Posted inଜାତୀୟ

ବାହୁବଳୀଙ୍କ ପାଇଁ ‘ବିଏଫ୍‌’ ଫର୍ମୂଲା ଆଣିବେ ନୀତିଶ

ପାଟନା, ୫।୧୦: ଆଗକୁ ବିହାର ବିଧାନସଭା ନିର୍ବାଚନ। ତେବେ ଏଥରକ ନିର୍ବାଚନରେ ଆପରାଧିକ ମାମଲା ଥିବା ବାହୁବଳୀ ନେତାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଜେଡ଼ିୟୁରେ ନୂଆ ‘ବିଏଫ୍‌’ ଫର୍ମୂଲା ଅର୍ଥାତ୍‌ ବାହୁବାଳୀ ଫ୍ୟାମିଲି ଫର୍ମୂଲା ଆଣିବାକୁ ଯାଉଛନ୍ତି। ଏହା ଅନ୍ତର୍ଗତ ଆପରାଧିକ ମାମଲା ଥିବା ନେତାଙ୍କୁ ଆଉ ଟିକଟ ମିଳିବ ନାହିଁ। ସେମାନଙ୍କ ପରିବାର ସଦସ୍ୟଙ୍କୁ ନିର୍ବାଚନରେ ଲଢ଼ିବାର ସୁଯୋଗ ମିଳିବ। ଏନେଇ ନୀତିଶ ସଙ୍କେତ ମଧ୍ୟ ଦେଇ ସାରିଛନ୍ତି। ସେ କହିଛନ୍ତି ଯେ, ଜେଡ଼ିୟୁରେ ଅପରାଧୀଙ୍କ ପାଇଁ କୌଣସି ସ୍ଥାନ ନାହିଁ। ଏଡ଼ିଆର୍‌ ପକ୍ଷରୁ ନୀତିଶଙ୍କ ୬୯ ଜଣ ବିଧାୟକଙ୍କ ଉପରେ ତଥ୍ୟ ସଂଗ୍ରହ ସେମାନଙ୍କ ପକ୍ଷରୁ ହୋଇଥିବା ସତ୍ୟପାଠ ଆଧାରରେ କରାଯାଇଥିଲା। ଜଣାପଡ଼ିଥିଲା। ୨୬ ଜଣ ବିଧାୟକଙ୍କ ବିରୋଧରେ ଗୁରୁତର ଆପରାଧିକ ମାମଲା ରହିଛି। ଅର୍ଥାତ୍‌ ଦଳର ୩୮ ପ୍ରତିଶତ ବିଧାୟକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଏଭଳି ନେତାଙ୍କ ଯୋଗୁ ବହୁ ସମୟରେ ସରକାର ଅସୁବିଧାରେ ପଡୁଛନ୍ତି। ତେଣୁ ସେମାନଙ୍କ ପାଇଁ ୨୦୨୦ ବିଧାନସଭା ନିର୍ବାଚନରେ ‘ବିଏଫ୍‌’ ଫର୍ମୂଲା ଆଣିବା ପାଇଁ ନୀତିଶ ଉଦ୍ୟମ କରୁଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୩୦% ପେନ୍‌ସନ ହ୍ରାସ କରିପାରନ୍ତି ସରକାର

ନୂଆଦିଲ୍ଲୀ,୧୦।୪: ଏମ୍‌ପିମାନଙ୍କ ସ୍ଥାନୀୟ ଅଞ୍ଚଳ ବିକାଶ ପାଣ୍ଠି ୨ ବର୍ଷ ପାଇଁ ସ୍ଥଗିତ ରଖି ସେହି ଅର୍ଥକୁ କରୋନା ମହାମାରୀ ମୁକାବିଲା ନିମନ୍ତେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ...

ଏମ୍‌ପି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶିବରାଜ

ଭୋପାଳ,୨୪ା୩: ଭାଜପାର ବରିଷ୍ଠ ନେତା ଶିବରାଜ ସିଂ ଚୌହାନ ଚତୁର୍ଥ ଥର ପାଇଁ ମଧ୍ୟପ୍ରଦେଶ (ଏମ୍‌ପି)ର ମୁଖ୍ୟମନ୍ତ୍ରୀ ଭାବେ ସୋମବାର ରାତି ୯ଟାରେ ଶପଥ ଗ୍ରହଣ...

ୟୁଏନ୍‌ଏସ୍‌ସିକୁ ଭାରତ ନିର୍ବାଚିତ

ନୂଆଦିଲ୍ଲୀ,୧୯ା୬:ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ର ଅସ୍ଥାୟୀ ସଦସ୍ୟ ଭାବେ ଭାରତ ନିର୍ବାଚିତ ହୋଇଛି। ଏଥିପାଇଁ ସମର୍ଥନ ଦେଇଥିବା ବିଶ୍ୱ ସମୁଦାୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର...

ବିବାହର ୧୮ ଦିନ ପରେ ବି ବିଦା ହୋଇପାରୁନି ଝିଅ

ଅଲିଗଡ,୧୪।୪: ସାରା ଦେଶରେ କରୋନା ଭାଇରସ୍‌ ପ୍ରକୋପ ଜାରି ରହିଛି। କରୋନା ସହ ମୁକାବିଲା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏଥିଯୋଗୁ ଲୋକଙ୍କୁ...

୧୯୬୫ ଏବଂ ୧୯୭୧ ଯୁଦ୍ଧ ଯବାନଙ୍କୁ ମିଳୁ ସ୍ବତନ୍ତ୍ରତା ସେନାନୀ ପେନସନ୍‌: ସେନାର ପ୍ରସ୍ତାବ

ନୂଆଦିଲ୍ଲୀ,୧୪।୧: ଶତ୍ରୁ ବିପକ୍ଷରେ ୫୫ ବର୍ଷ ତଳେ ଯୁଦ୍ଧ ଲଢ଼ିଥିବା ଯବାନଙ୍କୁ ସ୍ବତନ୍ତ୍ରତା ସେନାନୀ ପେନସନ୍‌ ମିଳିବ। ଏନେଇ ସେନାଧ୍ୟକ୍ଷ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେ...

ଅର୍ଥ ବ୍ୟବସ୍ଥାକୁ ନେଇ ମୋଦିଙ୍କ ଉପରେ ବର୍ଷିଲେ ମନମୋହନ

ମୁମ୍ବାଇ,୧୭।୧୦: ଦେଶର ଆର୍ଥିିକ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ। ମହାରାଷ୍ଟ୍ରରେ ସେ ଯୋଗ ଦେଇଥିବା ଏକ...

ନବୋଦୟ ସ୍କୁଲର ୮୫ ପିଲା କରୋନା ପଜିଟିଭ୍‌,କଣ୍ଟେନମେଣ୍ଟ୍‌ ଜୋନ୍‌ ଘୋଷଣା…

ନୈନିତାଲ, ୨।୧ : ନୈନିତାଲର ସୁୟାଲବାଡ଼ିସ୍ଥିତ ଜବାହର ନବୋଦୟ ସ୍କୁଲର ୮୫ପିଲାଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଆକ୍ରାନ୍ତ ପିଲାଙ୍କୁ ଆଇସୋଲେଶନରେ ରଖାଯାଇଛି। ସେହିପରି...

ରାହୁଲ ଗାନ୍ଧୀଙ୍କୁ ଭେଟିଲେ କହ୍ନେୟା କୁମାର: କଂଗ୍ରେସକୁ ଯିବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୯।୯:କଂଗ୍ରେସ ନେତା ରାହୁଲ ଗାନ୍ଧୀ ସିପିଆଇ ନେତା କହ୍ନେୟା କୁମାରଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ହେବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଚର୍ଚ୍ଚା...

Advertisement


Archives

Model This Week