ଅଟକିଯାଇନି ରଥ କାମ: ମହାରଣା ସେବକଙ୍କ ବିଶ୍ୱାସ ‘ମହାପ୍ରଭୁ ଚାହିଁଲେ ସବୁକିଛି ଓଲଟପାଲଟ ହୋଇଯିବ’

ପୁରୀ ଅଫିସ,୧୯ା୬: ଚଳିତବର୍ଷ ରଥଯାତ୍ରା ବନ୍ଦ ରହିବ ବୋଲି ସୁପ୍ରିମ୍‌କୋର୍ଟ ରାୟ ଶୁଣାଇଛନ୍ତି। ହେଲେ ଏହି ରାୟ ପରେ ବିଭିନ୍ନ ମହଲରେ କ୍ଷୋଭ ସୃଷ୍ଟି ହୋଇଛି । ବଡ଼ଦାଣ୍ଡରେ ଗଡ଼ିବନି ମହାପ୍ରଭୁଙ୍କ ରଥ ଏହାକୁ କେହି ଗ୍ରହଣ କରିପାରୁ ନାହାନ୍ତି । ତଥାପି ଏଭଳି ନିଷ୍ପତ୍ତି ପରେ ବି ରଥଖଳାରେ ଅଟକି ଯାଇ ନ ଥିଲା ରଥ କାମ। ଅଳ୍ପକିଛି ଯାହା କାମ ବାକି ରହିଥିଲା ତାହାକୁ ରଥ ନିର୍ମାଣ ସମ୍ପୃକ୍ତ ସେବକ ଜାରି ରଖିଥିବା ଦେଖିବାକୁ ମିଳିଥିଲା । ଶୁକ୍ରବାର ତିନିରଥର ପ୍ରଭା ଉଠିଥିବା ବେଳେ ପ୍ରତି ରଥର ଘୋଡାଗୁଡ଼ିଙ୍କୁ ରଙ୍ଗ ଦିଆଯାଇଥିଲା। ସେହିଭଳି ଶନିବାର ତିନି ରଥର ଦୁଆରବେଢ଼ାରେ କପଡ଼ା ପକାଯାଉଛି।

ଅପରପକ୍ଷେ ରଥଯାତ୍ରା ବନ୍ଦ ନିଷ୍ପତ୍ତିକୁ ନେଇ କୋହ ସମ୍ଭାଳି ପାରି ନ ଥିଲେ ମହାରଣା ସେବକ । ତାଳଧ୍ୱଜ ରଥର ମୁଖ୍ୟ ମହାରଣା ସେବକ ନରସିଂହ ମହାପାତ୍ର କାନ୍ଦି ପକାଉଥିବା ଦେଖିବାକୁ ମିଳିଥିଲା। ତେବେ କୌଣସି ଅଘଟଣ ଆଶଙ୍କା କରି ଶୁକ୍ରବାର ଶ୍ରୀମନ୍ଦିର ପୋଲିସ କାର୍ଯ୍ୟାଳୟକୁ ଜଗି ରହିଥିଲା। ଅଶ୍ୱକୁ ରଙ୍ଗ ଦେଉଥିବା ଚିତ୍ରକର ସେବକ ଚନ୍ଦ୍ରଶେଖର ମହାରଣା କହିଥିଲେ, ସଂସାର ରଥକୁ ମହାପ୍ରଭୁ ଆଗକୁ ବଢାଉଛନ୍ତି । କେତେବେଳ କଣ ହୋଇଯିବ ଆମେ ଜାଣିପାରିବା ନାହିଁ । ମହାପ୍ରଭୁ ଚାହିଁଲେ ସବୁ କିଛି ଓଲଟପାଲଟ ହୋଇଯିବ । ସେମିତି ବିଶ୍ୱାସ ବି ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri