ଭୁବନେଶ୍ୱର, ୩୧ା୧୨ (ବ୍ୟୁରୋ): ଖବରଦାତା, ସ୍ତମ୍ଭକାର ଏବଂ ‘ଓଡ଼ିଶା ସାହିତ୍ୟ ଏକାଡ଼େମୀ’ ପୁରସ୍କାରପ୍ରାପ୍ତ ସାହିତି୍ୟକ ବସନ୍ତ ଦାସଙ୍କ ଅଶୀ ବର୍ଷ ଜନ୍ମଦିନ ଉପଲକ୍ଷେ ‘ଅଶୀରେ ବସନ୍ତ ଉତ୍ସବ’ ଆୟୋଜନ ହେଉଛି। ଜାନୁୟାରୀ ୮ରେ ସ୍ଥାନୀୟ ଇଡ୍କଲ ଅଡିଟୋରିୟମରେ ହେବାକୁ ଥିବା ଏହି ଉତ୍ସବକୁ ଉଦ୍ଘାଟନ କରିବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କୁ ଅନୁରୋଧ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିରେ ମୁଖ୍ୟଅତିଥି, ଓଡ଼ିଶା ସୂଚନା ଓ ଲୋକସମ୍ପର୍କ ଏବଂ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସମ୍ମାନିତ ଅତିଥିଭାବେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ‘ଅଶୀରେ ବସନ୍ତ’ ଶୀର୍ଷକ ଏକ ପୁସ୍ତକ ଲୋକାର୍ପିତ ହେବ ବୋଲି ସୋମବାର ଏକ ଖବରଦାତା ସମ୍ମିଳନୀରେ ଉତ୍ସବ କମିଟିର ଆବାହକ ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଜଣାଇଛନ୍ତି।
ଉଲ୍ଲେଖଯୋଗ୍ୟ, ୧୯୬୫ରେ ସାହିତି୍ୟକ ଦାସ ନିଜର ଖବରଦାତା ଜୀବନ ଆରମ୍ଭ କରିଥିଲେ। ସେ ଓଡ଼ିଆ, ବଙ୍ଗଳା ଓ ଇଂଲିଶ୍ ଖବରକାଗଜର ପ୍ରତିନିଧିତ୍ୱ କରି ୧୯୯୬ରେ ‘ଅମୃତ ବଜାର ପତ୍ରିକା’ ଗ୍ରୁପ୍ର ଓଡ଼ିଶା ବ୍ୟୁରୋ ଚିଫ୍ଭାବେ ଅବସର ଗ୍ରହଣ କରିଥିଲେ। ଏହି ସମୟ ମଧ୍ୟରେ ଓଡ଼ିଆ ଓ ଇଂଲିଶ୍ ଭାଷାରେ ସେ ରଚନା କରିଥିବା ଷୋଳଖଣ୍ଡ ପୁସ୍ତକ ମଧ୍ୟରେ ‘ଓଡ଼ିଶା ରାଜନୀତିର ଗୋପନ କଥା’ ଏବଂ ‘ଫୁଟ୍ ପ୍ରିଣ୍ଟସ ଅଫ୍ ଇଭେଣ୍ଟଫୁଲ୍ ଡେଜ୍: ୧୮୦୩-୨୦୦୩’କୁ ଓଡ଼ିଶା ରାଜନୀତିର ଚଳନ୍ତି ଇତିହାସ ଭାବରେ ବିଚାର କରାଯାଏ। ସାହିତି୍ୟକ ଦାସ ବିଶ୍ୱର କୋଡ଼ିଏଟି ରାଷ୍ଟ୍ର ଭ୍ରମଣ କରି ସେହି ଅନୁଭୂତି ଆଧାରରେ ଲେଖିଥିବା ଭ୍ରମଣ କାହାଣୀ ପୁସ୍ତକ ‘ଯେ ଦେଶ ଯାଇ ସେ ଫଳ ଖାଇ’ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛି। ତାଙ୍କ ଦ୍ୱାରା ପ୍ରତିଷ୍ଠିତ ‘ମିଡିଆ ଏକାଡେମୀ’ ପକ୍ଷରୁ ଖବରଦାତା ବୃତ୍ତିରେ ନବାଗତଙ୍କୁ ବିଭିନ୍ନ ତଥ୍ୟ ଓ ତାଲିମ୍ ଯୋଗାଇବା ସହ ପ୍ରତିବର୍ଷ ରାଜ୍ୟର ଜଣେ ଲବ୍ଧପ୍ରତିଷ୍ଠ ସାମ୍ବାଦିକଙ୍କୁ ମିଡିଆ ଏକାଡେମୀ ସମ୍ମାନ ପ୍ରଦାନ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଉଛି।

ବନ ବିଭାଗ ମୁରବି ଶୂନ୍ୟ
ଭୁବନେଶ୍ୱର, ୧୧।୨(ବ୍ୟୁରୋ):ରାଜ୍ୟ ବନ ବିଭାଗ ଏବେ ଏକପ୍ରକାର ମୁରବୀ ଶୂନ୍ୟ ହେଇପଡ଼ିଛି। ପିସିସିଏଫ୍ (ଜେନେରାଲ) ଏବଂ ପିସିସିଏଫ୍ (ବନ୍ୟପ୍ରାଣୀ) ଭଳି ଦୁଇଟି ମୁଖ୍ୟ ପଦବୀ ଖାଲିପଡ଼ିଛି।...

CORONAVIRUS UPDATE: ଆଜି ଚିହ୍ନଟ ହେଲେ ୫୯୫ ଆକ୍ରାନ୍ତ; ମୋଟ ସଂଖ୍ୟା ୧୩,୧୨୧କୁ ବୃଦ୍ଧି
ଭୁବନେଶ୍ୱର,୧୨।୭(ବ୍ୟୁରୋ): ରାଜ୍ୟରେ ରବିବାର ୫୯୫ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରୁ ୩୯୪ କ୍ୱାରାଣ୍ଟାଇନ୍ କେସ୍ ଥିବା ବେଳେ ୨୦୧ ଲୋକାଲ କେସ୍ ରହିଛି।...

ନନ୍ଦାହାଣ୍ଡିରେ ପୁଣି ଝାଡ଼ାବାନ୍ତି, ୮ ଆକ୍ରାନ୍ତ
ନନ୍ଦାହାଣ୍ଡି,୮।୧୦,(ଡି.ଏନ.ଏ.): ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକକୁ ପୁଣି ଫେରିଲା ଝାଡ଼ାବାନ୍ତି। ବି.ମାଳିଗୁଡ଼ା ଗ୍ରାମର ୮ଜଣ ଆକ୍ରାନ୍ତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଶୁକ୍ରବାର...

ଦୁଗ୍ଧ ଲିଟର ପିଛା ୩୦ଟଙ୍କା ଦାବି କଲା ଦୁଗ୍ଧ ଚାଷୀ ମହାସଂଘ
ଭୁବନେଶ୍ୱର,୨୬।୫(ବ୍ୟୁରୋ)- ଚାଷୀଙ୍କୁ ଦୁଗ୍ଧ ଲିଟର ପିଛା ୩୦ଟଙ୍କା ଦେବାକୁ ଦାବି କରିଛି ଦୁଗ୍ଧ ଚାଷୀ ମହାସଂଘ। ଗତ ୪ ଦିନ ତଳେ ଅମୁଲ୍ କମ୍ପାନୀ ଲିଟର...

କଟକରେ ରାଜ୍ୟର ସର୍ବାଧିକ ସକ୍ରିୟ ଆକ୍ରାନ୍ତ
କଟକ ଅଫିସ,୧୩।୬- କଟକ ଜିଲାରେ ରାଜ୍ୟର ସର୍ବାଧିକ ସକ୍ରିୟ କରୋନା ଆକ୍ରାନ୍ତ ଅଛନ୍ତି। କଟକ ଜିଲାରେ ମୋଟ ୩୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ...

ତଦନ୍ତରେ ସୀମିତ ନ୍ୟାୟିକ କମିଶନ
ଭୁବନେଶ୍ୱର,୧୬।୭(ବ୍ୟୁରୋ) ଗଣ୍ଡଗୋଳ, ବଳାତ୍କାର, ପୋଲିସ ଗୁଳିକାଣ୍ଡ, ଦଳାଚକଟା ଭଳି ଅନେକ ଘଟଣାକୁ ଶାନ୍ତ କରିବାକୁ ରାଜ୍ୟ ସରକାର ବିିଭିନ୍ନ ସମୟରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ...

ପର୍ଯ୍ୟଟକଙ୍କ ସେବାରେ ଲାଗୁନି ପାନ୍ଥଶାଳା
ସାକ୍ଷୀଗୋପାଳ,୭।୨(ଡି.ଏନ୍.ଏ.): ରାଜ୍ୟ ପର୍ଯ୍ୟଟନ ବିଭାଗ ଅନୁଦାନରେ ସାକ୍ଷୀଗୋପାଳ ମନ୍ଦିର ନିକଟରେ ନିର୍ମିତ ପାନ୍ଥଶାଳା ପର୍ଯ୍ୟଟକଙ୍କ ସେବାରେ ଲାଗୁ ନ ଥିବା ଅଭିଯୋଗ ହୋଇଛି। ଫଳରେ ଦୂରଦୂରାନ୍ତରୁ...

ନୂଆଖାଇ ପାଳନ ବେଳେ ବଚସା: ବନ୍ଧୁଙ୍କୁ ହତ୍ୟା କଲେ ଦୁଇ ସାଙ୍ଗ
କୋଟଗଡ଼,୧୨।୯(ଡି.ଏନ୍.ଏ.): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ବେନାରବାହାଲ ଗ୍ରାମରେ ବୁଧବାର ନୂଆଖାଇ ପର୍ବ ପାଳନ ବେଳେ କୌଣସି କାରଣକୁ ନେଇ ତିନି ବନ୍ଧୁଙ୍କ ମଧ୍ୟରେ ବଚସା...