୬ ମାସରେ ୧୦୯ ଗାଁରେ ପହଞ୍ଚତ୍ବ ସମସ୍ତ ଯୋଜନା

ସୋନପୁର,୫।୩(ନି.ପ୍ର.): ପଞ୍ଚାୟତିରାଜ ଦିବସରେ ସୁବର୍ଣ୍ଣପୁର ଜିଲାରେ ଘୋଷଣା ହୋଇଛି ମିଶନ ୧୦୯ କାର୍ଯ୍ୟକ୍ରମ । ଜିଲାପାଳ ମୋନିଷା ବାନାର୍ଜୀ ଏହି ଘୋଷଣା କରିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଜନସାଧାରଣଙ୍କୁ ଯୋଗାଇ ଦିଆଯିବ। ଜିଲାର ମୋଟ ପଞ୍ଚାୟତ ସଂଖ୍ୟା ୧୦୯। ତଦନୁଯାୟୀ ପ୍ରଥମ ପର୍ଯ୍ୟାୟରେ ସମସ୍ତ ପଞ୍ଚାୟତର ଗୋଟିଏ ଲେଖାଏ ଗାଁ(ଅର୍ଥାତ୍‌ ୧୦୯ ଗାଁ)ର ରାସ୍ତା, ପାନୀୟ ଜଳ, ବିଦ୍ୟୁତ୍‌, ବିଦ୍ୟାଳୟ ଓ ଅଙ୍ଗନଓ୍ବାଡି ଆଦିର ସମସ୍ୟା ଥିଲେ ତାର ସମାଧାନ କରାଯିବ। ଭତ୍ତା ପାଇବାରୁ ବଞ୍ଚତ୍ତ ଥିବା ବୃଦ୍ଧାବୃଦ୍ଧ, ଅସହାୟ, ବିଧବା ଓ ଦିବ୍ୟାଙ୍ଗଙ୍କୁ ଚିହ୍ନଟ କରି ଭତ୍ତା ଦିଆଯିବ। ନିର୍ମାଣ ଶ୍ରମିକଙ୍କୁ ଚିହ୍ନଟ କରି ସହାୟତା ଯୋଗଇ ଦେବାର ବ୍ୟବସ୍ଥା ହେବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ବ୍ୟକ୍ତି ସାମିଲ ହୋଇ ନଥିଲେ ଅନ୍ତର୍ଭୁକ୍ତ କରାଯିବ । ଏମ୍‌ଜିଏନଆରଇଜିଏସ୍‌ରେ କାମ କରିବାକୁ ଚାହୁଁଥିବା ଜବକାର୍ଡ ଧାରୀଙ୍କୁ ପ୍ରଶାସନ ନିଜ ଅଞ୍ଚଳରେ ୧୦୦ ଦିନର କାମ ଯୋଗାଇ ଦେବ । ଆସନ୍ତା ୬ ମାସ ଭିତରେ ୧୦୯ ଗାଁର ଜନସାଧାରଣଙ୍କ ନିକଟରେ ସରକାରଙ୍କ ସମସ୍ତ ଯୋଜନା ଉପଲବ୍ଧ କରାଯିବ ବୋଲି ଜିଲାସ୍ତରୀୟ ପଞ୍ଚାୟତିରାଜ ଦିବସ ସମାରୋହରେ ଅଧ୍ୟକ୍ଷତା କରି ଜିଲାପାଳ ବାନାର୍ଜୀ ଏହି ଘୋଷଣା କରିଥିଲେ। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ସଂସ୍କୃତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲାପାଳ ଆହୁରି କହିଥିଲେ ଯେ, ସୁବର୍ଣ୍ଣପୁର ଏକ ଗ୍ରାମ ବହୁଳ ଜିଲା । ତେଣୁ ଗାଁର ବିକାଶ ହେଲେ ଯାଇ ଜିଲା ଓ ରାଜ୍ୟର ବିକାଶ ହେବ। ଜିଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ ମୁଖ୍ୟ ଅତିଥିଭାବେ ଯୋଗଦାନ କରି ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ଗ୍ରାମାଞ୍ଚଳର ବିକାଶ ପାଇଁ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ କରିବା ସକାଶେ ପଦକ୍ଷେପ ନେଇଥିଲେ ଓ ମହିଳା ସଶକ୍ତୀକରଣକୁ ଗୁରୁତ୍ୱ ଦେଉଥିଲେ ବୋଲି କହିଥିଲେ । ଏସ୍‌ପି ଦେବୀପ୍ରସାଦ ଦାଶ ସମ୍ମାନିତ ଅତିଥିଭାବେ ଯୋଗଦେଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଜଣେ ମହାନ ଜନନେତା ଥିଲେ । ସେ ଲୋକଙ୍କ ସହ ସିଧାସଳଖ ମିଶିବାକୁ ପସନ୍ଦ କରୁଥିଲେ ଓ ସମସ୍ୟାର ସମାଧାନ କରୁଥିଲେ ବୋଲି କହିଥିଲେ। ଅତିରିକ୍ତ ଜିଲାପାଳ ତଥା ଭାରପ୍ରାପ୍ତ ପିଡି ଡିଆରଡିଏ ଶରତ ଚନ୍ଦ୍ର ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଓଡିଶାରେ ୧୩ ଜିଲାକୁ ୩୦ରେ ପରିଣତ କରିବା ତାଙ୍କର ସାହାସିକ ପଦକ୍ଷେପ ଥିଲା ବୋଲି କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଲୋକଙ୍କୁ ମାସ୍କ ବାଣ୍ଟିଲା ପୋଲିସ

ଖୋର୍ଦ୍ଧା ଅଫିସ,୮ା୪: ଖୋର୍ଦ୍ଧା ବ୍ଲକ ତୋଟାପଡା ଗ୍ରାମରେ ଗରିବ, ଅସହାୟ ଲୋକଙ୍କୁ ସହଯୋଗର ହାତ ବଢାଇଛି ପୋଲିସ। ଆଦର୍ଶ ଥାନା ଅଧିକାରୀ ଉମାଶଙ୍କର ସିଂ ବୁଧବାର...

କରୋନା ସଂକଟରେ ରୋଜଗାର ହରାଇ ହାତବାନ୍ଧି ବସିଛନ୍ତି ଅଟୋ ଚାଳକ

ବୁଗୁଡ଼ା, ୫।୬(ଡି.ଏନ୍‌.ଏ.): ଚକ ଗଡ଼ିଲେ ଜଳୁଥିଲା ଚୁଲି। ଏବେ ତେଲ ପଇସା ମଧ୍ୟ ବାହାରୁନି। ଫଳରେ ଭୋକ ଉପାସରେ ଜୀବନ ବିତାଉଛନ୍ତି ଅଧିକାଂଶ ପରିବାର। କରୋନା...

ଅନ୍‌ଲାଇନ ଖେଳ ନିଶା: ମା’ ବାପାଙ୍କ ଆକାଉଣ୍ଟରୁ ୯୬ ହଜାର ଟଙ୍କା କାଟି ଜୀବନ ହାରିଲେ ଛାତ୍ର

ଯୋଡ଼ା,୩।୧୦(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ଥାନା ଅନ୍ତର୍ଗତ କମାରଯୋଡ଼ା ଗୌଡ଼ବସ୍ତିଠାରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଅନ୍‌ଲାଇନ ଖେଳ ପାଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।...

ପାଣିରେ ଭାସିଗଲା ଅଟୋ

ବ୍ରହ୍ମପୁର ଅଫିସ,୧୫।୧୧: ପାଣିରେ ଭାସି ଯାଉଥିବା ବେଳେ ଅଟୋକୁ ଉଦ୍ଧାର କରାଯାଇଛି। ଏଭଳି ଏକ ଘଟଣା ଦେଖିବାକୁ ରମିଳିଛି ଗଞ୍ଜାମ ଜିଲା ନାରାୟଣପୁର-ହରିପୁର ରାସ୍ତାରେ। ଅଟୋରେ...

ଆଶାୟୀଙ୍କ ମଧ୍ୟରେ ହେଲାଣି ହଲ୍‌ଚଲ

କେନ୍ଦ୍ରାପଡ଼ା ଅଫିସ,୯।୧୦: ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷିତ ସ୍ଥାନ ତାଲିକା ଶୁକ୍ରବାର ପ୍ରକାଶ ପାଇଛି। କେନ୍ଦ୍ରାପଡ଼ା ଜିଲାପାଳ...

କଣ୍ଟେନର ଓଲଟି ୨୨ ଗୋରୁ ମୃତ

ଜଳେଶ୍ୱର, ୧୬।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ଥାନାଞ୍ଚଳ ମଧ୍ୟ ଦେଇ ଯାଇଥିବା ୬୦ ନଂ. ଜାତୀୟ ରାଜପଥରେ ଗୋରୁ ମାଫିଆମାନେ ପ୍ରତ୍ୟହ ଶହଶହ କଣ୍ଟେନର, ଟ୍ରକ ଏବଂ...

ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ

ଜଳେଶ୍ୱର, ୩ା୨(ଡି.ଏନ.ଏ.) ସମଗ୍ର ରାଜ୍ୟର ୧୦୭ ପୌରପରିଷଦ ଲାଗି ନିର୍ବାଚନ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି ା ଏଥିରେ ବାଲେଶ୍ୱର ଜିଲା ଜଳେଶ୍ୱର ପୌରପାଳିକାର ଅଧ୍ୟକ୍ଷ...

ଦୁରଦିନରେ ବୁରୁଧ୍‌ ଦମ୍ପତି: ରାଧାଗୋବିନ୍ଦକଁର ଚିକିଛା ଲାଗି ଟଁକା ଅଭାବ୍‌

  ଲୋଇସିଂହା, ୮।୧୨(ଡି.ଏନ.ଏ.)- ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସଦର କୁମ୍ଭାରପଡ଼ାର ରାଧାଗୋବିନ୍ଦ ପୁଟେଲ(୭୦)। ମାଏକିନା ଭଗବତୀ ଆର ପଁାଚ୍‌ ପୁଓକୁଁ ନେଇ ତାକର ପରିବାର...

Advertisement
Archives

Model This Week