ୱାର୍ଡ଼ ବୁଲି ସମସ୍ୟା ବୁଝିଲେ ବିଧାୟକ

ବାଲେଶ୍ୱର ଅଫିସ,୨୨।୬-ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତ ଗୁରୁବାର ସନ୍ଧ୍ୟାରେ ପୌରାଞ୍ଚଳର ୫ ଓ ୭ନମ୍ବର ୱାର୍ଡ଼ ପରିଦର୍ଶନ କରିଥିଲେ। ଉକ୍ତ ୱାର୍ଡ଼ଗୁଡିକରେ ଥିବା ପାନୀୟଜଳ, ପୋଖରୀ ପୁନରୁଦ୍ଧାର, ରାସ୍ତା ନବୀକରଣ, ଡ୍ରେନ ନିର୍ମାଣର ସମସ୍ୟା ସ୍ଥାନୀୟ ବାସିନ୍ଦାଙ୍କଠାରୁ ଅବଗତ ହେବା ସହ ଏହାର ଯଥାଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଅଞ୍ଚଳବାସୀ ବିଧାୟକ ଦତ୍ତଙ୍କୁ ସ୍ବାଗତସମ୍ବର୍ଦ୍ଧନା ପୂର୍ବକ ଯୁବନେତା ସନ୍ଦୀପ୍ତ ଦାସଙ୍କ ଆବାହକତ୍ୱରେ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରିଥିଲେ। ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଗଗନଚନ୍ଦ୍ର ମହାନ୍ତି ଅଧ୍ୟକ୍ଷତା କରିଥିବା ବେଳେ ପୂର୍ବତନ କାଉନସିଲର ସୁବ୍ରତ ଦାସ ପରିଚାଳନା କରିଥିଲେ। ବିଶେଷ କରି ଏହି ଅଞ୍ଚଳରେ ବର୍ଦ୍ଧିତ ପରିବାର ସଂଖ୍ୟାନୁସାରେ ପାନୀୟଜଳ ପର୍ଯ୍ୟାପ୍ତ ନ ହେବା, ମଣ୍ଡଳବଗିଚା ପୋଖରୀ ପୁନରୁଦ୍ଧାର ଓ ଏହି ଦୁଇ ୱାର୍ଡ଼ର ରାସ୍ତା ନବୀକରଣ ସହିତ ପାର୍ଶ୍ୱସ୍ଥ ଡ୍ରେନ୍‌ ନିର୍ମାଣ ଆବଶ୍ୟକତା ସମ୍ପର୍କରେ ଗ୍ରାମବାସୀ ବିଧାୟକଙ୍କୁ ଅବଗତ କରିଥିଲେ। ସହରର ସର୍ବାଙ୍ଗୀନ ବିକାଶ ପାଇଁ ଅମୃତ ଯୋଜନାରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ପୌର କର୍ତ୍ତୃପକ୍ଷ ଓ ନିର୍ବାଚିତ ପରିଷଦଙ୍କର ଏହି ଦୁଇ ୱାର୍ଡ଼ ପ୍ରତି ଟିକିଏ ବି ଦୃଷ୍ଟି ଦେଇ ନ ଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ବିଧାୟକ ସ୍ଥାନୀୟ ବାସିନ୍ଦାଙ୍କଠାରୁ ସମସ୍ୟା ସମ୍ପର୍କରେ ବୁଝିବା ସହ ଏ ଅଞ୍ଚଳରେ ଖୁବ୍‌ଶୀଘ୍ର ଏକ ପାନୀୟଜଳ ପମ୍ପ୍‌ହାଉସ ନିର୍ମାଣ କରିବା ଏବଂ ସହର ରାସ୍ତା ନବୀକରଣ, ଡ୍ରେନ ନିର୍ମାଣକୁ ସେ ଅଗ୍ରାଧିକାର ଦେବା ଓ ଆସନ୍ତା ଖରାଦିନରେ ପୋଖରୀ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରିବେ ବୋଲି ବିଧାୟକ ଦତ୍ତ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ଅଞ୍ଚଳବାସୀଙ୍କ ପକ୍ଷରୁ ବିଧାୟକ ଦତ୍ତଙ୍କ ସମେତ ତାଙ୍କର ସହଯୋଗୀ ସୀତାକାନ୍ତ ସ୍ବାଇଁ, ଗୌରାଙ୍ଗ ଦାସ, ଧୀରଜ ମହାନ୍ତି, ବିକାଶ ପାଢ଼ୀ, ଚିତ୍ତରଞ୍ଜନ ପଣ୍ଡା, ଅନନ୍ତ ନାୟକ, ଅରୂପ ଜେନା ପ୍ରମୁଖ ଦଳୀୟ କର୍ମକର୍ତ୍ତାଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ନାରାୟଣ ନନ୍ଦୀ, ନିଖିଲ ଆଶ, ରାମଶ୍ୟାମ ସେନ୍‌, ଶ୍ୟାମଳ କୃଷ୍ଣ ଦେ, ଶେଖ ଜବାର, ଲକ୍ଷ୍ମଣ ବେହେରା କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ଦୁଇ ୱାର୍ଡ଼ ଅନ୍ତର୍ଗତ ଅକତପୁର, ମଣ୍ଡଳବଜାର, ମାନସିଂବଜାର, ହେମକାପଦା, ମଛୁଆସାହି ପ୍ରଭୃତି ଅଞ୍ଚଳରୁ ବହୁ ଗ୍ରାମବାସୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିପର୍ଯ୍ୟୟ ବେଳେ ଭରସା ‘ଆଞ୍ଚଳିକ ପ୍ରଶମନ କେନ୍ଦ୍ର’ : ବାଲେଶ୍ୱରରେ ଭିତ୍ତିପ୍ରସ୍ତର ସ୍ଥାପନ

ବାଲେଶ୍ୱର ଅଫିସ,୧୭।୯-ପ୍ରାକୃତିକ ବିପର୍ଯ୍ୟୟର ତତ୍କାଳ ମୁକାବିଲା ଲାଗି ବାଲେଶ୍ୱରଠାରୁ ୧୨କି.ମି. ଦୂର ଚାନ୍ଦିପୁର ନିକଟବର୍ତ୍ତୀ ହିଡିଙ୍ଗା ଅଞ୍ଚଳରେ ସୋମବାର ରିଜିଓନାଲ ରେସପନ୍ସ ସେଣ୍ଟର (ଆର୍‌ଆର୍‌ସି) ବା...

ବିଶ୍ୱ ହୃତପିଣ୍ଡ ଦିବସ ଉପଲକ୍ଷେ ଗଡିଲା ସଚେତନତା ରଥ

ବାଲେଶ୍ୱର ଅଫିସ,୨୦।୯-‘ବିଶ୍ୱ ହୃତପିଣ୍ଡ ଦିବସ’ ପାଳନ ଅବ୍ୟବହିତ ପୂର୍ବର ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍‌ପିଟାଲ ପକ୍ଷରୁ ଆରମ୍ଭ ହୋଇଥିବା ହୃଦ୍‌ରୋଗ ସଚେତନତା ରଥ ସମଗ୍ର ଓଡିଶା ପରିକ୍ରମା...

ରେମୁଣା ମାର୍କେଟ୍‌ରୁ ଜବରଦଖଲ ଉଚ୍ଛେଦ

ରେମୁଣା, ୭।୮(ଡି.ଏନ.ଏ.)-ଦୀର୍ଘଦିନ ପରେ ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ରେମୁଣା ମାର୍କେଟରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ପ୍ରଶାସନର ଏଭଳି ପଦକ୍ଷେପକୁ ରେମୁଣା ଅଞ୍ଚଳବାସୀ ସ୍ବାଗତ କରିଛନ୍ତି।...

କାନ୍ଥପଡ଼ି ନାବାଳିକାଙ୍କ ଜୀବନଗଲା, ୨ ଗୁରୁତର

ବାହାନଗା,୨୬।୯(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଗୋପାଳପୁର ପଞ୍ଚାୟତ ମଳଙ୍ଗ ଗ୍ରାମର ସଞ୍ଜୟ ନାୟକଙ୍କ ଘର ମାଟି କାନ୍ଥ ଓ ଆଟୁ ଭାଙ୍ଗିଯିବାରୁ ନାବାଳିକାଙ୍କ ମୃତ୍ୟୁ...

ଧରମପୁରରେ କଣ୍ଟେନମେଣ୍ଟ ଅବଧି ବଢିଲା

ସଜନାଗଡ଼, ୨୮।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବରହମପୁର ଥାନା ଅଧୀନ ଧରମପୁର ପଞ୍ଚାୟତରେ ଗତ ୨୦ ତାରିଖରେ ଜଣେ ୨ବର୍ଷର ଶିଶୁକନ୍ୟା କରୋନାରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ...

ଆଖୁବାଡ଼ିରେ ନିଆଁ ଲଗାଇବା ସମୟରେ ଜୀବନ୍ତ ଦଗ୍ଧ

ବସ୍ତା,୫।୮(ସ୍ବ.ପ୍ର) : ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ରଘୁନାଥପୁର ପଞ୍ଚାୟତ ଗିଲାଜୋଡ଼ି ଗ୍ରାମରେ ସୋମବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଏହି ଗ୍ରାମର...

ବିଳମ୍ବରେ ଆସିଲା ତରକାରି: ଲୁଣ ଲଗାଇ ଭାତ ଖାଇଲେ ଛାତ୍ରୀଛାତ୍ର

ସଜନାଗଡ଼, ୨୩।୧୧(ଡି.ଏନ.ଏ.)-ରାଜ୍ୟ ସରକାର ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ଲାଗି ମଧ୍ୟାହ୍ନଭୋଜନ ବ୍ୟବସ୍ଥା କରିଛନ୍ତି। ଏପରିକି ବିଦ୍ୟାଳୟରେ ରୋଷେଇ ହେଲେ ଶିକ୍ଷାଦାନରେ ବାଧା ଉପୁଜିବା...

କୋଇଲିସାହିରେ ଅଗ୍ନିକାଣ୍ଡ

ରୂପ୍‌ସା, ୨୨।୮(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ କୁରାଢ଼ିଆ ପଞ୍ଚାୟତ ଅନ୍ତର୍ଗତ କୋଇଲିସାହି ଗ୍ରାମରେ ବୁଧବାର ରାତି ପ୍ରାୟ ଗୋଟାଏ ବେଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ...

Advertisement
Archives

Model This Week