Posted inଜାତୀୟ

୮ ରାଜ୍ୟରେ ହିନ୍ଦୁଙ୍କୁ ମିଳୁ ଅଳ୍ପସଂଖ୍ୟକ ମାନ୍ୟତା: ସୁପ୍ରିମ୍‌କୋର୍ଟରେ ଖାରଜ

ନୂଆଦିଲ୍ଲୀ,୨୦।୨: ଦେଶର ୮ ରାଜ୍ୟରେ ହିନ୍ଦୁଙ୍କୁ ଅଳ୍ପସଂଖ୍ୟକ ମାନ୍ୟତା ଦେବାକୁ କରାଯାଇଥିବା ଆବେଦନକୁ ସୁପ୍ରିମ୍‌କୋର୍ଟ ଖାରଜ କରିଛନ୍ତି। ଏନେଇ ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ଯେଉଁ ରାଜ୍ୟଗୁଡ଼ିକରେ ହିନ୍ଦୁ ଅଳ୍ପସଂଖ୍ୟକ ରହିଛନ୍ତି ସେଠାରେ ଏଭଳି ଆବେଦନ କରାଯାଉ। ଭାଜପା ନେତା ଅଶ୍ୱିନୀ ଉପାଧ୍ୟାୟଙ୍କ ପକ୍ଷରୁ କରାଯାଇଥିବା ଏହି ଆବେଦନର ବିଚାର କରି ସୁପ୍ରିମ୍‌କୋର୍ଟ ଏଭଳି କହିଛନ୍ତି। ୨୦୧୧ ଜନଗଣନା ଅନୁସାରେ ଅଶ୍ୱିନୀ ଏହି ଜନସ୍ବାର୍ଥ ମାମଲା ଦାଖଲ କରିଥିଲେ। ଲାକ୍ଷାଦ୍ୱୀପ, ମିଜୋରାମ, ନାଗାଲାଣ୍ଡ, ମେଘାଳୟ, ଜମ୍ମୁ-କଶ୍ମୀର, ଅରୁଣାଚଳ ପ୍ରଦେଶ,ମଣିପୁର ଏବଂ ପଞ୍ଜାବରେ ହିନ୍ଦୁ ଅଳ୍ପ ସଂଖ୍ୟକ ଥିବା ଆବେଦନରେ ଦର୍ଶାଯାଇଥିଲା। ଏସବୁ ରାଜ୍ୟରେ ହିନ୍ଦୁଙ୍କ ସଂଖ୍ୟା ଯଥାକ୍ରମେ ୨.୫, ୨.୭୫, ୮.୭୫, ୧୧.୫୩, ୨୮.୪୪, ୨୯, ୩୧.୩୯ ଏବଂ ୩୮.୪୦ ପ୍ରତିଶତ ଥିବା ଅଶ୍ୱିନୀ ଆବେଦନରେ ସୂଚିତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ନୌସେନାର ୮ ପୂର୍ବତନ ଅଧିକାରୀ ଜେଲରେ, ଜଣଙ୍କୁ ରାଷ୍ଟ୍ରପତିଙ୍କଠାରୁ ମିଳିଛି ସମ୍ମାନ

ନୂଆଦିଲ୍ଲୀ,୨୭ ।୧୦: କତରି ଏମିରି ନୌସେନାକୁ ପ୍ରଶିକ୍ଷଣ ଓ ଅନ୍ୟ ସେବା ପ୍ରଦାନ କରୁଥିବା କମ୍ପାନୀ ସହ କତରରେ କାମ କରୁଥିବା ୮ ପୂର୍ବତନ ଭାରତୀୟ...

ଦେଶରେ କରୋନା ନେଲା ୧,୦୭୪ ମୁଣ୍ଡ

ନୂଆଦିଲ୍ଲୀ,୩୦।୪: କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗୁରୁବାର ସକାଳ ସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩,୦୫୦ରେ ପହଞ୍ଚିଛି। ଏବେ...

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦୬କୁ ବୃଦ୍ଧି

ଲକ୍ଷ୍ନୌ,୨୦।୩: ଭାରତରେ ମହାମାରୀ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ପ୍ରତିଦିନ ବୃଦ୍ଧି ପାଉଛି। ଏହି ମହାମାରୀ ଦେଶର ୧୯ଟି ରାଜ୍ୟରେ ବ୍ୟାପିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ...

ଦେଶରେ ଆଜି ୭୪ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୧୪।୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୪ ନୂଆ କରୋନା...

‘ଭାରତ ପରିବହନ ବିମାନର ଏକ ପ୍ରମୁଖ ଉତ୍ପାଦକ ହେବ’

ନୂଆଦିଲ୍ଲୀ,୩୦ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଗୁଜରାଟର ବଡ଼ଦୋରାଠାରେ ସି-୨୯୫ ପରିବହନ ବିମାନ ଉତ୍ପାଦନ ସୁବିଧାର ମୂଳଦୁଆ ପକାଇଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟର ଅଧିକାରୀ କହିଛନ୍ତି, ଭାରତୀୟ...

ଅଖିଲେଶ-ଚନ୍ଦ୍ରଶେଖରଙ୍କ ମଧ୍ୟରେ ହେବ ଆସନ ବୁଝାମଣା

ଲକ୍ଷ୍ନୌ,୧୫।୧: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଅଖିଲେଶଙ୍କ ସମାଜବାଦୀ ପାର୍ଟି ଏବଂ ଚନ୍ଦ୍ରଶେଖର ଆଜାଦଙ୍କ ଭୀମ ଆର୍ମି ମଧ୍ୟରେ ମେଣ୍ଟ ହେବା ନେଇ ନିଷ୍ପତ୍ତି...

୩ ରାଜଧାନୀ ମାମଲାର ଶୁଣାଣି: ଖଣ୍ଡପୀଠରୁ ଅଲଗା ହେଲେ ସିଜେଆଇ…

ନୂଆଦିଲ୍ଲୀ,୧।୧୧ : ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଉଦୟ ଉମେଶ ଲଲିତ ମଙ୍ଗଳବାର ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଆବେଦନ ଶୁଣାଣିରୁ ନିଜକୁ ଦୂରେଇ...

କରୋନା ଭାଇରସ୍‌: ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୧୧୬

ନୂଆଦିଲ୍ଲୀ,୧୬।୩: କରୋନା ଭାଇରସ୍‌ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା ବେଳେ ଭାରତରେ ଦିନକୁ ଦିନ ସଂକ୍ରମିତଙ୍କ ମାମଲା ବୃଦ୍ଧି ପାଇବାରେ ଲାଗିଛି। ସୋମବାର ମହାରାଷ୍ଟ୍ରରେ ୫ଟି...

Advertisement
Archives

Model This Week