୮୭ ହଜାର ହେକ୍ଟରରେ ହେବ ଚାଷ

ଅନୁଗୋଳ ଅଫିସ, ୧୬ା୬

ମୌସୁମୀ ପହଞ୍ଚି ସାରିଥିବାରୁ ପାଗ ବଦଳିଯାଇଛି। ଫଳରେ ତାତିରୁ ଲୋକଙ୍କୁ ତ୍ରାହି ମିଳିଛି। ତେବେ ମୌସୁମୀ ବର୍ଷାକୁ ନେଇ ଚାଷୀମାନେ ବେଶ୍‌ ଖୁସି ଅଛନ୍ତି। ଠିକଣା ସମୟରେ ବର୍ଷା ଆରମ୍ଭ ହୋଇଥିବାରୁ ଚଳିତବର୍ଷ ପାଣିପାଗ ଚାଷ ପାଇଁ ଅନୁକୂଳ ରହିବ ବୋଲି ସେମାନେ ଅନୁମାନ ଲଗାଇଛନ୍ତି। ଅନ୍ୟପକ୍ଷରେ ପାଣିପାଗ ବିଭାଗ ମଧ୍ୟ ଏ ବର୍ଷ ଭଲ ବର୍ଷା ହେବ ବୋଲି ରିପୋର୍ଟ ଦେଉଛି। ତେଣୁ ଚାଷ କାର୍ଯ୍ୟ ପାଇଁ ସଜବାଜ ହେଉଛନ୍ତି ଅନୁଗୋଳ ଜିଲାର ଚାଷୀ। ଜିଲା ପ୍ରଶାସନ ମଧ୍ୟ ଖରିଫ ଚାଷ ପାଇଁ ଖସଡ଼ା ପ୍ରସ୍ତୁତ କରିବା ସହ ଚାଷୀଙ୍କ ପାଖରେ ବିହନ ଓ ସାର ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଉଥିବା ଜଣାପଡ଼ିଛି।
କୃଷି ବିଭାଗର ସୂଚନା ମୁତାବକ, ଚଳିତ ବର୍ଷ ଅନୁଗୋଳ ଜିଲାରେ ମୋଟ୍‌ ୮୭ ହଜାର ୫୦ ହେକ୍ଟର ଜମିରେ ଖରିଫ ଚାଷ ହେବ। ଏଥିରୁ ୮୩ ହଜାର ୮୪୮ ହେକ୍ଟରରେ ଧାନ ଚାଷ ହେବାକୁ ଥିବାବେଳେ ୩ ହଜାର ୨୦୨ ହେକ୍ଟରରେ ହେବ ଅଣଧାନ ଚାଷ। ମୋଟ୍‌ ୮୭ ହଜାର ୫୦ ହେକ୍ଟରରୁ ୬୮ ହଜାର ୪୮୫ ହେକ୍ଟର ଜମିକୁ ଜଳସେଚନ ସୁବିଧା ରହିଛି। ତେଣୁ ବହୁ ଚାଷୀ ମୌସୁମୀ ବର୍ଷା ଉପରେ ନିର୍ଭର କରିବେ। ସେହିପରି ଚାଷୀଙ୍କ ପାଖରେ କିପରି ବିହନ ଓ ସାର ପହଞ୍ଚିବ ସେ ନେଇ ବିଭାଗ ଜୋରଦାର ପ୍ରସ୍ତୁତି ଚଳାଇଛି। ଜିଲାରେ ୭ ହଜାରରୁ ଅଧିକ କୁଇଣ୍ଟାଲ ଧାନ ବିହନ ଦରକାର। ଏ ପର୍ଯ୍ୟନ୍ତ ୬ ହଜାର ୯୬୧ କୁଇଣ୍ଟାଲ ଚାଷୀଙ୍କୁ ଯୋଗାଇ ଦିଆଯାଇଛି। ଆଉ ୪୮୦ କୁଇଣ୍ଟାଲ ଖୁବ୍‌ଶୀଘ୍ର ପହଞ୍ଚତ୍ବ। ଗତବର୍ଷ ତୁଳନାରେ ଏ ବର୍ଷ ଅଧିକ ଏକ ହଜାର କୁଇଣ୍ଟାଲ ବିହନ ଦିଆସରିଲାଣି ବୋଲି ଜିଲା ମୁଖ୍ୟ କୃଷି ଅଧିକାରୀ ଭୋଳାଶଙ୍କର ବେହେରା ସୂଚନା ଦେଇଛନ୍ତି। ସେହିପରି ଚାଷୀଙ୍କ ଚାହିଦାକୁ ଦେଖି ବିରି, ହରଡ଼, ଚିନାବାଦାମ ବିହନ ଯୋଗାଇ ଦିଆଯିବ। ଏସବୁ ଏପର୍ଯ୍ୟନ୍ତ ବିଭାଗ ନିକଟକୁ ଆସିନି। ଫାର୍ମରେ ମୁଗ ବିହନ ରହିଛି। ପରୀକ୍ଷଣ ପରେ ତାହା ଯୋଗାଇ ଦିଆଯିବ। ସେହିପରି ସାର ନେଇ କୌଣସି ସମସ୍ୟା ନାହିଁ। ଚଳିତ ଖରିଫ ଚାଷ ପାଇଁ ୧୪ ହଜାର ୨୦୦ ମେଟ୍ରିକ୍‌ ଟନ୍‌ ସାର ଦରକାର ଥିବାବେଳେ ଜିଲାରେ ଡିଏପି ଓ ପଟାସ ଯଥେଷ୍ଟ ପରିମାଣର ମହଜୁଦ ଅଛି। ୫ ଶହ କୁଇଣ୍ଟାଲ ୟୁରିଆ ସାର ଗଚ୍ଛିତ ରହିଛି। ଚଳିତ ମାସରେ ଆଉ କିଛି ୟୁରିଆ ପହଞ୍ଚତ୍ବ। କରୋନା ଯୋଗୁ ପ୍ରବାସୀ ଶ୍ରମିକ ଘରମୁହଁା ହେଉଛନ୍ତି। ସେମାନଙ୍କ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ଚାଷ କାର୍ଯ୍ୟରେ ସେମାନଙ୍କୁ ନିୟୋଜିତ କରିବା ସହ ସମସ୍ତ କୃଷିଭିତ୍ତିକ ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରିବା ଉପରେ ବିଭାଗ ଗୁରୁତ୍ୱ ଦେଉଛି। ଜିଲା ମୁଖ୍ୟ କୃଷି ଅଧିକାରୀ ବେହେରା କହିଛନ୍ତି, ଏ ବର୍ଷ ଠିକ୍‌ ସମୟରେ ମୌସୁମୀ ଆସି ପହଞ୍ଚତ୍ଛି। ଜିଲାର ପ୍ରାୟ ୧୫ ପ୍ରତିଶତ ଜମିରେ ବୁଣାବୁଣି ସରିଲାଣି। ଏଥର ଭଲ ଚାଷ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କାମରେ ଲାଗୁନି ସୋଲାର ପ୍ୟାନେଲ

କେନ୍ଦୁଝର, ୭।୬ (ସ୍ବ.ପ୍ର.) ଅନ୍ଧାରରେ କେହି ରହିବେ ନାହିଁ। ଏଣୁ ସମସ୍ତ ଗ୍ରାମକୁ ବିଭିନ୍ନ ଯୋଜନାରେ ବିଦ୍ୟୁତ୍‌ ବ୍ୟବସ୍ଥା କରୁଛନ୍ତି। ଦୁର୍ଗମ ଅଞ୍ଚଳରେ ଯେଉଁଠି ବିଦ୍ୟୁତ...

ଶଟ୍‌ଡାଉନ ଶେଷ ହେବା ପରେ ବଜାରରେ ଜନଗହଳି

ସମ୍ବଲପୁର,୧୯ା୪(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସହରାଞ୍ଚଳରେ ସପ୍ତାହାନ୍ତ ଶଟ୍‌ଡାଉନ ଘୋଷଣା କରିଛନ୍ତି। ସୋମବାର ସକାଳ ୫ଟାରେ ଶଟ୍‌ଡାଉନ ଅବଧି ଶେଷ ହେବା...

ଅସହାୟ ୨ ଶିଶୁଙ୍କୁ ଉଦ୍ଧାର କଲା ପ୍ରଶାସନମୁକ୍ତ ଆଶ୍ରୟ ସ୍ଥଳରେ ଥଇଥାନ

ନୂଆପଡା ଅଫିସ,୩୧ା୭- ନୂଆପଡା ଜିଲା ସିନାପାଲି ବ୍ଲକ ନୂଆପଡା ଗ୍ରାମପଞ୍ଚାୟତ ସଦର ଗାଁର ମା’ବାପାଙ୍କ ମୃତ୍ୟୁ ପରେ ଅସହାୟ ଭାବେ ଜୀବନ କାଟୁଥିବା ୨ ଶିଶୁଙ୍କୁ...

୪୦ ବର୍ଷ ହେଲା ପଶ୍ଚିମବଙ୍ଗର ଗୌରବ ନଷ୍ଟ ହେଉଛି: ଧର୍ମେନ୍ଦ୍ର

ଭୁବନେଶ୍ୱର,୧୨।୪(ବ୍ୟୁରୋ): ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ଗତ ୪୦ ବର୍ଷ ଧରି ପଶ୍ଚିମବଙ୍ଗର ଗୌରବ ନଷ୍ଟ ହେଉଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ରବିବାର...

ରଥଖଳାରେ କାମ ପାଇଁ ଶ୍ରଦ୍ଧାଭାବ ଆବଶ୍ୟକ

ନନ୍ଦିଘୋଷ ରଥର ଅନ୍ୟତମ ବରିଷ୍ଠ ରୂପକାର ଲିଙ୍ଗରାଜ ମହାପାତ୍ର। ୫ବର୍ଷ ବୟସରେ ସେ ବାପା ଶ୍ରୀଧରଙ୍କ ସହିତ ରଥଖଳାକୁ ଆସିଥିଲେ। ଜେଜେ ବାପା ଆର୍ତ୍ତତ୍ରାଣଙ୍କଠାରୁ ସେ...

ଫସଲ ବୀମାକୁ ନେଇ ଟଣାଓଟରା

ଭୁବନେଶ୍ବର, ୧୭ା୧୧(ବ୍ୟୁରୋ):କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର କୃଷକ ସଙ୍ଗଠନର ଅନୁରୋଧକ୍ରମେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଭେଟି ରାଜ୍ୟର ଚାଷୀଙ୍କ ବୀମାରାଶି ସମେତ ବିଭିନ୍ନ...

ମଝିରେ ଅଟକିଗଲା ଲଞ୍ଚ: ୨୫ ଯାତ୍ରୀଙ୍କୁ ଉଦ୍ଧାର କଲା ବୋଟ୍‌ ଆମ୍ବୁଲାନ୍ସ

ତେନ୍ତୁଳିଖୁଣ୍ଟି,୧୫।୯(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ପୋଡ଼ାଗଡ଼ ଡ୍ୟାମ୍‌ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଗୁରୁବାର ଯାନ୍ତ୍ରିକ ତ୍ରୁଟି ଯୋଗୁ ଏକ ଲଞ୍ଚ ଅଟକି ଯାଇଥିଲା। ଫଳରେ ଲଞ୍ଚରେ...

ବିଧବା ମହିଳାଙ୍କୁ ଗାଁରୁ ତଡିଦେଲେ

ଜୁନାଗଡ଼,୪।୩: କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅଧୀନ ତାଳପଦର ଗାଁରେ ବୁଧବାର ରାତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଅନ୍ୟ ଜାତିର ଜଣେ...

Advertisement
Archives

Model This Week