Posted inଖେଳ

୯୭୮ ମ୍ୟାଚ୍‌ ଇତିହାସରେ ଭାରତୀୟ ଦଳର ସବୁଠୁ ଲଜ୍ଜାଜନକ ପ୍ରଦର୍ଶନ: କେନିଆ, ଜିମ୍ବାଓ୍ବେଠାରୁ ଖରାପ ବୋଲିଂ

ସିଡନୀ,୨୯।୧୧: ଭାରତୀୟ ଦଳର ବୋଲିଂ ଆକ୍ରମଣ କ୍ରମାଗତ ଭାବରେ ବିରୋଧୀ ଦଳ ଉପରେ ଚାପ ପକାଇବାରେ ଏବଂ ସେମାନଙ୍କ ଖେଳାଳିଙ୍କୁ ଆଉଟ୍‌ କରିବାରେ ବିଫଳ ହେଉଛି। ଦଳର ଷ୍ଟାର ବୋଲର ଜସପ୍ରୀତ ବୁମ୍‌ରା ମଧ୍ୟ ପ୍ରାରମ୍ଭିକ ଉଇକେଟ ନେବାରେ ବିଫଳ ରହିଛି। ଏହି କାରଣରୁ ଅଷ୍ଟ୍ରେଲିଆ ଦଳର ବ୍ୟାଟ୍ସମ୍ୟାନମାନେ ଭାରତ ବିପକ୍ଷରେ ରନ ସଂଗ୍ରହ କରୁଛନ୍ତି ଏବଂ ବିଶାଳ ଟାର୍ଗେଟ ଦେଉଛନ୍ତି। ଦଳର ବୋଲରଙ୍କ ଏହି ଖରାପ ପ୍ରଦର୍ଶନ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଜାରି ରହିଥିଲା ଏବଂ ଦଳ ଏକ ଲଜ୍ଜାଜନକ ରେକର୍ଡ ନିଜ ନାମରେ କରିଥିଲା। ଭାରତୀୟ ଦଳର ୯୭୮ ମ୍ୟାଚ ଇତିହାସରେ ଏହା ପ୍ରଥମ ଥର ପାଇଁ ବିରୋଧୀ ଦଳର ଓପନରମାନେ କ୍ରମାଗତ ତିନି ଇନିଂସରେ ଭାରତୀୟ ବୋଲରଙ୍କ ବିପକ୍ଷରେ ଶତକ ଭାଗିଦାରୀ କରିଛନ୍ତି। ପ୍ରଥମତଃ, ଚଳିତ ବର୍ଷ ଫେବୃଆରୀରେ ମାର୍ଟିନ ଗୁପ୍ତିଲ ଏବଂ ହେନେରୀ ନିକୋଲ୍ସ ନ୍ୟୁଜିଲ୍ୟାଣ୍ଡ ଦଳ ପାଇଁ ଓପନିଂ ଯୋଡିରେ ୧୦୬ ରନର ଭାଗିଦାରୀ କରିଥିଲେ। ଏହା ପରେ ଅଷ୍ଟ୍ରେଲିଆର ଆରୋନ ଫିଞ୍ଚ ଏବଂ ଡେଭିଡ ୱାର୍ଣ୍ଣର ପ୍ରଥମ ଏକଦିବସୀୟରେ ୧୫୬ ରନ ଏବଂ ଦ୍ୱିତୀୟ ଏକଦିବସୀୟରେ ଉଭୟ ୧୪୨ ରନ ଯୋଡିଥିଲେ। ଏହା ବ୍ୟତୀତ ଭାରତୀୟ ଦଳର ବୋଲରମାନେ ଏକ ଅବାଞ୍ଛିତ ରେକର୍ଡ ସୃଷ୍ଟି କରିଛନ୍ତି। ଗତ ପାଞ୍ଚଟି ମ୍ୟାଚ୍‌ରେ ପାୱାରପ୍ଲେରେ ଉଇକେଟ ନେବାରେ ଭାରତୀୟ ବୋଲରମାନେ ବିଫଳ ହୋଇଛନ୍ତି। ଏହି କାରଣରୁ ଏକ କ୍ୟାଲେଣ୍ଡର ବର୍ଷରେ ପ୍ରଥମ ଉଇକେଟ ପାଇଁ ସବୁଠୁ ଖରାପ ଆଭରେଜ୍‌ ଥିବା କେନିଆ, ବାଂଲାଦେଶ ଏବଂ ଜିମ୍ବାୱେ ଭଳି ଦେଶକୁ ଅତିକ୍ରମ କରି ମଧ୍ୟରେ ଭାରତ ସର୍ବାଗ୍ରେ ରହିଛି। ୨୦୨୦ରେ ପ୍ରଥମ ଉଇକେଟ ପାଇଁ ଭାରତୀୟ ଦଳର ଖରାପ ଆଭରେଜ୍‌ ୧୨୫.୪୨ ଥିବାବେଳେ ଦ୍ୱିତୀୟ ସ୍ଥାନରେ କେନିଆର ଦଳ ଯାହା ୨୦୦୧ରେ ଆଭରେଜ୍‌ ୧୦୪.୩୭ ରହିଥିଲା। ଏହା ବ୍ୟତୀତ ୧୯୯୭ରେ ବାଂଲାଦେଶର ଆଭରେଜ୍‌ ୯୬ ଏବଂ ୨୦୨୦ରେ ଜିମ୍ବାୱେର ଆଭ୍‌ରେଜ୍‌ ୮୪ ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?