୭୫.୮୫ ଲକ୍ଷରେ ନିଲାମ ହେଲା ଦୀପ ଦୋକାନ

ଜଗତ୍‌ସିଂହପୁର ଅଫିସ, ୫ା୩: ଜଗତ୍‌ସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳା ମନ୍ଦିର ପରିସରରେ ଥିବା ଜୋତା ଷ୍ଟାଣ୍ଡ, ପାର୍କିଂ, ଭୋଗ, ଦୀପ ଓ ପୂଜା ସାମଗ୍ରୀ ଦୋକାନ ପାଇଁ ପ୍ରତିବର୍ଷ ନିଲାମ ହୁଏ। ଏହି ଅନୁଯାୟୀ ଚଳିତବର୍ଷ ପାଇଁ ବୁଧବାର ନିଲାମ ଅନୁଷ୍ଠିତ ହୋଇଥିଲା। ଏହି ନିଲାମରେ କେବଳ ଦୀପ ଓ ପୂଜା ସାମଗ୍ରୀ ଦୋକାନକୁ ଛାଡିଦେଲେ ଅବଶିଷ୍ଟ ଜୋତା, ଭୋଗ, ପାର୍କିଂ ଓ ଶୌଚାଳୟ ପାଇଁ ନିଲାମଧାରୀ ଚୂଡାନ୍ତ ହୋଇପାରି ନାହାନ୍ତି। ଦୀପ ଓ ପୂଜା ସାମଗ୍ରୀ ଦୋକାନ ପାଇଁ ୩ ଜଣ ଆବେଦନ କରିଥିବା ବେଳେ ତ୍ରିଲୋଚନ ରାଉଳ ୭୫,୮୫,୫୫୦ ଟଙ୍କାରେ ନିଲାମ ହାତେଇବାକୁ ସକ୍ଷମ ହୋଇଛନ୍ତି। କିନ୍ତୁ ଭୋଗ ଦୋକାନ ପାଇଁ କେବଳ ଚନ୍ଦନ କୁମାର ପଣ୍ଡା ଆବେଦନ କରିଥିଲେ। ସେ ପାଖାପାଖି ୮୦,୫୩,୩୦୩ ଟଙ୍କାରେ ନିଲାମ ନେବାକୁ ଚାହିଁଥିବାରୁ ତାଙ୍କୁ ନିଲାମ ଦିଆଯିବ କି ନାହିଁ ତାହା ଚୂଡାନ୍ତ ହୋଇପାରିନାହିଁ। ଏ ସମ୍ପର୍କରେ ନିଷ୍ପତ୍ତି ଜିଲାପାଳ ତଥା ମନ୍ଦିର ମଧ୍ୟବର୍ତ୍ତିକାଳୀନ ଟ୍ରଷ୍ଟି ସଂଗ୍ରାମ କେଶରୀ ମହାପାତ୍ର ନେବେ ବୋଲି ମନ୍ଦିର ନିର୍ବାହୀ ଅଧିକାରୀ ସୌର୍ଯ୍ୟରଞ୍ଜନ ପରିଜା ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଜିଲାପାଳଙ୍କ ନିକଟକୁ ଫାଇଲ ଯିବ ଏବଂ ସେ ଏହା ଉପରେ ବିଚାର କରି ଯାହା ନିଷ୍ପତ୍ତି ନେବେ ତାହା କାର୍ଯ୍ୟକାରୀ କରାଯିବ। ଅନ୍ୟପଟେ ପାର୍କିଂ ଓ ଜୋତା ଷ୍ଟାଣ୍ଡ ପାଇଁ କେହି ଆବେଦନ କରିନାହାନ୍ତି। ଶୌଚାଳୟ ପାଇଁ ଜଣେ ଆବେଦନ କରିଥିଲେ ସୁଦ୍ଧା ଅସମ୍ପୂର୍ଣ୍ଣ ଫର୍ମ ଯୋଗୁ ତାହା ନାକଚ ହୋଇଯାଇଛି। ଏବେ ପାର୍କିଂ, ଜୋତା ଷ୍ଟାଣ୍ଡ ଓ ଶୌଚାଳୟ ନେଇ ପୁନଃ ନିଲାମ ହେବ କି ନାହିଁ ତା’ ଉପରେ ଜିଲାପାଳ ନିଷ୍ପତ୍ତି ନେବେ।
ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ ସକାଳ ୧୦ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଟେଣ୍ଡର ବାକ୍ସରେ ଫର୍ମ ପକାଇବାକୁ ସୁଯୋଗ ଦିଆଯାଇଥିଲା। ଏହି ଅନୁଯାୟୀ ଦୀପ ଓ ପୂଜା ସାମଗ୍ରୀ ଦୋକାନ ପାଇଁ ୩ ଜଣ ସ୍ଥିରୀକୃତ ଅମାନତ ରାଶି ୫୦ ହଜାର ଟଙ୍କା ଲେଖାଏ ମନ୍ଦିର ଆକାଉଣ୍ଟରେ ଜମା କରିଥିଲେ। ପରେ ୫୦୦ ଟଙ୍କା ଲେଖାଏ ଦେଇ ଫର୍ମ କିଣି ନିଲାମ ପକାଇଥିଲେ। ସେମାନଙ୍କ ମଧ୍ୟରୁ ତ୍ରିଲୋଚନଙ୍କ ନିଲାମ ରାଶି ସର୍ବାଧିକ ଥିବାରୁ ତାଙ୍କୁ ଏହି ଦୋକାନ ଦିଆଯିବାକୁ ନିଷ୍ପତ୍ତି ହୋଇଛି। ଏପ୍ରିଲ ୧ରୁ ସେ ଦୋକାନ ଖୋଲିବେ। କିନ୍ତୁ ୯ ତାରିଖ ସୁଦ୍ଧା ନିଲାମ ରାଶିର ୩୦% ଅର୍ଥାତ୍‌ ପାଖାପାଖି ୨୫ ଲକ୍ଷ ଟଙ୍କା ଜମା କରିବେ। ପରେ ୬ଟି କିସ୍ତିରେ ଅବଶିଷ୍ଟ ରାଶି ଜମା କରିବାକୁ ସର୍ତ୍ତ ରଖାଯାଇଛି। ଭୋଗ ଦୋକାନ ପାଇଁ ଏକକ ଟେଣ୍ଡର ହୋଇଥିବାରୁ ଅଡୁଆ ବଢିଯାଇଛି। ଏକକ ଟେଣ୍ଡରକୁ ଗ୍ରହଣ କରାଯିବ କି ନାହିଁ ତା’ ଉପରେ ଜିଲାପାଳ ଚୂଡାନ୍ତ ନିଷ୍ପତ୍ତି ନେବେ। ତାଙ୍କ ନିଲାମ ବାତିଲ ହୋଇଗଲେ ଆଉଥରେ ନିଲାମ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଜୋତା ଓ ପାର୍କିଂ ପାଇଁ କେହି ଆବେଦନ କରି ନ ଥିଲେ ସୁଦ୍ଧା ପୁଣିଥରେ ନିଲାମ ହେବ କି ନାହିଁ ତା’ଉପରେ କିଛି ନିଷ୍ପତ୍ତି ହୋଇପାରିନାହିଁ। କିନ୍ତୁ ଏହା ଉପରେ ନିଲାମ ନ ହେବା ଉଚିତ ବୋଲି ସ୍ଥାନୀୟ ଅଞ୍ଚଳର ଅନେକ ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି।
ସେମାନ କହିବା କଥା, ଗତବର୍ଷ ପାର୍କିଂ ଦାୟିତ୍ୱ ନେଇଥିବା ବ୍ୟକ୍ତି ଯାତ୍ରୀଙ୍କ ଉପରେ ଜୁଲାମ କରିବାରୁ ଅସନ୍ତୋଷ ତୀବ୍ର ହୋଇଥିଲା। ବାଇକ୍‌ ଓ ୪ ଚକିଆ ଯାନରୁ ଅର୍ଥ ଆଦାୟ ହୋଇପାରିବ ନାହିଁ ବୋଲି ସର୍ତ୍ତ ଥିଲେ ସୁଦ୍ଧା ନିଲାମଧାରୀ ଏହାକୁ ଅମାନ୍ୟ କରି ମନଇଚ୍ଛା ଆଦାୟ କରି ଚାଲିଥିଲେ। ପରିସ୍ଥିତି ବିଗିଡିଯିବାରୁ ଜିଲାପାଳ ହସ୍ତକ୍ଷେପ କରିଥିଲେ। ଶେଷରେ ନିଲାମଧାରୀ ପାର୍କିଂ ଦାୟିତ୍ୱରୁ ଓହରି ଯାଇଥିଲେ। ସେବେଠାରୁ ପାର୍କିଂ ଓ ଜୋତା ଷ୍ଟାଣ୍ଡ ଦାୟିତ୍ୱ ମନ୍ଦିର ପ୍ରଶାସନ ନେଇଛି। ଏହା ଲୋକଙ୍କ ମନରେ ଆଶ୍ୱସ୍ତି ଭାବ ସୃଷ୍ଟି କରିଛି। ନିଲାମ ବାକ୍ସରେ ଫର୍ମ ପକାଯିବା ପରେ ଅପରାହ୍ନରେ ଏହା ଖୋଲାଯାଇଥିଲା। ସୁରକ୍ଷା ପାଇଁ ପୋଲିସ ଫୋର୍ସ ବ୍ୟବସ୍ଥା କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri