୮ରୁ ବର୍ଷା ସମ୍ଭାବନା

ଭୁବନେଶ୍ୱର,୪ା୧୧(ବ୍ୟୁରୋ) : ରାଜ୍ୟରେ ପୁଣି ହୋଇପାରେ ବର୍ଷା। ଉତ୍ତର ଆଣ୍ଡାମାନ ସାଗର ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ବୋଲି ପୂର୍ବାନୁମାନ କରାଯାଉଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। କ୍ରମେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି ପରବର୍ତ୍ତୀ ୨-୩ ଦିନ ମଧ୍ୟରେ ଡିପ୍ରେଶନ୍‌ରେ ପରିଣତ ହେବ। ଆସନ୍ତା ୬ କିମ୍ବା ୭ ତାରିଖ ବେଳକୁ ଆକାଶ ମେଘାଚ୍ଛନ୍ନ ରହିବ । ସେହିପରି ୮ କିମ୍ବା ୯ ତାରିଖ ବେଳକୁ ବର୍ଷା ଓ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ପରିମାଣ ବଢ଼ିବାର ସମ୍ଭାବନା ରହିଛି। ଏହାସହ ଉପକୂଳ ଓଡ଼ିଶାରେ ଘଣ୍ଟାପ୍ରତି ପ୍ରାୟ ୫୦ କିମି ବେଗରେ ପବନ ବହିବ ବୋଲି ପୂର୍ବାନୁମାନ କରାଯାଉଛି। ସେପଟେ ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଯଦି ଠିକ୍‌ ହୁଏ ତାହେଲେ ଡିପ୍‌ ଡିପ୍ରେଶନ୍‌ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ। ଇଣ୍ଡିଆନ୍‌ ନ୍ୟାଶନାଲ୍‌ ସେଣ୍ଟର ଫର୍‌ ଓସେନ୍‌ ଇନଫରମେଶନ୍‌ ସର୍ଭିସ୍‌ ପକ୍ଷରୁ ଜାରି ହୋଇଥିବା ଏକ ଚିତ୍ରରେ ସମ୍ଭାବ୍ୟ ବାତ୍ୟା ନଭେମ୍ବର ୧୦ କିମ୍ବା ୧୧ ବେଳକୁ ଜଗତ୍‌ସିଂହପୁରରୁ କେନ୍ଦ୍ରାପଡ଼ା ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ବୋଲି ଆକଳନ କରାଯାଉଛି। ସମ୍ଭାବ୍ୟ ବାତ୍ୟା ନେଇ ଏଯାଏ ପାଣିପାଗ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନ ଥିଲେ ମଧ୍ୟ ଆସନ୍ତା ସପ୍ତାହ ଶେଷ ଭାଗରେ ବର୍ଷା ସମ୍ଭାବନା ଥିବା କୁହାଯାଇଛି। ଏପଟେ ସମ୍ଭାବ୍ୟ ବାତ୍ୟା ଓ ବର୍ଷା ଖବର ଶୁଣିବା ପରେ ଚାଷୀମାନେ ଚିନ୍ତାରେ ପଡ଼ିଲେଣି। କାରଣ ଏବେ ଧାନ ଅମଳର ସମୟ ଥିବାବେଳେ ବର୍ଷା ଭୟରେ କିଛି ସ୍ଥାନରେ ତରବରିଆ ଭାବେ ଚାଷୀ ବିଲରୁ ଧାନ କାଟି ନେଉଛନ୍ତି। ସେପଟେ କୃଷି ବିଭାଗ କହିଛି ପାଣିପାଗ ବିଭାଗର ସୂଚନା ଆଧାରରେ ଆଡ୍‌ଭାଇଜରି ଜାରି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ ପୂର୍ବରୁ ‘ରାମାୟଣ’ର ଧମାକା: ଆଡଭାନ୍ସ ବୁକିଂରେ…

ବଲିଉଡ୍‌ର ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ: ପାର୍ଟ ୧’କୁ ନେଇ ଦର୍ଶକଙ୍କ ମଧ୍ୟରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳୁଛି। ରଣବୀର କପୁର, ସାଇ ପଲ୍ଲବୀ ଓ ୟଶଙ୍କ…

ରାହୁଙ୍କ ନକ୍ଷତ୍ରରେ ସୂର୍ଯ୍ୟଙ୍କ ଚଳନ: ୬ ନଭେମ୍ୱର ଯାଏଁ ୫ ରାଶିଙ୍କୁ ପ୍ରଚୁର ଧନଲାଭ, ଭାଗ୍ୟରେ ଲାଗିଲା ଚାରଚାନ୍ଦ…

ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଗ୍ରହମାନଙ୍କର ରାଜା ବୋଲି ବିବେଚନା କରାଯାଏ। ସୂର୍ଯ୍ୟଙ୍କ ଚଳନ ବା ଗୋଚର ବ୍ୟକ୍ତିଙ୍କ ଆତ୍ମବିଶ୍ୱାସ, ମାନ-ସମ୍ମାନ, କ୍ୟାରିୟର ଏବଂ କାର୍ଯ୍ୟକ୍ଷମତା ସହିତ ଜଡ଼ିତ।…

ଗୋଟିଏ ୱିକେଟ ନେଇ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି ଅର୍ଶଦୀପ ସିଂହ, ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରେ କଲେ ଏମିତି

ନୂଆଦିଲ୍ଲୀ,୨୮।୧୦: ମଙ୍ଗଳବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତୃତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଗୋଟିଏ ୱିକେଟ ନେଇ ଭାରତୀୟ ଦ୍ରୁତ ବୋଲର ଅର୍ଶଦୀପ ସିଂହ ଇତିହାସ ପୃଷ୍ଠାରେ ନିଜ ନାମ…

ବାତ୍ୟା ‘ଅର୍ଣ୍ଣବ’କୁ ନେଇ ପ୍ରଶାସନିକ ତତ୍ପରତା

କୋରାପୁଟ, ୨୮।୧୦ (ଅମିତାଭ ବେହେରା): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି କୋରାପୁଟ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଓ ତଦାରଖ ଜାରି ରହିଛି। ଜିଲାର…

କୋରାପୁଟରେ ୮୫୪.୩ ମିମି ବର୍ଷା

କୋରାପୁଟ, ୨୮/୧୦ (ଅମିତାଭ ବେହେରା): ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ବର୍ଷା ଜାରି ରହିଛି। ଗତକାଲି ସକାଳ ୮ଟାରୁ ବୁଧବାର ସକାଳ ୮ଟା ପର୍ଯ୍ୟନ୍ତ ଜିଲ୍ଲାର ୧୪ଟି…

ଗଞ୍ଜାମରେ ତାଣ୍ଡବ ରଚିଲା ବାତ୍ୟା ଅର୍ଣ୍ଣବ, ଭାଙ୍ଗିଲା ଇଲେକ୍ଟ୍ରି ଖୁଣ୍ଟ ସହ ବଡ଼ବଡ଼…

ଗଞ୍ଜାମ,୨୮ା୧୦(ବିଦ୍ୟାଧର ସାହୁ): ସାମୁଦ୍ରିକ ଝଡ଼ ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମ ସହର ବଡ଼ ବଜାର ଠାରେ ଗତ ଅଗଷ୍ଟ ୩୧ରେ ଉଦ୍‌ଘାଟନ ହୋଇଥିବା ବିଦ୍ୟୁତ୍‌ ଖୁଣ୍ଟ ବୁଧବାର ପଡ଼ି…

ଭାରତୀୟ ରେଳବାଇର ବଡ଼ ଘୋଷଣା; ଏଣିକି ଟ୍ରେନରେ କରିପାରିବେନି ମୋବାଇଲ ଚାର୍ଜ, ଲାଗିଲା କଟକଣା

ନୂଆଦିଲ୍ଲୀ,୨୮।୧୦: ଯଦି ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏବେ ଯାତ୍ରା କରିବା ସମୟରେ ରାତି ହେବା ପୂର୍ୱରୁ ହିଁ…

ବାତ୍ୟା ଅର୍ଣ୍ଣବ ପ୍ରଭାବ: ଲଗାଣ ବର୍ଷାରେ ମାଟି କାନ୍ଥ ଭୁଶୁଡ଼ି ଫାଟିଲା ମହିଳାଙ୍କ ମୁଣ୍ଡ

ଖୋର୍ଦ୍ଧା,୨୮ା୧୦(ପ୍ରଭାତ ପାଣିଗ୍ରାହୀ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଦୁଇଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ଗରିବ ପରିବାରଙ୍କ ପାଇଁ ବିପଦ ଡାକି ଆଣିଛି। ବର୍ଷାରେ ମାଟି କାନ୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?