୯୭ ଖଣିରେ ୧୪୪ ଧାରା ଜାରି କଲା ପ୍ରଶାସନ

ଖଇରା, ୯।୧୧(ଡି.ଏନ.ଏ.)-ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲର ନାଲି ଆଖି ପରେ ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଶରୀଶୁଆ ପାହାଡରେ ଶୁକ୍ରବାର ପ୍ରଶାସନ ପକ୍ଷରୁ ୯୭ଟି ଖଣି ବ୍ୟବହାର ଉପରେ ଅଙ୍କୁଶ ଲଗାଇବାକୁ ୧୪୪ ଧାରା ଜାରି କରାଯାଇଛି । ବାଲେଶ୍ୱର ଉପଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଖଇରା ତହସିଲଦାର ପ୍ରଦୀପ କୁମାର ସାହୁ, ଅତିରିକ୍ତ ତହସିଲଦାର ବିଭାସ ପାଣିଗ୍ରାହୀ ଖଣି ଅଞ୍ଚଳକୁ ଗସ୍ତ କରି ୧୪୪ ଧାରା ଜାରି ସମ୍ପର୍କରେ ମାଇକ ଯୋଗେ ପ୍ରଚାର କରିଛନ୍ତି। ଏଥିରେ ରାଜସ୍ବ ବିଭାଗକୁ ଖଇରା ଥାନା ଏସ୍‌ଆଇ ଅଶ୍ୱିନୀ ବେହେରା, ଏଏସ୍‌ଆଇ ପ୍ରଦୀପ କୁମାର ମହାନ୍ତି ସହାୟତା କରିଥିଲେ।
ଏହା ପୂର୍ବରୁ ଅକ୍ଟୋବର ୨୩ତାରିଖରେ ତହସିଲ ପକ୍ଷରୁ ଖଣି ଖୋଳା ବନ୍ଦ ରଖିବା ସମ୍ପର୍କରେ ମାଇକ ଯୋଗେ ପ୍ରଚାର କରାଯାଇଥିଲା ା ହେଲେ ୩୦ରୁ ଅଧିକ ଖଣି ନିଲାମଧାରୀମାନେ ଏହାକୁ ଖାତିର ନ କରି ରାତିଦିନ ବ୍ଲାଷ୍ଟିଂ କରି ଖଣିରୁ ପଥର ଉତ୍ତୋଳନ କରିବା ନେଇ ଅଭିଯୋଗ ହୋଇଥିଲା ା ପ୍ରକାଶ ଥାଉ କି, ୯୭ ଖଣି ନିଲାମ ବେଳେ ରାଜସ୍ବ ବିଭାଗ ଖଣି ଆଇନର ଖୁଲମଖୁଲା ଉଲ୍ଲଘଂନ କରିବା ନେଇ ୨ ସ୍ବେଚ୍ଛାସେବୀ ସଙ୍ଗଠନ ଗ୍ରୀନ ଟ୍ରିବ୍ୟୁନାଲର ଦ୍ୱାରସ୍ଥ ହୋଇଥିଲେ। ଟ୍ରିବ୍ୟୁନାଲ ୧୬ ଅକ୍ଟୋବରେ ଦେଇଥିବା ରାୟରେ ଖଣି ଜୈବ ସମ୍ବେଦନଶୀଳ କ୍ଷେତ୍ର ମଧ୍ୟରେ ଆସୁଥିବାରୁ ପରିବେଶ ସଂକ୍ରାନ୍ତୀୟ ସମସ୍ତ ବିଷୟ ଉପରେ ଡିସେମ୍ବର ୪ ତାରିଖ ସୁିଦ୍ଧା ତଥ୍ୟ ରଖିବାକୁ ନିର୍ଦ୍ଦେଶ ଦେବା ପରେ ବେଆଇନ ଖଣି କାରବାର ଉପରେ ଆଖି ବନ୍ଦ କରିଦେଇଥିବା ରାଜସ୍ବ ବିଭାଗ ତପତ୍ରତା ପ୍ରକାଶ କରିଛି ା


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?