ଅଜୟ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର

ଭୁବନେଶ୍ୱର,୨୫ା୨(ବ୍ୟୁରୋ): ଅବସରପ୍ରାପ୍ତ ହିନ୍ଦୀ ପ୍ରଫେସର ଅଜୟ କୁମାର ପଟ୍ଟନାୟକ ୨୦୧୯ ବର୍ଷ ପାଇଁ ଓଡ଼ିଶାରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ତାଙ୍କ ଦ୍ୱାରା ଅନୂଦିତ ଓଡ଼ିଆ ପୁସ୍ତକ ‘ଶ୍ରେଷ୍ଠ ହିନ୍ଦୀ ଗଳ୍ପ’ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ଅନୁବାଦ ପୁରସ୍କାର ପାଇବେ। ସୋମବାର ନୂଆଦିଲ୍ଲୀଠାରେ ଏକାଡେମୀ ସଭାପତି ଡ. ଚନ୍ଦ୍ରଶେଖର କମ୍ବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରୀ ପରିଷଦ ବୈଠକରେ ଏନେଇ ବିଧିବଦ୍ଧ ଘୋଷଣା କରାଯାଇଛି। ମୋଟ ୨୩ ଭାଷାରେ ଏହି ପୁରସ୍କାର ଘୋଷଣା କରାଯାଇଥିବା ବେଳେ ଅଜୟଙ୍କ ପୁସ୍ତକ ‘ଶ୍ରେଷ୍ଠ ହିନ୍ଦୀ ଗଳ୍ପ’ ରେ ବଛା ବଛା ଶ୍ରେଷ୍ଠ ୨୫ଟି ହିନ୍ଦୀରୁ ଓଡ଼ିଆ ଅନୂଦିତ ଗଳ୍ପ ରହିଛି।
ଗଞ୍ଜାମ ଜିଲା ଭଞ୍ଜନଗର ଅନ୍ତର୍ଗତ ଗାମୁଣ୍ଡି ଗ୍ରାମରେ ୧୯୪୯ ଜୁନ୍‌ ୫ରେ ଜନ୍ମଗ୍ରହଣ କରିଥିଲେ ଅଜୟ। ସେ ଆଲ୍ଲାହାବାଦ ବିଶ୍ୱବିଦ୍ୟାଳୟରୁ ହିନ୍ଦୀରେ ସ୍ନାତକୋତ୍ତର ଏବଂ ଡି.ଫିଲ୍‌ କରିବା ପରେ ୧୯୭୪ରୁ ୨୦୦୭ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସରକାରୀ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରି ଅବସର ଗ୍ରହଣ କରିଛନ୍ତି। ଏହାମଧ୍ୟରେ ସେ ୪୦ରୁ ଊର୍ଦ୍ଧ୍ୱ ପୁସ୍ତକ ଲେଖିଥିବାବେଳେ ଓଡ଼ିଆରୁ ହିନ୍ଦୀ ଏବଂ ହିନ୍ଦୀରୁ ଓଡ଼ିଆକୁ ଅନେକ ପୁସ୍ତକ ଅନୁବାଦ କରିଛନ୍ତି। କେବଳ ଏତିକି ନୁହେଁ, ମରାଠୀ ପୁସ୍ତକ ‘ବନଗରବାଡୀ’ ସମେତ ରମାନାଥ ତ୍ରିପାଠୀଙ୍କ ‘ଶଙ୍ଖା-ସିନ୍ଦୂର’, ନରେନ୍ଦ୍ର କୋହଲିଙ୍କ ‘ଦୀକ୍ଷା’, ମାଲିକ ମହମ୍ମଦ ଜୟସୀଙ୍କ ଆତ୍ମଜୀବନୀ ‘ଜାୟସୀ’, ନିରାଲାଙ୍କ ଉପନ୍ୟାସ ‘ବିଲ୍ଲେସୁର୍‌ ଛେଲିଆ’ ଭଳି ବହୁ ପୁସ୍ତକକୁ ହିନ୍ଦୀରୁ ଓଡ଼ିଆକୁ ଅନୁବାଦ କରିଛନ୍ତି। ସେହିଭଳି ‘ମନୋଜ ଦାସକୃତ କହାନୀ ସଂଗ୍ରହ’ ଓ ‘ପ୍ରଭଞ୍ଜନ’, ରବି ରାୟଙ୍କ ଆତ୍ମଜୀବନୀ ‘ଅନ୍ବେଷା କା ଆକାଶ’, ନୃସିଂହ ପ୍ରସାଦ ତ୍ରିପାଠୀଙ୍କ ‘ମୁରଲୀ ସାହୁ କା ଦିନ’, ପ୍ରତିଭା ରାୟଙ୍କ ‘ପୁଣ୍ୟତୋୟା’, ସାତକଡ଼ି ହୋତାଙ୍କ ‘ନୀଲାଚଲ କୋ ରାସ୍ତା’, ସୁସ୍ମିତା ବାଗ୍‌ଚୀଙ୍କ ‘ଦେବଶିଶୁ’ ଓ ମନୋରମା ମହାପାତ୍ରଙ୍କ ‘ବନ୍ଦ ଘର୍‌ କା କିବାଡ଼’ ଆଦି ତାଙ୍କର କେତୋଟି ହିନ୍ଦୀ ଅନୂଦିତ ପୁସ୍ତକ। ଏହାବ୍ୟତୀତ ହିନ୍ଦୀରେ ସେ ଅନେକ ଆଲୋଚନା ପୁସ୍ତକ ଓ ହିନ୍ଦୀ ସାହିତ୍ୟର ଇତିହାସ ମଧ୍ୟ ଲେଖିଛନ୍ତି। ତେବେ ‘ଶ୍ରେଷ୍ଠ ହିନ୍ଦୀ ଗଳ୍ପ’ରେ ମୋଟ ୨୫ ଗଳ୍ପ ରହିଥିବାବେଳେ ଚନ୍ଦ୍ରଶର୍ମା ଗୁଲେରୀଙ୍କ ଲୋକପ୍ରିୟ ଗଳ୍ପ ‘ଉସନେ କହାଥା’ର ଅନୁବାଦ ‘ସେ କହିଥିଲା’, ରାଜା ରାଧିକା ରମଣ ସିଂହ, ଜୟଙ୍କର ପ୍ରସାଦ, ପ୍ରେମଚାନ୍ଦ, ବିଶ୍ବମ୍ଭର ଶର୍ମା, ରାଧାକୃଷ୍ଣ, ଭଗବତୀ ପ୍ରସାଦ ବାଜପେୟୀ, ପାଣ୍ଡେୟ ବଚନ ଶର୍ମା, ଚତୁରସେନ ଶାସ୍ତ୍ରୀ, ୟଶ ପାଲ, ବୃନ୍ଦାବନଲାଲ ବର୍ମା, ଜୈନେନ୍ଦ୍ର କୁମାର, ଭଗବତୀ ଚରଣ ବର୍ମା, ଆଚାର୍ଯ୍ୟ ସୁଦର୍ଶନ, ରାଙ୍ଗେୟ ରାଘବ ଆଦିଙ୍କ ଗଳ୍ପ ରହିଛି। ହିନ୍ଦୀ ଏବଂ ଓଡ଼ିଆ ସାହିତ୍ୟକୁ ବିଶେଷ ଅବଦାନ ଲାଗି ସେ ୧୫ରୁ ଊର୍ଦ୍ଧ୍ୱ ପୁରସ୍କାର ପାଇଥିବାବେଳେ ଏହା ମଧ୍ୟରେ ହିନ୍ଦୀସେବୀ ସମ୍ମାନ, ରାଜଭାଷା ସମ୍ମାନ, ସୌହାର୍ଦ୍ଦ୍ୟ ସମ୍ମାନ, ଗଙ୍ଗାଶରଣ ସିଂହ ପୁରସ୍କାର, ବିଶ୍ବ ହିନ୍ଦୀ ସମ୍ମାନ, ପ୍ରଫୁଲ୍ଲ ଦାସ ଅନୁବାଦ ସାହିତ୍ୟ ପୁରସ୍କାର ଆଦି ରହିଛି।
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପକ୍ଷରୁ ଏକ ସ୍ବତନ୍ତ୍ର ଉତ୍ସବର ଆୟୋଜନ କରାଯାଇ ମନୋନୀତ ୨୩ ଅନୁବାଦକଙ୍କୁ ପୁରସ୍କୃତ କରାଯିବ। ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କାର ଅର୍ଥରାଶି ସହ ମାନପତ୍ର ଏବଂ ଉପଢୌକନ ଦିଆଯିବ। ୨୦୧୯ ଅନୁବାଦ ପୁରସ୍କାର ବିଚାରକ ମଣ୍ଡଳୀରେ ଓଡ଼ିଆ ବିଭାଗରେ ବରିଷ୍ଠ ସାହିତି୍ୟକ ରବୀନ୍ଦ୍ର କୁମାର ପ୍ରହରାଜ, ଅମୀୟବାଳା ପଟ୍ଟନାୟକ ଏବଂ ଡ. ସୂର୍ଯ୍ୟମଣି ଖୁଣ୍ଟିଆ ସଦସ୍ୟ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୮ମ ଶ୍ରେଣୀ ଛାତ୍ରଙ୍କ ବେକରେ ଗୁଡାଇ ହୋଇଗଲା ଦୋଳି; ଅଚେତ ହୋଇ ତଳେ ପଡିଗଲେ ଛାତ୍ର, ତାପରେ…

ଦିଗପହଣ୍ଡି,୨୨ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଲରା ପଦର ପଞ୍ଚାୟତ ଭୁଡୁକି ଗ୍ରାମରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି । ୮ମ…

ଦିଲ୍ଲୀ ପୋଲିସ ନାଁରେ ଗୁରୁତର ଅଭିଯୋଗ, ଝିଅମାନଙ୍କୁ ପ୍ରବଳ ମାଡ଼….

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀ ପୋଲିସ ନାଁରେ ଜାତୀୟ ମାନବାଧିକାର କମିଶନରେ ଅଭିଯୋଗ ଦାଖଲ ହୋଇଛି । ୨୦ ଜୁଲାଇରେ ଜନ୍ତର ମନ୍ତରରେ ବିକ୍ଷୋଭ କରୁଥିବା ଛାତ୍ରମାନଙ୍କ ବିରୁଦ୍ଧରେ ଦିଲ୍ଲୀ…

ବାହୁଡ଼ା ଯାତ୍ରା ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଭିଡ଼ ପରିଚାଳନା ନେଇ…

ଭୁବନେଶ୍ୱର,୨୨ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନରେ ଆସନ୍ତା ୨୪ ତାରିଖରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରି ଭିଡ଼ ପରିଚାଳନା…

ନକଲି ଅଦାଲତ ଆଦେଶ ଦେଖାଇ ୫୦ ହଜାର ଟଙ୍କା ଠକେଇ, ଏପରି ଧରିଲା ପୋଲିସ

ଅତାବିରା,୨୨।୭(ଯୁଧିଷ୍ଠିର ମହାପାତ୍ର): ନିଜକୁ ଆଇନଜୀବୀ ପରିଚୟ ଦେଇ ଠକେଇ ଅଭିଯୋଗରେ ଜଣେ ଗିରଫ । ନକଲି ଅଦାଲତ ଆଦେଶ ପ୍ରସ୍ତୁତ କରି ଜଣେ ମହିଳାଙ୍କ ପରିବାରଠାରୁ ୫୦…

CJP ଆନ୍ଦୋଳନରେ ପେଲେଟ୍ ଗନ୍ ଫାୟାରିଂ? ସତ କହିଲା ଦିଲ୍ଲୀ ପୋଲିସ!

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଦିଲ୍ଲୀର ଜନ୍ତର-ମନ୍ତରରୁ ସଂସଦ ମାର୍ଚ୍ଚ ପାଇଁ ଆହ୍ୱାନ ଦିଆଯାଇଥିଲା। ଏହି ସମୟରେ ପୋଲିସ ଏବଂ ପ୍ରଦର୍ଶନକାରୀଙ୍କ…

ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁଙ୍କ ଆତ୍ମସମର୍ପଣ

କୋଇଡ଼ା, ୨୨।୭: ମାଓବାଦୀ ସଂଗଠନ ପାଇଁ ଏକ ବଡ଼ ଝଟକା ସୃଷ୍ଟି କରି ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁ ଝାଡ଼ଖଣ୍ଡରେ ସୁରକ୍ଷା ବାହିନୀ ନିକଟରେ ଆତ୍ମସମର୍ପଣ…

ବିସ୍ଥାପନ ପାଇଁ ଦ୍ୱିତୀୟ ଦିନରେ କୁମିଆପାଲିରେ ପହଞ୍ଚିଲା ପ୍ରଶାସନ: ତାତିଲେ ଆଦିବାସୀ, ଧନୁତୀର ଧରି…

ବଲାଙ୍ଗୀର,୨୨ା୭(ସୁନିଲ କୁମାର ମହାନ୍ତି): ବୁଧବାର ଦ୍ୱିତୀୟ ଦିନରେ ଲୋୟର ସୁକତେଲ ଡ୍ୟାମ ପ୍ରଭାବିତ କୁମିଆପାଲି ଗାଁରେ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ କରିବାକୁ ଜିଲା ପ୍ରଶାସନର ଟିମ୍‌ ପହଞ୍ଚିଥିଲା।…

୨୪ ଘଣ୍ଟାରେ ୬ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ: ବନ୍ଧୁକ, ଖଣ୍ଡା ସହ ବାଇକ୍‌ ଜବତ କରି…

ପୁରୁଷୋତ୍ତମପୁର,୨୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସକୁ ଏକ ବଡ଼ସଫଳତା ମିଳିଥିବା ବେଳେ ସହ ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୬ ଜଣଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri