Posted inଫୁରସତ

୯୦ ବର୍ଷ ବୟସରେ ନୂଆ ଆରମ୍ଭ

୪ ବର୍ଷ ତଳର କଥା। ୯୪ ବର୍ଷୀୟା ହରଭଜନ କୌର, ଝିଅ ରବିନା ସୁରୀ କଥା ହେଉଥିବାବେଳେ ମନରେ ଥିବା ଏକ କ୍ଷୋଭ ସମ୍ପର୍କରେ କହିଥିଲେ। ସେ କହିଥିଲେ, ମୋ ଜୀବନରେ କିଛି ଅଭାବ ନାହିଁ। ହେଲେ ଏକ ଦୁଃଖ ରହିଛି ଯେ, ମୁଁ କେବେ ଏକ ଟଙ୍କା ବି ରୋଜଗାର କରିନି।’ ଏହି କଥାକୁ ଗୁରୁତ୍ୱର ସହ ନେଇଥିଲେ ଝିଅ ରବିନା। ସେ ଜାଣିଥିଲେ ତାଙ୍କ ମା’ ଚମତ୍କାର ରୋଷେଇ କରନ୍ତି। ସମସ୍ତଙ୍କ ମନଜାଣି ସେ ସୁଆଦିଆ ଖାଦ୍ୟ ରାନ୍ଧିଛନ୍ତି। ହେଲେ କେବେ ଏଥିପାଇଁ ତାଙ୍କୁ ପ୍ରଂଶସା ଟିକେ ବି ମିଳିନି। ତେବେ ତାଙ୍କ ହାତ ତିଆରି ବେସନ ବର୍ଫିର କଥା ଅଲଗା। ସେ ବିଭିନ୍ନ ପ୍ରକାର ଆଚାର ଓ ମିଠା ତିଆରି କରିବାରେ ବି ପାରଙ୍ଗମ। ତେଣୁ ସେ ଚିନ୍ତା କଲେ ମା’ଙ୍କ ହାତ ତିଆରି ସ୍ବାଦିଷ୍ଟ ବ୍ୟଞ୍ଜନ ଲୋକଙ୍କ ପାଖରେ ପହଞ୍ଚାଇବେ। ଆଉ ସ୍ଥାନୀୟ ବଜାରରେ ଏକ ଦୋକାନ କରି ମା’ଙ୍କ ହାତ ତିଆରି ବେସନ ବର୍ଫି ବିକ୍ରି କଲେ। ପ୍ରଥମ ଦିନ ମା’ ହରଭଜନ ଗ୍ରାହକଙ୍କ ସହ କଥା ହୋଇ ବେସନ ବର୍ଫି ବିକ୍ରି କରି ରୋଜଗାର କଲେ ୨୦୦୦ଟଙ୍କା। ତାହା ଥିଲା ତାଙ୍କର ପ୍ରଥମ ରୋଜଗାର। ଏହାପରେ ସେ ବର୍ଫି, ଚଟଣୀ, ବିଭିନ୍ନ ପ୍ରକାର ଆଚାର ତିଆରି କରି ପ୍ରତି ୧୦ ଦିନରେ ଥରେ ବଜାରକୁ ନେଇ ବିକ୍ରି କଲେ। ଏଥିରେ ତାଙ୍କୁ ପରମ ଆତ୍ମସନ୍ତୋଷ ମିଳିଲା। ଏହାପରେ ତାଙ୍କ ପାଖକୁ ଅର୍ଡର ଆସିବାକୁ ଲାଗିଲା। ରବିନା ମା’ଙ୍କ ହାତ ତିଆରି ଖାଦ୍ୟକୁ ଏକ ବ୍ରାଣ୍ଡ ବନେଇଲେ। ସୁନ୍ଦର ପ୍ୟାକେଜିଂ ସହ ଟ୍ୟାଗଲାଇନ୍‌ ଦେଲେ-ବଚ୍‌ପନ୍‌ ୟାଦ ଆୟେଗି। ଏବେ ହରଭଜନ ପ୍ରତିଦିନ ୫-୧୦ କି.ଗ୍ରା. ବେସନ ବର୍ଫି ତିଆରି କରୁଛନ୍ତି। ତାଙ୍କ ହାତ ତିଆରି ବର୍ଫିର ଚହିଦା ବଢିବାକୁ ଲାଗିଛି। ଆଉ ଏ ବୟସରେ ବି ସେ ଅର୍ଡର ଅନୁସାରେ ବର୍ଫି, ଚଟଣୀ ଆଦି ତିଆରି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri