୭ ଦିନରେ ଆମରଣ ଅନଶନ: ଅସୁସ୍ଥ ହେବାରେ ଲାଗିଛନ୍ତି କର୍ମଚାରୀ

କାଳିଆପାଣି,୧୦ା୧୦(ଡି.ଏନ୍‌.ଏ.): ସୁକିନ୍ଦା ଟାଟା ଖଣି ମୁଖ୍ୟ ଫାଟକ ସମ୍ମୁଖରେ କାର୍ଯ୍ୟରତ କର୍ମଚାରୀ ଏବଂ ଛଟେଇ ଶ୍ରମିକଙ୍କ ଅନଶନ ବୁଧବାର ୭ମ ଦିନରେ ପହଞ୍ଚତ୍ଛି। ଗାନ୍ଧୀ ଜୟନ୍ତୀଠାରୁ ଆରମ୍ଭ ହୋଇଥିବା ଅନଶନରେ ଇତିମଧ୍ୟରେ ୪ ଜଣ ଅସୁସ୍ଥ ହୋଇ ଟାଟା ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛନ୍ତି। ହେଲେ ଠିକାସଂସ୍ଥା କର୍ମଚାରୀ କି କାରଖାନା କର୍ତ୍ତୃପକ୍ଷ ଧାରଣାସ୍ଥଳକୁ ନ ଆସିବା ନେଇ ଅସନ୍ତୋଷ ବଢିବାରେ ଲାଗିଛି। ଏ ନେଇ ଆଗାମୀ ଦିନରେ ଅନଶନକାରୀମାନେ ଆସିଷ୍ଟାଣ୍ଟ ଲେବର କମିଶନ (ଏଏଲ୍‌ସି)ଙ୍କ ସହ ଆଳୋଚନା କରି ସମାଧାନ କରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି ।
ଦୀର୍ଘ ୩୫ ବର୍ଷ ହେବ କମ୍ପାନୀରେ ଶ୍ରମିକମାନେ ଠିକାସଂସ୍ଥା ଅଧୀନରେ କାର୍ଯ୍ୟ କରିଆସୁଥିଲେ। କିନ୍ତୁ ଗତମାସରୁ ସଂସ୍ଥା ପକ୍ଷରୁ ଲୁକ୍‌ଆଉଟ ନୋଟିସ ଜାରି କରାଯାଇଛି। ଏକ ମାସ ହେବ କର୍ମଚାରୀଙ୍କର ବକେୟା ପ୍ରାପ୍ୟ କମ୍ପାନୀ ଦେଇ ନ ଥିବା ବେଳେ ସରକାରୀ ନିୟମ ମୁତବାକ ୪୫ ଦିନର ଫାଇନାଲ ନେବାକୁ କର୍ମଚାରୀମାନେ କମ୍ପାନୀ ନିକଟରେ ଦାବି କରିଛନ୍ତି ା ହେଲେ ନିୟମକୁ ବେଖାତିର କରି ନିଜ ଇଚ୍ଛାମୁତାବକ କର୍ମଚାରୀଙ୍କୁ ବର୍ଷକୁ ୧୫ ଦିନର ଅର୍ଥ ଦେବାକୁ କମ୍ପାନୀ ପକ୍ଷରୁ କୁହାଯାଇଥିଲା। ଏହାକୁ ନେଇ ଶ୍ରମିକମାନେ ଧାରଣା ଦେଇଥିଲେ। ଏହାପରେ ଗତ ୬ ତାରିଖରେ ଠିକାଦାରଙ୍କ ରହିଥିବା କିଛି ବକେୟା ପାଉଣାକୁ ରିଲିଜ କରି ବାକିଥିବା ଅଗଷ୍ଟ ମାସ ଦରମା ଦେଇଦେଇଥିବା ଜଣାପଡ଼ିଛି। କିନ୍ତୁ ଫାଇନାଲ ବିଲ୍‌ ପ୍ରଦାନକୁ ନେଇ କର୍ମଚାରୀମାନେ ଧାରଣା ଜାରି ରଖିଛନ୍ତି। ଅଟୋୱାଲ କମ୍ପାନୀ ସମାଧାନ ସୂତ୍ର ବାହାର କରିବା ବଦଳରେ ଦିନ ଗଡାଇବାରେ ଲାଗିଛି। ଫଳରେ କର୍ମଚାରୀମାନେ ଧାରଣାରେ ବସି ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହେଉଛନ୍ତି। ଗତ ସୋମବାର ବିଜୟ କୁମାର ଚହ୍ବାନ, ସୁନାରାମ ହେମ୍ବ୍ରମ ଓ ମଙ୍ଗଳବାର ଗୌତମ ବିଶ୍ୱାସ, ସମ୍ଭୁନାଥ ମହାନ୍ତ ପ୍ରମୁଖ ୪ ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି। ପବିତ୍ର ମହାନ୍ତ, ଅଜିତ ସିଂ, କୁନାଲ ରାଉତ, ଅଜୟ ନାୟକ, ମନୋରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କର୍ମଚାରୀମାନେ ଧାରଣାରେ ବସିଥିବାବେଳେ ଏ ନେଇ ଟାଟା କମ୍ପାନୀ କର୍ପୋରେଟ କମ୍ୟୁନିକେଶନ ମୁଖ୍ୟ କୁଲଭିନ ସୋରୀଙ୍କ ପକ୍ଷରୁ ଏକ ଲିଖିତ ସ୍ପଷ୍ଟୀକରଣ କରାଯାଇଛ, ଯେଉଁଥିରେ ଟାଟା କମ୍ପାନୀରେ ଅଟ୍‌ୱାଲ ଠିକା ସଂସ୍ଥାଭାବେ କାର୍ଯ୍ୟ କରୁଥିବାବେଳ ଠିକାସଂସ୍ଥା ପାଇବାକୁ ଥିବା ସମସ୍ତ ବିଲ୍‌ ରିଲିଜ କରାଯାଇଛି। ହେଲେ ସଂସ୍ଥାର କାର୍ଯ୍ୟ ଅବଧି ୨୦୨୦ ମାର୍ଚ୍ଚ ୩୧ ତାରିଖରେ ସରିବାକୁ ରହିଛି। କିନ୍ତୁ ଠିକାଦାର ବନ୍ଦ ନୋଟିସ ଦେଇ ଉତ୍ତୋଳନ କାମ ବନ୍ଦ କରିଦେବାରୁ କମ୍ପାନୀର ଉତ୍ତୋଳନ ପ୍ରଭାବିତ ହୋଇଛି। ଅପରପକ୍ଷେ କମ୍ପାନୀ ନିକଟରେ ରହିଥିବା କିଛି ଅର୍ଥ ସେମାନଙ୍କର ଫାଇନାଲରେ ପାଇବାକୁ ଥିବା ଅର୍ଥ ପାଇଁ ପର୍ଯ୍ୟାପ୍ତ ହେଉନି। ଏ ବାବଦରେ ଆଞ୍ଚଳିକ ଶ୍ରମ ଅଧିକାରୀ ଭୁବନେଶ୍ୱର ଓ ଯାଜପୁର ଜିଲାପାଳଙ୍କୁ ଅବଗତ କରିଛୁ। ତୁରନ୍ତ ସମାଧାନ ବାହାର କରି କର୍ମଚାରୀଙ୍କ ପ୍ରାପ୍ୟ ପ୍ରଦାନ କରିବାକୁ ସହଯୋଗ କରିବେ ବୋଲି ଆଶା ରଖିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri