Posted inଖେଳ

୮ ଲକ୍ଷ ଟଙ୍କା ନ ଦେଲେ ରେସଲର ରୀନା ଆଜୀବନ ବାସନ୍ଦ ହେବେ

ନୂଆଦିଲ୍ଲୀ,୩୦।୫(ପି.ଟି.)- ୮ ଲକ୍ଷ ଟଙ୍କା ନ ଦେଲେ ଭାରତୀୟ ମହିଳା ରେସଲର ରୀନା ଆଜୀବନ ବାସନ୍ଦ ହେବେ। ଡୋପ୍‌ ଟେଷ୍ଟରେ ବିଫଳ ହେବା ପରେ ରେସଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ଜରିମାନା ଅର୍ଥ ୧୬ ଲକ୍ଷ ଟଙ୍କାର ଅଧା ଦେବାକୁ ରୀନାଙ୍କୁ ନିର୍ଦ୍ଦେଶ ଦେଇଛି। ନିୟମ ଅନୁସାରେ ଯେକୌଣସ ଡୋପ୍‌ ଅଫେନ୍ସ ପାଇଁ ଡବ୍ଲ୍ୟୁଏଫ୍‌ଆଇ ୟୁନାଇଟେଡ ଓ୍ବାଲର୍‌ଡ ରେସିଲିଂ (ୟୁଡବ୍ଲ୍ୟୁଡବ୍ଲ୍ୟ)କୁ ୧୬ ଲକ୍ଷ ଟଙ୍କା ଦେବାକୁ ବାଧ୍ୟ। ତେବେ ରୀନାଙ୍କୁ ଏହାର ଅଧା ଦେବାକୁ ପଡିବ ବୋଲି କୁହାଯାଇଛି।
୨୩ ବର୍ଷରୁ କମ୍‌ ଏସିଆନ୍‌ ଚାମ୍ପିୟନଶିପ୍‌ ରୌପ୍ୟପଦକ ବିଜୟିନୀ ରୀନା ଗତ ମାର୍ଚ୍ଚରେ ହୋଇଥିବା ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିଲେ। ଫଳରେ ତାଙ୍କୁ ସାମୟିକ ଭାବେ ବାସନ୍ଦ କରାଯାଇଥିଲା। ଜାତୀୟ ନିଶା ନିବାରଣ ସଂସ୍ଥା (ନାଡ଼ା) ଦ୍ୱାରା ହେବାକୁ ଥିବା ଅନ୍ତିମ ଶୁଣାଣିର ଫଳାଫଳକୁ ଡବ୍ଲ୍ୟୁଏଫ୍‌ଆଇ ଅପେକ୍ଷା କରିଛି। ଯଦି ରୀନା ଏଥିରେ ବିଫଳ ହୁଅନ୍ତି ତେବେ ତାଙ୍କୁ ୮ ଲକ୍ଷ ଟଙ୍କା ଦେବାକୁ ହେବ ବୋଲି କୁହାଯାଇଛି। ଉଲ୍ଲେଖଥାଉ କି, ଗତ ବର୍ଷ ଦୁଇ ରେସଲର ଯତୀନ ଓ ମନୀଷ ଡୋପ୍‌ ଟେଷ୍ଟରେ ବିଫଳ ହେବା କାରଣରୁ ୟୁଡବ୍ଳ୍ୟୁଡବ୍ଲ୍ୟୁକୁ ଡବ୍ଲ୍ୟୁଏଫ୍‌ଆଇ ୩୨ ଲକ୍ଷ ଟଙ୍କା ଜରିମାନା ଦେଇଥିଲା। ତେବେ ଜରିମାନାର ଅଧା ଅର୍ଥ ଦେଇ ନ ପାରିବାରୁ ଏହି ଦୁଇ ରେସଲରଙ୍କୁ ଆଜୀବନ ବାସନ୍ଦ କରାଯାଇଥିଲା।
ଡବ୍ଲ୍ୟୁଏଫ୍‌ଆଇର ଅଧିକାରୀଙ୍କ କହିବା ଅନୁସାରେ ରୀନା ଯନ୍ତ୍ରଣା ଲାଘବ ପାଇଁ ନିଜର ବ୍ୟକ୍ତିଗତ କୋଚ୍‌ଙ୍କ ପରାମର୍ଶ କ୍ରମେ ଇାଞ୍ଜେକ୍‌ଶନ ନେଇଥିଲେ। ରୀନା ଗତବର୍ଷ ଜୁନିୟର ଏସିଆନ୍‌ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ୍‌ ପଦକ ଜିତିଥିଲେ। ସେହିପରି ୨୦୧୫ ଏସିଆନ କ୍ୟାଡେଟ ଚାମ୍ପିୟନଶିପ୍‌ରେ ସେ ରୌପ୍ୟ ପଦକ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୁଣି କୋହଲିଙ୍କୁ ଟପିଲେ ବାବର: ଏକାସଙ୍ଗେ ୪ କ୍ରିକେଟର୍‌ଙ୍କ ରେକର୍ଡ ଭାଙ୍ଗିଲେ

ରୋଟରଡାମ,୧୭।୮: ରୋଟରଡାମରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ପାକିସ୍ତାନ ନେଦରଲ୍ୟାଣ୍ଡକୁ ୧୬ ରନ୍‌ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୫୦ ଓଭରରେ ୬ ଉଇକେଟ...

ଅଭ୍ୟାସ ମ୍ୟାଚ୍‌ରେ ଧୋନୀଙ୍କ ଛକା ବର୍ଷା; ବୁଦାରେ ହଜିଲା ବଲ୍‌; ନିଜେ ଯାଇ…

ନୂଆଦିଲ୍ଲୀ,୨୭।୮: ସେପ୍ଟେମ୍ବର ୧୯ରୁ ୟୁଏଇରେ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍‌ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ। ଏହାକୁ ନେଇ ସବୁ ଦଳର ଖେଳାଳି ନିଜ ନିଜର ଅଭ୍ୟାସ...

ବିସିସିଆଇ ଦେଲା ୫୧କୋଟି

ନୂଆଦିଲ୍ଲୀ, ୨୯ା୩ (ପି.ଟି.)- କୋଭିଡ୍‌-୧୯ ମହାମାରୀ ମୁକାବିଲା ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଶନିବାର ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୧କୋଟି ଟଙ୍କା ଦାନ...

ଶିମରୋନ ହିଟ୍‌ମେୟରଙ୍କ ଶତକ: ଓ୍ବେଷ୍ଟଇଣ୍ଡିଜ୍‌ ସ୍ଥିତି ଦୃଢ

ଚେନ୍ନାଇ,୧୫।୧୨: ଭାରତ ବିପକ୍ଷ ପ୍ରଥମ ଏକଦିବସୀୟ ମ୍ୟାଚ୍‌ରେ ଶିମରୋନ ହିଟ୍‌ମେୟର ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ୍‌ ସ୍ଥିତି ଦୃଢ ରହିଛି। ୨୮୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି...

ହାମିଲଟନଙ୍କୁ ୯୦ତମ ଗ୍ରାଁ ପ୍ରି ଟାଇଟଲ

ମୁଗେଲୋ, ୧୪ା୯ (ଇଟାଲି): ରବିବାର ଅନୁଷ୍ଠିତ ପ୍ରଥମ ଟସ୍କାନ ଫର୍ମୁଲା ଓ୍ବାନ୍‌ ଗ୍ରାଁ ପ୍ରି ମୋଟର ରେସ୍‌ରେ ବିଶ୍ୱ ଚାମ୍ପିୟନ ଲୁଇସ୍‌ ହାମିଲଟନ ତାଙ୍କ ମର୍ସିଡିଜ୍‌...

ଦିନକରେ ପଡ଼ିଲା ୧୦ ଉଇକେଟ୍‌

ଲଡର୍‌ସ, ୧୩।୮- ଲଡର୍‌ସ ଟେଷ୍ଟ ପ୍ରଥମ ଦିନରେ ମାତ୍ର ୩ ଉଇକେଟ ପଡ଼ିଥିବାବେଳେ ଦ୍ୱିତୀୟ ଦିନ ପଡ଼ିଛି ୧୦ ଉଇକେଟ। ପୂରା ଦିନରେ ବୋଲରମାନେ ରାଜୁତି...

ଆଇପିଏଲରେ ପ୍ରଥମ ଭାରତୀୟ ଭାବେ ଶତକ ହାସଲ କରିଥିବା ଖେଳାଳିଙ୍କ ସ୍ତ୍ରୀ ଜଣେ ଅଭିନେତ୍ରୀ

ଆଇପିଏଲରେ ଶତକ ହାସଲ କରିଥିବା ପ୍ରଥମ ଭାରତୀୟ ଖେଳାଳି ମନୀଷ ପାଣ୍ଡେ ଗତ ବର୍ଷ ଡିସେମ୍ବରରେ ଅଭିନେତ୍ରୀ ଆଶ୍ରିତା ସେଟ୍ଟୀଙ୍କୁ ବିବାହ କରିଥିଲେ।  ଦକ୍ଷିଣ ଭାରତୀୟ...

ଆଗରେ ବିରାଟ ପଛରେ ଅନୁଷ୍କା, ଏମିତି ହୋଟେଲ ଛାଡିଲେ ଭାରତୀୟ ଖେଳାଳି

ଲଣ୍ଡନ, ୧୨।୭: ନ୍ୟୁଜିଲାଣ୍ଡଠାରୁ ପରାଜୟବରଣ କରି ଭାରତୀୟ ଦଳ ଚଳିତ ବିଶ୍ୱକପ ସେମିଫାଇନାଲରୁ ବିଦାୟ ନେଇଛି। ୨୦୧୪ ପରେ ପଞ୍ଚମ ଥର ପାଇଁ କୌଣସି ଆଇସିସି...

Advertisement
Archives

Model This Week