ଅଚଳାବସ୍ଥାରେ ୱାଟର ଏଟିଏମ୍‌

ବ୍ରହ୍ମପୁର ଅଫିସ,୧୬ା୩: ଆଗକୁ ଆସୁଛି ଗ୍ରୀଷ୍ମ ଋତୁ। ବ୍ରହ୍ମପୁର ମହାନଗରବାସୀ ଓ ବାହାରୁ ସହରକୁ ଆସୁଥିବା ଜନସାଧାରଣଙ୍କ ପାଇଁ ବିଶୁଦ୍ଧ ଜଳ ଯୋଗାଣ ନିମନ୍ତେ ମହାନଗର ନିଗମ ପକ୍ଷରୁ ଏକ ଓ୍ବାଟର ଏଟିଏମ୍‌ର ବ୍ୟବସ୍ଥା କରାଯାଇଥିଲା।
କିନ୍ତୁ ତାହା ୯ରୁ ୧୦ ମାସ କାର୍ଯ୍ୟକ୍ଷମ ହେବା ପରେ ବର୍ତ୍ତମାନ ଅଚଳ ହୋଇ ପଡ଼ିଛି। ଏବେ ଠାରୁ ଧୀରେ ଧୀରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେଲାଣି। ଫଳରେ ଜନସାଧାରଣଙ୍କ ଲାଗି ଜଳର ଆବଶ୍ୟକତା ରହିଛି । କିନ୍ତୁ ଅଚଳ ଜଳ ଏଟିଏମ୍‌ ଉପରେ ମହାନଗର ନିଗମର ଦୃଷ୍ଟି କାହିଁକି ପଡ଼ୁନି ବୋଲି ସହରବାସୀ ଅଭିଯୋଗ କରିଛନ୍ତି। ଜଳସଙ୍କଟ ଦୂର ଲାଗି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏକ ସଂସ୍ଥା ଦ୍ୱାରା ପିପିପି ମୋଡ଼ରେ ବିଭିନ୍ନ ଜନଗହଳି ପୂର୍ଣ୍ଣ ଅନ୍ନପୂର୍ଣ୍ଣା ବଜାର, ପୁରୁଣା ବସ୍‌ଷ୍ଟାଣ୍ଡ ଆହାର କେନ୍ଦ୍ର ଓ ରେଳଷ୍ଟେଶନ ଆହାର କେନ୍ଦ୍ର ନିକଟରେ ଜନସାଧାରଣଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇବା ନିମନ୍ତେ ଜଳ ଏଟିଏମ୍‌ର ବ୍ୟବସ୍ଥା କରାଯାଇଥିଲା। ଅନ୍ନପୂର୍ଣ୍ଣା ବଜାରରେ ଲାଗିଥିବା ବାୟୁମଣ୍ଡଳୀୟ ଆଧୁନିକୀକରଣର ଏକ ଯନ୍ତ୍ର । ଯାହାକି ବାୟୁମଣ୍ଡଳରୁ ପବନ ସଂଗ୍ରହ କରି ଏଥିରେ ଥିବା ଆର୍ଦ୍ରତାକୁ ଶୁଦ୍ଧ ପାନୀୟ ଜଳରେ ପରିଣତ କରିବ। ଏହା ପ୍ରାୟ ୧୩.୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିଲା।
ଏହି ଯନ୍ତ୍ର ଦିନକୁ ୩୦୦ ଲିଟର ଜଳ ଉତ୍ପାଦନ କରିବାର କ୍ଷମତା ରହିଛି। ସେହିପରି ଅନ୍ୟ ଦୁଇଟି ସ୍ଥାନରେ ଲାଗିଥିବା ଜଳ ଏଟିଏମ୍‌ ୧୧ ଲକ୍ଷ ଟଙ୍କାରେ ନିର୍ମାଣ ହୋଇଥିଲା । ଏହାର କ୍ଷମତା ଥିଲା ଘଣ୍ଟାରେ ୨୫୦ ଲିଟର ବିଶୁଦ୍ଧ ଜଳ ଯୋଗାଇ ପାରିବ। ଉକ୍ତ ଏଟିଏମ୍‌ କେନ୍ଦ୍ରଗୁଡ଼ିକରେ ଅଳ୍ପ ଦରରେ ଉଭୟ ଥଣ୍ଡା ଓ ଗରମ ଜଳ ମିଳିବାର ବ୍ୟବସ୍ଥା ରହିଥିଲା। କିନ୍ତୁ ଏହା ସହରବାସୀଙ୍କୁ କିଛି ମାସ ଜଳ ଯୋଗାଇବା ପରେ ଅଚଳ ହୋଇ ପଡ଼ିିଛି। ୧୧ ଲକ୍ଷ ଟଙ୍କା ବ୍ୟୟରେ ଏହି ଯନ୍ତ୍ରଗୁଡ଼ିକ ସ୍ଥାପନ କରାଯାଇଥିଲା। କିନ୍ତୁ ତାହା ବର୍ତ୍ତମାନ ଅଚଳାବସ୍ଥାରେ କାହିଁକି ପଡ଼ି ରହିଛି ବୋଲି ସହରର କେତେକ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପଟେ ପ୍ରତ୍ୟେକ ଦିନ ସହରକୁ ଆସୁଥିବା ହଜାର ହଜାର ସାଧାରଣ ଜନତା ଜଳ ଟୋପାଏ ପାଇଁ ଶୋଷରେ ଢ଼ହଳବିକଳ ହେଉଥିବା ଦେଖିବାକୁ ମିଳୁଛି। ଏହି ଜଳ ଏଟିଏମ୍‌ଗୁଡ଼ିକୁ ଅତି ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ସହରବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ବ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ପଚାରିବାରୁ,ଏହି ଜଳ ଏଟିଏମ୍‌ଗୁଡ଼ିକ ଅଚଳାବସ୍ଥା ନେଇ ଡ଼େଲ୍‌ଟା ପିଓର୍‌ ସଂସ୍ଥାକୁ ଆମେ ଜଣାଇଛୁ। ସେହି ସଂସ୍ଥା କହିବାନୁଯାୟୀ, ଜଳ ଏଟିଏମ୍‌ଗୁଡ଼ିକର କେତେକ ଯନ୍ତ୍ରାଂଶ ଖରାପ ହୋଇ ଯାଇଛି। ଫଳରେ ସେଗୁଡ଼ିକ ଅଚଳ ହୋଇ ରହିଛି।
ଉକ୍ତ ଯନ୍ତ୍ରାଂଶଗୁଡ଼ିକ ଚାଇନାରୁ ଆସିବାର ଥିଲା। କିନ୍ତୁ କରୋନା ପାଇଁ ତାହା ଆସିପାରୁ ନାହିଁ, ସେଗୁଡ଼ିକ ଆସିଲେ ଜଳ ଏଟିଏମ୍‌ଗୁଡ଼ିକ ପୁଣି ଥରେ କାର୍ଯ୍ୟକ୍ଷମ ହୋଇପାରିବ ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri