ ୫ ଗୁରୁତର

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ): ରଙ୍ଗର ପର୍ବ ହୋଲି ପାଇଁ ସବୁଠି ଉତ୍ସବ ମୁଖର ଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ଥାନା ବାଉଁଶବଣିଆ ପଞ୍ଚାୟତ ଅଧୀନ...

ହୋଲି ଅଘଟଣ: ଗାଧୋଇବାକୁ ଯାଇ ବୁଡ଼ିଗଲେ ୨ ଛାତ୍ର

ଭୁବନେଶ୍ୱର,୨୬।୩: ରଙ୍ଗର ପର୍ବ ହୋଲିରେ ଘଟିଛି ଅଘଟଣ । ପୋଖରୀରେ ଗାଧୋଇଲା ବେଳେ ବୁଡ଼ି ୨ଜଣଙ୍କ ମୃତ୍ୟୁ ଘଟିଛି। କଟକ ଜିଲା ସାଲେପୁର ଥାନା ଅଧୀନ...

ବାଲେଶ୍ୱରରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିବାକୁ ଘୋଷଣା କଲେ ଖାରବେଳ ସ୍ବାଇଁ

ଭୁବନେଶ୍ୱର,୨୫।୩: ଭାରତୀୟ ଜନତା ପାର୍ଟି (ଭାଜପା) ରବିବାର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ଏଥିରେ ମୋଟ ୧୧୧ ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଛି। ଓଡ଼ିଶାର...

ବାହାଘର ସାତ ଦିନ ପରେ ନବବଧୂଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ

ବାଲେଶ୍ୱର, ୨୫।୩: ବିବାହର ସାତ ଦିନ ପରେ ଜଙ୍ଗଲରୁ ମିଳିଲା ନବ ବଧୂଙ୍କର ମୃତଦେହ। ବାଲେଶ୍ୱର ଜିଲାର ସୋର ଅଂଚଳରେ ଏହି ଘଟଣାର ଘଟିଥିବା ସୂଚନା...

କାନ୍ଥ ଭୁଶୁଡ଼ି ପୁଅଙ୍କ ଜୀବନ ଗଲା, ମା-ବାପା ଗୁରୁତର

ଭୋଗରାଇ,୨୫।୩(ପ୍ରଦୀପ ଦାସ): କାନ୍ଥ ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ମା-ବାପା ଗୁରୁତର ଅଛନ୍ତି। ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ...

ସାଇକେଲରେ ପଞ୍ଚଲିଙ୍ଗେଶ୍ୱର ପହଞ୍ଚିଲେ ବିଦେଶୀ ପର୍ଯ୍ୟଟକ

ନୀଳଗିରି, ୨୪।୩(ପ୍ରଶାନ୍ତ ବିଶ୍ୱାଳ):ପର୍ଯ୍ୟଟନ ମାନଚିତ୍ରରେ ଉତ୍ତରଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପଞ୍ଚଲିଙ୍ଗେଶ୍ୱର। ବିସ୍ତୀର୍ଣ୍ଣ ସବୁଜ ବନାନୀ ପଞ୍ଚଲିଙ୍ଗେଶ୍ୱରକୁ ପ୍ରତିଦିନ ଦେଶ ଓ ଦେଶ ବାହାରର ପର୍ଯ୍ୟଟକଙ୍କୁ ଆକର୍ଷିତ...

ମାରାଥନ ଚଢ଼ାଉ, ଚୋରା ବେପାରୀ ଛାନିଆଁ

ବାଲେଶ୍ୱର,୨୪।୩(ମାନସ ବିଶ୍ୱାଳ):ବାଲେଶ୍ୱର ସହର ନିକଟସ୍ଥ ପୁରୁଣା ବାଲେଶ୍ୱର ଓ ବସ୍ତା ଥାନା ଅଧୀନ ଗାନ୍ଧି ଛକ ଦେଶୀ ମଦ କାରବାରର ହବ୍‌ ପାଲଟିଛି। ପୁରୁଣାବାଲେଶ୍ୱରରୁ ଜିଲାର...

୧ରୁ ଚନ୍ଦନେଶ୍ୱର ମହାଦେବଙ୍କ ପ୍ରସିଦ୍ଧ ଚୈତ୍ର ଚଡ଼କ ମେଳା

ଭୋଗରାଇ, ୨୩।୩(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସ୍ଥିତ ପୂର୍ବଭାରତର ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର ମହାଦେବଙ୍କ ବିଶ୍ୱପ୍ରସିଦ୍ଧ ଚୈତ୍ର ଚଡ଼କମେଳା ଆସନ୍ତା ୧ରୁ ଶୁଭାରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri