୭ କ୍ରଶର ଉପରେ ଚଢ଼ାଉ

ସଜନାଗଡ଼, ୧୯।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ପ୍ରଶାସନ ପକ୍ଷରୁ ଶୁକ୍ରବାର ମିତ୍ରପୁର ଅଞ୍ଚଳରେ ଥିବା ୭ଟି ପଥର କ୍ରଶର ଉପରେ ଚଢ଼ାଉ କରାଯାଇଛି। ନୀଳଗିରି ଉପ-ଜିଲାପାଳ ହରିଶ୍‌ ଚନ୍ଦ୍ର ଜେନା, ତହସିଲଦାର ସୁଶ୍ରୀତା ଟୁଡୁ, ଅତିରିକ୍ତ ତହସିଲଦାର ରାକେଶ କୁମାର ପଣ୍ଡା, ପ୍ରଦୂଷଣ ବିଭାଗର ଅଧିକାରୀ ସମେତ ମିତ୍ରପୁର ଆର୍‌ଆଇ, ମିତ୍ରପୁରସ୍ଥିତ ଶାନ୍ତନୁ କ୍ରସର, ଚଣ୍ଡି କ୍ରସର, କାଠଗୋଚ୍ଛିରେ ଥିବା ୩ଟି କ୍ରଶର ଏବଂ ମଛୁଆରେ ଥିବା ୨ଟି କ୍ରଶର ଉପରେ ଚଢ଼ାଉ କରି ସମସ୍ତ କ୍ରସରଗୁଡ଼ିକର ପ୍ରଦୂଷଣ, ଷ୍ଟକ୍‌ ରେଜିଷ୍ଟ୍ରାର, କ୍ରସର ଅବସ୍ଥିତ ଏବଂ ଗଚ୍ଛିତ କଞ୍ଚାମାଲ୍‌ର ରେଜିଷ୍ଟରକୁ ତଦନ୍ତ କରିଛନ୍ତି। ଏମାନଙ୍କ ବିରୋଧରେ ପ୍ରଶାସନ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି। ଆସନ୍ତା ସୋମବାର ସମସ୍ତ କାଗଜପତ୍ର ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯଦି କୌଣସି କାଗଜପତ୍ରରେ ତ୍ରୁଟି ରହିଥାଏ ତେବେ ପ୍ରଶାସନ ପକ୍ଷରୁ ଜରିମାନା ଆଦାୟ କରାଯିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

ବିପଦ ସଂକେତ ଟପିଲା କାଂଶବାଂଶ: ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ

ସିମୁଳିଆ,୨୬।୯(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ-ଖଇରା ଏବଂ ସୋର ବ୍ଲକ ମଧ୍ୟରେ ପ୍ରବାହିତ କାଂଶବାଂଶ ନଦୀର ଜଳ ପତ୍ତନ ଶନିବାର ହଠାତ୍‌ ବଢ଼ିବାରେ ଲାଗିଛି। ଫଳରେ ଚତୁର୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?