୭୨ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ-୨୦୧୯ ଆୟୋଜିତ

ମୁମ୍ବାଇ,୧୪।୫: ଚଳିତ ବର୍ଷ କାନ୍ସ ଫିଲ୍ମ ଫେଷ୍ଟିଭାଲ ଫ୍ରାନ୍ସରେ ଆୟୋଜିତ ହେବାକୁ ଯାଉଛି। ୭୨ତମ ଆର୍ନ୍ତଜାତୀୟ ଫିଲ୍ମ ଫେଷ୍ଟିଭାଲ-୨୦୧୯ ମେ ୧୪ରୁ ଆରମ୍ଭ ହୋଇଛି। ଏହା ଦିର୍ଘ ୧୧ଦିନ ଧରି ଚାଲିବ। ଚଳିତ ଥର ଭାରତ ପାଇଁ ଏହି ଫେଷ୍ଟିଭାଲ ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ଭାରତ ପାଇଁ କାନ୍ସ ଫିଲ୍ମ ଫେଷ୍ଟିଭାଲ ଆକର୍ଷଣର କେନ୍ଦ୍ର ପାଲଟିଥିବା ବେଳେ ଚଳିତ ବର୍ଷ ଏର୍ଶ୍ୱଯ୍ୟା ରାୟ ବଚ୍ଚନଙ୍କ ଠାରୁ ଆରମ୍ଭ କରି ଦିପିକା ପାଦୁକୋନ, କଙ୍ଗନା ରନାଓ୍ବତ, ହୁମା କୁରେସୀ ଓ ସୋନମ କପୁରଙ୍କୁ ରେଡ କାର୍ପେଟରେ ଓ୍ବାକ କରୁଥିବା ଦେଖିବାକୁ ମିଳିବ। ଏଥିରେ ବଲିଉଡର ଗ୍ଲାମରସ୍‌ ଅଭିନେତ୍ରୀଙ୍କ ସହ ଚଳିତ ବର୍ଷ ଟେଲି କଳାକାର ହିନା ଖାନ ମଧ୍ୟ ନଜର ଆସିବେ ବୋଲି ଜଣାପଡ଼ିଛି। ଗତ ବର୍ଷ କଙ୍ଗନା ଏହି ଫେଷ୍ଟିଭାଲରେ ଡେବ୍ୟୁ କରିଥିବା ବେଳେ ଏଥର ହିନା ଖାନ ଡେବ୍ୟୁ କରିବେ ବୋଲି ସୂଚନା ରହିଛି।  ମିଡିଆ ରିପୋର୍ଟ ଅନୁସାରେ, ଦିପିକା  ଓ ସୋନମ ଏହି ଫେଷ୍ଟିଭାଲରେ ସାମିଲ ହେବା ପାଇଁ ଫ୍ରାନ୍ସରେ ମେ ୧୬କୁ ପହଞ୍ଚିବେ। ସେହିପରି ହିନାଙ୍କ ଫ୍ୟାସନ ଶୋ ମେ ୧୭କୁ ଆୟୋଜିତ ହେବ ବୋଲି ସୂଚନା ମିଳିଛି। ପ୍ରଥମଥର ପାଇଁ ହିନା ଖାନ ଏହି କାନ୍ସ ଫେଷ୍ଟିଭାଲର ଅଂଶୀଦାର ହୋଇଥିବାରୁ ସେ ବହୁ ଉତ୍ସାହିତ ହେବା ସହ ନର୍ଭସ ଥିବା ଜଣାପଡ଼ିଛି। ଅପରପକ୍ଷରେ ଏହି ଫେଷ୍ଟିଭାଲରେ  କଙ୍ଗନାଙ୍କୁ ଏକ ନୂଆ ରୂପରେ ଦେଖିବାକୁ ମିଳିବ। ରିପୋର୍ଟ ଅନୁସାରେ, ଫେଷ୍ଟିଭାଲର ରେଡ କାର୍ପେଟରେ କଙ୍ଗନାଙ୍କୁ  ପାରମ୍ପାରିକ ଶାଢ଼ୀରେ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

Aamir Khan Wedding: ୬୦ ବର୍ଷରେ ତୃତୀୟ ବିବାହ କଲେ ଆମିର, ବଧୂ ସାଜିଲେ ଗୌରୀ, ଦେଖନ୍ତୁ PHOTO

ମୁମ୍ବାଇ: ବଲିଉଡର ସୁପରଷ୍ଟାର ଆମିର ଖାନ ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ମୁମ୍ବାଇର ବାନ୍ଦ୍ରାସ୍ଥିତ ନିଜ ବାସଭବନରେ ସେ ଗର୍ଲଫ୍ରେଣ୍ଡ ଗୌରୀ ସ୍ପ୍ରାଟ୍‌ଙ୍କ ସହ ତୃତୀୟ…

ବିଶିଷ୍ଟ ଲୋକ ଗାୟିକା ତୀଜନ ବାଈଙ୍କ ପରଲୋକ: ୭୦ ବର୍ଷ ବୟସରେ ଏମ୍ସ ରାୟପୁରରେ ଛାଡିଲେ ଶେଷ ନିଶ୍ୱାସ…

ନୂଆଦିଲ୍ଲୀ,୫/୭: ଖ୍ୟାତନାମା ଲୋକ ଗାୟିକା ତୀଜନ ବାଈଙ୍କର ପରଲୋକ ହୋଇଯାଇଛି। ୭୦ ବର୍ଷ ବୟସରେ ସେ ରାୟପୁର ଏମ୍ସ (AIIMS)ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏହି…

ତୃତୀୟ ଥର କେମିତି ପ୍ରେମରେ ପଡ଼ିଥିଲେ ଆମିର, ଜାଣନ୍ତୁ ଗୌରୀଙ୍କ ସହ ଭେଟର କାହାଣୀ-ଲଭ୍‌ଷ୍ଟୋରୀ

ମୁମ୍ବାଇ: ବଲିଉଡର ‘ମିଷ୍ଟର ପରଫେକ୍ଟନିଷ୍ଟ’ ଆମିର ଖାନ ପୁଣିଥରେ ବିବାହ ବନ୍ଧନରେ ବାନ୍ଧିହେବେ। ଆସନ୍ତା ଜୁଲାଇ ୫ ତାରିଖରେ ସେ ତାଙ୍କର ଦୀର୍ଘଦିନର ବାନ୍ଧବୀ ଗୌରୀ ସ୍ପ୍ରାଟ୍‌ଙ୍କ…

ମାଲାମାଲ ଅକ୍ଷୟ: ଗୋଟିଏ ମାସରେ ୪ ଫ୍ଲାଟ୍‌ ବିକି ଏତିକି ଟଙ୍କା କଲେ ଲାଭ

ବଲିଉଡ ଅଭିନେତା ଅକ୍ଷୟ କୁମାର କେବଳ ଚଳଚ୍ଚିତ୍ରରୁ ନୁହେଁ ବରଂ ରିଅଲ ଇଷ୍ଟେଟରୁ ମଧ୍ୟ ରୋଜଗାର କରୁଛନ୍ତି। ସାମ୍ପ୍ରତିକ ମାସ ଗୁଡ଼ିକରେ ତାଙ୍କର ପ୍ରୋଜେକ୍ଟ ‘ଭୂତ ବଙ୍ଗଳା’…

‘ମୋ ବିବାହ ଜୁଲାଇରେ…’ ଗୌରୀ ସ୍ପ୍ରେଟଙ୍କ ସହିତ ଓ୍ବେଡିଂ ପ୍ଲାନ ପ୍ରକାଶ କଲେ ଆମିର

ମୁମ୍ବାଇ: ବଲିଉଡର ‘ମିଷ୍ଟର ପରଫେକ୍ସନିଷ୍ଟ’ ଆମିର ଖାନ ଜୁଲାଇ ୫ରେ ତାଙ୍କ ପ୍ରେମିକା ଗୌରୀ ସ୍ପ୍ରେଟଙ୍କୁ ବିବାହ କରିବାକୁ ଯାଉଛନ୍ତି। ଅଭିନେତା ପୂର୍ବରୁ ଦୁଇଥର ବିବାହ କରିଛନ୍ତି,…

ମାତ୍ର ୧୦୦ ଦିନରେ ଶାହରୁଖଙ୍କ ସ୍ବପ୍ନ ହେଲା ପୂରଣ: ଏବେ…

ନୂଆଦିଲ୍ଲୀ,୨।୭: ଅଭିନେତା ଶାହରୁଖ ଖାନଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇଛି। ତାଙ୍କ ସ୍ବପ୍ନ ପୂରଣ କରିଛନ୍ତି ଆଇସିସି ଅଧ୍ୟକ୍ଷ ଜୟ ଶାହ। ଏଥିପାଇଁ ଶାହରୁଖ ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri