୬ ରଥ ଗଡୁଥିଲା, ସୁନା ଧ୍ୱଜ କଳସ ଲାଗୁଥିଲା

ପୁରୀ ଅଫିସ,୨୮।୬ : ବଦଳୁଛି ସମୟ। ଆଉ ସମୟ ସହିତ ତାଳଦେଇ କେତେକ ପ୍ରଥା ବା ପରମ୍ପରାରେ ବି ପରିବର୍ତ୍ତନ ହେଉଛି। ଏଥିରୁ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରା ବି ବାଦ୍‌ ପଡ଼ିନାହିଁ। ପରିବର୍ତ୍ତିତ ସମୟ ସହିତ ତାଳଦେଇ ରଥଯାତ୍ରାରେ ବି କିଛି ପରିବର୍ତ୍ତନ ଘଟିଛି। ସେତେବେଳର ରଥଯାତ୍ରା ଆଉ ଏବେର ରଥଯାତ୍ରା ମଧ୍ୟରେ କେତେକ ଫରକ୍‌ ଦେଖିବାକୁ ମିଳୁଛି।
ଏ ସମ୍ପର୍କରେ ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କୁହନ୍ତି, ସୋମବଂଶୀ ରାଜା ଯଯାତି କେଶରୀଙ୍କ ସମୟରେ ରଥଯାତ୍ରାର ରୂପରେଖ ସ୍ବତନ୍ତ୍ର ଥିଲା। ସେ ସମୟରେ ଶ୍ରୀମନ୍ଦିରର ଉଚ୍ଚତା ଥିଲା ୪୮ ହାତ। ଠାକୁର ଥିଲେ ୨ ହାତ ୧୦ ଙ୍ଗୁଳିର। ରଥଗୁଡ଼ିକର ଉଚ୍ଚତା ୧୮ ହାତ ଥିଲା। ସେତେବେଳେ ଠାକୁରଙ୍କ ପାଇଁ ୬ଟି ରଥ ନିର୍ମାଣ ହେଉଥିଲା। ଶ୍ରୀମନ୍ଦିରଠାରୁ ବଳଗଣ୍ଡି ପର୍ଯ୍ୟନ୍ତ ତିନିରଥ ଯାଉଥିଲା। ମଝିରେ ପ୍ରବାହିତ ହେଉଥିଲା ମାଳିନୀ ନଦୀ। ଏହି ନଦୀର ଅପର ପାର୍ଶ୍ୱରେ ଇନ୍ଦ୍ରଦ୍ୟୁମ୍ନ ପାଟଣାରେ ତିନିରଥ ନିର୍ମାଣ କରାଯାଉଥିଲା। ଏହି ରଥଗୁଡ଼ିକ ଚାରିଚକିଆ ଶଗଡ଼ି ସଦୃଶ ଥିଲା। ଏହି ରଥଗୁଡ଼ିକ ମାଳିନୀ ବା ବଡ଼ନଦୀର ଉତ୍ତର ଭୂମିରେ ଆଡପମଣ୍ଡପ ବା ଗୁଣ୍ଡିଚା ଘରକୁ ଯାଉଥିଲା। ସିଂହଦ୍ୱାରଠାରୁ ବଳଗଣ୍ଡି ପର୍ଯ୍ୟନ୍ତ ଯାଉଥିବା ତିନିରଥ ମଧ୍ୟରୁ ଶ୍ରୀଜଗନ୍ନାଥଙ୍କ ରଥ ୧୬ ଚକିଆ, ଶ୍ରୀବଳଭଦ୍ରଙ୍କ ରଥ ୧୪ଚକିଆ ଏବଂ ଦେବୀ ସୁଭଦ୍ରାଙ୍କର ରଥ ଥିଲା ୧୨ ଚକିଆ। ରଥ ଉପରେ ସୁନାର ତିନିବେଣ୍ଟିଆ ଧ୍ୱଜ କଳସ ଲାଗୁଥିଲା। କନକମୁଣ୍ଡିରେ ରତ୍ନଚାନ୍ଦୁଆ ଟଣା ହେଉଥିଲା। ସେତେବେଳେ ଅନ୍ୟ ଗୋଟିଏ ଛୋଟ ରଥରେ ବଜନ୍ତରୀ, ରଥ ଘଣ୍ଟୁଆ ଓ ବାଦ୍ୟକାରମାନେ ଆଗେ ଆଗେ ଯାଉଥିଲେ। ଏହି ରଥକୁ ଘୋଡାମାନେ ଟାଣୁଥିଲେ। ପଛରେ ଥିବା ତିନିରଥକୁ ଭକ୍ତମାନେ ଟାଣୁଥିଲେ। ରଥରେ ଚାଉଳ, ନଡ଼ିଆଖଣ୍ଡ ପଡ଼ି ଭୋଗ ଲାଗୁଥିଲା। ସେହି ଭୋଗକୁ ଭକ୍ତଜନଙ୍କୁ ବଣ୍ଟାଯାଉଥିଲା। ରଥ ଚକଡ଼ାରେ ଏଥିପାଇଁ ଗୋଟିଏ ପଦ ରହିଛି, ଯାଉ ରଥ ଯାଉ ବଳଗଣ୍ଡିଠି ଥାଉ, ଉଆ ଚାଉଳ ଖଣ୍ଡ ନଡ଼ିଆ ଟାଉ ଟାଉ କରି ଖାଉ… ।
ବଳଗଣ୍ଡିଠାରେ ତିନିରଥ ପହଞ୍ଚତ୍ବା ପରେ ଠାକୁରମାନଙ୍କୁ ଦୋଳଚାପରେ ନଦୀ ପାର୍‌ କରାଯାଉଥିଲା। ଦାରୁବିଗ୍ରହମାନେ ନଦୀ ପାର୍‌ ହୋଇ ଚାରିଚକିଆ ଶଗଡ଼ି ରଥରେ ବସି ଗୁଣ୍ଡିଚା ମନ୍ଦିରକୁ ଯାଉଥିଲେ। ନବଦିନାତ୍ମକ ଯାତ୍ରା ସମାପ୍ତ କରି ଠାକୁରମାନେ ବାହୁଡ଼ି ଆସୁଥିଲେ। ରଥ ଚକଡ଼ାରେ ଉଲ୍ଲେଖ ରହିଛି ପାଟଣା ରଥ ଚାରିଚକିଆ, କିଆ ପଟୁଳାରେ ହୋଇଛି ଠିଆ… ।
ଦ୍ୱିତୀୟ ନରସିଂହ ଦେବ ଖ୍ରୀଷ୍ଟୀୟ ୧୨୭୮ରୁ ୧୩୦୭ଙ୍କ ସମୟରେ ମାଳିନୀ ନଦୀକୁ ପୋତିଦେବା ଫଳରେ ଠାକୁରମାନଙ୍କ ଲାଗି ତିଆରି କରାଯାଉଥିବା ୬ରଥ ପରିବର୍ତ୍ତେ ତିନିରଥ ନିର୍ମିତ ହେଲା। ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ରଥଯାତ୍ରା ପାଇଁ ୩ଗୋଟି ରଥ ନିର୍ମାଣ ହୋଇଆସୁଛି। ରଥ ଉପରେ ସୁନାର ତିନିବେଣ୍ଟିଆ ଧ୍ୱଜ କଳସ ପରିବର୍ତ୍ତେ ପିତ୍ତଳର କଳସମାନ ଲାଗୁଛି। କନକମୁଣ୍ଡିରେ ରତ୍ନଚାନ୍ଦୁଆ ବଦଳରେ ସାଧାରଣ ଚାନ୍ଦୁଆ ବ୍ୟବହାର କରାଯାଉଛି। ବଜନ୍ତରୀ, ରଥଘଣ୍ଟୁଆ ଓ ବାଦ୍ୟକାରମାନେ ସେତେବେଳେ ସ୍ବତନ୍ତ୍ର ରଥରେ ଯାଉଥିବାବେଳେ ବର୍ତ୍ତମାନ ଘଣ୍ଟୁଆମାନେ ତିନିରଥରେ ହିଁ ଯାଉଛନ୍ତି। ସେମାନଙ୍କ ପାଇଁ ସ୍ବତନ୍ତ୍ର ରଥ ନିର୍ମିତ ହେଉନାହିଁ ବୋଲି ଡ. ଦାଶ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ୨ ସ୍ବାଇନ୍‌ ଫ୍ଲୁ ରୋଗୀ ଚିହ୍ନଟ

ଭୁବନେଶ୍ୱର,୩।୬(ବ୍ୟୁରୋ): ରାଜ୍ୟରେ ୨ ଜଣ ସ୍ବାଇନ୍‌ ଫ୍ଲୁ ରୋଗୀ ଚିହ୍ନଟ ହୋଇଛନ୍ତି। ରାଜଧାନୀ ଭୁବନେଶ୍ୱରେ ସ୍ବାଇନ୍‌ ଫ୍ଲୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଣେ ୩୮ବର୍ଷୀୟ...

ଭାରରେ ନେବାବେଳେ ପ୍ରସବ

ଟିକିରି,୩୦ା୧୦(ଡି.ଏନ୍‌.ଏ.): ପକ୍କାରାସ୍ତା ନ ଥିବାରୁ ଗାଁକୁ ଆମ୍ବୁଲାନ୍ସ ଆସିପାରିଲାନାହିଁ । ଗର୍ଭବତୀଙ୍କୁ ଭାରରେ ବୋହି ନେବାବେଳେ ଅଧାବାଟରେ ପ୍ରସବ କରିଛନ୍ତି। ରାୟଗଡ଼ା ଜିଲା କାଶୀପୁର ବ୍ଲକ...

ନିଯୁକ୍ତି ବାଟ ଫିଟୁନି

ଝାରସୁଗୁଡ଼ା ଏକ ଶିଳ୍ପ ବହୁଳ ଜିଲା। ଏଠାରେ ପ୍ରାୟ ୧୧ଟି ବୃହତ୍‌ ଓ ମଧ୍ୟମ ଶ୍ରେଣୀର ଶିଳ୍ପାନୁଷ୍ଠାନ ରହିଛି। ମାତ୍ର ସରକାରଙ୍କ କୋହଳ ନୀତି ଯୋଗୁ...

ସିଟି ହସ୍‌ପିଟାଲ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବରଗଡ଼ ବିଧାୟକ

ବରଗଡ଼ ଅଫିସ, ୨।୨- ବରଗଡ଼ ସହରରେ ରହିଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ସିଟି ହସ୍‌ପିଟାଲ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜିଲା ଯୋଜନା...

ମହଙ୍ଗା ପଡ଼ିଲା ବାର୍‌ହା ମାଂସ କିଣିବା

କୋକସରା,୨।୬: କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ବନ ବିଭାଗ କର୍ମଚାରୀ ୫ କେଜି ବାର୍‌ହା ମାଂସ ସହ ୨ ଜଣ ଯୁବକଙ୍କୁ ଧରିବାରେ ସଫଳ...

ସୋସିଆଲ ମିଡିଆରେ ଭିଡିଓ ଛାଡ଼ି ମୁହଁ ଖୋଲିଲେ ପପୁ : ମୋ’ ଚିନ୍ତାଧାରାର ନୁହେଁ ଏହି ପୋଷ୍ଟର

ଭୁବନେଶ୍ୱର,୧୮।୮(ବ୍ୟୁରୋ) : ଚଳଚ୍ଚିତ୍ର ‘ମିଷ୍ଟର କହ୍ନେୟା’ର ପୋଷ୍ଟରକୁ ନେଇ ବିବାଦ ଘେରକୁ ଆସିଥିବା ଅଭିନେତା ପପୁ ପମ୍‌ପମ୍‌ ରବିବାର ମୁହଁ ଖୋଲିଛନ୍ତି। ଉକ୍ତ ପୋଷ୍ଟରଟି ମୋ’...

ଫନୀ ଘରଭଙ୍ଗା କ୍ଷୟକ୍ଷତି ଆକଳନ: ତାଲିକା ପ୍ରସ୍ତୁତିରେ ତ୍ରୁଟି, ଦୁର୍ନୀତି ଅଭିଯୋଗ

କୃଷ୍ଣପ୍ରସାଦ,୨୭ା୬(ଡି.ଏନ୍‌.ଏ.): ଫନୀ ବାତ୍ୟା ଦ୍ୱାରା ପୁରୀ ଜିଲା କୃଷ୍ଣପ୍ରସାଦ ଅଞ୍ଚଳର ଅନେକ କ୍ଷୟକ୍ଷତି ଘଟିଛି । ଏହି ପରିପ୍ରେକ୍ଷୀରେ ଘରଭଙ୍ଗା ସହାୟତା ରାଶିକୁ ସ୍ବଚ୍ଛ ଏବଂ...

ରମାଦେବୀ ବିଶ୍ୱବିଦ୍ୟାଳୟ: ୟୁଜି, ପିଜି, ବିଏଡ୍‌ ପରୀକ୍ଷା ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର,୧୦।୯(ବୁରୋ) – ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ୟୁଜି, ପିଜି ଓ ବିଏଡ୍‌ ପରୀକ୍ଷା ପାଇଁ ଗୁରୁବାର ବିଜ୍ଞପ୍ତି ପ୍ରକାଶ କରିଛି। ୟୁଜି ଶେଷ ସେମିଷ୍ଟର ପାଇଁ...

Advertisement
Archives

Model This Week