୭୫.୮୫ ଲକ୍ଷରେ ନିଲାମ ହେଲା ଦୀପ ଦୋକାନ

ଜଗତ୍‌ସିଂହପୁର ଅଫିସ, ୫ା୩: ଜଗତ୍‌ସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳା ମନ୍ଦିର ପରିସରରେ ଥିବା ଜୋତା ଷ୍ଟାଣ୍ଡ, ପାର୍କିଂ, ଭୋଗ, ଦୀପ ଓ ପୂଜା ସାମଗ୍ରୀ ଦୋକାନ ପାଇଁ ପ୍ରତିବର୍ଷ ନିଲାମ ହୁଏ। ଏହି ଅନୁଯାୟୀ ଚଳିତବର୍ଷ ପାଇଁ ବୁଧବାର ନିଲାମ ଅନୁଷ୍ଠିତ ହୋଇଥିଲା। ଏହି ନିଲାମରେ କେବଳ ଦୀପ ଓ ପୂଜା ସାମଗ୍ରୀ ଦୋକାନକୁ ଛାଡିଦେଲେ ଅବଶିଷ୍ଟ ଜୋତା, ଭୋଗ, ପାର୍କିଂ ଓ ଶୌଚାଳୟ ପାଇଁ ନିଲାମଧାରୀ ଚୂଡାନ୍ତ ହୋଇପାରି ନାହାନ୍ତି। ଦୀପ ଓ ପୂଜା ସାମଗ୍ରୀ ଦୋକାନ ପାଇଁ ୩ ଜଣ ଆବେଦନ କରିଥିବା ବେଳେ ତ୍ରିଲୋଚନ ରାଉଳ ୭୫,୮୫,୫୫୦ ଟଙ୍କାରେ ନିଲାମ ହାତେଇବାକୁ ସକ୍ଷମ ହୋଇଛନ୍ତି। କିନ୍ତୁ ଭୋଗ ଦୋକାନ ପାଇଁ କେବଳ ଚନ୍ଦନ କୁମାର ପଣ୍ଡା ଆବେଦନ କରିଥିଲେ। ସେ ପାଖାପାଖି ୮୦,୫୩,୩୦୩ ଟଙ୍କାରେ ନିଲାମ ନେବାକୁ ଚାହିଁଥିବାରୁ ତାଙ୍କୁ ନିଲାମ ଦିଆଯିବ କି ନାହିଁ ତାହା ଚୂଡାନ୍ତ ହୋଇପାରିନାହିଁ। ଏ ସମ୍ପର୍କରେ ନିଷ୍ପତ୍ତି ଜିଲାପାଳ ତଥା ମନ୍ଦିର ମଧ୍ୟବର୍ତ୍ତିକାଳୀନ ଟ୍ରଷ୍ଟି ସଂଗ୍ରାମ କେଶରୀ ମହାପାତ୍ର ନେବେ ବୋଲି ମନ୍ଦିର ନିର୍ବାହୀ ଅଧିକାରୀ ସୌର୍ଯ୍ୟରଞ୍ଜନ ପରିଜା ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଜିଲାପାଳଙ୍କ ନିକଟକୁ ଫାଇଲ ଯିବ ଏବଂ ସେ ଏହା ଉପରେ ବିଚାର କରି ଯାହା ନିଷ୍ପତ୍ତି ନେବେ ତାହା କାର୍ଯ୍ୟକାରୀ କରାଯିବ। ଅନ୍ୟପଟେ ପାର୍କିଂ ଓ ଜୋତା ଷ୍ଟାଣ୍ଡ ପାଇଁ କେହି ଆବେଦନ କରିନାହାନ୍ତି। ଶୌଚାଳୟ ପାଇଁ ଜଣେ ଆବେଦନ କରିଥିଲେ ସୁଦ୍ଧା ଅସମ୍ପୂର୍ଣ୍ଣ ଫର୍ମ ଯୋଗୁ ତାହା ନାକଚ ହୋଇଯାଇଛି। ଏବେ ପାର୍କିଂ, ଜୋତା ଷ୍ଟାଣ୍ଡ ଓ ଶୌଚାଳୟ ନେଇ ପୁନଃ ନିଲାମ ହେବ କି ନାହିଁ ତା’ ଉପରେ ଜିଲାପାଳ ନିଷ୍ପତ୍ତି ନେବେ।
ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ ସକାଳ ୧୦ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଟେଣ୍ଡର ବାକ୍ସରେ ଫର୍ମ ପକାଇବାକୁ ସୁଯୋଗ ଦିଆଯାଇଥିଲା। ଏହି ଅନୁଯାୟୀ ଦୀପ ଓ ପୂଜା ସାମଗ୍ରୀ ଦୋକାନ ପାଇଁ ୩ ଜଣ ସ୍ଥିରୀକୃତ ଅମାନତ ରାଶି ୫୦ ହଜାର ଟଙ୍କା ଲେଖାଏ ମନ୍ଦିର ଆକାଉଣ୍ଟରେ ଜମା କରିଥିଲେ। ପରେ ୫୦୦ ଟଙ୍କା ଲେଖାଏ ଦେଇ ଫର୍ମ କିଣି ନିଲାମ ପକାଇଥିଲେ। ସେମାନଙ୍କ ମଧ୍ୟରୁ ତ୍ରିଲୋଚନଙ୍କ ନିଲାମ ରାଶି ସର୍ବାଧିକ ଥିବାରୁ ତାଙ୍କୁ ଏହି ଦୋକାନ ଦିଆଯିବାକୁ ନିଷ୍ପତ୍ତି ହୋଇଛି। ଏପ୍ରିଲ ୧ରୁ ସେ ଦୋକାନ ଖୋଲିବେ। କିନ୍ତୁ ୯ ତାରିଖ ସୁଦ୍ଧା ନିଲାମ ରାଶିର ୩୦% ଅର୍ଥାତ୍‌ ପାଖାପାଖି ୨୫ ଲକ୍ଷ ଟଙ୍କା ଜମା କରିବେ। ପରେ ୬ଟି କିସ୍ତିରେ ଅବଶିଷ୍ଟ ରାଶି ଜମା କରିବାକୁ ସର୍ତ୍ତ ରଖାଯାଇଛି। ଭୋଗ ଦୋକାନ ପାଇଁ ଏକକ ଟେଣ୍ଡର ହୋଇଥିବାରୁ ଅଡୁଆ ବଢିଯାଇଛି। ଏକକ ଟେଣ୍ଡରକୁ ଗ୍ରହଣ କରାଯିବ କି ନାହିଁ ତା’ ଉପରେ ଜିଲାପାଳ ଚୂଡାନ୍ତ ନିଷ୍ପତ୍ତି ନେବେ। ତାଙ୍କ ନିଲାମ ବାତିଲ ହୋଇଗଲେ ଆଉଥରେ ନିଲାମ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଜୋତା ଓ ପାର୍କିଂ ପାଇଁ କେହି ଆବେଦନ କରି ନ ଥିଲେ ସୁଦ୍ଧା ପୁଣିଥରେ ନିଲାମ ହେବ କି ନାହିଁ ତା’ଉପରେ କିଛି ନିଷ୍ପତ୍ତି ହୋଇପାରିନାହିଁ। କିନ୍ତୁ ଏହା ଉପରେ ନିଲାମ ନ ହେବା ଉଚିତ ବୋଲି ସ୍ଥାନୀୟ ଅଞ୍ଚଳର ଅନେକ ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି।
ସେମାନ କହିବା କଥା, ଗତବର୍ଷ ପାର୍କିଂ ଦାୟିତ୍ୱ ନେଇଥିବା ବ୍ୟକ୍ତି ଯାତ୍ରୀଙ୍କ ଉପରେ ଜୁଲାମ କରିବାରୁ ଅସନ୍ତୋଷ ତୀବ୍ର ହୋଇଥିଲା। ବାଇକ୍‌ ଓ ୪ ଚକିଆ ଯାନରୁ ଅର୍ଥ ଆଦାୟ ହୋଇପାରିବ ନାହିଁ ବୋଲି ସର୍ତ୍ତ ଥିଲେ ସୁଦ୍ଧା ନିଲାମଧାରୀ ଏହାକୁ ଅମାନ୍ୟ କରି ମନଇଚ୍ଛା ଆଦାୟ କରି ଚାଲିଥିଲେ। ପରିସ୍ଥିତି ବିଗିଡିଯିବାରୁ ଜିଲାପାଳ ହସ୍ତକ୍ଷେପ କରିଥିଲେ। ଶେଷରେ ନିଲାମଧାରୀ ପାର୍କିଂ ଦାୟିତ୍ୱରୁ ଓହରି ଯାଇଥିଲେ। ସେବେଠାରୁ ପାର୍କିଂ ଓ ଜୋତା ଷ୍ଟାଣ୍ଡ ଦାୟିତ୍ୱ ମନ୍ଦିର ପ୍ରଶାସନ ନେଇଛି। ଏହା ଲୋକଙ୍କ ମନରେ ଆଶ୍ୱସ୍ତି ଭାବ ସୃଷ୍ଟି କରିଛି। ନିଲାମ ବାକ୍ସରେ ଫର୍ମ ପକାଯିବା ପରେ ଅପରାହ୍ନରେ ଏହା ଖୋଲାଯାଇଥିଲା। ସୁରକ୍ଷା ପାଇଁ ପୋଲିସ ଫୋର୍ସ ବ୍ୟବସ୍ଥା କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ଜମି ଅଧିଗ୍ରହଣ: ୫୫ ଘରୋଇ ପ୍ଲଟର ସରିଛି ବିକ୍ରି କବଲା

ପୁରୀ ଅଫିସ, ୨୩ା୧୧: ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଜମି ଅଧିଗ୍ରହଣ ଚାଲିଛିି। ଏହି ଜୋନ ମଧ୍ୟରେ ସମୁଦାୟ ୩୬୬ ପ୍ଲଟ ମଧ୍ୟରୁ ୧୮୫ ଘରୋଇ ପ୍ଲଟ...

ଲକ୍‌ଡାଉନ୍‌ ଯୋଗୁ ବଢ଼ିଛି ଦେଶୀ ମଦ ମାଫିଆଙ୍କ ପ୍ରାର୍ଦୁଭାବ: ଜଙ୍ଗଲରେ ଚଢ଼ାଉ କରି ୧୨୦୦ଲିଟର ମହୁଲ ପୋଚ ନଷ୍ଟ କଲା ବାଲିଗୁଡ଼ା ପୋଲିସ, ଜଣେ ଗିରଫ

ବାଲିଗୁଡ଼ା,୧୮।୪.(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା କଟପଡ଼ି ଜଙ୍ଗଲରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି। ଏଥିରେ ପୋଲିସ ୧୨୦୦ ଲିଟର ମହୁଲ ପୋଚ ସହ ମଦ...

୧୬ ଚୋରି ବାଇକ୍‌ ଜବତ, ୫ ଗିରଫ

ଭଦ୍ରକ ଅଫିସ, ୫।୫: ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୬ଟି ଚୋରି ବାଇକ୍‌ ଜବତ କରିଛି। ଏଥିସହ ଲୁଟେରା ଗ୍ୟାଙ୍ଗର...

ନିମାପଡ଼ାରେ ଜବରଦଖଲ ଉଚ୍ଛେଦ

ନିମାପଡ଼ା,୧୧ା୯(ଡି.ଏନ୍‌.ଏ.): ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଡବ୍ଲ୍ୟୁ ପି(ସି) କେସ ନଂ. ୫୪୮୪/୧୯ ଅନୁଯାୟୀ ନିମାପଡ଼ା ରାଜସ୍ବ ବିଭାଗ ପକ୍ଷରୁ ବୁଧବାର ଦୋଳବେଦି ଛକରେ ଥିବା ସରକାରୀ ଜାଗାରୁ...

ରାଜ୍ୟ ସଂଗ୍ରହାଳୟରେ ସ୍ଥାନ ପାଇବେ କଳ୍ପନା

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଦ୍ୱିତୀୟ ଥର ପାଇଁ ଏଭେରେଷ୍ଟ ଶୃଙ୍ଗ ଆରୋହଣ କରି ପ୍ରତ୍ୟାବର୍ତ୍ତନ କରୁଥିବା ସମୟରେ ଜୀବନ ହାରିଛନ୍ତି ଏଭେରେଷ୍ଟ ବିଜୟିନୀ କଳ୍ପନା ଦାସ। ରାଜ୍ୟର ପ୍ରଥମ...

ପଟ୍ଟାମୁଣ୍ଡାଇ: ବେଆଇନ ଘୋଷଣା ପରେ ବି ମୋବାଇଲରେ ମହିଳାଙ୍କୁ ତିନି ତଲାକ ଦେଲେ ସ୍ବାମୀ, ମାମଲା ରୁଜୁ

ପଟ୍ଟାମୁଣ୍ଡାଇ, ୧୦।୮(ସ୍ବ.ପ୍ର.): ତିନି ତଲାକଖ ବିଲ୍‌କୁ ନେଇ ଲୋକ ସଭା ଏବଂ ରାଜ୍ୟ ସଭାରେ ତର୍ଜମା କରାଯିବା ପରେ ଏଥିରେ ମୋହର ମରାଯାଇଛି। ମୁସଲମାନ ମହିଳାଙ୍କ...

ଆଜି ରାଜ୍ୟ ବଜେଟ

ଭୁବନେଶ୍ୱର,୩୦ା୩(ବ୍ୟୁରୋ): ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୧.୦୬ ଲକ୍ଷ କୋଟି ଟଙ୍କାର ଲେଖାନୁଦାନ ପ୍ରସ୍ତାବକୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବୁଧବାର ଗୃହରେ ଉପସ୍ଥାପନ କରିବେ। ପଞ୍ଚାୟତ...

ଭିଣେଇ ଘରକୁ ଯାଇ ନିଖୋଜ ଥିଲେ: ପୋଖରୀରେ ମୃତଦେହ ଭାସୁଥିବାକୁ ନେଇ ସନ୍ଦେହ

ବାଲେଶ୍ୱର ଅଫିସ,୧୨।୮- ବାଲେଶ୍ବର ଚାନ୍ଦିପୁର ଥାନା ଝାମ୍ପୁରା ଛକ ପେଟ୍ରୋଲପମ୍ପ ନିକଟରେ ଥିବା ପୋଖରୀରେ ଏକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ମୃତକ ହେଲେ ନିଳଗିରିର...

Advertisement
Archives

Model This Week