ଅଜଗରର ସ୍ନେହ

ଡ. ପଦାରବିନ୍ଦ ରଥ
ଥରେ ଜଣେ ଆମେରିକୀୟ ପଶୁପ୍ରେମୀ ମହିଳା ଗୋଟିଏ ଶିଶୁ ଅଜଗରକୁ ପାଳିବାର ନିଷ୍ପତ୍ତି ନେଲେ। ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ସ୍ଥିରୀକୃତ ନିୟମ ଅନୁଯାୟୀ ସମସ୍ତ ଔପଚାରିକତା ପରେ ଅଜଗର ଛୁଆଟିକୁ ଘରକୁ ଆଣି ଆସିଲେ। ପଶୁ ହେଉ ବା ମଣିଷ, ଶିଶୁମାନଙ୍କ ଭିତରେ ଏକ ଅଦ୍ଭୁତ ଆକର୍ଷଣ ରହିଥାଏ। ତାଙ୍କର ଶିଶୁସୁଲଭ କାର୍ଯ୍ୟକଳାପ ଦେଖି ସାଧାରଣ ଲୋକେ ବି ବିମୋହିତ ହୁଅନ୍ତି। ମହିଳା ତ ସହଜେ ପଶୁପ୍ରେମୀ ଥିଲେ। ତେଣୁ ତାଙ୍କର ଶିଶୁ ଅଜଗରଟିର ଦିନଚର୍ଯ୍ୟାସବୁ ଦେଖି ବିହ୍ବଳିତ ହେବା କିଛି ନୂଆ ନ ଥିଲା। ତାଙ୍କର ଦିନର ଅଧିକାଂଶ ସମୟ ଅଜଗରଟି ସହିତ ବିତୁଥିଲା। ଅଜଗରଟି ମହିଳାଙ୍କୁ ଏତେ ଭଲ ପାଉଥିଲା ଯେ ପାଖଛାଡି ବେଶି ଦୂରକୁ ଯାଉ ନ ଥିଲା। ମହିଳା ଜଣକ କୁହନ୍ତି, ନିଃସର୍ତ୍ତ ସ୍ବାର୍ଥବିହୀନ ସ୍ନେହ ମଣିଷ କେବଳ ପଶୁମାନଙ୍କଠାରୁ ହିଁ ପାଇପାରିବ। ଅଜଗରଟି ଯେତିକି ବଡ ହେଉଥିଲା ମହିଳା ଜଣକ ସେତିକି ତା’ ପ୍ରତି ସ୍ନେହର ବନ୍ଧନରେ ବାନ୍ଧି ହୋଇ ଯାଉଥିଲେ।
ଅଜଗରଟି ଧୀରେ ଧୀରେ ବଡ ହେବାକୁ ଲାଗିଲା। ମହିଳା ଜଣକ ତାକୁ ଆଉ ପୂର୍ବପରି ହାତରେ ଧରି ଗୋଟେ ଜାଗାରୁ ଅନ୍ୟ ଜାଗାକୁ ନେଇପାରୁ ନ ଥିଲେ। ହାତରେ ଉଠାଇ ପ୍ରଥମେ କାନ୍ଧରେ ରଖୁଥିଲେ, ତା’ପରେ ଯାଇ ଯୁଆଡେ ଯାଉଥିଲେ। ବେଳେବେଳେ ଅଧିକ ବାଟ ଚାଲିବାକୁ ହେଲେ କାନ୍ଧ କାଟୁଥିଲା, ଥକି ଯାଉଥିଲେ। ହେଲେ ଅଜଗରର ସ୍ନେହରେ ସେ ଏତେ ବାନ୍ଧିହୋଇ ପଡିଥିଲେ ଯେ, ସେ ତାକୁ ଛାଡି କୁଆଡେ ଯାଇ ବି ପାରୁ ନ ଥିଲେ। ଏମିତି କି, ତା’ ବିନା ସେ ନିଜ ଭବିଷ୍ୟତ ଜୀବନ କଳ୍ପନା ବି କରିପାରୁ ନ ଥିଲେ। କିଛିଦିନ ପରେ ମହିଳା ଜଣକ ଲକ୍ଷ୍ୟ କଲେ, ଅଜଗରଟି ଆଉ ଆଗଭଳି ଖାଉନାହିଁ। ଦେହ ଖରାପ ଥିବ ବୋଲି ଭାବି ଡାକ୍ତରଙ୍କ ପାଖକୁ ନେଇ ଦେଖାଇଲେ। ଡାକ୍ତର ପରୀକ୍ଷା ନିରୀକ୍ଷା କରି କହିଲେ ସବୁ ଠିକ ଥିଲାଭଳି ଲାଗୁଛି। ଖାଦ୍ୟ କମିବାର କାରଣ ବୁଝି ହେଉନି। ତେବେ ଆଉ ଦିନେ ଦୁଇଦିନ ଅପେକ୍ଷା କରାଯାଉ। ହୁଏତ ଆଉ କିଛି ସଂକେତ ମିଳିବ। ଆଉ ଦୁଇଦିନ ପରେ ମହିଳା ଜଣକ ପୁଣି ଥରେ ଡାକ୍ତରଙ୍କ ପାଖକୁ ଅଜଗରଟିକୁ ନେଇକରି ଗଲେ। ଏଥର ବି ସବୁ ପରୀକ୍ଷାର ରିପୋର୍ଟ ଠିକ୍‌ ବାହାରିଲା। ଏଣେ ଅଜଗରଟିର ଖାଦ୍ୟ କମିବାରେ ଲାଗିଛି। ଡାକ୍ତର ପଚାରିଲେ, ଏଇ କିଛିଦିନ ଭିତରେ ତା’ର କିଛି ନୂଆ ଗତିବିଧି ଲକ୍ଷ୍ୟ କରିଛନ୍ତି କି? ମହିଳା ଜଣକ କହିଲେ, ହଁ, ସେ ମୋତେ ଆଗଠୁ ଆହୁରି ଅଧିକ ଭଲ ପାଇଲା ଭଳି ଲାଗୁଛି। ମଝିରେ ମଝିରେ ମୋ ପାଖକୁ ଆସି ଦେହଠୁ ମୁଣ୍ଡ ପର୍ଯ୍ୟନ୍ତ ଖାଲି ଗୁଡେଇ ହେଉଛି। ଡାକ୍ତର ଜଣକ ତଟସ୍ଥ ହୋଇ ମହିଳା ଜଣକୁ ଚାହିଁ ରହିଲେ। କହିଲେ ଏତେ ବଡ କଥା ଆପଣ ମୋତେ ଏତେ ବେଳ ଯାଏ କହି ନ ଥିଲେ କେମିତି? ଆପଣ ଭାବୁଛନ୍ତି ସେ ସ୍ନେହରେ ଆପଣଙ୍କ ଦେହରେ ଗୁଡେଇ ହେଉଛି। ହେଲେ ବାସ୍ତବରେ ସେ ଆଉ ଆପଣଙ୍କୁ ଭଲ ପାଉନି। ସେ ଆପଣଙ୍କ ଦେହରେ ଗୁଡେଇ ହୋଇ ଆପଣଙ୍କ ଦେହର ମାପ ନେଉଛି ଏବଂ ଭୋକରେ ରହି ଆପଣଙ୍କୁ ସହଜରେ ଗିଳିପାରିବାର ଯୋଜନା କରୁଛି। ଏବେ ବି ଡେରି ହୋଇନାହିଁ। ତାକୁ ନେଇ ଅଭୟାରଣ୍ୟରେ ଛାଡି ଦିଅନ୍ତୁ। ମହିଳା ଜଣକ ଡାକ୍ତରଙ୍କ କଥାକୁ ବିଶ୍ୱାସ କରିପାରୁ ନ ଥିଲେ, ସେ ଯାହାକୁ ନିଃସର୍ତ୍ତ ସ୍ବାର୍ଥବିହୀନ ସ୍ନେହ ବୋଲି ଭାବୁଥିଲେ ତା’ ପଛରେ ଯେ ଏତେବଡ ସ୍ବାର୍ଥ, ଏତେବଡ ଷଡ଼ଯନ୍ତ୍ର ଲୁଚି ରହିଛି ଏକଥାକୁ ସେ ଗ୍ରହଣ କରିପାରୁ ନ ଥିଲେ।
ତା’ପରେ ମହିଳା ଜଣକ କି ନିଷ୍ପତ୍ତି ନେଲେ ସେ ବିଷୟରେ ଲେଖକ ଅଜ୍ଞ। ହେଲେ ଘଟଣାଟିର ଗୋଟିଏ ବଳିଷ୍ଠ ସମ୍ପର୍କ ରହିଛି ଆମର ବର୍ତ୍ତମାନର ଦୈନନ୍ଦିନ ଜୀବନ ସହିତ। ଆମେ ସମସ୍ତେ ସେମିତି ଗୋଟିଏ ଗୋଟିଏ ଛୁଆ ଅଜଗରକୁ ପାଳି ଆସୁଛେ ଯିଏ ଆମକୁ ଆଜି ଗିଳିବାକୁ ବସିଛି। ଆଉ ଆମେ ଭାବୁଛେ ସେ ଆମକୁ ବହୁତ ସ୍ନେହ କରୁଛି ବୋଲି। ତାକୁ ଆମେ ସବୁବେଳେ ହାତରେ ଧରି ବୁଲୁଛେ। ଶାରୀରିକ ଭାବରେ ହାତରେ ଧରିଥିଲେ ବି ସବୁବେଳେ ଆମ ମୁଣ୍ଡଉପରେ ବସି ଆମେ ଯୁଆଡେ ଯାଉଛୁ ସେ ବି ଯାଉଛି। ମହିଳା ଜଣକ ଭଳି ଅଧିକ ସମୟ ତା’ ସାଙ୍ଗରେ ରହିଲେ ଆମ ମୁଣ୍ଡ ଭାରି ଲାଗୁଛି, ବିନ୍ଧୁଛି, ଆମେ ଚିଡଚିଡା ହେଉଛେ। ତଥାପି ଆମେ ତା’ ସ୍ନେହର ବନ୍ଧନରେ ଏମିତି ବାନ୍ଧି ହୋଇ ପଡିଛେ ଯେ ତା’ ବିନା ଆମେ ଆମ ଜୀବନର ପରିକଳ୍ପନା ବି କରି ପାରୁନେ। ହଁ, ସେ ହେଉଛି ଆମ ହାତରେ, ପକେଟରେ ବା ବ୍ୟାଗରେ ଥିବା ମୋବାଇଲ ଫୋନ୍‌। ବେଳେବେଳେ ମନରେ ପ୍ରଶ୍ନ ଉଠେ, ଆମେ ମୋବାଇଲ ବ୍ୟବହାର କରୁଛେ କି ମୋବାଇଲ ଆମକୁ ବ୍ୟବହାର କରୁଛି?
ଦିନ ଥିଲା ଯେତେବେଳେ ଆମେ ମୋବାଇଲକୁ ବ୍ୟବହାର କରି ଜ୍ଞାତି ପରିଜନଙ୍କ ସହିତ କଥା ହେଉଥିଲେ। ଗୋଟିଏ ମିନିଟ କଥା ହେବାପାଇଁ କୋଡିଏ ଟଙ୍କା ଲାଗୁଥିଲେ ମଧ୍ୟ ପ୍ରତି ସପ୍ତାହରେ ଅନ୍ତତଃ ଥରେ ମା-ବାପାଙ୍କ ସହିତ କଥା ହେଉଥିଲେ। ଆଜି କଥାବାର୍ତ୍ତା ହେବାପାଇଁ ପଇସା ପଡୁନି ହେଲେ ଆମ ପାଖରେ ସେଇ ଗୋଟେ ମିନିଟ ସମୟ ବି ନାହିଁ ନିଜ ଲୋକମାନଙ୍କ ସହିତ କଥା ପଦେ ହେବାପାଇଁ। ସମୟ ଥିଲାବେଳେ ବି ଆମେ ବ୍ୟସ୍ତ ରହୁଛେ ଆମେ ପାଳିଥିବା ସେଇ ଛୋଟ ଅଜଗର ଛୁଆଟି ସହିତ। ରାସ୍ତାରେ ଚାଲିଗଲା ବେଳକୁ କାହା ସହିତ ପିଟି ହୋଇଗଲେଣି ତ କେଉଁଠି ପଥର ଅଛି ଦେଖି ନ ପାରି ଝୁଣ୍ଟି ପଡିଲେଣି। ପୁଣି କେଉଁଠି ପାହାଚ ସରିଗଲାଣି ଜାଣି ନ ପାରି ତଳେ ପଡିଗଲେଣି ତ ଆଉ କେବେ ଗାଡି ଚଳାଉ ଚଳାଉ ନିଜ ଘର ଟପି ଅନେକ ଆଗକୁ ଚାଲି ଗଲେଣି। ଏପରି କି ଅନେକ ଥର ଖବରକାଗଜରେ ପଢିଲେଣି ମୋବାଇଲରେ କଥା ହୋଇ ଗାଡ଼ି ଚଳାଇବା ବା ରାସ୍ତା ପାରି ହେବା ଯୋଗୁ ଦୁର୍ଘଟଣାରେ କେତେ ଲୋକଙ୍କ ଜୀବନ ଗଲାଣି। ତଥାପି ଆମେ ଭାବୁ ମୋବାଇଲରୂପୀ ଅଜଗର ଛୁଆଟି, ଯିଏ ଆମକୁ ଏତେ ଭଲପାଏ, କେମିତି ତାକୁ ଆମେ ଅନାଥ କରିଦେବୁ?
ଫେସ୍‌ବୁକ୍‌ ବା ହ୍ବାଟ୍‌ସ୍‌ଆପ୍‌ରେ ଖାଲିଗୋଟେ ନୀତିବାଣୀ ଶେୟାର କରିଦେଇ ଆମେ ଆମତ୍ସନ୍ତୋଷ ଲାଭକରିବା ଅପେକ୍ଷା କେଉଁ ଗୋଟିଏ ନୀତିବାଣୀ ଉପରେ ନିଜେ କାମକରି ସମାଜ ଆଗରେ ଦୃଷ୍ଟାନ୍ତ ହେବା ଅଧିକ ଭଲ। ନିଜର ସମୟକୁ ଅଧିକରୁ ଅଧିକ ରଚନାମତ୍କ କାର୍ଯ୍ୟରେ ବ୍ୟସ୍ତ ରଖିପାରିଲେ ଅଜଗର ତା’ ସ୍ନେହର ମୁଖାପିନ୍ଧି ଆମଦେହର ମାପ ନେଇପାରିବନି କି ଆମକୁ ଗିଳିପକାଇବାର ଯୋଜନା କରିପାରିବନି।
ଉପନିର୍ଦ୍ଦେଶକ, ଭାରତର ମହାରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ, ନୂଆଦିଲ୍ଲୀ, ମୋ – ୮୮୦୦୬୩୬୫୭୬


Enter your email to get our daily news in your inbox.

All Right Reserved By Dharitri.Com

ବୈଜ୍ଞାନିକ ଦୃଷ୍ଟିକୋଣ

ବିଜ୍ଞାନ ଯୁଗର ବୈଜ୍ଞାନିକମାନଙ୍କୁ ଦେଖିଲେ ଆମେ ବିଜ୍ଞାନଠାରୁ ଅନେକ ଦୂରରେ ରହିଲା ପରି ମନେହୁଏ। ଆମେ ଭାବୁ, ବିଜ୍ଞାନ କେବଳ ବୈଜ୍ଞାନିକର ସମ୍ପତ୍ତି। କାହିଁକି ନା ବିଜ୍ଞାନ…

ମାତୃଭାଷା ଓ ସାମଗ୍ରିକ ପ୍ରଗତି

ଜଗତୀକରଣ, ପ୍ରଯୁକ୍ତି ବିପ୍ଳବ ଓ ଆର୍ଥିକ ପ୍ରତିସ୍ପର୍ଦ୍ଧାର ଏହି ଯୁଗରେ ଭାଷା ପ୍ରଶ୍ନ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଉଠିଛି। ସରକାରଙ୍କ ଶିକ୍ଷାନୀତି, ଶିକ୍ଷିତ ଅଭିଭାବକଙ୍କ ଏଥିପ୍ରତି ଅନାଶକ୍ତି,…

ଡିଜିପି ନିଯୁକ୍ତିରେ ବିଳମ୍ବ

ସୁପ୍ରିମକୋର୍ଟ ‘କାର୍ଯ୍ୟକାରୀ ଡିଜିପି’ ସଂସ୍କୃତିକୁ ଏକ ଗୁରୁତର ସାଙ୍ଗଠନିକ ତ୍ରୁଟି ଭାବରେ ସୂଚିତ କରିବା ପରେ ବି ପଞ୍ଜାବ ଏବେ ନିୟମିତ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତ…

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri