ଅଚିହ୍ନା ଭିନ୍ନକ୍ଷମ ଯୁବକଙ୍କୁ ହତ୍ୟା: ପଥର ତଳେ ମୃତଦେହ ଚାପି ଦେଇ ଦୁର୍ବୃତ୍ତ ଫେରାର

ପାଟକୁରା, ୨ା୬(ଡ଼ି.ଏନ.ଏ.)-କେନ୍ଦ୍ରାପଡା ଜିଲା ପାଟକୁରା ଥାନା ଅନ୍ତର୍ଗତ ପଳସୁଧା ପଞ୍ଚାୟତ ନିକଟ ପାଇକା ନଦୀର ପଥର ବୁରୁଜ ନିକଟରେ ଶୁକ୍ରବାର ରାତିରେ ଜଣେ ଭିନ୍ନକ୍ଷମ ଯୁବକଙ୍କୁ ହତ୍ୟା କରାଯାଇଛି । ବର୍ତ୍ତମାନ ସୁଦ୍ଧା ତାଙ୍କର ପରିଚୟ ମିଳିନାହିଁ । ସ୍ଥାନୀୟ ପୋଲିସ ଶନିବାର ମୃତଦେହ ଜବତ କରି ବ୍ୟବଚ୍ଚେଦ ପାଇଁ ପଠାଇବା ସହ ଏ ନେଇ ଏକ ମାମଲା ରୁଜୁ କରିଛି । କେସ ନଂ ୧୪୧/୧୯।

ପ୍ରକାଶ ଯେ, ରାତି ପ୍ରାୟ ୧୧ଟାରେ ଦୁଇଟି ବାଇକ୍‌ରେ ଦୁର୍ବୃତ୍ତମାନେ ଆସି ନଦୀବନ୍ଧରେ ବାଇକ ରଖିବା ସହ ନିକଟସ୍ଥ ପଥର ବୁରୁଜ ଉପରକୁ ଯାଇଥିଲେ । ଏହାର କିଛି ସମୟ ପରେ ସେମାନେ ଜଣେ ଯୁବକଙ୍କୁ ଠେଙ୍ଗାରେ ନିସ୍ତୁକ ପିଟିଥିଲେ । ଏହି ସମୟରେ ବୁରୁଜ ଠାରୁ ଅଳ୍ପ ଦୂରରେ ନଦୀ ଆରପାରି ବାଲିରେ ମତଗଜପୁର ଗ୍ରାମର କେତେଜଣ ବ୍ୟକ୍ତି ଶୌଚ ହେବାକୁ ଆସି ସଂପୃକ୍ତ ଯୁବକଙ୍କ ଚିତ୍କାର ଶୁଣିଥିଲେ । ସେମାନେ ଏଭଳି ଘଟଣା ଦେଖି ଭୟଭୀତ ହୋଇ ଗ୍ରାମକୁ ଦୌଡିଯାଇ ଅନ୍ୟମାନଙ୍କୁ ଏ ସଂପର୍କରେ କହିଥିଲେ । ମତଗଜପୁର ଗ୍ରାମବାସୀ ପଳସୁଧା ସରପଞ୍ଚ ଅନୁଜ ମହାନ୍ତିକୁ ଫୋନ କରି ଏହା ଜଣାଇଥିଲେ । ପରେ ଉଭୟ ଗ୍ରାମର ଲୋକେ ଘଟଣାସ୍ଥଳକୁ ଯାଇଥିଲେ । ଖବରପାଇ ପୋଲିସ ପହଞ୍ଚତ୍ ବୁରୁଜ ପାଖ ପଥର ତଳୁ ଚାପି ହୋଇ ରହିଥିବା ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲା । କିନ୍ତୁ ସେତେବେଳକୁ ଦୁର୍ବୃତ୍ତମାନେ ଆସିଥିବା ୨ଟି ବାଇକରେ ଫେରାର ହୋଇ ଯାଇଥିଲେ । ରାତିରେ ପୋଲିସ ମୃତଦେହ ଜଗି ରହିଲା । ଶନିବାର ସାଇଣ୍ଟିଫିକ୍‌ ଟିମ୍‌ ସହ ପାଟକୁରା ଥାନା ଆଇଆଇସି ସୁଜିତ ପ୍ରଧାନ ଓ କୋରୁଆ ଫାଣ୍ଡି ଅଧିକାରୀ ମହମ୍ମଦ ଜାମସେଦ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲେ । ମୃତକଙ୍କ ନିକଟରୁ ଏକ ଠେଙ୍ଗା ଓ ତାଙ୍କ ପକେଟରୁ ୨୫ ଟଙ୍କା ଜବତ ହୋଇଛି । ତାଙ୍କ ବାମ ଗୋଡ ପୋଲିଓ ଆକ୍ରାନ୍ତ ବୋଲି ଜଣାପଡିଛି ା ସେ ସଂଖ୍ୟାଲଘୁ ସଂପ୍ରଦାୟର ବୋଲି ପୋଲିସ ସନ୍ଦେହ କରୁଛି । ତାଙ୍କୁ ଅତି ବିଭତ୍ସ ଭାବରେ ପିଟି ପିଟି ପଥରରେ ଛେଚି ହତ୍ୟା କରାଯାଇଥିବା ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି । କେଉଁ କାରଣ ପାଇଁ ଏଭଳି ଘଟିଲା ଓ ଭିନ୍ନକ୍ଷମ ଯୁବକଙ୍କର ଦୁର୍ବୃତ୍ତଙ୍କ ସହିତ ପୂର୍ବରୁ ପରିଚୟ ଥିଲା କି ନାହିଁ ପୋଲିସ ତଦନ୍ତ ଚଳାଇଛି ।

ପ୍ରକାଶ ଥାଉ କି, ୨୦୧୬ ଡିସେମ୍ବର ୨୮ ତାରିଖରେ ଏହି ପଥର ସ୍ପର ନିକଟରୁ ଜଣେ ଅଚିହ୍ନା ଯୁବକଙ୍କ ଗଳିତ ମୃତହେଦ ମିଳିଥିଲା । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା ା ସେତେବେଳେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସାଧାରଣରେ ଆଲୋଚନା ଜୋର ଧରିଥିଲା । କିନ୍ତୁ ସେହି ଘଟଣାର ଆଜି ପର୍ଯ୍ୟନ୍ତ ତଦନ୍ତ ସରିନାହିଁ । ଏବେ ବି ଉକ୍ତ ଘଟଣା ସନ୍ଦେହ ଘେରରେ ରହିଛି । ଜଗତସିଂହପୁର ଜିଲାର କ୍ରିଷ୍ଣାନନ୍ଦପୁର ଓ କେନ୍ଦ୍ରାପଡା ଜିଲାର ତେଣ୍ଡାକୁଡା ପାଇକା ନଦୀର ଦୁଇପାର୍ଶ୍ୱରେ ଅବସ୍ଥିତ । ଏହି ଇଲାକା ଅପରାଧୀ ଜୋନ ଭାବରେ ପୋଲିସ ରେକର୍ଡରେ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ...

ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି।...

ଓ୍ବାରେଣ୍ଟ ବଳରେ ୭ ଜଣଙ୍କୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୪ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ବିଭିନ୍ନ ମାମଲାରେ ଫେରାର ଥିବା ୭ ଜଣଙ୍କୁ ପୋଲିସ ଗିରଫ...

୭.୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

କଟକ,୨୨ା୪ (କାର୍ତ୍ତିକ ସାହୁ) ଜିଲା ଅବକାରୀ ବିଭାଗ କ୍ୟାଣ୍ଟନମେଣ୍ଟ ଥାନା ଅନ୍ତର୍ଗତ ସତ୍ୟବ୍ରତ ଷ୍ଟାଡିୟମ ନିକଟରୁ ଜଣେ ବ୍ରାଉନସୁଗାର ମାଫିଆକୁ ସୋମବାର ଗିରଫ କରିଛି। ଅଭିଯୁକ୍ତ...

୪ କୋଟି ଟଙ୍କାର ଗଞ୍ଜେଇ ସହ ୫ ଦେଶୀ ବନ୍ଧୁକ ଜବତ

ବାଲିଗୁଡ଼ା,୨୨ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବାଲିଗୁଡ଼ା ଥାନା ଗଦ୍ରିଙ୍ଗିଆ ଘାଟି ନିକଟସ୍ଥ ଇର୍ପିଗୁଡ଼ା ଜଙ୍ଗଲରୁ ୪...

ତ୍ରିବେଣୀ କମ୍ପାନୀରୁ ୧୨ ଲକ୍ଷ ଟଙ୍କା ହେର୍‌ଫେର୍‌, ଇସ୍ତଫା ଦେଇଥିବା କର୍ମଚାରୀ କେନ୍ଦ୍ରାପଡ଼ାରୁ ଗିରଫ

ବଡ଼ବିଲ,୨୨ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ରୁଗୁଡ଼ିସ୍ଥିତ ତ୍ରିବେଣୀ ଆର୍ଥ ମୁଭର୍ସ କମ୍ପାନୀରୁ ୧୨ଲକ୍ଷ ଟଙ୍କା ହେର୍‌ଫେର୍‌ କରିଥିବା ଅଭିଯୋଗରେ ପୋଲିସ ସଂପୃକ୍ତ ଅଭିଯୁକ୍ତଙ୍କୁ କେନ୍ଦ୍ରାପଡ଼ାରୁ ଗିରଫ...

ନାବାଳିକାଙ୍କୁ ଗର୍ଭବତୀ କରି ଫେରାର ଥିଲେ ବିବାହିତ ଯୁବକ, ଭୁବନେଶ୍ୱରରୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୨ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ପ୍ରଥମେ ପ୍ରେମ ଓ ପରେ ଶାରୀରିକ ସମ୍ପର୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri