Posted inଖେଳ

୯୭୮ ମ୍ୟାଚ୍‌ ଇତିହାସରେ ଭାରତୀୟ ଦଳର ସବୁଠୁ ଲଜ୍ଜାଜନକ ପ୍ରଦର୍ଶନ: କେନିଆ, ଜିମ୍ବାଓ୍ବେଠାରୁ ଖରାପ ବୋଲିଂ

ସିଡନୀ,୨୯।୧୧: ଭାରତୀୟ ଦଳର ବୋଲିଂ ଆକ୍ରମଣ କ୍ରମାଗତ ଭାବରେ ବିରୋଧୀ ଦଳ ଉପରେ ଚାପ ପକାଇବାରେ ଏବଂ ସେମାନଙ୍କ ଖେଳାଳିଙ୍କୁ ଆଉଟ୍‌ କରିବାରେ ବିଫଳ ହେଉଛି। ଦଳର ଷ୍ଟାର ବୋଲର ଜସପ୍ରୀତ ବୁମ୍‌ରା ମଧ୍ୟ ପ୍ରାରମ୍ଭିକ ଉଇକେଟ ନେବାରେ ବିଫଳ ରହିଛି। ଏହି କାରଣରୁ ଅଷ୍ଟ୍ରେଲିଆ ଦଳର ବ୍ୟାଟ୍ସମ୍ୟାନମାନେ ଭାରତ ବିପକ୍ଷରେ ରନ ସଂଗ୍ରହ କରୁଛନ୍ତି ଏବଂ ବିଶାଳ ଟାର୍ଗେଟ ଦେଉଛନ୍ତି। ଦଳର ବୋଲରଙ୍କ ଏହି ଖରାପ ପ୍ରଦର୍ଶନ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଜାରି ରହିଥିଲା ଏବଂ ଦଳ ଏକ ଲଜ୍ଜାଜନକ ରେକର୍ଡ ନିଜ ନାମରେ କରିଥିଲା। ଭାରତୀୟ ଦଳର ୯୭୮ ମ୍ୟାଚ ଇତିହାସରେ ଏହା ପ୍ରଥମ ଥର ପାଇଁ ବିରୋଧୀ ଦଳର ଓପନରମାନେ କ୍ରମାଗତ ତିନି ଇନିଂସରେ ଭାରତୀୟ ବୋଲରଙ୍କ ବିପକ୍ଷରେ ଶତକ ଭାଗିଦାରୀ କରିଛନ୍ତି। ପ୍ରଥମତଃ, ଚଳିତ ବର୍ଷ ଫେବୃଆରୀରେ ମାର୍ଟିନ ଗୁପ୍ତିଲ ଏବଂ ହେନେରୀ ନିକୋଲ୍ସ ନ୍ୟୁଜିଲ୍ୟାଣ୍ଡ ଦଳ ପାଇଁ ଓପନିଂ ଯୋଡିରେ ୧୦୬ ରନର ଭାଗିଦାରୀ କରିଥିଲେ। ଏହା ପରେ ଅଷ୍ଟ୍ରେଲିଆର ଆରୋନ ଫିଞ୍ଚ ଏବଂ ଡେଭିଡ ୱାର୍ଣ୍ଣର ପ୍ରଥମ ଏକଦିବସୀୟରେ ୧୫୬ ରନ ଏବଂ ଦ୍ୱିତୀୟ ଏକଦିବସୀୟରେ ଉଭୟ ୧୪୨ ରନ ଯୋଡିଥିଲେ। ଏହା ବ୍ୟତୀତ ଭାରତୀୟ ଦଳର ବୋଲରମାନେ ଏକ ଅବାଞ୍ଛିତ ରେକର୍ଡ ସୃଷ୍ଟି କରିଛନ୍ତି। ଗତ ପାଞ୍ଚଟି ମ୍ୟାଚ୍‌ରେ ପାୱାରପ୍ଲେରେ ଉଇକେଟ ନେବାରେ ଭାରତୀୟ ବୋଲରମାନେ ବିଫଳ ହୋଇଛନ୍ତି। ଏହି କାରଣରୁ ଏକ କ୍ୟାଲେଣ୍ଡର ବର୍ଷରେ ପ୍ରଥମ ଉଇକେଟ ପାଇଁ ସବୁଠୁ ଖରାପ ଆଭରେଜ୍‌ ଥିବା କେନିଆ, ବାଂଲାଦେଶ ଏବଂ ଜିମ୍ବାୱେ ଭଳି ଦେଶକୁ ଅତିକ୍ରମ କରି ମଧ୍ୟରେ ଭାରତ ସର୍ବାଗ୍ରେ ରହିଛି। ୨୦୨୦ରେ ପ୍ରଥମ ଉଇକେଟ ପାଇଁ ଭାରତୀୟ ଦଳର ଖରାପ ଆଭରେଜ୍‌ ୧୨୫.୪୨ ଥିବାବେଳେ ଦ୍ୱିତୀୟ ସ୍ଥାନରେ କେନିଆର ଦଳ ଯାହା ୨୦୦୧ରେ ଆଭରେଜ୍‌ ୧୦୪.୩୭ ରହିଥିଲା। ଏହା ବ୍ୟତୀତ ୧୯୯୭ରେ ବାଂଲାଦେଶର ଆଭରେଜ୍‌ ୯୬ ଏବଂ ୨୦୨୦ରେ ଜିମ୍ବାୱେର ଆଭ୍‌ରେଜ୍‌ ୮୪ ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

କଟକ ରେଳଷ୍ଟେଶନ ଅଞ୍ଚଳରୁ ନାବାଳିକା ନିଖୋଜ: ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍‌, ଅପହରଣକାରୀ…

କଟକ,୩୧ା୮(ପ୍ରଭୁକଲ୍ୟାଣ ପାଲ): କଟକ ଜିଲା ଚାଉଳିଆଗଞ୍ଜ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। ଷ୍ଟେଶନ ଅଞ୍ଚଳରୁ ୭ ବର୍ଷର ନାବାଳିକାଙ୍କୁ ଅପହରଣ ହୋଇଥିବା ଅଭିଯୋଗ ହୋଇଛି। ୬୦ ବର୍ଷରୁ ଊଦ୍ଧର୍‌ବ…

ଯୌତୁକ ପାଇଁ ବିଷ ଦେଇ ବଧୂ ହତ୍ୟା ଅଭିଯୋଗ, ସ୍ବାମୀ ସମେତ ୧୦ ଜଣଙ୍କ ନାମରେ ମାମଲା

ଅମରପାଲି,୩୧।୮( ପୀତାମ୍ବର ସାହୁ): ଯୌତୁକ ଦାବିକୁ କେନ୍ଦ୍ର କରି ଜଣେ ବିବାହିତା ମହିଳାଙ୍କୁ ବିଷ ପିଆଇ ହତ୍ୟା କରାଯାଇଥିବା ନେଇ ବୀରମହାରାଜପୁର ଥାନାରେ ଅଭିଯୋଗ ହୋଇଛି। ଏହି…

ବିପର୍ଯ୍ୟୟ ପରେ ଚାଇନା ଉପରେ ନେପାଳର ବଡ଼ ଅଭିଯୋଗ

କାଠମାଣ୍ଡୁ,୩୧।୮: ନେପାଳରେ ହଠାତ ବନ୍ୟାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି, ଏବେ ବି 3,000 ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ବନ୍ୟା ସମ୍ପର୍କିତ ତଥ୍ୟ…

IPL ରୁ ଉଚ୍ଛେଦ ହେବ ‘ଇମ୍ପାକ୍ଟ ପ୍ଲେୟାର ନିୟମ’! ହଇଚଇ ସୃଷ୍ଟି କଲାଣି BCCI ର ନୂଆ ନିଷ୍ପତ୍ତି

ନୂଆଦିଲ୍ଲୀ,୩୧।୮: ‘ଇମ୍ପାକ୍ଟ ପ୍ଲେୟାର’ ନିୟମ ପ୍ରଥମେ 2023 ମସିହାରେ IPLରେ ପ୍ରଚଳନ କରାଯାଇଥିଲା। ପ୍ରତିବର୍ଷ ଏହାକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି ଏବଂ ଶେଷରେ BCCI ଏହାକୁ…

ଗଣତାନ୍ତ୍ରିକ ପ୍ରତିନିଧିତ୍ୱରୁ ସାଧାରଣ ଜନତା ବଞ୍ଚିତ

ସମ୍ବଲପୁର,୩୧ା୮(ପ୍ରମୋଦ ବହିଦାର): ଦୀର୍ଘ ୧୨ ବର୍ଷ ଧରି ବହୁ ପ୍ରତୀକ୍ଷିତ ସମ୍ବଲପୁର ମହାନଗର ନିଗମ (ଏସ୍‌ଏମ୍‌ସି) ନିର୍ବାଚନ ପରିଚାଳନା ନେଇ ବିଜ୍ଞପ୍ତି ପ୍ରକାଶ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ…

ଶିକ୍ଷିତ ବେକାରୀ ଯୁବକଙ୍କୁ ନିଯୁକ୍ତି ଦେଉନି କମ୍ପାନୀ, ଆନ୍ଦୋଳନ ପାଇଁ ସଜବାଜ ଯୁବ ଗୋଷ୍ଠୀ

ଗଞ୍ଜାମ,୩୧।୮,(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ଠାରେ ଅବସ୍ଥିତ ଗ୍ରାସୀମ କମ୍ପାନୀ ସ୍ଥାନୀୟ ଅଞ୍ଚଳ ଶିକ୍ଷିତ ବେକାରୀ ଯୁବକଙ୍କୁ ନିଯୁକ୍ତି ଦେଉ ନଥିବା ଅଭିଯୋଗ ହୋଇଛି। ରାଜ୍ୟ…

ଏଇ ଭାରତରେ

ଅଭାବୀ ପରିବାରର ପିଲାମାନେ ଶିକ୍ଷାରୁ ବଞ୍ଚିତ ନ ହେବା ଲାଗି ସୁଯୋଗ ସୃଷ୍ଟି କରିଛନ୍ତି ବେଙ୍ଗାଲୁରୁର ହରେକାଲା ହଜାବ୍ବା। ଏଥିପାଇଁ ତାଙ୍କୁ ଜୀବନରେ ଅନେକ କଷ୍ଟ ସ୍ବୀକାର…

ସବୁକିଛି ବଦଳାଇବା ଠିକ୍‌ କି

ବିକାଶ ଏକ ନିରନ୍ତର ପ୍ରକ୍ରିୟା। ଏହା ସବୁବେଳେ ପୂର୍ବଜଙ୍କ କାନ୍ଧରେ ପାଦ ରଖିଥାଏ। ମୂଳଦୁଆ ଦୁର୍ବଳ ହେଲେ ଆମର ଅସ୍ତିତ୍ୱ ଦୁର୍ବଳ ହୁଏ। ସେହିପରି ପରିବର୍ତ୍ତନ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri