Posted inଜାତୀୟ

୭୦ ନବ ନିର୍ବାଚିତ ବିଧାୟକଙ୍କ ମଧ୍ୟରୁ ୫୨ କୋଟିପତି: ୪୩ଙ୍କ ବିରୋଧରେ ଆପରାଧୀକ ମାମଲା

ନୂଆଦିଲ୍ଲୀ,୧୨।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ସଂଖ୍ୟା ଗରିଷ୍ଠତା ହାସଲ କରିଛି। ୭୦ ବିଧାନସଭା ଆସନ ମଧ୍ୟରୁ ଏଏପି ଖାତାକୁ ୬୨ ଯାଇଥିବାବେଳେ ଭାଜପା ୮ ଆସନରେ ସୀମିତ ରହିଛି। ନବ ନିର୍ବାଚିତ ବିଧାୟକଙ୍କ ମଧ୍ୟରେ ୫୨ ଜଣ କୋଟିପତି ଥିବାବେଳେ ୪୩ଜଣ ବିରୋଧରେ ଆପରାଧୀକ ମାମଲା ରହିଛି। ସେମାନେ କରିଥିବା ସତ୍ୟପାଠରେ ଏହା ଦର୍ଶାଯାଇଛି। କୋଟିପତି ବିଧାୟକଙ୍କ ମଧ୍ୟରେ ଏଏପିର ୪୫ ଜଣ ଥିବାବେଳେ ଭାଜପାର ୭ ଜଣ ରହିଛନ୍ତି। ଏଏପିର ବିଧାୟକ ଧରମପାଲ ଲାକଡା ସବୁଠାରୁ ଧନୀ। ତାଙ୍କ ସମ୍ପତ୍ତି ପରିମାଣ ୨୯୨ କୋଟିରୁ ଅଧିକ ରହିଛି। ସେ ମୁଣ୍ଡକା ଆସନରୁ ନିର୍ବାଚିତ ହୋଇଛନ୍ତି। ଅପରପକ୍ଷରେ ଏଏପି ବିଧାୟକ ରାକ୍ଷୀ ବିରଳାଙ୍କ ପାଖରେ ସବୁଠାରୁ କମ୍‌ ସମ୍ପତ୍ତି ରହିଛି। ତାଙ୍କ ପାଖରେ ୭୬ ହଜାର ୪୨୧ ଟଙ୍କା ରହିଥିବାର ସେ ସତ୍ୟପାଠରେ ଦର୍ଶାଇଛନ୍ତି। ସେହିପରି ଏଏପିର ୩୮ ବିଧାୟକଙ୍କ ବିରୋଧରେ ଆପରାଧୀକ ମାମଲା ଥିବାବେଳେ ଭାଜପାର ୫ ଜଣଙ୍କ ବିରୋଧରେ ଏଭଳି ମାମଲା ରହିଛି। ଗତ ନିର୍ବାଚନରେ ଏଏପିର ୪୧ ଜଣ କୋଟିପତି ବିଧାୟକ ଥିଲେ। ସେହିପରି ଭାଜପାର ୩ ଜଣ ବିଧାୟକ କୋଟିପତି ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ‘ପ୍ରକୃତ ବନ୍ଧୁତା’ କଥାରେ ପାକିସ୍ତାନ ଖୁସି ହେବା ଉଚିତ ନୁହେଁ! ଇରାନ ଖୋଲିଲା ଆମେରିକା ଡାଏରୀ

ତେହରାନ,୧।୬: ଆମେରିକା ପାକିସ୍ତାନକୁ ‘ପ୍ରକୃତ ବନ୍ଧୁ’ ବୋଲି ବର୍ଣ୍ଣନା କରିଛି। ଦୁଇ ରାଷ୍ଟ୍ର ମଧ୍ୟରେ ବଢୁଥିବା ଘନିଷ୍ଠତାକୁ ଦୃଷ୍ଟିରେ ରଖି, ଇରାନ ଇସଲାମାବାଦକୁ ଏକ ଚେତାବନୀ ଦେଇଛି।…

କଳା ତାଲିକାଭୁକ୍ତ ଠିକାଦାରଙ୍କୁ କାମ ନ ଦିଆଯିବା ପାଇଁ ଦାବି

ବରଗଡ଼,୧ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଥାନାଛକ ସମ୍ମୁଖରେ ରହିଥିବା ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ଲାଗି ରହିଛି। ତୋରଣ ନିର୍ମାଣରେ ବ୍ୟାପକ ଅନିୟମିତତା ତଥା…

ଆଜି ଏହି ଜିଲାକୁ କାଳବୈଶାଖୀ: ଘଡ଼ଘଡ଼ି ବିଜୁଳି ସହ ପ୍ରବଳ ବର୍ଷା ନେଇ ସତର୍କତା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୧ା୬: ରାଜ୍ୟରେ ଏବେ କାଳବୈଶାଖୀ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ଦିନ ତାପମାତ୍ରା ହ୍ରାସ ପାଉଛି। ଆହୁରି ୪ଦିନ ଏଭଳି ସ୍ଥିତି ଲାଗି ରହିବ ବୋଲି…

IPL 2026 ଫାଇନାଲ ପରେ ବଡ଼ ଘଟଣା: ଖେଳାଳିମାନଙ୍କୁ ନେଇ ଯାଉଥିବା ଗୁଜରାଟ ଟାଇଟାନ୍ସ ଟିମ ବସରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,୧।୬: IPL 2026 ଫାଇନାଲ ପରେ, ଗୁଜୁରାଟ ଟାଇଟାନ୍ସର ଦଳର ବସରେ ନିଆଁ ଲାଗିଗଲା। ଦଳ ନରେନ୍ଦ୍ର ମୋଦି ଷ୍ଟାଡିୟମରୁ ହୋଟେଲକୁ ଯାଉଥିବା ସମୟରେ ଏହି ଘଟଣା…

JEE ଆଡ୍‌ଭାନ୍ସଡ ରେଜଲ୍ଟ ପ୍ରକାଶ, ଶୁଭମ କୁମାର ଟପ୍ପର

ନୂଆଦିଲ୍ଲୀ,୧ା୬: ୨୦୨୬ JEE ଆଡ୍‌ଭାନ୍ସଡ ରେଜଲ୍ଟ ପ୍ରକାଶ ପାଇଛି। ଆଇଆଇଟି ଦିଲ୍ଲୀ ଜୋନ୍‌ରୁ ଶୁଭମ କୁମାର ଟପ୍ପର ହୋଇଛନ୍ତି। ସେ ମୋଟ୍‌ ୩୬୦ରୁ ୩୩୦ ନମ୍ବର ରଖି…

Watch:‘କେତେ କ୍ଷୀର ପିଉଛ’, ରବି ଶାସ୍ତ୍ରୀଙ୍କ ଏମିତି ପ୍ରଶ୍ନରେ ମଜାଦାର ଉତ୍ତର ଦେଲେ ବୈଭବ ସୂର୍ଯ୍ୟବଂଶୀ, ଭିଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧।୬: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଇପିଏଲ 2026 ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଆରସିବି ଗୁଜରାଟ ଟାଇଟନ୍ସକୁ ୫ ୱିକେଟରେ ପରାସ୍ତ କରିଛି। ୧୫ ବର୍ଷୀୟ ବୈଭବ…

ଏଇ ଭାରତରେ

ଭୂତଳ ଜଳ ସ୍ତର ନିମ୍ନଗାମୀ ହେଉଥିବାରୁ ବୋରଓ୍ବେଲ ଓ ପୋଖରୀଗୁଡ଼ିକ ଶୁଖିଯାଉଛି। ଫଳରେ ଲୋକେ ପାନୀୟ ଜଳ ପାଉନାହାନ୍ତି ଓ କୃଷିରେ ମଧ୍ୟ ବାଧା ଉପୁଜୁଛି। ତେବେ…

ସେ ଅସୁରର ମୃତ୍ୟୁ ନାହିଁ

ସମୁଦ୍ର ମନ୍ଥନରୁ ମିଳିଥିବା ଅମୃତ ଖାଇ ଦେବତାମାନେ ଅମର। ମନ୍ଥନ କାର୍ଯ୍ୟରେ ଅସୁରମାନେ ଭାଗ ନେଇଥିଲେ ବି ସେମାନଙ୍କୁ ତାହା ମିଳି ନ ଥିଲା। ଦେବତାମାନେ ସବୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri