ଅଗ୍ନିଶମ ସେବା ରେଞ୍ଜ୍‌ କାର୍ଯ୍ୟାଳୟ ପାଇଁ ଅର୍ଥ ଦାବି

ଭୁବନେଶ୍ୱର,୧୬।୩(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱର ସମେତ ଅନୁଗୋଳ, ବାଲେଶ୍ୱର, କୋରାପୁଟ ଏବଂ ଶିଳ୍ପନଗରୀ ରାଉରକେଲାରେ ନୂତନ ଅଗ୍ନିଶମ ସେବା ରେଞ୍ଜ୍‌ କାର୍ଯ୍ୟାଳୟ ଖୋଲାଯିବ। ଏଥିପାଇଁ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଗୃହ ବିଭାଗ ବଜେଟରୁ ଆବଶ୍ୟକ ଅର୍ଥ ଯୋଗାଇ ଦିଆଯାଉ ବୋଲି ବିଭାଗୀୟ ଷ୍ଟାଣ୍ଡିଂ କମିଟି ପକ୍ଷରୁ ସୁପାରିସ କରାଯାଇଛି। ଦୈନନ୍ଦିନ ଜୀବନରେ ତୃଣମୂଳରେ ସେବା ଯୋଗାଉଥିବା ହୋମ୍‌ଗାର୍ଡ(ଗୃହରକ୍ଷୀ)ଙ୍କ ଦୈନିକ ପାରିଶ୍ରମିକ ୩୦୦ରୁ ୫୦୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ମଧ୍ୟ ସୁପାରିସ କରାଯାଇଛି। ନିକଟରେ ଏ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ଓଡ଼ିଶା ହାଇକୋର୍ଟ ସମାନ ନିର୍ଦ୍ଦେଶ ଦେଇଥିଲେ। ଚଳିତ ବର୍ଷ ଜାନୁୟାରୀ ପହିଲାରୁ ଏହା ଲାଗୁ କରିବାକୁ ନ୍ୟାୟାଳୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ରାୟ ଏବଂ ଷ୍ଟାଣ୍ଡିଂ କମିଟିର ସୁପାରିସ କାର୍ଯ୍ୟକାରୀ ହେଲେ ରାଜ୍ୟରେ କର୍ତ୍ତବ୍ୟରତ ୧୭,୭୫୭ ହୋମ୍‌ଗାର୍ଡ ଉପକୃତ ହେବେ।
ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଗଠିତ ଷ୍ଟାଣ୍ଡିଂ କମିଟି ପକ୍ଷରୁ ଖାଲିଥିବା ହୋମ୍‌ଗାର୍ଡ ପଦବୀ ପୂରଣ ନେଇ ଗୁରୁତ୍ୱ ଦିଆଯାଇଛି। ସେହିଭଳି ରାଜ୍ୟର ପ୍ରମୁଖ ଜେଲଗୁଡ଼ିକରେ ଆମ୍ବୁଲାନ୍ସ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ବଜେଟରେ ବ୍ୟବସ୍ଥା କରିବାକୁ କୁହାଯାଇଛି। ଜେଲରେ ଖାଲିଥିବା ଡାକ୍ତର ପଦବୀ ପୂରଣ ସହ ‘ଅଦର କଣ୍ଟିଜେନ୍ସିଂ’ ଅଧୀନରେ ୫୮୭ ଥାନା ପାଇଁ ଆବଶ୍ୟକ ଅର୍ଥ ପ୍ରଦାନ ଲାଗି କମିଟି ମତ ରଖିଛି। ଜାତୀୟ ସର୍ତ୍ତାବଳୀ ଅନୁଯାୟୀ, ରାଜ୍ୟର ପ୍ରତ୍ୟେକ ଥାନାର ମାନବ ସମ୍ବଳ ବୃଦ୍ଧି କରାଯାଉ। ପ୍ରତ୍ୟେକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର(ସିଏଚ୍‌ସି)ରେ ଗୋଟିଏ ଲେଖାଏ ଶବ ବ୍ୟବଚ୍ଛେଦ ୟୁନିଟ୍‌ ଖୋଲାଯାଉ। ଫରେନ୍‌ସିକ୍‌ ଲାବରେଟୋରିଗୁଡ଼ିକରେ ସାଇଣ୍ଟିଫିକ୍‌ ଆସିଣ୍ଟାଣ୍ଟ ପଦବୀ ଦ୍ୱିଗୁଣ କରିବା ପାଇଁ ପଦକ୍ଷେପ ନିଆଯିବା ସହ ପୋଲିସ ସେବାରେ ହେଉଥିବା ବିଭିନ୍ନ ନିଯୁକ୍ତିକୁ ୩ ପର୍ଯ୍ୟାୟ ମଧ୍ୟରେ ସାରିବା ପାଇଁ କମିଟି ପକ୍ଷରୁ ସୁପାରିସ କରାଯାଇଛି। ରାଜ୍ୟରେ ଅଗ୍ନିଶମ ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏକାଧିକ ଗୁରୁତ୍ୱପୂର୍ଣ୍ଣ ସୁପାରିସ ପ୍ରଦାନ କରାଯାଇଛି। ପୂର୍ତ୍ତ ବିଭାଗ ଦାୟିତ୍ୱରେ ଥିବା ଅଗ୍ନିଶମ ଅଧିକାରୀମାନଙ୍କ ଆବାସିକ କୋଠାର ରକ୍ଷଣାବେକ୍ଷଣ ପାଇଁ ଆଗାମୀ ଆର୍ଥିକ ବର୍ଷରେ ଅତିରିକ୍ତ ୧୦ କୋଟି ଟଙ୍କା ପ୍ରଦାନ ଲାଗି ମଧ୍ୟ କୁହାଯାଇଛି। ବିଶେଷକରି ସବୁ ବର୍ଗର ପୋଲିସ ଅଧିକାରୀ ରହିବା ପାଇଁ ନିର୍ମିତ କୋଠାବାଡ଼ିର ଗୁଣାତ୍ମକମାନ ସୁଦୃଢ଼ କରିବା ନିମନ୍ତେ କମିଟି ପ୍ରସ୍ତାବ ଦେଇଛି। ସେହିଭଳି ପ୍ରତି ବ୍ଲକରେ ଗୋଟିଏ ଲେଖାଏ ଅଗ୍ନିଶମ ସେବାକେନ୍ଦ୍ର ପାଇଁ ସରକାର ଅନୁମୋଦନ କରିଛନ୍ତି। ଅପରପକ୍ଷରେ କେନ୍ଦ୍ର ଖୋଲିବା ପାଇଁ ଦୂରତାକୁ ମଧ୍ୟ ବୈଶିଷ୍ଟ୍ୟ ରୂପେ ନେବା ଲାଗି ପ୍ରସ୍ତାବ ଦିଆଯାଇଛି। ଭିଆଇପି କାରକେଡ୍‌କୁ ଅଗ୍ନିସୁରକ୍ଷା ଲାଗି ଏସ୍‌ୟୁଭି ଗାଡି ପାଇଁ ଅର୍ଥ ପ୍ରଦାନ ସହ ମାନବ ସମ୍ବଳର ଆବଶ୍ୟକତାକୁ ପୂରଣ କରିବାକୁ ସୁପାରିସ କରାଯାଇଛି। ମେରାଇନ୍‌ ଥାନାକୁ ଅତ୍ୟାଧୁନିକ କରିବା ସହ ଆବଶ୍ୟକ ଆଧୁନିକ ସାମଗ୍ରୀ ଯୋଗାଇବା ଲାଗି କମିଟି ପ୍ରସ୍ତାବ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଶେଷ

ଭୁବନେଶ୍ୱର,୨୬ା୪(ଅନିଲ ଦାସ): ରାଜ୍ୟର ପ୍ରଥମ ପର୍ଯ୍ୟାୟ(ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏପ୍ରିଲ ୧୮ରୁ ୨୪ ତାରିଖ...

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri