Posted inଖେଳ

୮ ଲକ୍ଷ ଟଙ୍କା ନ ଦେଲେ ରେସଲର ରୀନା ଆଜୀବନ ବାସନ୍ଦ ହେବେ

ନୂଆଦିଲ୍ଲୀ,୩୦।୫(ପି.ଟି.)- ୮ ଲକ୍ଷ ଟଙ୍କା ନ ଦେଲେ ଭାରତୀୟ ମହିଳା ରେସଲର ରୀନା ଆଜୀବନ ବାସନ୍ଦ ହେବେ। ଡୋପ୍‌ ଟେଷ୍ଟରେ ବିଫଳ ହେବା ପରେ ରେସଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ଜରିମାନା ଅର୍ଥ ୧୬ ଲକ୍ଷ ଟଙ୍କାର ଅଧା ଦେବାକୁ ରୀନାଙ୍କୁ ନିର୍ଦ୍ଦେଶ ଦେଇଛି। ନିୟମ ଅନୁସାରେ ଯେକୌଣସ ଡୋପ୍‌ ଅଫେନ୍ସ ପାଇଁ ଡବ୍ଲ୍ୟୁଏଫ୍‌ଆଇ ୟୁନାଇଟେଡ ଓ୍ବାଲର୍‌ଡ ରେସିଲିଂ (ୟୁଡବ୍ଲ୍ୟୁଡବ୍ଲ୍ୟ)କୁ ୧୬ ଲକ୍ଷ ଟଙ୍କା ଦେବାକୁ ବାଧ୍ୟ। ତେବେ ରୀନାଙ୍କୁ ଏହାର ଅଧା ଦେବାକୁ ପଡିବ ବୋଲି କୁହାଯାଇଛି।
୨୩ ବର୍ଷରୁ କମ୍‌ ଏସିଆନ୍‌ ଚାମ୍ପିୟନଶିପ୍‌ ରୌପ୍ୟପଦକ ବିଜୟିନୀ ରୀନା ଗତ ମାର୍ଚ୍ଚରେ ହୋଇଥିବା ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିଲେ। ଫଳରେ ତାଙ୍କୁ ସାମୟିକ ଭାବେ ବାସନ୍ଦ କରାଯାଇଥିଲା। ଜାତୀୟ ନିଶା ନିବାରଣ ସଂସ୍ଥା (ନାଡ଼ା) ଦ୍ୱାରା ହେବାକୁ ଥିବା ଅନ୍ତିମ ଶୁଣାଣିର ଫଳାଫଳକୁ ଡବ୍ଲ୍ୟୁଏଫ୍‌ଆଇ ଅପେକ୍ଷା କରିଛି। ଯଦି ରୀନା ଏଥିରେ ବିଫଳ ହୁଅନ୍ତି ତେବେ ତାଙ୍କୁ ୮ ଲକ୍ଷ ଟଙ୍କା ଦେବାକୁ ହେବ ବୋଲି କୁହାଯାଇଛି। ଉଲ୍ଲେଖଥାଉ କି, ଗତ ବର୍ଷ ଦୁଇ ରେସଲର ଯତୀନ ଓ ମନୀଷ ଡୋପ୍‌ ଟେଷ୍ଟରେ ବିଫଳ ହେବା କାରଣରୁ ୟୁଡବ୍ଳ୍ୟୁଡବ୍ଲ୍ୟୁକୁ ଡବ୍ଲ୍ୟୁଏଫ୍‌ଆଇ ୩୨ ଲକ୍ଷ ଟଙ୍କା ଜରିମାନା ଦେଇଥିଲା। ତେବେ ଜରିମାନାର ଅଧା ଅର୍ଥ ଦେଇ ନ ପାରିବାରୁ ଏହି ଦୁଇ ରେସଲରଙ୍କୁ ଆଜୀବନ ବାସନ୍ଦ କରାଯାଇଥିଲା।
ଡବ୍ଲ୍ୟୁଏଫ୍‌ଆଇର ଅଧିକାରୀଙ୍କ କହିବା ଅନୁସାରେ ରୀନା ଯନ୍ତ୍ରଣା ଲାଘବ ପାଇଁ ନିଜର ବ୍ୟକ୍ତିଗତ କୋଚ୍‌ଙ୍କ ପରାମର୍ଶ କ୍ରମେ ଇାଞ୍ଜେକ୍‌ଶନ ନେଇଥିଲେ। ରୀନା ଗତବର୍ଷ ଜୁନିୟର ଏସିଆନ୍‌ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ୍‌ ପଦକ ଜିତିଥିଲେ। ସେହିପରି ୨୦୧୫ ଏସିଆନ କ୍ୟାଡେଟ ଚାମ୍ପିୟନଶିପ୍‌ରେ ସେ ରୌପ୍ୟ ପଦକ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ତୁମେ ଭଜା ଚଣା ବିକିବାକୁ ଯାଇଥିଲ…’ ବାବର ଆଜମଙ୍କ ବୟାନ ଉପରେ ବର୍ଷିଲେ ୱାସିମ ଆକ୍ରମ

ଇସଲାମାବାଦ,୨୧।୯: ବାବର ଆଜମଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇ ଓ୍ବାସିମ ଆକ୍ରମ କହିଛନ୍ତି ଯେ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ପରେ ହିଁ ତାଙ୍କର ତୁରନ୍ତ ପଦରୁ…

ଭାରତ-ପାକିସ୍ତାନ ଫାଇନାଲରେ ମୁହାଁମୁହିଁ ହେବେ କି? ଜାଣନ୍ତୁ ଦୁଇ ଦେଶ ମଧ୍ୟରେ ମ୍ୟାଚ କେବେ ଅନୁଷ୍ଠିତ ହେବ

ନୂଆଦିଲ୍ଲୀ,୨୧।୯: କ୍ରିକେଟରେ ଯେତେବେଳେ ଭାରତ ଓ ପାକିସ୍ତାନ ଦଳ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଉତ୍ସାହ ଚରମ ସୀମାରେ ପହଞ୍ଚିଯାଏ। ବର୍ତ୍ତମାନ ସମୟରେ ଏହି ଦୁଇ ଦେଶ…

ଉତ୍ତର ପ୍ରଦେଶର ଆମରୋହାରୁ ନିର୍ବାଚନ ଲଢ଼ିବେ କ୍ରିକେଟର ମହମ୍ମଦ ସାମି? ଭାଇରାଲ ହେଉଛି…

ନୂଆଦିଲ୍ଲୀ,୨୧।୯: ଭାରତୀୟ କ୍ରିକେଟ ଦଳକୁ ପ୍ରତ୍ୟାବର୍ତ୍ତନ ପାଇଁ ଉଦ୍ୟମ କରୁଥିବା ଦ୍ରୁତ ବୋଲର ମହମ୍ମଦ ସାମି ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ତେବେ ଏଥର ଏହି ଚର୍ଚ୍ଚା…

ବୁମରାଙ୍କୁ ନେଇ BCCI ସହ ଅଗରକରଙ୍କ ମଧ୍ୟରେ ମତଭେଦ; ଗାଏକୱାଡ଼ଙ୍କୁ ନେଇ ମଧ୍ୟ ବିବାଦ

ନୂଆଦିଲ୍ଲୀ,୨୧।୯: ଅଜିତ ଅଗରକରଙ୍କୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ରୋହିତ ଶର୍ମାଙ୍କ ପ୍ରସଙ୍ଗରେ ବିସିସିଆଇ (BCCI)ର ବରିଷ୍ଠ ଅଧିକାରୀ ଏବଂ ଭିଭିଏସ ଲକ୍ଷ୍ମଣଙ୍କ ସହ ମତଭେଦକୁ…

ଏସିଆନ ଗେମ୍ସର ଓପନିଂ ମ୍ୟାଚ୍‌ରେ ଭାରତର ବଡ଼ ବିଜୟ

କାକାମିଗାହାରା,୨୦ା୯: ଏସିଆନ ଗେମ୍ସ ପୁରୁଷ ହକି ପୁଲ୍‌ ‘ଏ’ର ଓପନିଂ ମ୍ୟାଚରେ ଭାରତ ୧୩-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ଷ୍ଟ୍ରାଇକର ଦିଲ୍‌ପ୍ରୀତ ସିଂ ଏକାକି ୪ଟି…

ଟି୨୦ କ୍ରିକେଟରେ ଇତିହାସ ରଚିଲେ ମନ୍ଧାନା

ନିଶିନ,୨୦ା୯: ଭାରତୀୟ ଓପନର ସ୍ମୃତି ମନ୍ଧାନା ରବିବାର ନିଜ କ୍ୟାରିୟରରେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ବାଂଲାଦେଶ ବିପକ୍ଷ ଏସିଆନ ଗେମ୍ସ ସେମିଫାଇନାଲ ମ୍ୟାଚ୍‌ରେ ୩୭…

ଶେଫାଳିଙ୍କ ଦମ୍‌ଦାର ଶତକ: ଫାଇନାଲରେ ଭାରତ

ନିଶିନ,୨୦ା୯: ଶେଫାଳି ବର୍ମାଙ୍କ ଶତକ ବଳରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌ରେ ଭାରତ ୧୧୪ ରନ୍‌ରେ ବାଂଲାଦେଶକୁ ହରାଇ ମହିଳା କ୍ରିକେଟ ଟି୨୦ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛି।…

ଚମକାଇଦେଲା BCCIର ନିଷ୍ପତ୍ତି! ଟିମ୍ ଇଣ୍ଡିଆର ନୂଆ ହେଡ୍ କୋଚ୍ ହେଲେ…

ନୂଆଦିଲ୍ଲୀ,୨୦ା୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଦ୍ରୁତ ବୋଲର ଲକ୍ଷ୍ମୀପତି ବାଲାଜୀଙ୍କୁ ଭାରତ-ଏ ଦଳର ହେଡ୍‌ କୋଚ୍‌ ଭାବେ ନିଯୁକ୍ତ କରାଯାଇଛି । ଅଷ୍ଟ୍ରେଲିଆ-ଏ ବିପକ୍ଷ ମଲ୍ଟି-ଫର୍ମାଟ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?