ଅଞ୍ଜଳି, ଇବ୍ରାହିମ୍‌ଙ୍କୁ ରିମାଣ୍ଡରେ ନେବାକୁ ଏସ୍‌ଟିଏଫ୍‌ର ଆବେଦନ: ରାଜଧାନୀରେ ବହୁ ବାଂଲାଦେଶୀ ଦେହଜୀବୀ

ଭୁବନେଶ୍ୱର,୨୫ା୧(ବ୍ୟୁରୋ) ଗିରଫ ହୋଇ ଝାରପଡ଼ା ଜେଲ୍‌ରେ ଥିବା ରାଜଧାନୀ ସେକ୍ସ ରାକେଟ୍‌ କିଙ୍ଗ୍‌ପିନ୍‌ ଅଞ୍ଜଳି ଦିଦି ଓ ସେକ୍‌ ଇବ୍ରାହିମ୍‌ଙ୍କ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି। ସେମାନେ ବାଂଲାଦେଶରୁ ଭୁବନେଶ୍ୱରକୁ ଏକାଧିକ ଯୁବତୀଙ୍କୁ ଆଣି ଦେହ ବ୍ୟବସାୟ କାୟାବିସ୍ତାର କରିଥିବା ଏସ୍‌ଟିଏଫ୍‌ ଜାଣିବାକୁ ପାଇଛି। କିଛିଦିନ ତଳେ ଜଣେ ବାଂଲାଦେଶୀ ଗଣମାଧ୍ୟମକୁ ଅଞ୍ଜଳି ଦିଦି ୨୫ରୁ ଊର୍ଦ୍ଧ୍ୱ ବାଂଲାଦେଶୀ ଯୁବତୀଙ୍କୁ ରାଜଧାନୀକୁ ଆଣିଥିବା କହିଥିଲେ। ହେଲେ ପୁରୁଣା ଭୁବନେଶ୍ୱରରୁ ୬ ବାଂଲାଦେଶୀ ଦେହଜୀବୀ ଧରାହୋଇଥିବା ବେଳେ ଅନ୍ୟମାନେ ଏଯାବତ୍‌ ଏସ୍‌ଟିଏଫ୍‌ ହାତରେ ଧରାପଡ଼ିନାହାନ୍ତି। ସେମାନଙ୍କୁ ଧରିବା ନେଇ ଏସ୍‌ଟିଏଫ୍‌ ଖୋଳତାଡ଼ ଜାରି ରଖିଛି। ଏପରି କି ଏସ୍‌ଟିଏଫ୍‌ ପଶ୍ଚିମବଙ୍ଗ ଏବଂ ବାଂଲାଦେଶର ଅନେକ ତଦନ୍ତକାରୀ ସଂସ୍ଥାଙ୍କ ସହଯୋଗ ନେଇ ତଦନ୍ତ ଚଳାଇଛି।
ଅନ୍ୟପଟେ କିଙ୍ଗ୍‌ପିନ୍‌ ଅଞ୍ଜଳି ଦିଦି ଏବଂ ତାଙ୍କ ସ୍ବାମୀ ଇବ୍ରାହିମ୍‌ଙ୍କୁ ରିମାଣ୍ଡରେ ଆଣିବ ଏସ୍‌ଟିଏଫ୍‌। ଏନେଇ ଶୁକ୍ରବାର ଭୁବନେଶ୍ୱର କୋର୍ଟରେ ୫ ଦିନିଆ ରିମାଣ୍ଡ ପାଇଁ ଏସ୍‌ଟିଏଫ୍‌ ଆବେଦନ କରିଛି। ଏସ୍‌ଟିଏଫ୍‌ର ଏକ ଟିମ୍‌ ଅଞ୍ଜଳି ଦିଦିଙ୍କ ପିପିଲି ଦାନଗୋହିର ଘରକୁ ଯାଇ ଖୋଳତାଡ଼ କରିଥିବା ଜଣାପଡ଼ିଛି। ଉକ୍ତ ଘରୁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି, ଯେଉଁଥିରେ ସେମାନଙ୍କ ବାଂଲାଦେଶୀ ଯୁବତୀ ଚାଲାଣର ପୂରା ନକ୍ସା ମିଳିଛି। ସେହି ଆଧାରରେ ସେମାନଙ୍କୁ ପଚରାଉଚରା କରିବ। ସବୁଠାରୁ ବଡ଼ କଥା ହେଲା , ଅଞ୍ଜଳି ଦିଦି ଏବଂ ଇବ୍ରାହିମ୍‌ଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରୁ ବାଂଲାଦେଶକୁ ଲକ୍ଷାଧିକ ଟଙ୍କାର ନେଣଦେଣ ହୋଇଥିବା ଜଣାପଡ଼ିଛି। ତେବେ ଟଙ୍କା କାହା ନିକଟକୁ ପଠାଯାଇଛି, ତାହା ଜଣାପଡ଼ି ନ ଥିବାବେଳେ ଅଞ୍ଜଳିଙ୍କ ଭଉଣୀ ଏବଂ ଭିଣୋଇଙ୍କୁ ଏହି ଟଙ୍କା ଯାଇଥିବା ଏସ୍‌ଟିଏଫ୍‌ ଅନୁମାନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଦିଲ୍ଲୀ ତାତି: ସୋନମ ୱାଙ୍ଗଚୁକଙ୍କୁ ସମର୍ଥନ କରି ଧର୍ମେନ୍ଦ୍ରଙ୍କ କୁଶ ପୁତ୍ତଳିକା ଦାହ

ବରଗଡ଼,୧୯।୭(ପ୍ରେମାନନ୍ଦ ଖମାରୀ): ଏନଇଇଟି ପରୀକ୍ଷାରେ ବିଭ୍ରାଟ ପ୍ରତିବାଦରେ ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଆନ୍ଦୋଳନର ତାତି ବରଗଡ଼ରେ ଅନୁଭୂତ ହୋଇଛି । ରବିବାର ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ବରଗଡ଼…

ହିରାଧାରବାଟି କେନାଲରେ ପାଣି ଛାଡିଲା ଜଳସେଚନ ବିଭାଗ, ଚାଷୀଙ୍କ ମୁହଁରେ ଫୁଟିଲା ହସ

ଗଞ୍ଜାମ,୧୯ା୭(ବିଦ୍ୟାଧର ସାହୁ ): ଖରିଫ ଚାଷ ପାଇଁ ଜଳସେଚନ ବିଭାଗ ହିରାଧାରବାଟି କେନଲରେ ପାଣି ଛାଡିଥିବା ଦେଖିବାକୁ ମିଳିଛି । ସଂକ୍ରାନ୍ତି ଦିନ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା…

ଗୋ ହତ୍ୟା ସହ ମାଂସ ଚାଲାଣ: ୨ ଗିରଫ, ୧୫ ଅଟକ

କୋରାପୁଟ,୧୯।୭(ଅମିତାଭ ବେହେରା): କୋରାପୁଟ ସହରରେ ଗୋ ହତ୍ୟା ସହ ମାଂସ ଚାଲାଣ ହେଉଥିବା ଖବରପାଇ ଟାଉନ ଥାନା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୨ ଅଭିଯୁକ୍ତଙ୍କୁ ଗିରଫ…

୬ ମାସ ହେଲା ଅଚଳ ଘୁଟିଗୁଡ଼ା ଜିଓ ଟାୱାର, ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଗ୍ରାମବାସୀଙ୍କ ଦାବି

ଥୁଆମୂଳ ରାମପୁର,୧୯ା୭(ଦୁର୍ଗା କୀର୍ତ୍ତି): ରାଜ୍ୟ ସରକାର ଦୁର୍ଗମ ଅଞ୍ଚଳରେ ଡିଜିଟାଲ ଯୋଗାଯୋଗର ବିକାଶ ପାଇଁ ବିଭିନ୍ନ ସଂସ୍ଥାକୁ ଅନୁମତି ଦେଉଥିବା ବେଳେ ବାସ୍ତବ କ୍ଷେତ୍ରରେ କମ୍ପାନୀଗୁଡ଼ିକର ଚରମ…

ଚଞ୍ଚକତା କରି ଭାରପ୍ରଧାନ ଶିକ୍ଷକଙ୍କୁ ବଦଳି ଅଭିଯୋଗ, ଅଭିଭାବକ ମହଲରେ ଅସନ୍ତୋଷ

ହାଟଡିହୀ,୧୯ା୭(ଶୁଭକାନ୍ତ ନାୟକ): ଚଳିତ ଜୁଲାଇ ମାସ ଗତ ୧୦ ତାରିଖରେ ଡ଼ିଏଲଟିସି ବୈଠକ ବସିଥିଲା । ଏହି ବୈଠକ ଜିଲା ସ୍ତରରେ ଅନୁଷ୍ଠିତ ହୋଇଥାଏ । ବୈଠକରେ…

ଶ୍ରୀକ୍ଷେତ୍ରରୁ ଭଟଲି ଆସିଲା ତିନି ରଥର ଚକ; ପାଛୋଟି ଆଣିଲେ ହଜାର ହଜାର ଭକ୍ତ, ବିଧାୟକ କହିଲେ…

ବରଗଡ଼,୨୦।୭(ପ୍ରେମାନନ୍ଦ ଖମାରୀ): ପୁରୀ ଧାମରୁ ଭଟଲି ଦଧିବାମନ ଧାମକୁ ରବିବାର ତିନି ରଥର ଚକ ପହଞ୍ଚିଛି । ଶ୍ରୀକ୍ଷେତ୍ର ପୁରୀର ଏହି ତିନି ରଥର ଚକକୁ ଭବ୍ୟ…

ଭାଜପାରେ ମିଶିବା ଚର୍ଚ୍ଚା ଭିତରେ ବଡ଼ କଥା କହିଦେଲେ ବିକ୍ରମ ଆରୁଖ, ‘ବିଜେଡିରେ..’

ଭୁବନେଶ୍ବର,୧୯ା୭: ବିଜେଡିର ବରିଷ୍ଠ ନେତା ବିକ୍ରମ ଆରୁଖ ଭାଜପାରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହାରି ଭିତରେ ବର୍ତ୍ତମାନ ସେ ମୁହଁ ଖୋଲି ଚର୍ଚ୍ଚାକୁ…

ବସରେ ଗଞ୍ଜେଇ ଚାଲାଣ ପାଇଁ ଯୋଜନା ବେଳେ ମାଡିବସିଲା ଅଡବା ପୋଲିସ, ୪ ଲକ୍ଷ ଟଙ୍କାର ଗଞ୍ଜେଇ ସହ କେରଳର…

ମୋହନା,୧୯ା୭(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ଶନିବାର ବିଳମ୍ବିତ ରାତିରେ ପୋଲିସ ପାଟ୍ରୋଲିଂ କରିବା ସମୟରେ ୪୦ କିଲୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri