୭ ମାସ ହେବ ଆଉ ଶୁଣାଯାଉନି ଭୁଟୁଭୁଟି ଶବ୍ଦ :ପୁରାତନ ଡଙ୍ଗାଘାଟ ଆଜି ଅଲୋଡ଼ା

ଆନନ୍ଦପୁର, ୨୨।୧୦(ସନ୍ତୋଷ ରାଉତ)-କେନ୍ଦୁଝର ଜିଲା ଆନନ୍ଦପୁର ଦେଇ ପ୍ରବାହିତ ବୈତରଣୀ ନଦୀରେ ବହୁ ପୁରାତନ ଡଙ୍ଗା ଘାଟ ଗତ ମାର୍ଚ୍ଚ ମାସରୁ ବନ୍ଦ ହୋଇଯାଇଛି। ପୂର୍ବରୁ ଘାଟ ନିଲାମ ନେଉଥିବା ବ୍ୟକ୍ତି ଏକ ଭଟୁଭୁଟି ଡଙ୍ଗା ଚଳାଉଥିଲେ। ଏବର୍ଷ ଘାଟକୁ କେହି ନିଲାମ ନ ଧରିବାରୁ ସେଠାରେ ନା ଶୁଭୁଛି ଭୁଟୁଭୁଟି ଶବ୍ଦ ନା ଯାତ୍ରୀଙ୍କ କୋଳାହଳ।
ଏହି ଘାଟଠାରୁ ପ୍ରାୟ ଦେଢ କି.ମି. ଦୂର ଆନନ୍ଦପୁର ବ୍ରିଜଛକ ନିକଟରେ ୧୯୮୫ରେ ସେତୁ ନିର୍ମିତ ହେବା ପରଠାରୁ ସ୍ଥିତି କ୍ରମେ ବଦଳି ଚାଲିଛି। ଘସିପୁରା ଏବଂ ଆନନ୍ଦପୁରବାସୀ ସଡକ ପଥରେ ଯାତାୟାତ କରୁଥିଲେ ବି ସ୍ବଳ୍ପ ଦୂରତା ଯୋଗୁ ଅନେକେ ଉକ୍ତ ଘାଟରେ ପଡିଥିବା ଭୁଟୁଭୁଟିରେ ନଦୀ ପାର ହୋଇ ଯାତାୟାତ କରୁଥିଲେ। ବର୍ତ୍ତମାନ ଉକ୍ତ ଘାଟଠାରୁ ୬୦୦ ମିଟର ଦୂରରେ ବୈତରଣୀ ବ୍ୟାରେଜ ସେତୁ ନିର୍ମାଣ ହେବା ଯୋଗୁ ଘାଟରେ ଯାତାୟାତ ଅଧିକ ପ୍ରଭାବିତ ହୋଇଛି। ପ୍ରଶାସନ ଅତୀତର ସ୍ମାରକୀ ଭାବେ ପୁରୁଣା ଘାଟର ସୁରକ୍ଷା ଲାଗି କୌଣସି ପଦକ୍ଷେପ ନେବା ପରିବର୍ତ୍ତେ କ୍ରମେ ଅଲୋଡା ହୋଇ ଯାଉଥବା ଘାଟର ନିଲାମ ମୂଲ୍ୟ ବଢାଇବା ବିସ୍ମୟର କାରଣ ହୋଇଛି। ଏହି କାରଣରୁ ଚଳିତବର୍ଷ ଘାଟକୁ କେହି ନିଲାମ ନ ଧରିବାରୁ ଏହା ୭ ମାସ ହେଲା ବନ୍ଦ ହୋଇ ପଡିଛି।
ଉଲ୍ଳେଖନୀୟ ଯେ, ବୈତରଣୀ ବାମପଟେ ଆନନ୍ଦପୁର ସହର ଏବଂ ଡାହାଣପଟେ ଘସିପୁରା ଅଞ୍ଚଳ ରହିଛି। ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୧୫୦ ମିଟର ଦୂରରେ ନଦୀଘାଟ ଥିବା ବେଳେ ଘସିିପୁରା ପଟେ ଯାତ୍ରୀଙ୍କ ଆଶ୍ରୟ ଲାଗି ବରଗଛ ମୂଳେ ପିଣ୍ଡି ସାଙ୍ଗକୁ ଟିକେଟ କାଉଣ୍ଟର ଘର ରହିଛି। ଉଭୟ ପାର୍ଶ୍ୱରେ ଡଙ୍ଗା ଲାଗିବା ସକାଶେ ସିମେଣ୍ଟ ନିର୍ମିତ ଘାଟ ନିର୍ମାଣ କରାଯାଇଛି। ନଦୀର ଡାହାଣପାର୍ଶ୍ୱରେ ଖପରାଖାଇ ୧ ନଂ ବସ୍‌ଷ୍ଟାଣ୍ଡ ଏବଂ ବାମପାର୍ଶ୍ୱରେ ଫକୀରମୋହନ ବସଷ୍ଟାଣ୍ଡକୁ ଏହି ଘାଟ ସିଧାସଳଖ ସଂଯୋଗ କରୁଥିବାରୁ ଏକଦା ଏହାର ଗୁରୁତ୍ୱ ରହିଥିଲା। ସମ୍ପ୍ରତି ଉକ୍ତ ଘାଟର ସ୍ଥିତିକୁ ନ ପରଖି ସ୍ଥାନୀୟ ପୌର ସଂସ୍ଥା ୨୦୧୯-୨୦ ବର୍ଷ ସକାଶେ ଏହାର ନିଲାମ ମୂଲ୍ୟ ୩ ଲକ୍ଷ ୬୮ ହଜାର ଟଙ୍କା ନିର୍ଦ୍ଧାରଣ କରିଥିଲା। ଚଢା ମୂଲ୍ୟ ଦେଇ କ୍ଷତିରେ ପଡିବା ଭୟ କରି କେହି ନିଲାମ ଡାକିବାକୁ ସାହସ କରି ନ ଥିଲେ। ଏ ସମ୍ପର୍କରେ ଆନନ୍ଦପୁର ଅଞ୍ଚଳର ବରିଷ୍ଠ ନାଗରିକ ରଘୁନାଥ ପଣ୍ଡିତ, ବୈକୁଣ୍ଠ ନାଥ ଜେନା, ସାମାଜିକକର୍ମୀ ବୁଲୁ ପଟ୍ଟନାୟକ ପ୍ରମୁଖ କହିଛନ୍ତି, ଏହି ପୁରାତନ ଘାଟକୁ ସ୍ମାରକୀ ଭାବେ ସୁରକ୍ଷିତ ରଖାଯିବା ଦରକାର। ପୌର ପରିଷଦ ନିଲାମ ମୂଲ୍ୟ ହ୍ରାସ କରି ଏହାକୁ କାର୍ଯ୍ୟକାରୀ କରିବା ଲାଗି ପଦକ୍ଷେପ ନେବା ଉଚିତ। ଏ ସମ୍ପର୍କରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ହିତାଂଶୁ ଶେଖର ସାମଲଙ୍କୁ ପଚାରିବାରୁ କହିଛନ୍ତି, ଧାର୍ଯ୍ୟ ମୂଲ୍ୟ କିମ୍ବା ତା’ଠାରୁ ୧୦ ପ୍ରତିଶତ ଅଧିକରେ ଘାଟ ନିଲାମ କରିବା ନିୟମ ରହିଛି। ତେବେ ପରିବର୍ତ୍ତିତ ସ୍ଥିତିକୁ ପ୍ରଶାସନ ଅନୁଧ୍ୟାନ କରି ଦେଖିବ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରକୁ ପର୍ଯ୍ୟଟନ ହବ୍‌ରେ ପରିଣତ କରିବା ପାଇଁ ଉପମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଥୁଆମୂଳ ରାମପୁର,୨୩ା୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ବିଭିନ୍ନ ପର୍ଯ୍ୟଟନସ୍ଥଳୀର ସୌନ୍ଦର୍ଯ୍ୟକରଣ, ଭିତ୍ତିଭୂମିର ଉନ୍ନତି ଓ ସାମଗ୍ରିକ ବିକାଶ ପାଇଁ…

ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ନେଇ ପ୍ରତିବାଦ, ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରୀଛାତ୍ର ଏକାଠି ହୋଇ…

କେସିଙ୍ଗା,୨୩ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ କେସିଙ୍ଗା ୟୁଥ ଆସୋସିଏଶନର ସଭାପତି ଶମ୍ଭୁ ବିଶିଙ୍କ ନେତୃତ୍ୱରେ ନିଟ୍‌ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ନେଇ ୪ଦଫା ଦାବିପତ୍ର,…

ବିଲ ଭିତରକୁ ଓଲଟିଲା ବସ୍‌, ଭିତରେ ଥିଲେ ୫୦ ଯାତ୍ରୀ, ଆର୍ତ୍ତ ଚିତ୍କାର ଶୁଣି…

ନବରଙ୍ଗପୁର,୨୩ା୭(ସଦାଶିବ ପ୍ରହରାଜ): ୫୦ ଯାତ୍ରୀ ଥିବା ଏକ ବସ୍‌ ଗୁରୁବାର ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ବିଲ ମଧ୍ୟକୁ ଓଲଟି ପଡ଼ିଛି। ଫଳରେ ୧୫ରୁ ଅଧିକ ଯାତ୍ରୀ…

ସରକାରୀ ଔଷଧ ଗୋଦାମ ପାର୍ଶ୍ଵରେ ପଡ଼ିଛି କୁଢ଼ କୁଢ଼ ଔଷଧ, ଏକ୍ସପାୟାରି…

ମୋହନା,୨୩।୭(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଗୋଦାମ ଗୃହ ପାର୍ଶ୍ୱରେ ଥିବା ସରକାରୀ ପରିତ୍ୟକ୍ତ ଘର ଓ ବାହାରେ କୁଢ଼ କୁଢ଼ ଔଷଧ…

ଘରୁ ବଡ଼ ଧରଣର ଲୁଟ୍, ଶୋଇଥିବା ବେଳେ ଲୁଟିନେଲେ ୨୦ଲକ୍ଷ….

ଖଇରା,୨୩।୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ କୁରୁଣ୍ଟା ପଞ୍ଚାୟତ ଅଧୀନ ବାରିଙ୍ଗିଆ ଗ୍ରାମରେ ବଡ଼ ଧରଣର ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି ।…

ସରପଞ୍ଚ-ସମିତିସଭ୍ୟଙ୍କ ତୁ ତୁ ମେ ମେ, ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ

ରିଷିଡ଼ା,୨୩ା୭(ସୁଶାନ୍ତ ମଲ୍ଲିକ): ରାସ୍ତା କାମ କରିବା ପାଇଁ ଜନପ୍ରତିନିଧି ସରପଞ୍ଚ ଓ ସମିତିସଭ୍ୟଙ୍କ ଭିତରେ ତୁ ତୁ ମେ ମେ ଯୋଗୁ ଦେଢ଼ମାସ ହେଲା ରାସ୍ତା କାମ…

ଆଜି ବରଗଡ଼ରେ ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ: ତା’ ପୂର୍ବରୁ ଚାଷୀନେତାଙ୍କୁ ଉଠାଇ ନେଲା ପୋଲିସ

ବରଗଡ଼,୨୩।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଗସ୍ତରେ ଗୁରୁବାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସୁଛନ୍ତି । ଜିଲାର ଅତାବିରା ବ୍ଲକ ଅନ୍ତର୍ଗତ…

ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିରରେ ଦର୍ଶନ, ବାହୁଡ଼ା-ସୁନାବେଶ ପାଇଁ ଜାଣି ରଖନ୍ତୁ ଟ୍ରାଫିକ୍‌ କଟକଣା…

ପୁରୀ,୨୩ା୭(ଅଜିତ୍‌ କୁମାର ମହାନ୍ତି): ଗୁରୁବାର ଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ଦର୍ଶନ। ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ଲାଗିରହିଛି।। ସନ୍ଧ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri