ଉତ୍ତର ଦିଗରେ ରଖିଛନ୍ତି କି ‘ଲକର୍‌’; କୋପ କରିବେ ଲକ୍ଷ୍ମୀ; ଜାଣନ୍ତୁ…

ବାସ୍ତୁ ଶାସ୍ତ୍ର ଅନୁଯାୟୀ ପ୍ରତିଟି ଜିନିଷକୁ ରଖିବାର ସଠିକ ଦିଗ ଏବଂ ସ୍ଥାନ ରହିଛି। ଯଦି ସେପରି କରା ନ ଯାଏ ତେବେ ନକରାତ୍ମକ ପ୍ରଭାବ ଘରେ ପଡ଼ିଥାଏ। ସେଭଳି ଗୋଟିଏ ଜିନିଷ ହେଲା ଲକର୍‌। କିଛି ନିୟମ ଏପରି ଅଛି, ଯାହାର ଅନୁରୂପ ଭାବେ କାର୍ଯ୍ୟ କରିବା ଦ୍ୱାରା ବ୍ୟକ୍ତିଙ୍କୁ କେବେ ହେଲେ ଧନର ଅଭାବ ପରିଲକ୍ଷିତ ହୋଇ ନ ଥାଏ।

-ବାସ୍ତୁ ଅନୁଯାୟୀ ଲକର୍‌ ରଖିବାର ସଠିକ ଦିଗ ହେଉଛି ଦକ୍ଷିଣ। ଏହି ଦିଗରେ ଏଭଳି ରଖନ୍ତୁ ଯେ ଲକର୍‌ର ଦ୍ୱାର ଉତ୍ତର ଦିଗ ଆଡ଼କୁ ଖୋଲିବ। କାରଣ ଉତ୍ତର ଦିଗ ହେଉଛି ଧନର ସ୍ବାମୀ କୁବେରଙ୍କ ଦିଗ। ଏଭଳି କରିବା ଦ୍ୱାରା ବ୍ୟକ୍ତିର ଜୀବନରେ ଧନ ସମ୍ପତ୍ତି ବୃଦ୍ଧି ପାଇଥାଏ। ସେହିଭଳି ଦକ୍ଷିଣ ଆଡକୁ ତାର ମୁହଁ ଖୋଲିଲେ ଧନହାନୀ ହୋଇଥାଏ।

-ବାସ୍ତୁ ଶାସ୍ତ୍ର ଅନୁଯାୟୀ ଲକର୍‌ ସହ କେବେହେଲେ ପର୍ସ, ଆଲମାରୀ ଏବଂ ବାକ୍ସକୁ ଖାଲି ରଖିବା ଉଚିତ ନୁହେଁ। କାହିଁକି ନା ଏହି ଜିନିଷ ଖାଲି ରଖିବା ଦରିଦ୍ରତାର ଲକ୍ଷଣ। ଏଥିସହ ପର୍ସ ଅଥବା ଲକର୍‌କୁ କେବେହେଲେ ଅପରିଷ୍କାର ହାତରେ ଖୋଲିବା ଅନୁଚିତ। ଏଭଳି କଲେ ଲକ୍ଷ୍ମୀ କୋପ କରିଥାନ୍ତି। ଧନ ହାନି ହୋଇଥାଏ।

-ଲକର୍‌ରେ ଲାଲ୍‌ ରଙ୍ଗର କପଡ଼ା ବିଛାଇ ରଖନ୍ତୁ। କାରଣ ଏହା ମହାଲକ୍ଷ୍ମୀଙ୍କ ସ୍ଥାନ। ଏହାକୁ ଖୋଲିବା ସମୟରେ ଜୋତା, ଚପଲ ଖୋଲିଦିଅନ୍ତୁ।

-ଲକର୍‌ ପାଖରେ କେବେହେଲେ ଝାଡ଼ୁ ରଖନ୍ତୁ ନାହିଁ। ଘର ଝାଡ଼ୁ କରିବା ପରେ ଭୁଲରେ ବି ଲକର୍‌ ପାଖରେ ଝାଡ଼ୁ ରଖନ୍ତୁ ନାହିଁ। କାରଣ ଏପରି କଲେ ଆପଣଙ୍କ ପରିବାର ଉପରେ ଆର୍ଥିକ ସଙ୍କଟ ଆସିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ମହାସଂଯୋଗ! ଆଜିଠୁ ଏହି ୫ଟି ରାଶିକୁ ମିଳିବ ଭାଗ୍ୟର ସାଥ୍‌, ଖୋଲିଯିବ ଉନ୍ନତିର ରାସ୍ତା

୨୧ ଜୁନ, ୨୧୨୬ ରେ ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷର ସପ୍ତମୀ ତିଥି ଏବଂ ରବିବାର ଦିନ ଅଟେ। ଏହି ଦିନଟି ଅତ୍ୟନ୍ତ ସ୍ବତନ୍ତ୍ର, କାରଣ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri