ଅଚେତ ଅବସ୍ଥାରେ ଅପହୃତା ଛାତ୍ରୀ ଉଦ୍ଧାର

ଭଦ୍ରକ ଅଫିସ/ ବନ୍ତ, ୭ା୮(ସ୍ବ.ପ୍ର.)- ଭଦ୍ରକ ଜିଲା ଆଗରପଡା ଥାନା ଅଞ୍ଚଳରୁ ୟୁନିଫର୍ମ ପିନ୍ଧି ସ୍କୁଲ ଯାଉଥିବା ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ମଙ୍ଗଳବାର ଅପହରଣ କରି ନିଆଯିବାର ୫ ଘଣ୍ଟା ପରେ ତାଙ୍କୁ ସାଳନ୍ଦୀ ନଦୀକୂଳ ଏକ ଆମ୍ବତୋଟାରୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଛି । ଅବସ୍ଥା ଗୁରୁତର ଥିବାରୁ ଆଗରପଡା ଡାକ୍ତରଖାନାରେ ଚିକିତ୍ସା କରାଯାଇ ଭଦ୍ରକ ଜିଲା ଚିକିସତ୍ାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଏକ ଦୁଇଜଣିଆ ଡାକ୍ତରୀ ଟିମ୍‌ ଚିକିତ୍ସା କରୁଥିଲେ। ଚେତା ଫେରିଥିଲେ ବି ସେ ଭଲଭାବେ କଥାବାର୍ତ୍ତା କରିପାରୁ ନଥିଲେ। ଆଗରପଡା ଡାକ୍ତରଖାନାରେ ଚିକିତ୍ସିତ ହେବା ସମୟରେ ପୋଲିସ ଉପସ୍ଥିତିରେ ତାଙ୍କ ବୟାନ ରେକର୍ଡ କରାଯାଇଥିବା କୁହାଯାଉଛି। ଏହି ଛାତ୍ରୀଙ୍କୁ ସେହି ଅଞ୍ଚଳର କେତେଜଣ ଯୁବକ ପୂର୍ବରୁ ହଇରାଣ କରି ଆସୁଥିଲେ। ସପ୍ତାହକ ପୂର୍ବରୁ ପଞ୍ଚାୟତରେ ଭଦ୍ରଲୋକଙ୍କ ଉପସ୍ଥିତିରେ ଏହାର ସମାଧାନ କରାଯାଇଥିଲା। ଏଭଳି ଘଟଣାକୁ ନେଇ ଜଣେ ଯୁବକ ଓ ଅନ୍ୟ ଜଣେ ନାବାଳିକା ଏଭଳି ଅପହରଣ କାଣ୍ଡ ଘଟାଇଥିବା ଛାତ୍ରୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଆଗରପଡା ପୋଲିସ ଏକ ମାମଲା (ନଂ ୧୦୧/୧୯)ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିବାରୁ ରାତିରେ ତାଙ୍କୁ ଭଦ୍ରକ ଡାକ୍ତରଖାନାରୁ ଘରକୁ ପଠାଇ ଦିଆଯାଇଥିବା ଜଣାପଡିଛି।
ପୋଲିସ ସୂଚନା ଅନୁଯାୟୀ ଛାତ୍ରୀଜଣଙ୍କ ପୂର୍ବାହ୍ନ ୯ଟା ବେଳେ ସ୍କୁଲ ଯିବା ଲାଗି ସାଇକେଲ ଯୋଗେ ଘରୁ ବାହାରିଥିଲେ। ପ୍ରାୟ ୫ କି.ମି. ଦୂର ସ୍କୁଲକୁ ଯାଉଥିବା ବେଳେ ଅପହରଣକାରୀଙ୍କ ସହ ହାତ ମିଳାଇଥିବା ଜଣେ ନାବାଳିକା ବାଟରେ ଛକି ରହିଥିଲେ। ସେ ଏହି ଛାତ୍ରୀଙ୍କ ସାଇକେଲକୁ ରାସ୍ତାକଡରେ ରଖି ‘ଆସ ଭଦ୍ରକ ଯିବା’ କହି ବାଧ୍ୟକରି ଭଦ୍ରକ ଅଭିମୁଖେ ଯାଉଥିବା ଏକ ବସ୍‌ରେ ବସାଇଥିଲେ। ବସ୍‌ଟି ଭଦ୍ରକ-ଆଗରପଡା ରାସ୍ତାରେ ଆସି କାଦବରାଙ୍ଗ ଛକ ନିକଟରେ ପହଞ୍ଚିିବା ବେଳେ ପୂର୍ବରବାଇକ ଧରି ଜଗି ରହିଥିବା ଜଣେ ଯୁବକ ଏହି ଦୁଇଜଣଙ୍କୁ ସାଥିରେ ନେଇ ୧୨ କି.ମି. ଦୂର ଟିକିରା ଆଡକୁ ଚାଲିଯାଇଥିଲେ। ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ଅପହରଣକାରୀ ସେହି ଛାତ୍ରୀଙ୍କ ପରିବାର ଲୋକଙ୍କୁ ଫୋନ କରି ‘ତୁମ ଝିଅକୁ ଅପହରଣ କରି ନିଆଯାଇଛି’ ବୋଲି ଜଣାଇଥିଲେ। ପୁନଶ୍ଚ ଅପରାହ୍ନ ୪ଟାରେ ସେ ପରିବାର ଲୋକଙ୍କୁ ଫୋନ୍‌ କରି ‘ତୁମ ଝିଅଙ୍କୁ ବିକ୍ରି କରାଯିବ ନଚେତ ମାରି ଦିଆଯିବ’ ବୋଲି ଧମକ ଦେଇଥିଲେ। ପରିବାର ଲୋକେ ପ୍ରଥମ ଫୋନ୍‌ କଲ୍‌ ପାଇ ଭୟଭୀତ ହୋଇ ଆଗରପଡା ଥାନାର ସହାୟତା ନେଇଥିଲେ। ଅପରାହ୍ନ ୪ଟା ବେଳେ ସେହି ନମ୍ବରରୁ ଆଉ ଏକ କଲ୍‌ ପାଇ ତାଙ୍କ ଝିଅ ଟିକିରା ନିକଟସ୍ଥ ସାଳନ୍ଦୀ ନଦୀକୂଳରେ ପଡିଥିବା ଜାଣି ସେଠାକୁ ଯାଇଥିଲେ। ସେମାନେ ଜିଲା ଆଇନ ସେବା ପ୍ରାଧିକରଣ ପାରାଲିଗାଲ ସ୍ବେଚ୍ଛାସେବୀ ସୁନାରାଣୀ ପଣ୍ଡାଙ୍କ ସହାୟତା ନେଇ ସାଳନ୍ଦୀ ନଦୀକୂଳ ଆମ୍ବତୋଟାରୁ ତାଙ୍କ ଝିଅକୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲେ। ସ୍କୁଲ ୟୁନିଫର୍ମ ପିନ୍ଧି ଘରୁ ଆସିଥିବା ଛାତ୍ରୀଜଣଙ୍କ ସେତେବେଳେ ଏକ ଘରୋଇ ଡ୍ରେସ୍‌ ପିନ୍ଧିଥିବା ଦେଖିବାକୁ ମିଳିଥିଲା । ଅଚେତ ଅବସ୍ଥାରେ ଥିବା ଝିଅକୁ ସେମାନେ ପ୍ରାୟ ୧୦ କି.ମି. ଦୂର ଆଗରପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ। ଆଗରପଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ନାବାଳିକାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପରେ ତାଙ୍କୁ ଭଦ୍ରକ ପଠାଯାଇଥିଲା। ଏହାମଧ୍ୟରେ ଆଗରପଡା ପୋଲିସ ଭଦ୍ରକ ଡାକ୍ତରଖାନା ଓ ଅପହୃତା ଛାତ୍ରୀଙ୍କ ଗାଁକୁ ଯାଇ ପରିବାର ଲୋକ ଓ ଗ୍ରାମବାସୀଙ୍କୁ ପଚରାଉଚୁରା ଜାରି ରଖିଛି। ଏହି ଅପହରଣ ଘଟଣାରେ ସମ୍ପୃକ୍ତ ଯୁବକ ଓ ଅନ୍ୟ ଜଣେ ଛାତ୍ରୀଙ୍କୁ ଧରିବା ଲାଗି ପୋଲିସ ତନାଘନା ଚଳାଇଥିବା ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଳରେ ବୁଡ଼ି ଶିଶୁପୁତ୍ରର ଜୀବନ ଗଲା

କେନ୍ଦୁଝର,୨୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଶୁଆକାଟି ମୁଣ୍ତାସାହିର ଲିଟୁ ମୁଣ୍ତାଙ୍କ ଏକମାତ୍ର ପୁଅ ବାଦଲ(୪)ର ନାଳରେ ବୁଡ଼ି ମୃତ୍ୟୁ ହୋଇଛି। ଶନିବାର...

ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ

କୋରାପୁଟ/ନାରାୟଣପାଟଣା,୨୦ା୪(ଅମିତାଭ ବେହେରା/ରାଜକିଶୋର ଜେନା): କୋରାପୁଟ ଜିଲାର ବନ୍ଧୁଗାଁ ବ୍ଲକର ଡିମିଟିଗୁଡ଼ାରେ ଶନିବାର ଅପରାହ୍ନରେ ବଜ୍ରପାତ ଘଟି ଗ୍ରାମର ଜଣଙ୍କର ମୃତ୍ୟୁ ହୋଇଥିବା ପୋଲିସ ସୂତ୍ରରୁ ଜଣାଯାଇଛି।...

ଭୋଟ୍‌ ଲାଳସାରେ ରାଜନୈତିକ ଚାପ, ଛୁଟିଦିନରେ ବି ସ୍କୁଲରେ ଚାଲିଛି ଭୋଜିଭାତ

ସରଣ୍ଡା,୨୦ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଲୋକ ସଭା କ୍ଷେତ୍ର ଅନ୍ତର୍ଗତ ଅତାବିରା ବିଧାନସଭା ଆସନରେ ନିର୍ବାଚନ ଆଉ ମାସେ ରହିଲା। ଆସନ୍ତା ମେ’  ୨୦ରେ ଏଠାରେ ନିର୍ବାଚନ...

ମୋହନଙ୍କ ପ୍ରାର୍ଥିତ୍ୱ ରଦ୍ଦ, ବିନୋଦ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଘୋଷଣା ହେବାର କିଛି ଦିନ ପରେ ଶନିବାର ଏଆଇସିସି କେନ୍ଦୁଝର ଲୋକ ସଭା ପ୍ରାର୍ଥୀ ମୋହନ ହେମ୍ବ୍ରମଙ୍କ ନାମ ପରିବର୍ତ୍ତନ କରି...

ନିମାପଡ଼ାରୁ ସୁରଙ୍କ ବଡ଼ପୁଅକୁ ଟିକେଟ୍ ଦେଲା କଂଗ୍ରେସ

ନୂଆଦିଲ୍ଲୀ,୨୦ା୪: ଓଡ଼ିଶାର ଚର୍ଚ୍ଚିତ ରାଜନେତା ସୁରେଶ ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପୁରୀ ନିମାପଡ଼ାରୁ ପ୍ରାର୍ଥୀ କରିଛି କଂଗ୍ରେସ। ନିର୍ବାଚନ ତାରିଖ ଘୋଷଣା ହେବା...

ବାରବାଟୀରେ ଗର୍ଜିଲେ ସମୀର ଦାଶ; ହଜାର ହଜାର ସମର୍ଥକ କହିଲେ ‘ସମୀର ନାହିଁ ତ ଶଙ୍ଖ ନାହିଁ’ 

ନିମାପଡ଼ା,୨୦।୪: ବିଜେଡି ପକ୍ଷରୁ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ଟିକେଟ ମିଳିନାହିଁ। ଏହାକୁ ନେଇ ତାଙ୍କର ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।...

ଜଙ୍ଗଲରେ ନିଆଁ: ସହରମୁହାଁ ଭାଲୁ, ଧରିବା ପାଇଁ ବନ ବିଭାଗ ନାକେଦମ୍‌

କୋରାପୁଟ,୨୦ା୪(ଅମିତାଭ ବେହେରା): ବର୍ତ୍ତମାନ କୋରାପୁଟର ବିଭିନ୍ନ ଜଙ୍ଗଲରେ ଲୋକେ ନିଆଁ ଲଗାଇଥିବା ବେଳେ ଏଥିଯୋଗୁ ଜଙ୍ଗଲରେ ଥିବା ବନ୍ୟପ୍ରାଣୀ ଏବେ ଖାଦ୍ୟ ଅନ୍ବେଷଣରେ ସହରମୁହାଁ ହେଉଥିବା...

ରାଜନୀତି ବିନା ମୁଁ ବଞ୍ଚିପାରିବି ନାହିଁ, ଟିକେଟ୍‌ ମିଳିବା ପରେ କହୁକହୁ ଅନେକ କିଛି କହିଦେଲେ ସନାତନ

କେନ୍ଦୁଝର,୨୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବିତ୍ତଶାଳୀ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ବିଧାୟକ ସନାତନ ମହାକୁଡ଼। ଗତ ନିର୍ବାଚନରେ ନିଜେ ନ ଲଢ଼ି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri