Posted inଖେଳ

ୱାର୍ଲଡ ଟୁର୍‌ ଫାଇନାଲ୍ସ: ପରାଜୟରୁ ସିନ୍ଧୁଙ୍କ ଅଭିଯାନ

ଗୁଆଙ୍ଗଝୋଉ, ୧୨।୧୨ (ପି.ଟି.)- ଡିଫେଣ୍ଡିଂ ଚାମ୍ପିୟନ ପି.ଭି. ସିନ୍ଧୁ ଏଠାରେ ଆରମ୍ଭ ହୋଇଥିବା ବର୍ଷର ଅନ୍ତିମ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ବିଡବ୍ଲ୍ୟୁଏଫ୍‌ ୱାର୍ଲଡ ଟୁର୍‌ ଫାଇନାଲ୍ସରେ ପରାଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ବୁଧବାର ଅନୁଷ୍ଠିତ ମୁକାବିଲାରେ ସିନ୍ଧୁ ଜାପାନର ଏକେନା ୟାମାଗୁଚିଙ୍କ ନିକଟରୁ ପରାସ୍ତ ହୋଇଛନ୍ତି। ଏହି ମ୍ୟାଚ୍‌କୁ ୟାମାଗୁଚି ୧୮-୨୧, ୨୧-୧୮, ୨୧-୧୮ ଗେମ୍‌ରେ ବିଜୟୀ ଲାଭ କରିଥିଲେ। ସିନ୍ଧୁ ପ୍ରଥମ ଗେମ୍‌କୁ ୨୧-୧୮ରେ ଜିତିବା ପରେ ଦ୍ୱିତୀୟ ଗେମ୍‌ରେ ଏକଦା ୧୧-୬ରେ ଅଗ୍ରଣୀ ଲାଭ କରିଥିଲେ। କିନ୍ତୁ ୟାମାଗୁଚି ପ୍ରତ୍ୟାବର୍ତ୍ତନ କରି ୨୧-୧୮ରେ ଏହି ୨ୟ ଗେମ୍‌କୁ ଜିତି ୧-୧ ବରାବର୍‌ସ୍ତରକୁ ଆଣିଥିଲେ। ଅନ୍ତିମ ତଥା ୩ୟ ଗେମ୍‌କୁ ମଧ୍ୟ ସମାନ ବ୍ୟବଧାନରେ କବ୍‌ଜା କରି ୟାମାଗୁଚି ମ୍ୟାଚ୍‌କୁ ୨-୧ରେ ଜିତିନେଇଥିଲେ। ଏହି ମ୍ୟାଚ୍‌ର ଫଳାଫଳ ପାଇଁ ୬୮ ମିନିଟ୍‌ ଲାଗିଥିଲା। ବିଶ୍ୱ ମାନ୍ୟତାର ୬ଷ୍ଠ ସ୍ଥାନରେ ରହିଥିବା ସିନ୍ଧୁ ପରବର୍ତ୍ତୀ ମ୍ୟାଚ୍‌ରେ ଚାଇନାର ଚେନ୍‌ ୟୁ ଫେଇ’ଙ୍କୁ ଭେଟିବେ। ପ୍ରକାଶଯୋଗ୍ୟ, ବିଶ୍ୱ ମାନ୍ୟତାର ଶ୍ରେଷ୍ଠ-୮ ମହିଳା ସିଙ୍ଗଲ୍ସ ଖେଳାଳିଙ୍କୁ ନେଇ ବର୍ଷ ଶେଷରେ ଏହି ସମ୍ମାନଜନକ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚେନ୍ନାଇ ମ୍ୟାଚ୍‌ରେ ହୃଦୟ ଜିତିଲେ କୋହଲି: ଇଂଲଣ୍ଡ ଅଧିନାୟକ କହିଲେ ‘ଧନ୍ୟବାଦ’

ଚେନ୍ନାଇ,୬।୨: ଭାରତୀୟ ଅଧିନାୟକ ବିରାଟ କୋହଲି ମଇଦାନରେ ବେଶ ଆକ୍ରାମକ ଥାନ୍ତି। ହେଲେ ଶୁକ୍ରବାର ଇଂଲଣ୍ଡ ବିପକ୍ଷରେ ଚେନ୍ନାଇରେ ଖେଳାଯାଉଥିବା ସିରିଜ୍‌ର ପ୍ରଥମ ଟେଷ୍ଟ ମ୍ୟାଚ୍‌ର...

ବେଗ ବଢ଼ାଇବା ପାଇଁ ପୋଷା କୁକୁରର ସହାୟତା ନେଲେ ସାମି

କୋଲକାତା, ୨୭।୬- କରୋନା ଭାଇରସ ଲାଗି ଦୀର୍ଘ ଦିନ ଧରି କ୍ରିକେଟ୍‌ରୁ ଦୂରେଇ ରହିଥିବା ଭାରତୀୟ ଦଳର ଖେଳାଳିମାନେ ଏବେ ଧିରେ ଧିରେ ପଡ଼ିଆକୁ ପ୍ରତ୍ୟାବର୍ତ୍ତନ...

ବେଙ୍ଗାଲୁରୁ ଏଫ୍‌ସି କୋଚ୍‌ ବହିଷ୍କୃତ

ବେଙ୍ଗାଲୁରୁ, ୭।୧(ପି.ଟି.)- ଚଳିତ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌)ରେ ବେଙ୍ଗାଲୁରୁ ଏଫ୍‌ସିର ଖରାପ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ମୁଖ୍ୟ କୋଚ୍‌ କାର୍ଲେସ କ୍ୱାଡ୍ରାଟ୍‌ଙ୍କୁ ବହିଷ୍କାର କରାଯାଇଛି। ପୂର୍ବତନ...

ସ୍କାନ ପାଇଁ ହସ୍ପିଟାଲରେ ଆହତ ଓ୍ବାର୍ନର

ସିଡ୍‌ନୀ,୩୦।୧୧(ପି.ଟି.): ଅଷ୍ଟ୍ରେଲିଆ ବିସ୍ଫୋରକ ଓପନର ଡେଭିଡ୍‌ ଓ୍ବାର୍ନର ଭାରତ ବିପକ୍ଷ ଦ୍ୱିତୀୟ ଦିନିକିଆ ଖେଳିବା ଅବସରରେ ଆହତ ହୋଇଛନ୍ତି। ରବିବାର ସେ ଗ୍ରୋନ୍‌ ଇଞ୍ଜୁରିର ଶିକାର...

ଧରାପଡିଲେ ପୂର୍ବତନ କ୍ରିକେଟର୍‌, କରୁଥିଲେ ଏହି କାମ

ନୂଆଦିଲ୍ଲୀ,୯।୧୧: ପ୍ରାୟତଃ ଆଇପିଏଲ୍‌ ସମୟରେ ବେଟିଂ ଖବର ସାମ୍ନାକୁ ଆସିଥାଏ। ଯଦିଓ ଚଳିତବର୍ଷ ଆଇପିଏଲ୍‌ କରୋନା ଯୋଗୁ ୟୁଏଇରେ ଅନୁଷ୍ଠିତ ହେଉଛି ତଥାପି ଏହାର କ୍ରେଜ୍‌...

୩୨ ବିଦେଶୀ କୋଚ୍‌ଙ୍କ ଚୁକ୍ତି ବୃଦ୍ଧି

ନୂଆଦିଲ୍ଲୀ,୨୩।୭(ପି.ଟି.): ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏଥିରେ ୩୨ଜଣ ବିଦେଶୀ କୋଚ୍‌ଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ସାଇ...

ଜାତୀୟ କରାଟେ ପ୍ରତିଯୋଗିତା: ସ୍ବର୍ଣ୍ଣ, ବ୍ରୋଞ୍ଜ ପଦକ ଜିତିଲେ ଦୁଇ ଆଦିବାସୀ ଛାତ୍ରୀ

ମାଲକାନଗିରି, ୫।୧୨(ଡି.ଏନ.ଏ.): ମାଲକାନଗିରି ଜିଲା ସଦର ବ୍ଲକ ସିନ୍ଧ୍ରିମାଳ ଗ୍ରାମ ପଞ୍ଚାୟତ ସଦର ମହକୁମା କସ୍ତୁରବା ଗାନ୍ଧୀ ବାଳିକା ଉଚ୍ଚ ବିଦ୍ୟାଳୟର ଦୁଇଜଣ ଆଦିବାସୀ ଛାତ୍ରୀ...

ଟି୨୦ ବିଶ୍ୱକପ୍‌ : ଅନ୍ତିମ ଦୁଇ ଦଳ ଭାବେ ଓମାନ, ସ୍କଟ୍‌ଲାଣ୍ଡର ଯୋଗ୍ୟତା

ଦୁବାଇ, ୩୧।୧୦ (ଏଏଫ୍‌ପି)- ଓମାନ ଓ ସ୍କଟ୍‌ଲାଣ୍ଡ ଅନ୍ତିମ ଦୁଇ ଦଳ ଭାବେ ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ୨୦୨୦ ଆଇସିସି ଟି୨୦ ବିଶ୍ୱକପ୍‌କୁ...

Advertisement
Archives

Model This Week