୯ ବର୍ଷ ପରେ ପୁଣି ନଜର ଆସିବେ କ୍ୟାଟ୍ରିନା-ଅକ୍ଷୟ

ବଲିଉଡ୍‌ର ହିଟ୍‌ ଯୋଡ଼ି କ୍ୟାଟ୍ରିନା-ଅକ୍ଷୟ କୁମାର ପୁଣି ବଡ଼ପରଦାରେ ନଜର ଆସିବେ। ‘ନମସ୍ତେ ଲଣ୍ଡନ’, ‘ଓ୍ବେଲ୍‌କମ୍‌’, ‘ହମ୍‌କୋ ଦିବାନା କର୍‌ ଗୟେ’, ‘ସିଙ୍ଗ୍‌ ଇଜ୍‌ କିଙ୍ଗ୍‌’ ପରି ସୁପରହିଟ୍‌ ଫିଲ୍ମ ଦେଇଥିବା ଏହି ଯୋଡ଼ି ୯ ବର୍ଷ ପରେ ପୁଣି ଏକାଠି ଅଭିନୟ କରିବେ। ୨୦୧୦ ପରଠାରୁ ଏହି ଦୁଇଜଣ କୌଣସି ଫିଲ୍ମରେ ଏକାଠି ଅଭିନୟ କରିନାହାନ୍ତି। ରୋହିତ୍‌ ସେଟ୍ଟୀଙ୍କ ଫିଲ୍ମ ଜରିଆରେ ପୁଣି ଦୁଇଜଣ ଯାକ ମିଶି କାମ କରିବେ। କ୍ୟାଟ୍ରିନା ଏକ ସାକ୍ଷାତକାରରେ କହିଛନ୍ତି, ‘ମୁଁ ବହୁତ ଉତ୍ସାହିତ ଅଛି। ଏତେଦିନ ପରେ ଅକ୍ଷୟଙ୍କ ସହ ଅଭିନୟ କରିବି। ପ୍ରଥମେ ଡର ଲାଗୁଥିଲା। କିନ୍ତୁ ଏହି ଡର ଏବେ ଦୂରେଇ ଯାଇଛି। ମୁଁ ଖୁବ୍‌ ସହଜରେ ତାଙ୍କ ସହ ମିଶି ପାରୁଛି। କ୍ୟାଟ୍ରିନା କୁହନ୍ତି, ଅକ୍ଷୟ ଜଣେ ଭଲ କୋ-ଷ୍ଟାର। ତାଙ୍କ ସହିତ କାମ କରିବାରେ ମଜା କିଛି ଅଲଗା। ଶେଷଥର ପାଇଁ ଏହି ଯୋଡ଼ି ଫିଲ୍ମ‘ତିସ୍‌ ମାର୍‌ ଖାନ୍‌’ରେ ନଜର ଆସିଥିଲେ। ୨୦୨୦ରେ ରିଲିଜ ହେବାକୁ ଥିବା ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ପୁଣି ଏହି ଯୋଡ଼ି ନଜର ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାଟ୍ରିନାଙ୍କୁ ଅଫର୍‌ ମିଳିବାରୁ ରାଗିଲେ ଶ୍ରଦ୍ଧା

ମୁମ୍ବାଇ: ଯେମିତି ସାଧାରଣ ଲୋକଙ୍କ ଜୀବନରେ ରାଗ, ରୁଷା, ଅଭିମାନ ଲାଗି ରହିଥାଏ, ବଲିଉଡ୍‌ରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥାଏ। କେତେବେଳେ ଫିଲ୍ମ ନ...

ବଲିଉଡ୍‌ ଅଭିନେତା ଅନୁପମ ଖେରଙ୍କ ମା’ଙ୍କ ସମେତ ୪ ସଦସ୍ୟ କରୋନା ପଜିଟିଭ

ମୁମ୍ବାଇ,୧୨।୭: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ଓ ଓ ତାଙ୍କ ପୁଅ ଅଭିଷେକ ଶନିବାର କରୋନାରେ ପୀଡ଼ିତ ଥିବା ଜଣାପଡିବା ପରେ ଏବେ ବଲିଉଡ୍‌ କଳାକାରଙ୍କ...

ସୁଶାନ୍ତ ଆତ୍ମହତ୍ୟା ମାମଲାରେ ଏହି ବ୍ୟକ୍ତିଙ୍କୁ ସମନ ପଠାଇଲା ଇଡ଼ି

ମୁମ୍ବାଇ,୭।୮: ବଲିଉଡ୍‌ ଭର୍ସାଟାଇଲ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ସୁଶାନ୍ତଙ୍କ ଆକାଉଣ୍ଟରୁ ହୋଇଥିବା ନେଣଦେଣ...

୩୪ ଘଣ୍ଟା ଭିତରେ ୧୧ ସେଲିବ୍ରିଟି କରୋନା ସଂକ୍ରମିତ

ସାରା ଦେଶରେ କରୋନା ଭାଇରସ୍‌ କାୟା ବିସ୍ତାର କରି ଚାଲିଥିବାବେଳେ ଏବେ ଏହି ଭୂତାଣୁ ବଲିଉଡ୍‌ ମୁହାଁ ହୋଇଛି। ୩୪ ଘଣ୍ଟା ଭିତରେ ୧୧ ସେଲିବ୍ରିଟି...

ରଣବୀରଙ୍କ ନାୟିକା ସାଜିବେ ଶାଳିନୀ

ବମ୍ବେ: ନିଜର ଆଗାମୀ ଚଳଚ୍ଚିତ୍ରରେ ଜଣେ ଦକ୍ଷିଣ ଭାରତୀୟ ହିରୋଇନ୍‌ଙ୍କ ସହ ରୋମାନ୍ସ କରିବେ ରଣବୀର ସିଂହ। ଫିଲ୍ମ ‘ଜୟେଶଭାଇ ଜୋରଦାର୍‌’ରେ ଅଭିନେତ୍ରୀ ଶାଳିନୀ ପାଣ୍ଡେଙ୍କ...

କାର୍ତ୍ତିକ ଆର୍ୟନଙ୍କୁ ଆଲିଙ୍ଗନ କରିବାକୁ ଡେଇଁ ପଡିଲେ ମହିଳା ପ୍ରଶଂସକ

ବଲିଉଡ୍‌ରେ ଅଭିନେତା କାର୍ତ୍ତିକ ଆର୍ୟନଙ୍କ ଲୋକପ୍ରିୟତା ବେଶ୍‌ ବୃଦ୍ଧି ପାଇଛି। ଖାସ୍‌ ଭାବେ ଆଜିକାଲି ଯୁବପିଢି ମଧ୍ୟରେ ତାଙ୍କ କ୍ରେଜ୍‌ ବଢିବାକୁ ଲାଗିଛି। ‘ପ୍ୟାର୍‌ କା...

ସଲମାନ ଖାନଙ୍କ ଘରେ କ୍ରାଇମବ୍ରାଞ୍ଚ୍‌ ଚଢାଉ, କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କ ଘରେ କ୍ରାଇମବ୍ରାଞ୍ଚ୍‌ ଚଢାଉ କରିଛି। ସଲମାନଙ୍କ ପରିବାର କୌଣସି ସଦସ୍ୟ ନାଁରେ ଅଭିଯୋଗ ନାହିଁ ବରଂ ୨୦ ବର୍ଷ ହେବ...

‘ଗୁଡ୍‌ ନ୍ୟୁଜ’ ଟ୍ରେଲର ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାରଙ୍କ ବହୁ ପ୍ରତିକ୍ଷୀତ ଅପ୍‌ କମିଂ ଫିଲ୍ମ ‘ଗୁଡ୍‌ ନ୍ୟୁଜ’ର ଟ୍ରେଲର ସୋମବାର ରିଲିଜ୍‌ ହୋଇଛି। ୩ମିନିଟ ୨୨...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *