Advertisement

୮୭୧ ବର୍ଷ ଧରି ପୂଜା ପାଉଛନ୍ତି ମହାପ୍ରଭୁ

୧୧୪୮ ମସିହା ପୂର୍ବରୁ ମହାପ୍ରଭୁ ଉପାସିତ ହେଉଥିଲେ ଶାସଙ୍ଗ ଗ୍ରାମରେ। ବାଲେଶ୍ୱର ସହରଠାରୁ ୪ କୋଶ ଦୂରରେ ଇଟା ନିର୍ମିତ ମନ୍ଦିରରେ ପୂଜା ଆରମ୍ଭ କରିଥିଲେ ସ୍ଥାନୀୟ ଜମିଦାର। ମନ୍ଦିରର ଦୁଇପଟେ ଦୁଇଟି ବ୍ରାହ୍ମଣ ଶାସନ ଦାନ କରିଥିଲେ। ବଳଭଦ୍ରପୁର ଶାସନ ଓ ଜଗନ୍ନାଥପୁର ଶାସନ।
୪ ଏକର ପରିମିତ ଜମିରେ ମନ୍ଦିର ହେବା ସହିତ ଚନ୍ଦନ ପୋଖରୀଟିଏ ଖୋଳାଇଥିଲେ। ମନ୍ଦିର ପରିଚାଳନା ପାଇଁ ସେହି ମସିହାରେ ୬ ମାଣ, ୧୧୬୦ ମସିହାରେ ୩୪ ମାଣ ଓ ୧୧୯୨ ମସିହାରେ ୩୦ ମାଣ ଜମି ଖଞ୍ଜି ଦେଇଥିବା ଦସ୍ତାବିଜରୁ ଜଣାଯାଏ। ପ୍ରଥମ ମନ୍ଦିରଟି ମାଟିରେ ମିଶିଯିବା ପରେ ଦ୍ୱିତୀୟ ମନ୍ଦିର ମଧ୍ୟ ସେଠାରେ ତୋଳା ଯାଇଥିଲା। ଭଗ୍ନ ମନ୍ଦିରର ଅବଶେଷ କେବଳ ବଞ୍ଚତ୍ରହିଛି। ସେଠାରୁ ୬୦୦ ମିଟର ଦୂରରେ ୧୦୦ ବର୍ଷ ପୂର୍ବେ ତିଆରି ହୋଇଥିବା ମନ୍ଦିରରେ ମହାପ୍ରଭୁ ବିଜେ କରିଥିଲେ। ଅନୁସନ୍ଧାନରୁ ଜଣାଯାଏ ଉକ୍ତ ମନ୍ଦିର ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟରେ ଭାଙ୍ଗିପଡ଼ିଥିଲା। ୨୦୧୧ ମସିହାରେ ଚତୁର୍ଥ ମନ୍ଦିର ନୂତନ ଭାବରେ ନିର୍ମିତ ହୋଇଅଛି।
ମନ୍ଦିରରେ ପ୍ରଥମେ ତିନିବିଗ୍ରହ ଉପାସିତ ହେଉଥିଲେ। ସାଙ୍ଗରେ ଥିଲେ ଶ୍ରୀଦେବୀ, ଭୂଦେବୀ ଓ ଶ୍ରୀଶାଳଗ୍ରାମ। ନୂତନ ମନ୍ଦିର ନିର୍ମାଣ ହେବା ପରେ ଶ୍ରୀସୁଦର୍ଶନ ବିଜେ କରିଛନ୍ତି। ଐତିହ୍ୟରୁ ଜଣାପଡ଼େ ମୋଗଲ ଶାସନ ସମୟରେ ଏହି ମନ୍ଦିର ଉପରେ ବହୁ ବିପଦ ପଡ଼ିଥିଲା। କଳାପାହାଡ଼ ଆକ୍ରମଣ ବେଳେ ତିନିମୂର୍ତ୍ତିଙ୍କୁ ମାଟିତଳେ ପାତାଳି କରିଦେଇଥିଲେ ଗ୍ରାମବାସୀ। ଆପଣାର ପ୍ରଭୁଙ୍କୁ ଆପଣାପଣିଆରେ ଆଜି ବି ଏ ଅଞ୍ଚଳ ଲୋକେ ଦେଖାରଖା କରିଆସୁଛନ୍ତି। ରଥଯାତ୍ରା ଆସିଲେ ସଭିଏଁ ମିଳିମିଶି ଗୋଟିଏ ରଥରେ ଚାରିବିଗ୍ରହଙ୍କୁ ବସେଇ ମହାସମାରୋହରେ ଏହି ଜାତୀୟ ପର୍ବକୁ ପାଳନ କରୁଛନ୍ତି।
-ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଦାଦାବଟି ମାଗିବା ଅଭିଯୋଗରେ ୬ ଗିରଫ: କାର, ବନ୍ଧୁକ, ଗୁଳି ଜବତ

କଟକ ଅଫିସ, ୧୪।୧୧- ଜଗତ୍‌ପୁର ଥାନା ଅଞ୍ଚଳର ଜନୈକ ବ୍ୟକ୍ତିଙ୍କୁ ମାରଣାସ୍ତ୍ର ଦେଖାଇ ଧମକ ଦେବା ଓ ଦାଦାବଟି ମାଗିବା ଅଭିଯୋଗରେ ପୋଲିସ ଏକ ଗ୍ୟାଙ୍ଗର...

୩ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ: ଜଣେ ଗିରଫ

ଖୋର୍ଦ୍ଧା ଅଫିସ,୧୧।୬: ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ସ୍ବପ୍ନେଶ୍ୱରସାହି ଉପରେ ମଙ୍ଗଳବାର କଟକ ଓ ଖୋର୍ଦ୍ଧା ଫ୍ଲାଇଂ ସ୍କ୍ବାଡ୍‌ ପକ୍ଷରୁ ଚଢ଼ାଉ କରାଯାଇ ୩୦ ଗ୍ର୍ରାମ...

ବୋହୂ ତୃପ୍ତିଙ୍କୁ ଧରି ଥାନାରେ ପହଞ୍ଚିଲେ ଅପରାଜିତା

ଭୁବନେଶ୍ୱର,୨୩।୭(ବ୍ୟୁରୋ): ଓଲିଉଡ୍‌ ଅଭିନେତା ବାବୁସାନ ଏବଂ ପ୍ରକୃତି ମିଶ୍ରଙ୍କୁ ନେଇ ହାଇଡ୍ରାମା ବେଳକୁ ବେଳ ନୂଆ ମୋଡ଼ ନେଉଛି। ଅଭିନେତାଙ୍କ ସ୍ତ୍ରୀ ତୃପ୍ତିଙ୍କ ବାପାଙ୍କ ବିରୋଧରେ...

ସେପ୍ଟେମ୍ବରରେ ଲକ୍ଷେରୁ ଊର୍ଦ୍ଧ୍ୱ ଆକ୍ରାନ୍ତ, ୩୫୦ ମୃତ

ଭୁବନେଶ୍ୱର, ୧ା୧୦ (ବ୍ୟୁରୋ):ପୂର୍ବ ଅପେକ୍ଷା ସେପ୍ଟେମ୍ବରରେ କୋଭିଡ୍‌-୧୯ ଭୂତାଣୁ ଅଧିକ ସକ୍ରିୟ ରହିଛି। ବର୍ତ୍ତମାନ ରାଜ୍ୟରେ ସଂକ୍ରମଣ ୨,୧୯,୧୧୯ରେ ପହଞ୍ଚତ୍ଥିବାବେଳେ ଅଧାରୁ ଅଧିକ କେବଳ ଏହି...

ରାଜ୍ୟରେ ୪୦୭୩ ବି.ଟେକ୍‌ ସିଟ୍‌ ହ୍ରାସ

ଭୁବନେଶ୍ୱର, ୯ା୭(ବ୍ୟୁରୋ)- ପ୍ରତିବର୍ଷ ରାଜ୍ୟରେ ବିଭିନ୍ନ ଇଞ୍ଜିନିୟରିଂ କଲେଜରେ ବି.ଟେକ୍‌ ସିଟ୍‌ ଖାଲି ପଡ଼ୁଛି। କେବଳ ଘରୋଇ ନୁହେଁ, ସରକାରୀ କଲେଜରେ ମଧ୍ୟ ସିଟ୍‌ ପୂରଣ...

ଆନ୍ତଃ ରାଜ୍ୟ ପରିଷଦ ଷ୍ଟାଣ୍ଡିଂ କମିଟିରେ ନବୀନ

ଭୁବନେଶ୍ୱର,୨୨।୫(ବ୍ୟୁରୋ): ଆନ୍ତଃ ରାଜ୍ୟ ପରିଷଦର ଷ୍ଟାଣ୍ଡିଂ କମିଟିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାମିଲ କରାଯାଇଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏଥିରେ ଅଧ୍ୟକ୍ଷ ଥିବାବେଳେ ୧୩ ଜଣ...

ନୂଆବର୍ଷରେ ଭିଜିବ ଓଡ଼ିଶା

ଭୁବନେଶ୍ୱର, ୨୯ା୧୨(ବ୍ୟୁରୋ): ନୂଆବର୍ଷରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି। ଆସନ୍ତା ୧ରୁ ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ।...

ରଜ ବୁଲା ସାରି ଚନ୍ଦ୍ରଭାଗାରେ ଗାଧୋଇବା କାଳ ହେଲା: ଭାସି ଯାଇ ଯୁବକ ମୃତ

ଗୋପ,୧୬।୬(ଡି.ଏନ୍‌.ଏ.): ଚନ୍ଦ୍ରଭାଗା ସମୁଦ୍ରରେ ଗାଧୋଉଥିବା ବେଳେ ରବିବାର ମଧ୍ୟାହ୍ନରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଯୁବକଜଣଙ୍କ ହେଲେ କଟକ ଜିଲା ନିଆଳି ଥାନା ଅନ୍ତର୍ଗତ ପୋଲସରା...

Advertisement
Archives

Model This Week