Posted inଫୁରସତ

୯୦ ବର୍ଷ ବୟସରେ ନୂଆ ଆରମ୍ଭ

୪ ବର୍ଷ ତଳର କଥା। ୯୪ ବର୍ଷୀୟା ହରଭଜନ କୌର, ଝିଅ ରବିନା ସୁରୀ କଥା ହେଉଥିବାବେଳେ ମନରେ ଥିବା ଏକ କ୍ଷୋଭ ସମ୍ପର୍କରେ କହିଥିଲେ। ସେ କହିଥିଲେ, ମୋ ଜୀବନରେ କିଛି ଅଭାବ ନାହିଁ। ହେଲେ ଏକ ଦୁଃଖ ରହିଛି ଯେ, ମୁଁ କେବେ ଏକ ଟଙ୍କା ବି ରୋଜଗାର କରିନି।’ ଏହି କଥାକୁ ଗୁରୁତ୍ୱର ସହ ନେଇଥିଲେ ଝିଅ ରବିନା। ସେ ଜାଣିଥିଲେ ତାଙ୍କ ମା’ ଚମତ୍କାର ରୋଷେଇ କରନ୍ତି। ସମସ୍ତଙ୍କ ମନଜାଣି ସେ ସୁଆଦିଆ ଖାଦ୍ୟ ରାନ୍ଧିଛନ୍ତି। ହେଲେ କେବେ ଏଥିପାଇଁ ତାଙ୍କୁ ପ୍ରଂଶସା ଟିକେ ବି ମିଳିନି। ତେବେ ତାଙ୍କ ହାତ ତିଆରି ବେସନ ବର୍ଫିର କଥା ଅଲଗା। ସେ ବିଭିନ୍ନ ପ୍ରକାର ଆଚାର ଓ ମିଠା ତିଆରି କରିବାରେ ବି ପାରଙ୍ଗମ। ତେଣୁ ସେ ଚିନ୍ତା କଲେ ମା’ଙ୍କ ହାତ ତିଆରି ସ୍ବାଦିଷ୍ଟ ବ୍ୟଞ୍ଜନ ଲୋକଙ୍କ ପାଖରେ ପହଞ୍ଚାଇବେ। ଆଉ ସ୍ଥାନୀୟ ବଜାରରେ ଏକ ଦୋକାନ କରି ମା’ଙ୍କ ହାତ ତିଆରି ବେସନ ବର୍ଫି ବିକ୍ରି କଲେ। ପ୍ରଥମ ଦିନ ମା’ ହରଭଜନ ଗ୍ରାହକଙ୍କ ସହ କଥା ହୋଇ ବେସନ ବର୍ଫି ବିକ୍ରି କରି ରୋଜଗାର କଲେ ୨୦୦୦ଟଙ୍କା। ତାହା ଥିଲା ତାଙ୍କର ପ୍ରଥମ ରୋଜଗାର। ଏହାପରେ ସେ ବର୍ଫି, ଚଟଣୀ, ବିଭିନ୍ନ ପ୍ରକାର ଆଚାର ତିଆରି କରି ପ୍ରତି ୧୦ ଦିନରେ ଥରେ ବଜାରକୁ ନେଇ ବିକ୍ରି କଲେ। ଏଥିରେ ତାଙ୍କୁ ପରମ ଆତ୍ମସନ୍ତୋଷ ମିଳିଲା। ଏହାପରେ ତାଙ୍କ ପାଖକୁ ଅର୍ଡର ଆସିବାକୁ ଲାଗିଲା। ରବିନା ମା’ଙ୍କ ହାତ ତିଆରି ଖାଦ୍ୟକୁ ଏକ ବ୍ରାଣ୍ଡ ବନେଇଲେ। ସୁନ୍ଦର ପ୍ୟାକେଜିଂ ସହ ଟ୍ୟାଗଲାଇନ୍‌ ଦେଲେ-ବଚ୍‌ପନ୍‌ ୟାଦ ଆୟେଗି। ଏବେ ହରଭଜନ ପ୍ରତିଦିନ ୫-୧୦ କି.ଗ୍ରା. ବେସନ ବର୍ଫି ତିଆରି କରୁଛନ୍ତି। ତାଙ୍କ ହାତ ତିଆରି ବର୍ଫିର ଚହିଦା ବଢିବାକୁ ଲାଗିଛି। ଆଉ ଏ ବୟସରେ ବି ସେ ଅର୍ଡର ଅନୁସାରେ ବର୍ଫି, ଚଟଣୀ ଆଦି ତିଆରି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ହାର, ତିଆରି କରିବାକୁ ଲାଗିଥିଲା ୩ ବର୍ଷ, ଗଢ଼ିଛନ୍ତି ୧୪ କାରିଗର, ଦାମ୍‌ ଜାଣିଲେ…

ମୁମ୍ବାଇ,୧୯ା୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ୬୦ ବର୍ଷ ବୟସରେ ନୀତା ଅମ୍ବାନୀ ତାଙ୍କର ପ୍ରତ୍ୟେକ…

୧୦୦ ବର୍ଷ ପରେ ମିଳିଲା ନୂଆ ବିରାଡ଼ି ପ୍ରଜାତି

ନୂଆଦିଲ୍ଲୀ: ବିଜ୍ଞାନ ଜଗତରେ ଏକ ବଡ଼ ସଫଳତା ମିଳିଛି। ୧୦୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ପରେ ପୃଥିବୀରେ ଏକ ସମ୍ପୂର୍ଣ୍ଣ ନୂଆ ଜୀବନ୍ତ ବିରାଡ଼ି ପ୍ରଜାତିର ସନ୍ଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?