ଅଖାଦ୍ୟ ଖାଉଛନ୍ତି ପର୍ଯ୍ୟଟକ, ପ୍ରଶାସନ ନୀରବ

ପୁରୀ ଅଫିସ, ୨୯ା୬: ଘୋଷ ଯାତ୍ର।କୁ ଆଉ ୫ ଦିନ। ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଜିଲା ପ୍ରଶାସନ ପକ୍ଷରୁ ଚାଲିଛି ପ୍ରସ୍ତୁତି। ସଜେଇ ହେଲାଣି ଶ୍ରୀକ୍ଷେତ୍ର। ବଡଦାଣ୍ଡରେ ଭକ୍ତ ଓ ପର୍ଯ୍ୟଟକଙ୍କ ଭିଡ଼। ସମସ୍ତ ହୋଟେଲ, ଲଜ୍‌ ମଠ ମାନଙ୍କରେ ଜମିଲାଣି ଭକ୍ତଙ୍କ ଭିଡ଼। ଅନ୍ୟପଟେ ପର୍ଯ୍ୟଟକଙ୍କ ଭିଡ଼କୁ ଦୃଷ୍ଟିରେ ରଖି କେତେକ ଅସାଧୁ ବ୍ୟବସାୟୀ ନିମ୍ନମାନର ଖାଦ୍ୟ ସାମ୍ରଗୀ ବିକ୍ରି କରି ପର୍ଯ୍ୟଟକଙ୍କୁ ଶୋଷଣ କରିବା ଆରମ୍ଭ କରିଛନ୍ତି। ଫୁଟଫାତ୍‌ ଠାରୁ ହୋଟେଲ ସବୁଠି ଚାଲିଛି ପର୍ଯ୍ୟଟକଙ୍କୁ ଶୋଷଣ। ଏ ସମ୍ପର୍କରେ ଜାଣି ମଧ୍ୟ ପ୍ରଶାସନ ନୀରବ ରହିଛି। ଅନ୍ୟପଟେ ସହରରେ ଛତୁ ଫୁଟିବା ଖୋଲିଥିବା ଉଠା ଦୋକାନ, ଫାଷ୍ଟଫୁଡ ସେଣ୍ଟର ତଥା କେତେକ ହୋଟେଲରେ ବାସି ଖାଦ୍ୟ ବିକ୍ରି ହେଉଛି। ଏନେଇ ଜିଲା ପ୍ରଶାସନ ପକ୍ଷରୁ କୌଣସି କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ବର୍ତ୍ତମାନ ସୁଦ୍ଧା ଏନେଇ ପୌର ପ୍ରଶାସନ ପକ୍ଷରୁ କୌଣସି ସ୍ଥାନରେ ଚଢ଼ାଉ କରାଯାଇନାହିଁ। ବିଗତ ବର୍ଷ ଅଖାଦ୍ୟ ଖାଇ ୫୦ରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ, ଭକ୍ତ ଅସୁସ୍ଥ ହୋଇଥିଲେ। ଚଳିତ ବର୍ଷ ମଧ୍ୟ ଏହାର ପୁନରାବୃତ୍ତି ନ ଘଟିବ କିଏ କହିବ। ଅଥଚ ବର୍ତ୍ତମାନ ସୁଦ୍ଧା ପୌର ପ୍ରଶାସନ ପକ୍ଷରୁ କୌଣସି ଖାଦ୍ୟଷ୍ଟଲରେ ଚଢ଼ାଉ କରାଯାଇନାହିଁ। ପ୍ରକାଶ ଯେ, ବଡଦାଣ୍ଡର ଦୁଇ ପାର୍ଶ୍ୱ ରାସ୍ତାକଡରେ ବର୍ଷ ତମାମ ଫୁଟଫାତ୍‌ ଦୋକାନ, ଫାଷ୍ଟଫୁଡ ଦୋକାନରେ ନିମ୍ନମାନର ଖାଦ୍ୟ ବିକ୍ରି ହେଉଥିଲେ ବି, ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥାଏ। କେବଳ ରଥଯାତ୍ରା ଆସିଲେ, ପୌର ପ୍ରଶାସନ ପକ୍ଷରୁ ପକ୍ଷରୁ ଲୋକ ଦେଖାଣିଆ ଭାବେ ବିଭିନ୍ନ ହୋଟେଲ, ଫୁଟଫାତ୍‌ ଦୋକାନରେ ମାନଙ୍କରେ ଚଢାଉ କରାଯାଏ। ସାମାଜିକ କର୍ମୀ ପ୍ରସନ୍ନ କୁମାର ଦାଶ କୁହନ୍ତି, ସହରର ବିଭିନ୍ନ ଗଳିକନ୍ଦିରେ ନିମ୍ନମାନର ଖାଦ୍ୟ ବିକ୍ରି ହେଉଛି। ବିଶେଷ କରି ଗୁଣ୍ଡିଚାମନ୍ଦିର ଠାରୁ ମରିଚିକୋଟ ଛକ, ବେଳାଭୂମି ନିକଟରେ ଶହ ଶହ ଉଠା ଦୋକାନ ରହିଛି। ଦୈନିକ ନିମ୍ନମାନର ପଚାସଢ଼ା ଖାଦ୍ୟ ପର୍ଯ୍ୟଟକ ମାନଙ୍କୁ ବିକ୍ରି କରାଯାଉଛି। ଏହା ଜାଣି ମଧ୍ୟ ପ୍ରଶାସନ ଚୁପ୍‌ ବସିଛି। ଯୁବନେତା ଆଶୁତୋଷ ମିଶ୍ର କୁହନ୍ତି, ବର୍ଷସାରା ବଡଦାଣ୍ଡର ରାସ୍ତାର ଦୁଇ ପାର୍ଶ୍ୱରେ ୫ଶହରୁ ଊର୍ଦ୍ଧ୍ୱ ଚାଉମିନ, ଫାଷ୍ଟଫୁଡ ସେଣ୍ଟର ମାନଙ୍କରେ ନିମ୍ନ ଖାଦ୍ୟ ବିକ୍ରି କରୁଥିବା ନେଇ ପୂର୍ବରୁ ବହୁବାର ଅଭିଯୋଗ ମଧ୍ୟ ହେଉଛି। ତେବେ ଏନେଇ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ରଥଯାତ୍ରାକୁ ଦୃଷ୍ଟିରେ ରଖି ପୌର ପ୍ରଶାସନ ତୁରନ୍ତ ଏଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି। ଏନେଇ ଜିଲାପାଳ ବଲୱନ୍ତ ସିଂ କୁହନ୍ତି, ଖାଦ୍ୟଷ୍ଟଲ ଯାଞ୍ଚ ଲାଗି ନିର୍ଦ୍ଦେଶ ଦିଆଯାଇଛି। ୬ ଜଣ ଫୁଡ ଇନିସ୍‌ପେକ୍ଟର ଦାୟିତ୍ୱରେ ନିୟୋଜିତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri