୯୦ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୃହ ନାହିଁ

ଭୁବନେଶ୍ୱର, ୨୦ା୨(ବ୍ୟୁରୋ): ରାଜ୍ୟର ୯୦ଟି ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ ଗୃହ ନାହିଁ। ପିଲାମାନେ ବାହାରେ ବସି ପାଠ ପଢ଼ୁଛନ୍ତି। ୧୧୫ ବିଦ୍ୟାଳୟର ନିଜସ୍ବ ଗୃହ ନାହିଁ। ୩୧୫ ବିଦ୍ୟାଳୟରେ ସର୍ବନିମ୍ନ ସଂଖ୍ୟକ ୧୦ରୁ କମ୍‌ ପିଲା ପାଠ ପଢ଼ୁଛନ୍ତି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ବୁଧବାର ବିଧାନସଭାରେ ବିଧାୟକ ମୋହନ ଚରଣ ମାଝୀ ରାଜ୍ୟର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ କରିଥିଲେ। ଓଡ଼ିଶାରେ କେତେ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୃହ ନାହିଁ, କେତେ ସଂଖ୍ୟକ ବିଦ୍ୟାଳୟର ନିଜସ୍ବ ଗୃହ ନାହିଁ, କେତେ ବିଦ୍ୟାଳୟରେ ସର୍ବନିମ୍ନ ସଂଖ୍ୟକ ପିଲା ନାହାନ୍ତି, କେତେ ସଂଖ୍ୟକ ହାଇସ୍କୁଲରେ କମ୍ପୁଟର ଥିଲେ ମଧ୍ୟ ବିଦ୍ୟୁତ୍‌ ନାହିଁ ଓ କେତେ ସଂଖ୍ୟକ ବିଦ୍ୟାଳୟରେ ପାଠାଗାର ନାହିଁ ବୋଲି ବିଧାୟକ ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତରରେ ଗଣଶିକ୍ଷା ମନ୍ତ୍ରୀ କହିଥିଲେ, ପ୍ରାୟ ୧୦୪୮ ହାଇସ୍କୁଲରେ କମ୍ପ୍ୟୁଟର ନାହିଁ। ୨୮ଟି କମ୍ପ୍ୟୁଟର ଥିବା ହାଇସ୍କୁଲରେ ବିଦ୍ୟୁତ୍‌ ସଂଯୋଗ ଥିବାବେଳେ ବିଦ୍ୟୁତ୍‌ କାର୍ଯ୍ୟକାରୀ ହେଉନାହିଁ। ୨୬୧୦ ବିଦ୍ୟାଳୟରେ ପାଠାଗାର ନାହିଁ ଓ ୪୭୦ ବିଦ୍ୟାଳୟରେ ଜଣେ ଲେଖାଏ ଶିକ୍ଷକ କାର୍ଯ୍ୟ କରୁଛନ୍ତି। ସେହିଭଳି ବିଧାୟକ ଅମର ଶତପଥୀ ରାଜ୍ୟରେ କେତେ ସଂଖ୍ୟକ ଉଚ୍ଚ ବିଦ୍ୟାଳୟ ଅଛି, କେତୋଟିରେ ପ୍ରଧାନଶିକ୍ଷକ ନାହାନ୍ତି ଏବଂ ଖାଲି ପଡ଼ିଥିବା ପ୍ରଧାନଶିକ୍ଷକ ପଦବୀ ପୂରଣ ପାଇଁ କ’ଣ ପଦକ୍ଷେପ ନିଆଯାଇଛି ବୋଲି ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ମନ୍ତ୍ରୀ କହିଥିଲେ, ରାଜ୍ୟରେ ମୋଟ ୮୦୭୬ ଉଚ୍ଚ ବିଦ୍ୟାଳୟ ଥିବାବେଳେ ୨୫୮୫ ସ୍ଥାୟୀ ପ୍ରଧାନଶିକ୍ଷକ ପଦବୀ ଖାଲି ରହିଛି। ନ୍ୟାୟାଳୟରେ ମାମଲା ପଡ଼ିଥିବାରୁ ପଦୋନ୍ନତି ହୋଇପାରୁନି କି ଖାଲି ପଦବୀ ପୂରଣ ହୋଇପାରୁନି ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିରରେ ପଣାସଂକ୍ରାନ୍ତି ନୀତି: ଆଜିଠୁ ନୂତନ ପାଞ୍ଜି ପ୍ରଚଳନ

ପୁରୀ ଅଫିସ,୧୩ା୪: ଶ୍ରୀମନ୍ଦିରରେ ପଣା ସଂକ୍ରାନ୍ତି ବା ମେଷ ସଂକ୍ରାନ୍ତି ଅବସରରେ ମହାପ୍ରଭୁଙ୍କ ନୀତି ସମ୍ପନ୍ନ ହୋଇଛି। ଦୈନନ୍ଦିନ ନୀତି ଅନୁଯାୟୀ, ଦ୍ୱାରଫିଟା, ମଙ୍ଗଳ ଆଳତି,...

ନବୀନ ନିବାସ ଘେରାଉ କରିବ ଭାଜପା

ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ଭୁବନେଶ୍ୱର ସାଙ୍ଗଠନିକ ଜିଲା ଭାଜପା ପକ୍ଷରୁ ସୋମବାର ନବୀନ ନିବାସ ଘେରାଉ କରାଯିବ । ମମିତା ମେହେରଙ୍କୁ ନ୍ୟାୟ ଦାବିରେ ଦଳ ରାଜରାସ୍ତାକୁ ଓହ୍ଲାଇବ।...

ଧାନ ରୋଇବାକୁ ଯାଇ ଆଉ ଫେରିଲେନି

ବନ୍ତ,୧୬।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ଚଣ୍ଡିପୁର ଗ୍ରାମରେ ସୋମବାର ବଜ୍ରପାତ ଘଟି ଜଣେ ଯୁବ ଚାଷୀଙ୍କର ମୃତ୍ୟୁ ଘଟିଛି। ସେ ହେଲେ ସେକ୍‌...

ତାଲିକା ପ୍ରକାଶ ପରେ କୁହୁଳୁଛି ଅସନ୍ତୋଷ

ବେଗୁନିଆ, ୧୩ା୨(ଡି.ଏନ୍‌.ଏ.): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ଯୋଗ୍ୟ ହିତାଧିକାରୀମାନେ ବଞ୍ଚିତ ରହିଥିଲେ। ଏମାନଙ୍କ ପାଇଁ ନୂତନ ଗୃହ ପ୍ରଦାନ ନିମନ୍ତେ ନାମ ତାଲିକା ପ୍ରକାଶ ପାଇଛି।...

ଦୟା କେନାଲକୁ ନେତା, ଅଫିସର ମାଡ଼ି ବସିଛନ୍ତି: ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ

ଭୁବନେଶ୍ୱର,୨୦।୨(ବ୍ୟୁରୋ): ଦୟା ଓ୍ବେଷ୍ଟ ଶାଖା କେନାଲ ଭୁବନେଶ୍ୱର ଓ ଜଟଣୀ ବ୍ଲକର ୨,୪୧୭ ହେକ୍ଟରକୁ ଜଳ ଯୋଗାଇ ଦେବା ଲାଗି ନିର୍ମାଣ କରାଯାଇଥିଲା। କିନ୍ତୁ ଇତି...

ପ୍ରଦୀପଙ୍କ ଦୁର୍ନୀତି ମାମଲା: ନିର୍ଦ୍ଦେଶ ଦେଲେ ଲୋକାୟୁକ୍ତ, ତଦନ୍ତ କରିବ ଭିଜିଲାନ୍ସ

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ଠକେଇ, ଜାଲିଆତି, ଆପରାଧିକ ଷଡ଼ଯନ୍ତ୍ର ଏବଂ ସାଇବର ଅପରାଧ ଅଭିଯୋଗରେ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଅଛନ୍ତି ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ...

‘ନିଶା କାରବାର ଜଗ, ସୀମାନ୍ତରେ ନଜର ରଖ’

ଭୁବନେଶ୍ୱର, ୧୨ା୨(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ସମୟରେ ବେଆଇନ ନିଶା କାରବାର ରୋକିବା ପାଇଁ ରାଜ୍ୟର ସୀମାନ୍ତ ଅଞ୍ଚଳରେ ନଜର ରଖିବାକୁ ରାଜ୍ୟ ଅବକାରୀ କମିଶନର ଆଶିଷ...

‘ଇନ୍‌ ମେମୋରି ଅଫ୍‌ ବାପୁ’ ଶ୍ରେଷ୍ଠ ଫିଲ୍ମ

ଭୁବନେଶ୍ୱର,୫ା୩(ବ୍ୟୁରୋ): ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ପ୍ରଡକ୍ସନ ହାଉସ୍‌ ‘ସ୍ପର୍ଶ’ ପକ୍ଷରୁ ‘ଇଗ୍‌ନାଇଟ୍‌ ଶର୍ଟ ଫିଲ୍ମ ଫେଷ୍ଟିଭାଲ୍‌-୨୦୨୦’ର ତୃତୀୟ ସଂସ୍କରଣ ବୁଧବାର ନୟାପଲ୍ଲୀସ୍ଥିତ...

Advertisement
Archives

Model This Week