୮ ଘଣ୍ଟା ମୃତଦେହ ପକାଇ ରଖିଲେ ପରିବାର: ଶୁଭେନ୍ଦୁ ହତ୍ୟାକାରୀଙ୍କ ଗିରଫ ପ୍ରତିଶ୍ରୁତି ମିଳିଲା

ରାଇକିଆ,୬ା୨(ଡ଼ି.ଏନ.ଏ)-ଗତ ଜାନୁୟାରୀ ୧୫ରୁ ନିଖୋଜ ଥିବା ରାଇକିଆ କନ୍ୟାଶ୍ରମ ସାହିର ଶୁଭେନ୍ଦୁ ମଲିକଙ୍କ ମୃତଦେହ ଗୁରୁବାର ଡଲାମାହା ପାହାଡ଼ରୁ ଠାବ କରାଯାଇଛି। ତାଙ୍କୁ ହତ୍ୟା କରାଯାଇଥିବା ଓ ଅଭିଯୁକ୍ତଙ୍କୁ ଗିରଫ ଦାବି ନେଇ ପରିବାର ଲୋକେ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ଛାଡ଼ି ନ ଥିଲେ। ପ୍ରାୟ ୮ ଘଣ୍ଟା ପରେ ଦାବି ପୂରଣ ନେଇ ପ୍ରତିଶ୍ରୁତି ମିଳିବାରୁ ବ୍ୟବଚ୍ଛେଦ ନିମନ୍ତେ ଛାଡ଼ିଥିଲେ।
ଶୁଭେନ୍ଦୁ ୨୨ ଦିନ ହେଲା ନିଖୋଜ ଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳି ପାରୁ ନ ଥିଲା । ଏପରିକି ପୋଲିସରେ ମଧ୍ୟ ହୋଇଥିଲା । ଶୁଭେନ୍ଦୁଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରି କେତେକ ସୂଚନା ଦିଆଯାଇଥିଲେ ମଧ୍ୟ ପୋଲିସ ତାକୁ ଗ୍ରହଣ କରି ନ ଥିଲା ବୋଲି ମୃତକଙ୍କ ଭାଇ ଉତ୍ତମ ମଲିକ କହିଛନ୍ତି। ପୋଲିସ ତଦନ୍ତର ବିଳମ୍ବ ପ୍ରତିବାଦରେ ସୋମବାର ପରିବାର ଲୋକେ ଏବଂ ସାହି ବାସିନ୍ଦା ରାଇକିଆ-ଜି.ଉଦୟଗିରି-ବାଲିଗୁଡ଼ା ମୁଖ୍ୟରାସ୍ତା ଅବରୋଧ କରିଥିଲେ । ଏଥିରେ ଆଇନ ଶୃଙ୍ଖଳା ଭାଙ୍ଗ ହେଉଥିବା ଦର୍ଶାଇ ପୋଲିସ ୨୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ବୁଧବାର ସେମାନେ ଜାମିନରେ ମୁକୁଳିଥିଲେ। ଗୁରୁବାର ଡଲାମାହା ପାହାଡ଼ ନିକଟରେ ଏକ ଗଳିତ ମୃତଦେହ ପଡ଼ିଥିବା କୌଣସି ସୂତ୍ରରୁ ପୋଲିସ ଖବର ପାଇ ଶୁଭେନ୍ଦୁଙ୍କ ପରବାରବର୍ଗଙ୍କୁ ଜଣାଇଥିଲା। ପରିବାର ଲୋକେ ପହଞ୍ଚି ଶୁଭେନ୍ଦୁଙ୍କ ମୃତଦେହ ଚିହ୍ନଟ କରିଥିଲେ। ସକାଳ ୯ଟାରୁ ସନ୍ଧ୍ୟା ସେମାନେ ମୃତଦେହ ପକାଇ ରଖି ବ୍ୟବଚ୍ଛେଦ ନିମନ୍ତେ ପୋଲିସକୁ ଦେଇ ନ ଥିଲେ। ରାଇକିଆ ବିଡ଼ିଓ ପ୍ରବୀଣ କୁମାର ବାଣୁଆ ଓ ତହସିଲଦାର ଶାରଦା କାନ୍ତି ଦଳେଇ ପହଞ୍ଚି ପରିବାର ଲୋକ ଏବଂ ସାହିବାସିନ୍ଦାଙ୍କକୁ ବୁଝାଶୁଝା କରିବା ସହ ବିଭିନ୍ନ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେବା ପରେ ସନ୍ଧ୍ୟା ପ୍ରାୟ ୫ଟାରେ ମୃତଦେହକୁ ଛାଡ଼ିଥିଲେ । ଏକ ଜମିଜମାକୁ କେନ୍ଦ୍ର କରି ଶୁଭେନ୍ଦୁଙ୍କୁ ହତ୍ୟା କରାଯାଇଥିବା ପରିବା ଲୋକେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ତଦନ୍ତ ଆରମ୍ଭ ହୋଇଛି । ଏହି ଘଟଣାରେ ଜଣଙ୍କୁ ଅଟକ ରଖାଯାଇଛି । ପୂର୍ବରୁ ରୁଜୁ ହୋଇଥିବା ନିଖୋଜ ମାମଲା ନଂ.୧୧/୨୦ ହତ୍ୟା ମାମଲା ହୋଇଛି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଏସଡ଼ିପିଓ ଜୟକୃଷ୍ଣ ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

ଚାଷ କାମ ଚାଲିଥିବା ବେଳେ ବଜ୍ରପାତ: ଜଣେ ମୃତ ଜଣେ ଗୁରୁତର

ମହାକାଳପଡ଼ା, ୨୧।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତର ଯଦୁପୁର ଖସାଡ଼ି ଗ୍ରାମ ନିକଟରେ ଚାଷ ଜମିରେ ବେଉଷଣ କାମ…

ଗ୍ରାମ୍ୟ ରାସ୍ତା ମରାମତି ପାଇଁ ସରପଞ୍ଚଙ୍କ ଦାବି: ଜିଲାପାଳଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ କଇଠଖଣ୍ଡି ଏବଂ ବୋରିପଦର ଗ୍ରାମ ଖାଲଖମା ରାସ୍ତା ଗୁଡ଼ିକୁ ତୁରନ୍ତ…

ଜନ୍ମଦିନରେ ଭାସିଯାଇ ଥିଲେ ଯୁବକ, ଦିନକ ପରେ ମିଳିଲା…

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ମାନେଶ୍ୱରସ୍ଥିତ ମାଳତୀଯୋରରେ ଭାସିଯାଇ ନିଖୋଜ ପ୍ରବାସୀ ଶ୍ରମିକ ପ୍ରକାଶ ସରଣ(୨୧)ଙ୍କ ମୃତଦେହକୁ ମାନେଶ୍ୱରର ଅଗ୍ନିଶମ ବାହିନୀ ଶୁକ୍ରବାର ଉଦ୍ଧାର…

ସେପ୍ଟେମ୍ବରରୁ ବଦଳିଯିବ ନିୟମ! ଅଗଷ୍ଟ ଶେଷ ପୂର୍ବରୁ କରିନିଅନ୍ତୁ ଏହି ୪ କାମ…

ନୂଆଦିଲ୍ଲୀ,୨୧ା୮: ଅଗଷ୍ଟ ମାସ ଶେଷ ହେବାକୁ ଯାଉଛି। ଏହା ସହ କିଛି ଜରୁରୀ ଆର୍ଥିକ କାମର ସମୟସୀମା ମଧ୍ୟ ଶେଷ ହେଉଛି। ଯଦି ଆପଣ ଏହି କାମଗୁଡ଼ିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri