୮ ବରିଷ୍ଠ ଓଏଏସ୍‌ଙ୍କୁ ଆଇଏଏସ୍‌ ପଦୋନ୍ନତି

ଭୁବନେଶ୍ୱର, ୧୧ା୨(ବ୍ୟୁରୋ):: ରାଜ୍ୟ ସରକାରଙ୍କ ୮ ଜଣ ବରିଷ୍ଠ ଓଏଏସ୍‌ ଅଫିସରଙ୍କୁ ଆଇଏଏସ୍‌ ଅଫିସର ପାହ୍ୟା ପଦୋନ୍ନତିକୁ କେନ୍ଦ୍ର ସରକାର ମୋହର ମାରିଛନ୍ତି। ରାଜ୍ୟ ସରକାରଙ୍କ ଏହି ପ୍ରସ୍ତାବକୁ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ କାର୍ମିକ ମନ୍ତ୍ରଣାଳୟ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛି। ଆଇଏଏସ୍‌କୁ ପଦୋନ୍ନତି ପାଇଥିବା ଅଧିକାରୀମାନେ ହେଲେ ମୁରଲୀଧର ବାରିକ, ସୁଶାନ୍ତ କୁମାର ବାରିକ, ଉମାକାନ୍ତ ତ୍ରିପାଠୀ, ବିଷ୍ଣୁ ପ୍ରସାଦ ମିଶ୍ର, ଶୁଭେନ୍ଦୁ କାନୁନଗୋ, ରାମକୃଷ୍ଣ ସାହୁ, ରବୀନ୍ଦ୍ର ନାଥ ସାହୁ ଏବଂ ଚିତ୍ତରଞ୍ଜନ ମହାନ୍ତି। ଭାରତୀୟ ପ୍ରଶାସନିକ ସେବା (ନିଯୁକ୍ତି ପ୍ରମୋଶନ ଦ୍ୱାରା) ରେଗୁଲେଶନ-୧୯୫୫ ଏବଂ ରୁଲ-୩ ଅନୁଯାୟୀ ନିଯୁକ୍ତି ଦିଆଯାଇଛି। କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ୨୦୧୮ ଓଡ଼ିଶା କ୍ୟାଡର ଚୟନ ତାଲିକାରେ ଏହି ଅଧିକାରୀମାନଙ୍କୁ ଖାଲି ପଦବୀରେ ନିଯୁକ୍ତି ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

‘କସ୍‌ମୋପଲିଟାନ୍‌’ କଭର୍‌ଷ୍ଟୋରୀରେ ଦୂତି

ଭୁବନେଶ୍ୱର,୯ା୭(ବ୍ୟୁରୋ)- ଅନ୍ତର୍ଜାତୀୟସ୍ତରରେ ଖ୍ୟାତିଅର୍ଜନ କରିଥିବା ଓଡ଼ିଆ କ୍ରୀଡାବିତ୍‌ ଦୂତି ଚାନ୍ଦ ବିଶ୍ୱର ସର୍ବାଧିକ ପ୍ରସାରିତ ଫ୍ୟାଶନ ମାଗାଜିନ୍‌ ‘କସ୍‌ମୋପଲିଟାନ୍‌’ର କଭର୍‌ ଷ୍ଟୋରୀରେ ସ୍ଥାନ ପାଇବାର ଗୌରବ...

ଫେରିଲା କଟକଣା: କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

କଟକ ଅଫିସ,୨।୭: କଟକରେ ବାଧ୍ୟତାମୂଳକ ହେଲା ମାସ୍କ। କୋଭିଡ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସହରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛି କଟକ ମହାନଗର ନିଗମ(ସିଏମ୍‌ସି)।...

ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ପ୍ରତିବାଦ

ଭୁବନେଶ୍ୱର,୧୦ା୩(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଦ୍ୱାରା ଭୁବନେଶ୍ୱରରେ ବେଆଇନ ଭାବେ ହୋଲ୍ଡିଂ ଟ୍ୟାକ୍ସ ଓ ପ୍ରପର୍ଟି ଟ୍ୟାକ୍ସ ବୃଦ୍ଧି କରାଯାଇଥିବା କଂଗ୍ରେସ ଅଭିଯୋଗ କରିଆସୁଛି। ଯଦି...

୯ରୁ ଏସ୍‌ସିବି ଓପିଡି ପାଇଁ ଅନ୍‌ଲାଇନ ଟିକେଟ ବୁକିଂ

କଟକ ଅଫିସ,୨୯ା୪: ଶ୍ରୀରାମଚନ୍ଦ୍ର ଭଞ୍ଜ (ଏସ୍‌ସିବି) ମେଡିକାଲ କଲେଜ ଓ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ କିମ୍ବା ସେମାନଙ୍କ ସମ୍ପର୍କୀୟଙ୍କୁ ଏଣିକି ଟିକେଟ ଲାଗି...

ପାଣି ସମସ୍ୟା ଦୂର ନ ହେଲେ ଭୋଟ ବର୍ଜନ

ଖୋର୍ଦ୍ଧା ଅଫିସ,୩୧ା୧: ରାଜ୍ୟ ସରକାର ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି। ପ୍ରତ୍ୟେକ ଗ୍ରାମକୁ ପାଇପ୍‌ ମାଧ୍ୟମରେ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେବାକୁ ପଦକ୍ଷେପ...

ପ୍ରାଥମିକ ସ୍କୁଲ ଖୋଲିବା ନିଷ୍ପତ୍ତି ସ୍ଥଗିତ

ଭୁବନେଶ୍ୱର,୨ା୧(ବ୍ୟୁରୋ): ଆସନ୍ତାକାଲିଠାରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ନେଇ ନିଷ୍ପତ୍ତିକୁ ସାମୟିକ ସ୍ଥଗିତ କରାଯାଇଥିବା ନେଇ ସୂଚନା ମିଳିଛି। ୨ ଦିନ ମଧ୍ୟରେ କରୋନା ସଂକ୍ରମଣ...

ବାଡ଼ି ନୃସିଂହଙ୍କ ଚାରି ଆଶ୍ରମ ବିଜେ

ପୁରୀ ଅଫିସ, ୯ା୮: ପବିତ୍ର ଶ୍ରାବଣ ଶୁକ୍ଳ ନବମୀ ତିଥିରେ ଶୁକ୍ରବାର ବାଡ଼ି ନୃସିଂହ ଶ୍ରୀକ୍ଷେତ୍ରର ଚାରି ଆଶ୍ରମ ବିଜେ କରିଛନ୍ତିି। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ...

ପୁଣି ରାଜ୍ୟରେ ୫୧ କରୋନା ପଜିଟିଭ୍‌ ଚିହ୍ନଟ, ଆଗରେ ଖୋର୍ଦ୍ଧା

ଭୁବନେଶ୍ୱର,୧୯।୬(ବ୍ୟୁରୋ): ରାଜ୍ୟରେ ରବିବାର ୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣ ପିଲା ଅଛନ୍ତି। ଚିହ୍ନଟ କରୋନା ଆକ୍ରାନ୍ତ ମଧ୍ୟରୁ...

Advertisement
Archives

Model This Week